ଗୁରୁ ରାମଚନ୍ଦ୍ର
ଗୁରୁ ରାମଚନ୍ଦ୍ର
ଓଡିଶା ରାଜ୍ୟର ଆଦିବାସୀ ବହୁଳ ମାଲକାନଗିରିର ଛୋଟିଆ ଗାଁ ଟିଏ ଧରତିଗୁଡା । ଗାଁରେ ରହିଛି ପ୍ରାଥମିକ ବିଦ୍ୟାଳୟ ଟିଏ । ବହୁ ବର୍ଷ ତଳର ଘଟଣା, ଗାଁ ବିଦ୍ୟାଳୟକୁ ନୁଆଁ କରି ରାମଚନ୍ଦ୍ର ଗଡତିଆ ଆସିଥାନ୍ତି ପ୍ରଧାନ୍ ଶିକ୍ଷକ ହୋଇ । ରାମଚନ୍ଦ୍ର ବାବୁ ଅନେକ୍ ବିଦ୍ୟାଳୟ ବୁଲି ଅବସର ପାଖାପାଖି ସମୟରେ ଧରତିଗୁଡା କୁ ଆସିଥାନ୍ତି । ଗାଁର ଆର୍ଥୀକ ଓ ସାମାଜିକ ଅବସ୍ଥା ଭଲ ନଥାଏ, ବିଦ୍ୟାଳୟ ସିନା ଥାଏ ହେଲେ ଛାତ୍ର ଛାତ୍ରୀଙ୍କ ଦେଖା ନଥାଏ । ଛୁଆଙ୍କ ଜୀବନ ବିତେ ବିଲ ବାଡିରେ ଅବା ଜଂଗଲ ରେ । ଏମିତି କିଛି ମାସ ଗଲା ପରେ ଆଉ ସହିପାରିଲେନୀ ଏ ପ୍ରକାର୍ ଦୃଶ୍ୟ ରାମଚନ୍ଦ୍ର ବାବୁ । ଗାଁକୁ ଗଲେ ସରପଞ୍ଚ ଭବାନୀ ମାଝିଙ୍କୁ ଭେଟି ଜଣାଇଲେ ସବୁ କଥା । ସରପଞ୍ଚ ଅବା କରିବେ କଣ ମୁଲ ନଖଟିଲେ କାହା ଘରେ ଚୁଲି ଜଲେନୀ । ସେହିଦିନ ରାତିରେ ସଭା ବସିଲା ରାମଚନ୍ଦ୍ର ବାବୁ ସିଧା ସଳଖ ଭାବେ କଥା ହେଲେ ଗ୍ରାମବାସିଙ୍କ ସହ । ସମସ୍ତଙ୍କ ଅଲଗା ଅଲଗା କଥା କିଏ କହିଲା ପଇସା ନାହିଁ ତ କାହାର୍ ପଢେଇବର ଇଚ୍ଛା ନାହିଁ । ରାମଚନ୍ଦ୍ର ବାବୁ କରିବେ କଣ, କେମିତି ଏ ଛୁଆ ମାନଙ୍କୁ ପାଠ ପଢ଼ାଇବେ କିଛି ଭାବୀ ପାରିଲେ ନାହିଁ । ଯିଏ ଯାହା କହୁ ପଛକେ ସେ କିନ୍ତୁ ନିଜ ବିଚାରରେ ଅଟଳ । ରାମଚନ୍ଦ୍ର ବାବୁଙ୍କ ପୈତୃକ ଗାଁ ସୁଦୁର ବରଗଡ଼ ଜିଲ୍ଲାରେ, ସମ୍ପତ୍ତି କହିଲେ କିଛି ମାଣ ଜମି ଓ ପୈତୃକ ଘର ଟିଏ । ଗୋଟିଏ ପୁଅ ବଲି ସବୁ ତାଙ୍କର । ରାମଚନ୍ଦ୍ର ବାବୁ ବିଚାର କଲେ ସେ ସବୁ ବିକି ଏଠି କିଛି କରିବେ ଏ ଅସହାୟ ଛୁଆଙ୍କ ପାଇଁ । ପତ୍ନୀ ବୈଦେହୀ ଦେବୀ ଓ ଝିଅ ମନୋରମା ମଧ୍ୟ ତାଙ୍କ କଥାରେ ଏକମତ । ସଭା ହେବାର କିଛି ଦିନ ପରେ ଧରତୀଗୁଡା ଗାଁର ପ୍ରାଥମିକ ବିଦ୍ୟାଳୟ ଆଉ ସେ ଝାଟି ମାଟିର ଭଗ୍ନାସ୍ତୁପ ହୋଇ ରହିଲ ନାହିଁ । ରାମଚନ୍ଦ୍ର ବାବୁ ସମସ୍ତ ସୁତ୍ରରୁ ଯାହା ସମ୍ବଳ ଯୋଗାଡ କଲେ ତାହା ସେହି ବିଦ୍ୟାଳୟରେ ଲଗାଇଲେ । ବିଦ୍ୟାଳୟ କୋଠାଘର ହେଲା, ଗ୍ରନ୍ଥାଗାର ଟିଏ ବନା ହେଲା ଓ ଗରିବ ଛାତ୍ର ଛାତ୍ରୀଙ୍କୁ ସହାୟତା କଲେ ରାମଚନ୍ଦ୍ର ବାବୁ । ଯାହା ଦରମା ପାଆନ୍ତି ସବୁ ସେହି ଠାରେ ଖର୍ଚ୍ଚ କରନ୍ତି । ହାଇ ସ୍କୂଲ୍ ଜାଇ ନଥିବା ଗାଁ ପିଲା କଲେଜ୍ ଗଲେ । ରାମଚନ୍ଦ୍ର ବାବୁ ଦୀର୍ଘ ଚାକିରୀ ଜୀବନରୁ ଯେଉଁଦିନ ଅବସର ନେଇ ଧରତୀଗୁଡା ଛାଡି ଯାଉଥାନ୍ତି ସେଦିନ ଗାଁ ଦାଣ୍ଡ କାନ୍ଦରେ ଭାବନାରେ ବୋହିଗଲେ । ରାମଚନ୍ଦ୍ର ବାବୁ ଯେ ତାଙ୍କ ଦେବଦୁତ ସେକଥା ବିନା ଦ୍ବିଧାରେ ସେମାନେ ଗ୍ରହଣ କରନ୍ତି ।
