ବର୍ଷାର ଏକ ସ୍କେଚ
ବର୍ଷାର ଏକ ସ୍କେଚ
ରାଜପଥର ଦୁଇକଡେ ଏଇ ଏଇ ଫୁଲ ସବୁ ଝାଡି ଦେଇ କୃଷ୍ଣ ଚୂଡା ଗଛଗୁଡା ଫଳନ୍ତି ପୁତ୍ରବତୀ ରମଣୀ ପରି ଅସୁନ୍ଦରିଆ
ଦିଶୁଛନ୍ତି, ଛିଡ଼ା ହୋଇଛନ୍ତି।ଲମ୍ବା ଲମ୍ବା ଛୁଇଁଗୁଡା ଏଣେତେଣେ ପବନ ମାଡ଼ରେ ପଡିଛି। ଉତ୍ତରା ପବନ ବହି କଳାହାଣ୍ଡିଆ ମେଘ ଛେଚିଲାଣି।
ଫୋଲଡିଙ୍ଗ ଛତାଧରି ନିଜକୁ ବର୍ଷାରୁ ବଞ୍ଚାଉ ବଞ୍ଚାଉ ତନଭି କେତେବେଳେ ଅଧାରୁ ବେଶି ଭିଜିଗଲାଣି। ଧଳା ଡ୍ରେସ ଖୁବ ଅସୁବିଧାରେ ପକାଏ। ସେଥିରେ ପିରିଅଡ ଚାଲିଛି। କୃଷ୍ଣଚୂଡାପାଖ ସେଡକୁ ଆସି ମୋ ବସକୁ ଅପେକ୍ଷା କରିଛି।
ଚୂନିକୁ ଗୁଡେ଼ଇ ଦେଇଛି ଦୁଇପରସ୍ତ କରି ଛାତି ଉପରେ।ସେପଟେ ଚାଲିଯାଉଥିବା ,ଠିଆ ହୋଇଥିବା ମରଦ ଆଖିଗୁଡା ପାଞ୍ଚ ସେକଣ୍ଡିଆ ମଜା ହେଉପଛେ,ତନଭି ମୁହଁ ଦେହକୁ ସ୍କାନି
କରିପକାଉଛନ୍ତି।ତନଭି ବର୍ଷାକୁ ଭଲ ପାଇଲେବି ଚିଡୁଛି ଆଜି।କିଲୋ ବର୍ଷା ଝିଅଟେ ହୋଇ ଝିଅର ଅସୁବିଧା ଜାଣି ପାରୁନୁ।ଦେହର ଠିକ ଠିକ ଯାଗାରେ ପାଣି ଛେଚା ଦେଉଛୁ। କେମିତି ଘର ଯାଏଁ ଯିବି!!!
ବର୍ଷା ଅଭିମାନ ଭରା ସ୍ବରରେ କହୁଛି,ତୁମ ସୋନ୍ଦର୍ଯ୍ୟ ଠିକ ଠିକ ଜାଗାରେ ଫୁଟି ଉଠିବା ପାଇଁ ମୁଁ କଣ ଦାୟୀ।
ଅଳ୍ପ ଦୂରରେ ,ସେଡ ତଳେ ଜାଗା ନଥିବାରୁ ଜଣେ ଯୁବକ ଛିଡା ହୋଇଛନ୍ତି।କେହି ଝିଅ ନ ଥିବା ସେ ସେଡ ତଳକୁ ସାଇଡ ସାଇଡ କହି ପଶିଲେ ଯୁବକ ଜଣଙ୍କ।ଜରି ପ୍ୟାକେଟ ଗୋଟେ ବଢାଇଦେଲେ ତନଭି ଆଡ଼କୁ।ରାକ୍ଷୀ ଆସୁଛି, ସାନ ଭଉଣୀ ପାଇଁ ଏ ଷ୍ଟୋଲଟି ନେଉଥିଲି।କିଛି ମନେ କରିବେନି ଯଦି ଏଇଟି ଘୋଡେ଼ଇ ହୋଇ ପଡନ୍ତୁ। ମୁଁ କାଲି ଆଉ ଗୋଟେ କିଣିନେବି।ମୋ ବସ ଆସିଯାଇଥିଲା।ଏ ଜରି ଡଷ୍ଟବିନରେ ପକାଇ ଦେବ କହି ତନଭି ଷ୍ଟୋଲଟି ଘୋଡେ଼ଇ ହୋଇ ବସକୁ ଉଠିଗଲା।ସେ କାଗଜରେ ମୋ ଫୋନ ନମ୍ବର ଅଛି।
