ମନେପଡେ ବିଦ୍ୟାଳୟର ସେହି ଚିତ୍ର -
ମନେପଡେ ବିଦ୍ୟାଳୟର ସେହି ଚିତ୍ର -
ମୁଁ ଯେଉଁ ସାରଙ୍କ ପାଖରେ ନବମ ଓ ଦଶମ ବେଳେ ଟିଉସନ ପଢୁଥିଲି ସେ ସାର ଥିଲେ ବାରିପଦା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ -"ଶ୍ରୀଯୁକ୍ତ ରଣଜିତ୍ ମହାପାତ୍ର "। ବାରିପଦାର ମୁର୍ଗାବାଡି ନିକଟ ପୂର୍ଣ୍ଣଚନ୍ଦ୍ର ପୁର ଠାରେ ତାଙ୍କ ବାସଭବନ। ସେତେବେଳେ ଆମେ ସବୁ ଭୋର ୫ ଟାରୁ ଉଠି ଆଗେ ୬ଟାରୁ ୭ଟା ସଂସ୍କୃତ ଟିଉସନ ତା'ପରେ ଗଣିତ ଓ ବିଜ୍ଞାନ ପଢିବା ପାଇଁ ରଣଜିତ ସାରଙ୍କ ପାଖକୁ ଆସୁୁ।
ତା' ପରେ ଇଂରାଜି ପଢିବା ପାଇଁ ଅତୁଲ କୁମାର ଜେନା ସାର ଙ୍କ ପାଖରେ । ଏହିପରି କ୍ରମାନ୍ବୟରେ ତିନୋଟି ଟିଉସନ ପଢି ସାରିବା ପରେ ଘରେ ୯.୩୦ ରେ ପହଞ୍ଚି ଖାଇ ଦେଇ ପୁଣି ସ୍କୁଲ୍ ଯିବୁ। ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ରେ ମୁର୍ଗାବାଡି ଅଞ୍ଚଳରୁ ଆମ ବେଳେ ବିଦ୍ୟାଳୟ ଯାଉଥିବା ସାର୍ ମାନେ ହେଲେ ରଣଜିତ୍ ସାର,ଅତୁଲ୍ ସାର ଏମାନେ ସାଇକେଲ୍ ରେ ଯାଉଥିଲେ। ପରେ ପରେ ଡକ୍ଟର ଭାଗବତ୍ ପ୍ରସାଦ ଲେଙ୍କା ସାର ଏମ୍ କେସି ରେ ଯୋଗଦେବାରୁ ସାର ତାଙ୍କ ବଜାଜ୍ ସ୍କୁଟରରେ ଯାଆନ୍ତି।ଆମେ କିନ୍ତୁ ସାଇକେଲ ରେ ଗଲାବେଳେ ରଣଜିତ ସାର୍ ଏବଂ ଅତୁଲ ସାରଙ୍କୁ ବାଟରେ ଯାଉଥିବାର ଦେଖିଲା ମାତ୍ରକେ ସାଇକେଲ ସେଇଠି ଧୀରେ ହେବ।କେମିତି ବା ହୁଅନ୍ତା ସାର୍ ମାନେ ଯାଉଛନ୍ତି ପରା। ସାରଙ୍କ ସାଇକେଲ କୁ ଟପି କେମିତି ଆମେ ଯିବୁ । ବାସ୍ ସେଇଠାରୁ ଆମେ ଧୀରେ ଧୀରେ ସାଇକେଲ ଚଲାଇଲୁ ନା ? ସାଇକେଲ ଆମର ଧୀରେ ଗଡିଲା କହିପାରିବୁ ନାହିଁ। ହଁ ,ଏବେ ମୂଳ କଥାକୁ ଆସିବା।