STORYMIRROR

Barsarani Bal

Inspirational

3  

Barsarani Bal

Inspirational

ଇଏ ବି ମଣିଷ

ଇଏ ବି ମଣିଷ

1 min
258

ଏଇ ମଣିଷଟା 

  କେତେବେଳେ ଖୁସି 

କେତେବେଳେ ଦୁଃଖୀ

  ପୁଣି କେତେବେଳେ

  ଦୁଃଖରେ ବି ସୁଖୀ

କାନ୍ଦରେ ବି ହସ

କିଛି ମୁହୂର୍ତ୍ତର 

  ସେଇ ନିଷ୍ପେଷିତ ପାଇଁ,


ହେଇଥିବା ଶତ୍ରୁକୁ ବି 

  କରିନିଏ ମୋର

ନଥାଏ ମନରେ ତାର କିଛି

  ଛଳନା,

  କଲ୍ପନା,

  କଳ୍ପନା

  ରାଗ,ଦ୍ୱେଷ,ମୋହ

ନିଜକୁ ବଞ୍ଚେଇବାକୁ ଯାଇ ହେଇଯାଏ ଠକ, ତ

   କେବେ ହୁଏ ସିଏ

     ଦୁଃସ୍ଖଳିତ।।

ହେଲେ ବୟସ ସହ 

  ସମାଜ ସହ 

ତାଳ ଦେଇ ଚାଲିବା ଆସେନି ତାକୁ 

 କେତେବେଳେ ଟିକେ ସେ ପାଦଟା

 ସାହାରା ଟିକେ ଖୋଜେ 

   ପୁଣି

 କେତେବେଳେ 

  ପୁଷ୍ପ ରାସ୍ତାଟିଏ ଖୋଜେ

   ବୁଝିବାର ମାନସିକତାଟା ସତେ 

  ଶକ୍ତ ନଥାଏ ତାର

 ହେଲେ,

ସେତେବେଳକୁ 

 କଣ୍ଟା ଫୁଟିଯାଏ ତା ପାଦରେ

 ନା ଚାଲିବାର କ୍ଷମତା ଥାଏ?

   ନା

କାହା ସାହାରାରେ ଚାଲିପାରେ

  କେବଳ ଆଶଙ୍କିତ ଜୀବନକୁ ଜାବୁଡ଼ି ଧରି ନିଏ।।


  ଯନ୍ତ୍ରଣାରେ କଷ୍ଟ ପାଉଥାଏ 

   ହେଲେ

କାହାକୁ ପାଟିଖୋଲି 

   ଡାକି ପାରୁନଥାଏ।।

ଯିଏ ଆସୁଥିଲା

 ସେ ବି କଣ୍ଟାରେ ମଣ୍ଡିତ

    ସାକ୍ଷାତ୍ ଗୋଲାପ।

ସେ କୋଉ ଡାଳକୁ

   ଅବା ଧରିବ 

ସବୁଥିରେ ଥାଏ ଶଙ୍କା

    


ମନଟା ତାର 

  ତୋଫା ଜହ୍ନ ପରି ନିର୍ମଳ।।

ହେଲେ କେତେବେଳେ କିଏ କଳା କରିଦିଏ ତ

 କେତେବେଳେ ରାହୁ ଖାଇଦିଏ

   ତା ସତୀତ୍ୱକୁ ।।

ହେଲେ 

  ହଠାତ୍

   ଦୁଃଖୀ ତ

ପୁଣି କେତେବେଳେ

   ହଠାତ୍ ସୁଖୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational