STORYMIRROR

Soundarya dharmajit Biswal

Children

3  

Soundarya dharmajit Biswal

Children

ଗୁରୁବାରରେ ବୋଉର ହାତ ରନ୍ଦା

ଗୁରୁବାରରେ ବୋଉର ହାତ ରନ୍ଦା

2 mins
149


ଆମେ ଦୁଇ ଭାଈ ସେତେବେଳେ ଚତୁର୍ଥ କି ପଞ୍ଚମରେ ପଢ଼ୁଥାଉଁ। ପ୍ରତେକ ବର୍ଷ ମାର୍ଗଶିର ମାସ ମାଣବସା ଗୁରୁବାରରେ ଆମେ ବିଦ୍ୟାଳୟ ଯାଉନଥାଉଁ ମିଛ ସତ କହି ଘରେ ରହିଯାଉ। ବୋଉ ମଧ୍ୟ ବେଳେ ବେଳେ ମନା କରିଦିଏ କୁଏ ଠିକ୍ ଅଛି ଆଜି ମୋତେ ତୁମେ ଦୁଇ ଜଣ କାମରେ ସାହାଯ୍ୟ କରିବ। ଆମେ ପୁରା ଖୁସି କାରଣ ହେଲା ରହିଲେ ଭଲ ଭଲ ଗରମ ସୁଖାଦ୍ୟ ମିଳିବ। ଏବେ ଘରେ ରହିଲା ପରେ ଆମର କାମ କଣ। କାମ ହେଲା କଦଳୀ ପତ୍ର ଆଣିବା ଦୁବ ବର କୋଳି ପତ୍ର ଆମ୍ବ ଡାଳ କଛି ଦୋକାନରୁ ସୋଉଦ ଆଣିଦେବା। ଏ ସବୁ ସରିବା ପରେ ଆମର ବଡ଼ କାମ ହେଲା ଲକ୍ଷ୍ମୀ ପୁରାଣ ବହି ପଢ଼ିବା। କିନ୍ତୁ ମୁଖ୍ୟ ହେଲା ଖାଇବା ଚିନ୍ତା। ଖିଚୁଡ଼ି ଡାଲମା ଶାଗ ଖିରି ମୁଗବରା ଏମିତି ଅନେକ କିଛି ବୋଉ ଜାଣି ପାରେ ଜଲ୍ଦୀ ପୂଜା ସାରି ଆମକୁ ଖାଇବାକୁ ଦିଏ। ବୋଉର ହାତ ରନ୍ଦା ସୁଗନ୍ଧ ଆଜିବି ମନେ ପଡ଼ିଲେ ଦେହରେ ଶିହରଣ ସୁଷ୍ଟି ହୋଇଯାଏ। ଖାଲି ସେ ଖାଦ୍ୟ ନୁହେଁ ତାର ଯେ କୌଣସି ଖାଦ୍ୟ କରେ ତାର ଅଲଗା ଅଲଗା ରୁଚି ଥାଏ।

ସେ ଦିନ ସାରା ଆମେ ଘରୁ କୁଆଡେ ବି ଯିବାକୁ ଇଚ୍ଛା ହୁହେନି। ବାପା ଘରକୁ ଆସିଲେ ଦେଖନ୍ତି ଆମେ ବିଦ୍ୟାଳୟ ଯାଉନୁ ରାଗରେ ଆମ ଆଡ଼କୁ ଦେଖୁଥାନ୍ତି। ବୋଉ ଆମ ପଟ ହୋଇ କୁହେ ମୁଁ ମନା କଲି ଯିବାକୁ ଆଜି ମୋତେ ସାହାଯ୍ୟ କରିଛନ୍ତି ତା ପରେ ବୋଉ କଥା ଶୁଣି ବାପା ଶାନ୍ତ ହୋଇଯାଆନ୍ତି। ଆମେ ଖୁସି ହୋଇଯାଉ। ମୋ କହିବା କଥା ହେଲା ଏବେ ତା ଠାରୁ ଭଲ ଭଲ ଖାଦ୍ୟ ମିଳୁଛି।

କିନ୍ତୁ ବୋଉ ହାତ ରନ୍ଦା ଜଗନ୍ନାଥ ଅଭଡ଼ା ଅନ୍ନ ଠାରୁ କାଇଁ କେଉଁ ଉଚ୍ଚରେ। ଗୋବର ପାଣିରେ ଦାଣ୍ଡ ଲିପାପୋଛା ଗୋଟେ ଘର ଭିତରେ ଯେମିତି ଅଲଗା ବାତାବରଣ ସୃଷ୍ଟି ହୋଇଯାଏ ଲକ୍ଷ୍ମୀଙ୍କ ପାଦ ଚିହ୍ନରେ ଯେମିତି ମା ଲକ୍ଷ୍ମୀ ଆମ ଘରକୁ ବିଜେ କରନ୍ତି। ମୋତେ ସେମିତି ଲାଗେ। ଚିନ୍ତା କଲେ ବଡିବୋରୁ ଉଠି ଲିପାଲିପି କରି ଚିତା ପକେଇବା ପର୍ଯ୍ୟନ୍ତ ବୋଉ ଏକା ଏକା କରେ। ବହି ପଢ଼ିବା ପୂର୍ବରୁ କୁହେ ଲକ୍ଷ୍ମୀଙ୍କୁ ମୁଣ୍ଡିଆ ମାରିବା ପାଇଁ । ଆମେ ମଧ୍ୟ ବୋଉ କଥାରେ ମୁଣ୍ଡିଆ ମାରୁ । ଆମକୁ ବୋଉତ ଭଲ ଲାଗେ ସେ ସବୁ ଭକ୍ତି ଭାବ ଦେଖି। ଗୁରୁବାର ଆସିଲେ କୁହେ ଆଜି କେହି ଘରେ ପାଟିତୁଣ୍ଡ କରିବ ନାଇଁ କଲେ ଲକ୍ଷ୍ମୀ ଛାଡ଼ିଯିବେ ।

(ଆଜି ବି ଗୁରୁବାର ମାଣ ବସା ଆମ ବୋଉ ଗାଁ ରେ ଏକେଲା ମାଣବସା କରୁଛି ଛୋଟ ବେଳ ସମୟ ପେରିଆସନ୍ତାକି ବୋଉ ସାହାଯ୍ୟ କରନ୍ତୁ )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children