ରଣଜିତ୍ ସାରଙ୍କ ପାଖରେ ଟିଉସନ ପଢିଲା ବେଳେ ଆମେ ମାତ୍ର ଦୁଇଜଣ ପୁଅ ପିଲା ମୁଁ ଏବଂ ମୋ ସହ ପଦ୍ମଲୋଚନ ବେହେରା ।ଆଉ ସବୁ ଝିଅ ।ପ୍ରାୟ ୯ରୁ ୧୦ ଜଣ ।ଆମବେଳେ ଶ୍ରୀଯୁକ୍ତ ହରିଶ ଚନ୍ଦ୍ର ମହାନ୍ତି ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ । ନୂଆ କରି ବେତନଟୀ ର ମହାରାଜ ସାର ପ୍ରତାପ ଚନ୍ଦ୍ର ହାଇସ୍କୁଲ୍ ରୁ ଆସି ଏଠାରେ ଯୋଗ ଦେଇଥାନ୍ତି। ୧୯୮୯ ମସିହା। ହରିଶ୍ ସାର ସତ୍ୟସାଇ ବାବାଙ୍କ ଡିଭୋଟି ଥିଲେ । ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଅନେକ ନୂଆ ନୂଆ ଶିକ୍ଷଣୀୟ ପଦ୍ଧତି ଆରମ୍ଭ କଲେ। ପ୍ରାର୍ଥନା ସରିଲା ପରେ କେହି ଜଣେ ସାର୍ କିଛି ନିତୀବାଣି ପିଲାଙ୍କୁ ନିଶ୍ଚୟ କହିବେ ଏହା ଏକ ନୂତନ ପରମ୍ପରା ର ହେଲା ଅଭ୍ୟୁଦୟ। ବିଦ୍ୟାଳୟ ପାଇଁ ଖୁସି ଖବର ଓ ବିଦ୍ୟାଳୟ ପାଇଁ ଦୁଃଖ ଖବର। କେଉଁ ଖବର ଆଗେ ଶୁଣିବ ପିଲମାନେ କୁହ ? ବୋଲି ହରିଶ୍ ସାର୍ ପ୍ରାର୍ଥନା ସଭାରେ ପଚାରିଲେ, ଆମେ କହୁ ଆଗେ ଖୁସି ଖବର ଶୁଣିବ ସାର । ଖୁସି ଖବରରେ ଥାଏ-" ବିଦ୍ୟାଳୟର କେଉଁ ପିଲା କେଉଁ ପ୍ରତିଯୋଗିତା ରେ ଭାଗ ନେଇ ପୁରସ୍କୃତ ହେବା କଥା ଅର୍ଥାତ୍ ବିଦ୍ୟାଳୟ ପାଇଁ ସୁନାମ ଆଣିବା ଇତ୍ୟାଦି । ହରିଶ୍ ସାର ମନ ଦୁଃଖ କରି କହନ୍ତି , ଆମ ବିଦ୍ୟାଳୟର ପିଲା ଗତକାଲି ବିଦ୍ୟାଳୟ କୁ ଆସି ରକ୍ସି ସିନେମା ହଲରେ ସିନେମା ଦେଖିବା ଖବର ବାହାରୁ ଆସୁଛି ଏହା ଆମ ପାଇଁ ଅତ୍ୟନ୍ତ ଦୁଃଖ ଦାୟକ ।ସାରଙ୍କ ବେଳେ ସାର ଙ୍କ ଉଦ୍ୟମରେ ଆରମ୍ଭ ହେଲା ପ୍ରାଚୀର ପତ୍ରିକା ।ନାମ "we love Decepline." ।ଆରମ୍ଭ ହୋଇଥିଲା ଛାତ୍ର ମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ସହ ଆଧ୍ୟାତ୍ମିକତା ର ଅନୁଭବ ଜଣେ ଛାତ୍ର ର ବାସ୍ତବିକ ଆତ୍ମିକ ଅନୁଭବର ଇସ୍ତାହାର ।
