ଜୀବନର ଅପରାହ୍ନ
ଜୀବନର ଅପରାହ୍ନ
ମୁଁ ସହରରେ ରହୁଥାଏ ଯେଉଁଠି ରହୁଥାଏ ସେଠି ଗୋଟିଏ ଆଶ୍ରମ ଥାଏ ସେ ଆଶ୍ରମରେ ବୃଦ୍ଧ ଆଉ ବୃଦ୍ଧା ମାନେ ରୁହନ୍ତି। ସମୟ ମିଳିଲେ ମୁଁ ସେ ଆଶ୍ରମ ଆଡେ ବୁଲା ବୁଲି କରି ଆସେ ସେ ମାନଙ୍କ ସହ ଟିକେ ସମୟ ବାଣ୍ଟି ଆସେ।
ସେ ଦିନ ପ୍ରାୟ ଅପରାହ୍ନ ହବ ଜଣେ ବୃଦ୍ଧା ଗଛ ମୂଳେ ବସିଥାନ୍ତି ମୁଁ ବି ଯାଇ ତାଙ୍କ ପାଖରେ ବସି ପଡ଼ିଲି। ଆଉ କହିଲି ଜେଜେମା ଏ ବୈଶାଖର ଅପରାହ୍ନରେ ଏଠି ବସିଛ, କ'ଣ ଗରମ ପବନ ଖାଉଛ। ନାରେ ନାତିଆ ଏ ଅପରାହ୍ନ କୁ ଦେଖୁଛି ଧିରେ ଧିରେ ତା ର କେମିତି ଅବଶେଷ ହବାକୁ ଲାଗୁଛି।
ହଁ ଜେଜେମା ଏ ଅପରାହ୍ନର ଅବଶେଷ ହବ ସନ୍ଧ୍ୟା ବି ଆସିବ ଥଣ୍ଡା ପବନ ବହିବ ରାତି ବି ଆସିବ ଜହ୍ନ ତାରା ବି ଉଇଁବେ କିନ୍ତୁ ଜେଜେମା ତୋ ଜୀବନ ଅପରାହ୍ନ ଶେଷ ହେବାକୁ ଯାଉଛି କ'ଣ ଜାଣି ପାରୁଛୁ ତ ?ଆରେ ନାତିଆ ମୋ ଜୀବନର ଅପରାହ୍ନ ଶେଷ କେବେ ଠାରୁ ଘଟି ସାରିଛି ଏବେ ତ ଏ ଶରୀରର ଅବଶେଷ ଖାଲି ବାକି ଅଛି।
ମୁଁ ବାପା ମା ଙ୍କର ବଡ଼ ଝିଅ ଥିଲି ମୋ ତଳେ ଦୁଇ ଭାଇ ଥିଲେ । ମୁଁ କଳା ବୋଲି ମୋତେ କେହି ସ୍ନେହ ଆଦର କରନ୍ତି ନାହିଁ ମା'ର ମମତା ପାଇଛି ନା ବାପାର ଆଦର ସମସ୍ତେ ମୋତେ ଅଲକ୍ଷଣି କାଳି ବୋଲି କହନ୍ତି , ଘୃଣା ବି କରନ୍ତି। ସବୁଥିରେ ମୋତେ ପଛରେ ରଖନ୍ତି ଖାଇବା ହେଉ ବା ପିନ୍ଧିବା ସବୁଥିରେ ମୋତେ ଊଣା କରନ୍ତି। ମୋର ପଢ଼ିବାକୁ ବହୁତ ଇଚ୍ଛା ଥିଲା କିନ୍ତୁ ଚତୁର୍ଥ ଶ୍ରେଣୀରୁ ମୋ ପାଖରୁ ବହି ଛଡ଼ାଇ ନିଆଗଲା, ହାତରୁ କଲମ ଛଡ଼ାଇ ନିଆଗଲା, ମୋତେ ଚୁଲି ମୁଣ୍ଡରେ ବସାଇ ଦିଆଗଲା। ସେତେବେଳେ ମୋର ଜନ୍ମ ଆଉ ମୋ ପାଠ ପଢାର ଅବଶେଷ ଘଟିଥିଲା।
ତାପରେ ଆଉ ଗୋଟେ ଅପରାହ୍ନର ଅନ୍ତ ଘଟିଲା ଯେତେବେଳେ ମୋତେ ବାର ବର୍ଷ ବୟସରେ ତୋ ଜେଜେଙ୍କ ସହିତ ବିବାହ କରିଦିଆ ଯାଇଥିଲା। ମୁଁ ଜାଣି ନ ଥିଲି ସମ୍ପର୍କ କ'ଣ ? କୁଆଁରୀ ଜୀବନ କ'ଣ ? ବିବାହ ବନ୍ଧନ କ'ଣ ? ମୋ ବୟସ ବି କ'ଣ ? ମୋ ବୟସର ମୂଲ୍ୟ ମୁଁ ବୁଝି ପାରିଲି ନା ଜାଣି ପାରିଲି । ଗୋଟେ ଚୁଲି ମୁଣ୍ଡରୁ ଆଉ ଗୋଟେ ଚୁଲି ମୁଣ୍ଡକୁ ମୋତେ ପଠାଇ ଦିଆ ଯାଇଥିଲା।
