ଗୀତା ହିଁ ମୂଳ
ଗୀତା ହିଁ ମୂଳ
ନମଇ ହରିଙ୍କ ଚରଣ
ମୁକତି ଦାତା ଭଗବାନ l
ହରିଙ୍କ ପାଦ ପଦ୍ମେ ଧ୍ୟାୟୀ
ଅଜ୍ଞାନ ଦୂର ହୋଇଥାଇ l
ମୁଖ ନିଃସୃତ କୃଷ୍ଣ ବାଣୀ
ଅର୍ଜୁନଙ୍କୁ ଦେଲେ ବଖାଣି l
ଅଷ୍ଟାଦଶ ଗ୍ରନ୍ଥ ସମଷ୍ଟି
ମହାନ ଗୀତା ଗ୍ରନ୍ଥ ସୃଷ୍ଟି l
ଜୀବର ସକଳ କାମନା
ଗୀତାଧ୍ୟୟନେ ଶ୍ରେୟ ସିନା l
ଧ୍ୟାନ ଜ୍ଞାନ କରମ ଯୋଗ
ମାୟାକୁ କରଇ ବିଯୋଗ l
ଗୃହସ୍ଥ ସନ୍ୟାସୀ ହୋଇବ
ନିଇତି ଗୀତା ପଢୁଥିବ l
ଗୀତା ପଢିଲେ ଚିତ୍ତ ଶୁଦ୍ଧି
ଜାଣିବ ଏହା ମହାବିଧି l
ମୋହ ମାୟା କରି ବର୍ଜନ
ଗୀତାକୁ କର ଆଲିଙ୍ଗନ l
ଗୀତାକୁ ପଢିଣ ବୁଝିବ
ପିଲାଙ୍କୁ ନିତ୍ୟ ବୁଝାଇବ l
ବାଲ୍ୟ କାଳରୁ ପଢ ଗୀତା
ହସିବ ଏ ଧରଣୀମାତା l
ଜନମମୃତ୍ୟୁ ମଧ୍ୟେ ଖେଳ
ତରିବା ପାଇଁ ଗୀତା ମୂଳ l
ବିଶ୍ୱ ସ୍ୱରୂପ ଦରଶନେ
ଅର୍ଜୁନ ଜ୍ଞାନ ଉଦେ କ୍ଷଣେ l
ସଂସାରେ ରୁହ ଯେତେ ଦିନ
ଆନନ୍ଦ କରୁଥାଅ ମନ l
ଜନମ ମରଣ ହିଁ ସତ
ଗୀତା ପଠନେ ମୋକ୍ଷ ପ୍ରାପ୍ତ l
ଶ୍ରେଷ୍ଠ ଅଟଇ ଗୀତା ଗ୍ରନ୍ଥ
ତା ବିନା ସବୁ ଅଟେ ତୁଚ୍ଛ l
ଗୀତାକୁ ସଭିଏଁ ପଢିବା
ଜୀବନ ସାର୍ଥକ କରିବା l।