ଏହି ସମୟରେ ହିଁ ଆରମ୍ଭ ହୁଏ ଶ୍ରେଣୀ ଗୃହ ର ସାଜ ସଜା ପ୍ରତିଯୋଗିତା । ଫଳାଫଳ ଘୋଷଣା ହୁଏ ଗୁରୁଦିବସରେ ।ମୋର ନବମ ସି- ସେକ୍ସନ୍। ଆମର ଦମ୍ଭ ଥାଏ ସେକ୍ ଜିଆଉଦ୍ଦିନ୍ ପାଇଁ ।ବାରିପଦା ର ପୁରୁଣାହାଟ ସାହିରେ ଘର।ଚିତ୍ର ଭଲ ଆଙ୍କେ ବୋଲି ସେ ବେଶ୍ ପରିଚିତ।ସବୁ ଶ୍ରେଣୀଶିଖ୍ୟକ ମାନଙ୍କ ପ୍ରତ୍ୟଖ୍ୟ ତତ୍ବାବଧାନରେ ଶେଣୀଗୃହର ସାଜସଜ୍ଜା କାମ ଆଗେଇ ଚାଲିଥାଏ। ରାଗିସାର୍ ଭିତରେ ପ୍ରହରାଜ ସାର୍ ।ଆମର ବିଗ୍ୟାନ ପଢାନ୍ତି।ଅନ୍ୟଦିନେ ପ୍ରହରାଜ ସାର୍ ପାଠପଢାଇଲା ବେଳେ ଶୃଙ୍ଖଳା ଭଙ୍ଗ କଲେ ବିରକ୍ତ ହୁଅନ୍ତି ।ଆଜି କିନ୍ତୁ ଶେରଣୀଗୃହ ର ସାଜସଜ୍ଜା ପାଇଁ ପ୍ରହରାଜ ମଧ୍ୟ କିଛି କହିପାରୁନାହାନ୍ତି।ଏଣୁ ଜିଆଉଜ୍ଦିନ୍ କୁ ସହୋଯୋଗ କରୁଥାନ୍ତି ଅନ୍ୟ କିଛି ସାଂଙ୍ଗ।ଯେମିତି ପ୍ରମୋଦ କୁମାର ପଣ୍ଡା ।ବାରିପଦା ସୁଭଦ୍ରା ରଥର ସେବାୟତ ପରିବାରର ।
ଆମର ଶ୍ରେଣୀ ଶିକ୍ଷକ ଥାନ୍ତି ବିମ୍ମାଧର ପାତ୍ର ସାର୍।ସାରଙ୍କ ମାର୍ଗଦର୍ଶନରେ ଜିଆଉଦ୍ଦିନ୍ ଶେରଣୀଗୃହ କୁ ରଙ୍ଗ ବେରଙ୍ଗ କର ଚାଲିଥାଏ।ଏସବୁ ଦେଖି ଅନୁଭବ ହେଉଥାଏ ନିଶ୍ଚୟ ଆମ ସେକ୍ସନ ପୁରସ୍କତ ହେବ।ଶ୍ରେଣୀଗୃହ ଭିତରେ ଜିଆଉଦ୍ଦିନ୍ ଆଙ୍କିଛି ଏକ ସୁନ୍ଦର କପୋତ ର ବେକରେ ଏକ ଲକେଟ ଝୁଲୁଛି ।ସେଥିରେ ଲେଖା ଥାଏ ଶାନ୍ତି।ଏଭଳି ଚିତ୍ର ର ରୂପକଳ୍ପନା ବିମ୍ବାଧର ସାର୍ କରିଥିଲେ ।ଚିତ୍ରଟି ବହୁତ ସୁନ୍ଦର ହୋଇଥାଏ ସବୁ ଶେୟ ଯିବ ଜିଆଉଦ୍ଦିନ୍ କୁ।ଯାହାହେଉ ଏହି ଚିତ୍ର ସେତେବେଳେ ଆମ ମନରେ ଅନେକ ରେଖାପାତ କରିଥାଏ।ଏବେ ଫେରିବା ରଣଜିତ ସାର ଙ୍କ ଟିଉସନ୍ କୁ।ଆଗରୁ କହିଛି ଆମେ କେବଳ ଦୁଇଜଣ ପୁଅ ପିଲା।