Pratima Das

Comedy

2  

Pratima Das

Comedy

ଏସି ବିଲ୍

ଏସି ବିଲ୍

1 min
384


ଜାନୁ ...ପ୍ରିୟା ଜୋରରେ ଚିଲାଇଲେ ।

-         କଣ ହେଲା ୟାର । ଘର ଫାଟି ଯିବ ?

-         ଦେଖ, ମୁଁ ଉଠିବା ପରେ ଏ ଏସି ଫେସି ଉପୁଡାଇ ଫୋପାଡିନି ଯଦି ଦେଖିବ !

-         କଣ ଏସି ରେ ଶୋଇ ମଜା ନେଉଛ । ଏସି ଉପୁଡାଇ ଫୋପାଡିବ ବାପରେ!

-         ରଖ ହୋ ତୁମ ଏସି ।

ପୁଅ ଉଠି ଚାଲିଗଲା। କହିଗଲା ମା ପ୍ଲିଜ ବିନା ଏସିରେ ବଂର ଶୁଅ ଏ ଡାଡିଙ୍କ ହିସାବରେ ଏସି ରେ ଶୁଅନି ।

-         ଆରେ କଣ ହେଲା ପ୍ରିୟା କୁହନା...

-         ଏତେ ସୋଗେଇଛ ଯଦି ଏ ପ୍ରାଣଛଡା ଗରମରେ ଦେଖିବ । କ'ଣ ନା ପ୍ରିୟା ଘଣ୍ଟେ ଚଲାଇବା, 20ମିନିଟ୍ ଏସି ବନ୍ଦ ରଖିବା । ଏମିତି ହିସାବ କଲେ ଚବିଶି ଘଣ୍ଟାରେ…20ଗୁଣନ24=480ମିନିଟ ମାନେ ଆଠଘଣ୍ଟା । ଇଲେକ୍ଟ୍ରିକ୍ ବିଲରେ ଏସି ଚାଲିବା ବିଲ-ର ଚାପ ପଡିବନି । ଆଠ ଘଣ୍ଟା କମିଯିବ । ବିଲଟା ହାଲୁକା ମନେହେବ । ପ୍ରଥମ କଥା ହେଲା, ପ୍ରତି ଘଣ୍ଟାରେ ଏସି ବନ୍ଦ କରିବ କିଏ ? କ୍ଲିକ୍ କରିବ କିଏ? ଆଁ କରି ଶୋଇବଯେ ଯାଇ ସକାଳ । ଭୂମିକମ୍ପ ଆସୁ କି ପାଟିରେ ବିଲେଇ ସୁସୁ କରୁ ଉଠିବାର ନାହିଁ । ମୁଁ ଘଣ୍ଟେ ଶୋଇ ଘଣ୍ଟେ ଉଠିପାରିବିନି ଠିକ୍ ଜାଣିଛ। ଗରମ ହେଲେ ଯାଇ ଉଠିବି । ସେଇ ମୌକାରେ ଆହୁରି ଚାପ କମ ହେବ, ତୁମ ଇଲେକ୍ଟ୍ରିକ୍ ବିଲ ଉପରେ । କି ସାଜିସ୍ ହୋ ! ଏସି ହଟାଅ ନହେଲେ ଏସି ଦିନରାତି ଲାଗୁ । କ'ଣ ନା.... ! ରଥ ବାବୁ କହୁଥିଲେ ଘଣ୍ଟେ ଚଲାଇ ଘଣ୍ଟେ ବନ୍ଦ କଲେ ଆହୁରି ଭଲ । ହ-ଇହେ ! ଏସି ଚଲଉଛ କାହିଁକି, ଲଗାଇବ ବି କାହିଁକି ? କାଗଜେରେ ଏସି ଲେଖି ଝୁଲାଇ ଦେଇଥାନ୍ତ ଆହୁରି ଭଲ ହୋଇଥାନ୍ତା ।


-         ଜାନୁ ! ଲଗାଉଛି। ରାଗ ନି ଗୋ !ମନେ ମନେ (ଚର୍ବିବାଲି) । ହଁ ଖାଲି ଲଗାଇବ ତୁମେ! ବାସ! ବନ୍ଦ କାମ ମୋର। ନହେଲେ 365ଦିନରେ ରୋଷେଇ ଅଲଟରନେଟ ଦିନ ବନ୍ଦ ହେବାଟାବି ଲାଗୁ ହେବ ଘରେ । ଜାନୁ ଲଗାଇଲି । ଶୋଇପଡ... ରାଗନି ।ଆଜି ରବିବାର ମଟନ ଖାଇ ପ୍ରିୟା ଏପରି ଗରମ ହେଉଛି । ବିଲ ଦେଖିଲେ ନିଜେ ବନ୍ଦ କରିବନିକି ?


ଏ ହେଉଛି ଶେଷ ହେଉ ନ ଥିବା ସ୍ବାମୀ ସ୍ତ୍ରୀ ନୋକଝୋଙ୍କ ପ୍ରେମ ।



Rate this content
Log in

Similar oriya story from Comedy