ଅନେକ୍ ବର୍ଷ ବିତିଗଲା ପରେ ରାମଚନ୍ଦ୍ର ବାବୁ ଅବସର ନେଇ ବରଗଡ଼ ରେ ରହୁଥିଲେ । ଅନେକ୍ ପରିଶ୍ରମ ପରେ ରୋଗାକ୍ରାନ୍ତ ହୋଇ ପଡିଥାନ୍ତି ଓ ଝିଅ କୁ ବାହା କଲାପରେ ତାଙ୍କ ପାଖରେ କିଛି ସମ୍ବଳ ମଧ୍ୟ ନଥାଏ । ଦୀର୍ଘ ଦିନର ଅସୁସ୍ଥତା ପରେ ଜଣା ପଡିଲା ତାଙ୍କୁ ହୃଦୟ ରୋଗ । ଯାହା ଯେତକୀ ସମ୍ବଳ ଥାଏ ସେ ଭିତରେ ଚିକିତ୍ସା କରିବା ଅସମ୍ଭବ । ଏହି ସମୟରେ ରାମଚନ୍ଦ୍ର ବାବୁ ଭର୍ତ୍ତୀ ହେଲେ ବୀର ସୁରେନ୍ଦ୍ର ସାଏ ମେଡିକାଲ୍ କଲେଜ୍ ରେ । ପତ୍ନୀ ବୈଦେହୀ ଦେବୀ ପାରୁ ପର୍ଯନ୍ତ ଚେସ୍ଠା କରୁଥାନ୍ତି ସେ କିପରି ସୁସ୍ଥ ହେବେ । ଅପରେସନ୍ କରିବାକୁ ହେବ କିନ୍ତୁ ଅନେକ୍ ପଇସା ଖର୍ଚ ହେବ ଆଣିବେ କେଉଁଠୁ । ଏହି ସମୟରେ ତାଙ୍କୁ ଦେଖିବା ପାଇଁ ପହଞ୍ଚିଲେ ଡା. କୁମର୍ ନାଏକ୍ । ଅତ୍ଯନ୍ତ ନମ୍ର ଭଦ୍ର ବ୍ୟକ୍ତିତ୍ବ ଜଣେ ଭଲ ଓ ବଡ ଡକ୍ଟର । କିନ୍ତୁ ସେ କେବେ ହେଲେ ଭୁଲି ନଥିଲେ ତାଙ୍କ ରାମ ସାର ଙ୍କୁ । ଦେଖିବା ମାତ୍ରେ ଚିହ୍ନି ପାରିଲେ ପାଦ ଧରି ଭାବ ବିଭୋର ହୋଇ ପଡ଼ିଲେ । କେହି କିଛି ବୁଝିବା ପୁର୍ବରୁ କହିଲେ ସାର୍ ଆପଣ ଏଠି ? ରାମଚନ୍ଦ୍ର ବାବୁ ପଚାରିଲେ ବାବା ତୁମେ କିଏ, ଚିହ୍ନି ପାରିଲି ନାହିଁ? ସବୁ କଥା ଜାଣିବା ପରେ ଛାତି ଚୌଡା ହୋଇଗଲା ତାଙ୍କର । ଡାକ୍ପାଟର ବାବୁ ପାଖରେ ଥିବା ସେବିକା, ନିଜ ଡାକ୍ଟର ବନ୍ଧୁ ମାନଙ୍କୁ ଡାକି କହିଲେ ମୁଁ ଭାବି ନଥିଲି ଜଣେ ଡାକ୍ଟର ହେବି, କାରଣ ଅନେକ୍ କିନ୍ତୁ ଆପଣ ମାନେ ତ୍ରେତୟାର ରାମଚନ୍ଦ୍ର କଥା ସୁଣିଥିବେ କିନ୍ତୁ ମୁଁ କଳି ଯୁଗର ଯେଉଁ ରାମଚନ୍ଦ୍ର ପାଇଁ ଆଜି ଏଠି ଏହି ଦେଖନ୍ତୁ ସେହି ମହାପୁରୁଷ ମୋର "ଗୁରୁ ରାମଚନ୍ଦ୍ର" । କେବଳ ମୁ ନୁହେଁ ଅନେକ୍ ତାଙ୍କ ଠାରେ ରୁଣୀ । ରାମଚନ୍ଦ୍ର ବାବୁଙ୍କୁ ଲାଗିଲା ସତେ ଯେପରି ପୁନର୍ ଜନ୍ମ ପାଇଲେ । ଡାକ୍ତର ନାଏକ୍ ତାପରେ ନିଜେ ସମସ୍ତ ଖର୍ଚ ବହନ କରି ଠିକ କଲେ ତାଙ୍କ ଅତି ଆଦରଣିୟ ଗୁରୁ ରାମଚନ୍ଦ୍ରଙ୍କୁ । ଗୁରୁ ଯେ କେତେ ମହାନ୍ ଏହି କାହାଣୀରୁ ବାରୀ ହୁଏ ।