ଯଦି ପଦ୍ମଲୋଚନ କେବେ ନ ଆସେ ପାଠ ନକରିଥିବାରୁ , ଦୁଷ୍ଟାମି ପାଇଁ ହେଉ ମୋ ଉପରେ ମାଡ ବସେ ସାରଙ୍କ ଠାରୁ ।ଝିଅ ମାନେ ମାଡ ଖାଆନ୍ତି ନାହିଁ।ବୋଧହୁଏ ସବୁ କଥା ମାନୁଥିବା ସହ ପଢାରେ ଠିକ୍ ମନଦେଉଥିବେ।ସାର୍ କିନ୍ତୁ ମୋତେ ବହୁତ ଭଲ ପାଆନ୍ତି।ବେଶୀ ମାଡ ହେଲେ ସାରଙ୍କ ସାଇକେଲ ନେଇଯାଏ ପମ୍ପ ଦେବାକୁ।ପ୍ରାୟ ସବବେଳେ ଅଧିକାଂଶ ଦିନ ମାନଙ୍କରେ।କି ପ୍ରକାର ବ୍ୟବସ୍ଥା ଆପଣ ବୁଝିଯାନ୍ତୁ।ଥରେ ସାର୍ ମୋତେ କହିଲେ ତୁ ଏତେ ମାଡ ନ ଖାଇବାର ଗୋଟିଏ ଉପାୟ କହୁଛି ଯେ ଏମିତି ଏକ ଚିତ୍ର କରିକି ଆଣିବୁ ଯେ ମୁଁ ପିଟିଲା ବେଳେ ସେହି ଚିତ୍ର କୁ ମୋତେ ଦେଖାଇବୁ ଯେ ମୁଁ ସବୁ ଭୂଲିଯିବି।ଶେଷରେ ସେଇଆ କଲି କଣ କହିଲେ ? ମନେପଡିଲା ଜିଆଉଦ୍ଦିନ୍ ର ଚିତ୍ର ।ଏମ୍ କେସି ଉଚ୍ଚ ବିଦ୍ୟାଳୟ।ଆମ ସେକ୍ସନ ରେ ଥିବା ଶାନ୍ତିର କୋପତ।ଲାଗିଗଲି ଚିତ୍ର ଆଙ୍କିବାରେ।ସବୁବିଦ୍ୟା ପ୍ରୟୋଗ କଲି ଯେମିତି ଲାଇଟ୍ ପାସ୍,ଚିତ୍ର ଦେଖି ଉଠାଇବା ଏହିପରି ଅନେକ।ଯାହାହେଉ ଶେଷରେ ଯେମିତି ହେଉ ଗୋଟେ ଢଙ୍ଗର ଚିତ୍ରଟେ ହୋଇଗଲା ।ତହିଁ ପରଦିନ ପୁଣି ଟିଉସନ୍ ଗଲି ।ସାର୍ ପିଟିଲା ବେଳକୁ ତାଙ୍କ କହିବା ଅନୁଯାୟୀ ମୋ ଦ୍ବାରା ଅଙ୍କା ଯାଇଥିବା ଚିତ୍ରଟି କାଢିଲି ,ସାରଙ୍କ ଆଡକୁ ଟିଭି ରିମଟ୍ ପରି ଦେଖେଇଲି।କିନ୍ତୁ ଏ କଣ ହେଲା ? ସାର୍ ତ ଆହୁରି ପିଟିଲେ ? ଗାଳିଦେଲେ ?କାରଣ ମୋ ଆଙ୍କିଥିବା ଚିତ୍ରଟି ଶାନ୍ତିର କୋପତ ନହୋଇ ଗୋଟେ ଶାଗୁଣା ପରି ଦେଖାଯାଉଥାଏ।ପୁଣି ସେ ଲୋକେ କୁହନ୍ତୁନି, ଯାହା ଦେଖା ଯାଉଥାଏ ନା? ।ସିଏ ସିନା ଜିଆଉଦ୍ଦନ୍ ।କଳା ର କାରିଗରି ତା ହାତର କୌଶଳ ରେ ବେଶ୍ ନିପୁଣ ।ଚିତ୍ର କରି ବହୁତ ପ୍ରଶଂସା ପାଇଲା।କିନ୍ତୁ ଆମ ସେକ୍ସନ ପୁରସ୍କାର ପାଇପାରିଲା ନାହିଁ।ବି- ସେକ୍ସନ ପାଇଲା।