ସେତେବେଳେ ମୋ ବୟସ ଅପରାହ୍ନର ଅବଶେଷ ଘଟିଥିଲା।
ହଁ ଆଉ ଗୋଟେ ଅପରାହ୍ନର ଅବଶେଷ ଘଟିଥିଲା ।ମୁଁ ଶାଶୁଘର ଆସିଲା ପରେ ମୋତେ ଯେମିତି ବନ୍ଦି କରି ରଖାଯାଇଥିଲା। ମୋତେ ହସିବା ପାଇଁ ମନା ଥିଲା କାନ୍ଦିବା ପାଇଁ ବି ମନା ଥିଲା । ଚୁଲି ମୁଣ୍ଡରୁ ଘର ଘରରୁ ଚୁଲି ମୁଣ୍ଡରେ ମୋତେ ବନ୍ଦି କରାଯାଇଥିଲା। ସେଠି ସ୍ନେହ ଶ୍ରଦ୍ଧା ଭଲପାଇବା ମୋ ପାଇଁ କିଛି ନଥିଲା। ମୁଁ କିଛି ଦିନପରେ "ମା" ହବାକୁ ଯାଉଥିଲି ମୋ ପେଟରୁ ଶିଶୁ କନ୍ୟା ଜନ୍ମ ନେବାକୁ ଯାଉଥିଲା କିନ୍ତୁ ସେ କନ୍ୟା ଜନ୍ମ ନେବା ପୁର୍ବରୁ ତାକୁ ହତ୍ୟା କରାଯାଇଥିଲା, ମୋ ମାତୃତ୍ଵ କୁ ବି ମାରି ଦିଆ ଯାଇଥିଲା।ସେତେବେଳେ ମୋ ପ୍ରଥମ ମାତୃତ୍ଵର ଅପରାହ୍ନର ଅବଶେଷ ଘଟିଥିଲା।
ଆଉ କିଛି ବର୍ଷ ପରେ ମୋର ଦୁଇ ପୁଅ ହେଇଥିଲେ। ତାଙ୍କରି ହସରେ ମୁଁ ହସିବା ସିଖିଥିଲି ମୋ ଦୁଃଖକୁ ଚାପି ତାଙ୍କ ଜୀବନରେ ସୁଖ ଭରୁଥିଲି। ହଠାତ୍ ଆଉ ଗୋଟେ ଅପରାହ୍ନର ଶେଷ ଘଟିଥିଲା ।ଯେତେବେଳେ ମୋତେ ଆଉ ମୋ ଦୁଇ ପିଲାଙ୍କୁ ଛାଡି ମୋ ସ୍ବାମୀ ଆରପାରିକୁ ଚାଲିଯାଇଥିଲେ। ମୋ ହାତର ଶଙ୍ଖା ମଥାର ସିନ୍ଦୂର ମୋ ସଧବା ବେଶ ମୋଠାରୁ ଛଡ଼ାଇ ନିଆ ଯାଇଥିଲା, ମୋତେ ବିଧବା ବେଶରେ ସଜାଇ ଦିଆ ଯାଇଥିଲା।ସେତେବେଳେ ମୋ ଶଙ୍ଖା, ସିନ୍ଦୂରର ଅପରାହ୍ନର ଅନ୍ତ ହୋଇଥିଲା ।
ବହୁତ ଦୁଃଖ କଷ୍ଟ ସହି ଦୁଇ ପିଲାଙ୍କୁ ବଡ଼ କଲି ପାଠ ବି ପାଢାଇଲି, ବାପାଙ୍କ ଆଦର ମା'ର ସ୍ନେହ ମମତା ଦେଲି। ଆଜି ସେମାନେ ବଡ଼ ଚାକିରୀ କରିଛନ୍ତି , ବହୁତ ଭଲ ଘରେ ବାହା ହୋଇଛନ୍ତି ସେ ମାନେ ଭାରି ଖୁସିରେ ଅଛନ୍ତି।କିନ୍ତୁ ମୁଁ ଆଜି ଏ ବୃଦ୍ଧା ଆଶ୍ରମରେ ମୋ ପରିବାର ପୁଅ ବୋହୁ ନାତୀ ନାତୁଣୀ ଥାଇ ମଧ୍ୟ ମୁଁ ଆଜି ଏକା ମୁଁ ଜୀବନରେ ଭଲ ସେ ହସି ପାରିଲି ନା ସୁଖ କ'ଣ ଜାଣି ପାରିଲି।ଏ କ'ଣ ମୋ ଜୀବନ ଅପରାହ୍ନର ଅବଶେଷ ନୁହେଁ କି ?ମୋ ଦେହରେ ମାଂସ ଆଉ କିଛି ହାଡ଼ ଅଛି ଏହାର ବି ଦିନେ ଅନ୍ତ ଘଟିବ ।
ମାଟିର ଶରୀର ଦିନେ ମାଟିରେ ମିଶିବ
ଜୀବନର ଅପରାହ୍ନ ତ ସରିଛିଏବେ ତ ଶରୀର ଅପରାହ୍ନ ବାକି ଅଛିଆଉ କିଛି ଦିନ ପରେ ଏହାର ବି ଅନ୍ତ ଘଟିବ।
