STORYMIRROR

jagamohan pradhan

Inspirational

3  

jagamohan pradhan

Inspirational

ଗୁରୁ ଶିଷ୍ୟଙ୍କ ସମ୍ପର୍କ

ଗୁରୁ ଶିଷ୍ୟଙ୍କ ସମ୍ପର୍କ

3 mins
184

   ଶିଷ୍ୟ ଗୁରୁଙ୍କୁ ଦେଇଥିବା ବଚନ ଭଙ୍ଗ କରି ନିଜକୁ କେମିତି ଅନୁତାପ ନିଆଁରେ ଜଳଉଛି, ଗୁରୁଙ୍କ ସାକ୍ଷାତ ପାଇଁ କେମିତି ବ୍ୟାକୁଳ ହେଉଛି ଆଉ କେମିତି ସେ ଗୁରୁଙ୍କ ସାକ୍ଷାତ ପାଉଛି।

   

  ଗାଆଁରେ ଗୋଟେ ଦୁଷ୍ଟ ପ୍ରକୃତିର ଲୋକ ଥିଲା। ମଦ ପିଇବା, ଜୁଆ ଖେଳିବା, ଝଗଡ଼ା କରିବା ତାର ଅଭ୍ୟାସ ଥିଲା। ଗାଆଁ ଲୋକ ତା ଠାରୁ ଦୁରେଇ ରୁହନ୍ତି ତାକୁ ଘୃଣା ବି କରନ୍ତି। ଦିନେ ସେ ଗାଆଁକୁ ଜଣେ ଋଷି ଆସିଲେ ଅନେକ ଲୋକ ତାଙ୍କର ଶିଷ୍ୟ ବନିଲେ, ସେ ସମସ୍ତଙ୍କୁ ଜୀବନର ମାନେ ବୁଝାନ୍ତି, ସତ୍ୟ ଶାନ୍ତି ପଥରେ ଚାଲିବା ସିଖାନ୍ତି। ଋଷି ଦିନେ ସେ ଲୋକ ସହିତ ଭେଟ ହେଲେ ପ୍ରଥମ ଭେଟରେ ଜାଣିପାରିଲେ ଯେ ସେ ଜଣେ ଦୁଷ୍ଟ ପ୍ରକୃତିର ଲୋକେ, କିନ୍ତୁ ଭବିଷ୍ୟତରେ ସେ ଜଣେ ଭଲ ଶିଷ୍ୟ ଆଉ ଭଲ ମଣିଷଟିଏ ହେଇପାରିବ। 

  ଋଷି ତାକୁ ପ୍ରତିଦିନ ତାଙ୍କ ପାଖକୁ ଡାକନ୍ତି ।ତାକୁ ଜ୍ଞାନ, କର୍ମ, ଧର୍ମ,ଦାନ ବିଷୟରେ ବୁଝାନ୍ତି। ସତ୍ୟ ଶାନ୍ତି ପଥରେ ଚାଲିବା ସିଖାନ୍ତି। କିନ୍ତୁ ସେ ଲୋକ ଋଷିଙ୍କ କଥା ନ ସୁଣି, ଋଷିଙ୍କ କଥା ହସରେ ଉଡାଈ ଦିଏ। ଦିନେ ସେ ଭାବିଲା ଏ ଗାଆଁ ଲୋକ ମୋତେ ଘୃଣା କରନ୍ତି କିନ୍ତୁ ଋଷି ମୋତେ ଭଲ ପାଆନ୍ତି ମୋତେ ସ୍ନେହ ଆଦର କରନ୍ତି। ଧିରେ ଧିରେ ତା ମନ ପରିବର୍ତ୍ତନ ହେବାକୁ ଲାଗିଲା, ଋଷିଙ୍କ କଥା ମାନି ସବୁ କୁକର୍ମ ଛାଡି ସତ୍ୟ ଭକ୍ତି ମାର୍ଗରେ ଚାଲିବାକୁ ଲାଗିଲା। ଧିରେ ଧିରେ ସେ ଗୋଟେ ଭଲ ଶିଷ୍ୟ ଭାବରେ ପରିଚିତ ହେଲା, ଋଷି ତାଙ୍କ ଆଶ୍ରମକୁ ଲେଉଟି ଗଲେ।

   ଋଷି ଶିଖେଇ ଥିବା ନିତି ନିୟମ, ଶାନ୍ତି, ଭକ୍ତି ମାର୍ଗରେ ଜୀବନ ବିତାଇବାକୁ ଲାଗିଲା। କିନ୍ତୁ ତା'ର ସେ ଅତିତ ତା ପିଛା ଛାଡି ନଥାଏ, ଦିନକର ଘଟଣା ତାର ଗୋଟେ ଲୋକ ସହିତ ଝଗଡ଼ା ହେଇ ଗଲା, ସେ ଝଗଡ଼ାକୁ ଶାନ୍ତି ସହିତ ସମାଧାନ କରିବାକୁ ଚାହୁଁଥାଏ। କିନ୍ତୁ ଅନ୍ୟ ଲୋକଟି ମାନୁ ନଥାଏ ଧିରେ ଧିରେ ଝଗଡ଼ା ବଢ଼ିବାକୁ ଲାଗିଲା, ଭୁଲ ବଶତ ତା ହାତରେ ସେ ଲେକଟିର ହତ୍ୟା ହୋଇ ଗଲା। ସେ ଅନୁତାପ କଲା ଗୁରୁଙ୍କୁ ଦେଇ ଥିବା ବଚନ ଭଙ୍ଗ କରିଛି, ଅନୁତାପ ନିଆଁରେ ଜଳିବାକୁ ଲାଗିଲା। ତାକୁ ସାତ ବର୍ଷର ଜେଲ୍ ଦଣ୍ଡ ହେଲା, ତାର କେହି ନିଜର ନଥିଲେ ଋଷିଙ୍କୁ ସେ ଗୁରୁ ରୁପେ ମାନି ନେଇ ଥିଲା।


 ଜେଲରେ ମଧ୍ୟ ଶାନ୍ତି ପୁର୍ବକ ରହିବାକୁ ଲାଗିଲା, ନିଜକୁ ଭଲ ଶିଷ୍ୟ ଭାବରେ ପର ପରିଣତ କଲା। ତାର ସାତ ବର୍ଷର ଦଣ୍ଡ ପୁରଣ ହେଲା, ସେ ଜେଲରୁ ମୁଁକୁଳିବାର ଏକ ମାସ ପୁର୍ବରୁ ଗୁରୁଙ୍କ ପାଖକୁ ପତ୍ର ଲେଖିଲା। ସେ ପତ୍ରରେ ଲେଖିଥିଲା ତା ହାତରେ କେତେ ବଡ଼ ପାପ କର୍ମ ହୋଇଛି, ତାର ଦଣ୍ଡ ଭୋଗି ସାରିଛି। ସେ ନିଜକୁ ସମ୍ପୂର୍ଣ୍ଣ ଋପେ ବଦଳେଇ ସାରିଛି, ଆପଣଙ୍କ ମୋତେ କ୍ଷମା କରିଦେବେ ଆପଣଙ୍କୁ ଦେଇଥିବା ବଚନ ମୁଁ ରକ୍ଷା କରି ପାରି ନଥିଲି। ଏବେ ମୁଁ ଅନୁତାପ ନିଆଁରେ ଜଳୁଛି, ଆପଣଙ୍କ ପାଖକୁ ଫେରି ବାକୁ ଚାହୁଁଛି ଆପଣ ମୋତେ କ୍ଷମା କରି ଦିଅନ୍ତୁ।

  ଜେଲରୁ ବାହାରିବାକୁ ଆଉ ଦୁଇଦିନ ଥାଏ ସେ ଗୁରୁଙ୍କ ପାଖକୁ ଆଉ ଗୋଟେ ପତ୍ର ଲେଖିଲା, ପ୍ରଥମ ପତ୍ର ଆପଣଙ୍କ ପାଖରେ ପହଞ୍ଚିସାରିଥିବ । ମୋତେ କ୍ଷମା କରିଛନ୍ତି କି ନାହିଁ ମୁଁ ଜାଣି ନାହିଁ, ଆପଣଙ୍କୁ ମୁହଁ ଦେଖେଇ ବାର ମୋର ସହାସ ନାହିଁ। ମୁଁ ଦୁଇ ଦିନ ପରେ ଜେଲରୁ ବାହାରୁଛି, ଆପଣଙ୍କ ଆଶ୍ରମ ଦେଇ ମୁଁ ଯିବି। ମୋତେ ଜଦି ଆପଣ କ୍ଷମା କରି ଦେଇଥିବେ ତାହାଲେ ଆଶ୍ରମ ସାମ୍ନାରେ ଥିବା ବରଗଛରେ ଗୋଟେ ନାଲି ପତକା ଲଗାଇ ଥିବେ ସେଥିରୁ ମୁଁ ଜାଣିପାରିବି ଆପଣ ମୋତେ କ୍ଷମା କରିଛନ୍ତି କି ନାହିଁ।

   

  ଦୁଇଦିନ ପରେ ଜେଲରୁ ବାହାରି ସିଧା ଆଶ୍ରମ ଆଡ଼କୁ ଗଲା, ଆଶ୍ରମ ସାମ୍ନାରେ ପହଞ୍ଚି ଦେଖିଲା ଯାହା ସେ ନିଜେ ବିଶ୍ଵାସ କରି ପାରିଲିନି। ବର ଗଛରେ ଗୋଟାଏ ପତାକା ନଥିଲା, ଅନେକ ନାଲି ପତାକା ଲାଗିଥିଲା। ସେ ବହୁତ ଖୁସି ହୋଇଗଲା ସିଧା ଯାଇ ଗୁରୁଙ୍କ ପାଦ ତଳେ ପଡିଗଲା। ଗୁରୁ ତାକୁ କୋଳରେ ଆଲିଙ୍ଗନ କରିନେଲେ, ସବୁ ଦୋଷ କ୍ଷମା କରି ଦେଲେ।

   

  ଗୁରୁଙ୍କୁ ଯଦି ଭକ୍ତି ପୂର୍ବକ ପ୍ରାର୍ଥନା କରିବା, ମନରୁ କ୍ଷମା ପ୍ରାର୍ଥନା କରିବା ଆମର ଯେତେ ଭୁଲ୍ ହୋଇ ଥାଉ ଗୁରୁ ଆମକୁ କ୍ଷମା କରିଦେବେ।


ଗୁରୁ କରୁଣା ଦୟା କ୍ଷମାର ସାଗର

ସବୁ ପାପରୁ ସେ କରନ୍ତି ଉଦ୍ଧାର ।

ଗୁରୁ ପରମବ୍ରହ୍ମ ସାକ୍ଷାତ ଈଶ୍ଵର

ତାଙ୍କ ଶ୍ରୀ ଚରଣେ କୋଟି କୋଟି ନମସ୍କାର।



Rate this content
Log in

Similar oriya story from Inspirational