Ramu Achari

Inspirational

2.5  

Ramu Achari

Inspirational

ଏକ ହୃଦୟକୁ ଛୁଇଁବା ପରି ପ୍ରେମ କାହାଣୀ

ଏକ ହୃଦୟକୁ ଛୁଇଁବା ପରି ପ୍ରେମ କାହାଣୀ

2 mins
15.5K


ଗୋଟେ ଝିଅ ଗୋଟେ ପୁଅକୁ ଶେଷଥର ପାଇଁ ଦେଖା କରିବା ପାଇଁ ଆସିଲା ଓ କହିଲା ମୋର ବିବାହ ସ୍ଥିର ହୋଇଯାଇଛି । ତେଣୁ ତୁମେ ମୋତେ ଭୁଲିଯାଅ । ମୁଁ ଏବେ ଆଉ କାହାର ହେବାକୁ ଯାଉଛି । ମୋର ଦୁଇଦିନ ପରେ ବାହାଘର । ପୁଅଟି ଚୁପଚାପ୍ ତାକୁ ଦେଖୁଥିଲା । ଝିଅଟି ପଚାରିଲା କିଛି କହିବ ନାହିଁ ? ପୁଅଟି ହସି ହସି କହିଲା-: . କେହି ଯଦି ମୋ ବିଷୟରେ ପଚାରେ କହିବ ପାଗଳ ପୁଅଟେ ଥିଲା, ଏ ମିଛ ଦୁନିଆରେ ସେ ମୋତେ ହୃଦୟ ଦେଇ ଭଲ ପାଉଥିଲା । ମୁଁ ଋଷି ଗଲେ ସେ କାନ୍ଦୁଥିଲା, ମୁଁ ଗାଳି କଲେ ସେ ହସୁଥିଲା, ସେ ତ ବହୁତ ସାହଶୀ ଥିଲା, କିନ୍ତୁ ମୁଁ ତା ପାଖରୁ ଦୂରେଇଯିବି ସେ ଭୟ କରୁଥିଲା ।।। . କେହି ଯଦି ମୋ ବିଷୟରେ ପଚାରେ କହିବ ପାଗଳ ପୁଅଟେ ଥିଲା, ମୋତେ ଦେଖା କରିବା ପାଇଁ ବରଷାରେ ଭିଜି ଭିଜି ଆସୁଥିଲା । ଯେଉଁଦିନ ମୁଁ ଖାଏ ନାହିଁ, ସେଦିନ ତାର ଉପବାସ ଥିଲା, ଆଉ କେହି ନଥିଲେ ତାର ମୋ ପାଇଁ ସେ ବଞ୍ଚିଥିଲା ।।। . କେହି ଯଦି ପଚାରେ କହିବ ପାଗଳ ପୁଅଟେ ଥିଲା, ଭୁଲ୍ ମୋର ହେଲେ ସା କ୍ଷମା ମାଗୁଥିଲା । ସବୁ ସମୟରେ ମୁଁ ଖୁସିରେ ରହେ, ସେ ତାର ସମସ୍ତ ପ୍ରୟାସ କରୁଥିଲା, ମୁଁ କେବେ ତାର ହେବି ସେ ଦିନରାତି ବସି ଭାବୁଥିଲା ।।। . କେହି ଯଦି ମୋ ବିଷୟରେ ପଚାରେ କହିବ ପାଗଳ ପୁଅଟେ ଥିଲା, ମୁଁ ମନା କଲେ ବି ମୋ ନାଁ ତା ପାଇଁ ଜପାମାଳି ଥିଲା । ମୋ ମୁହଁରେ ଟିକିଏ ହସ ଦେଖିବାକୁ କିଛି ବି ଗୀତ ଗାଉଥିଲା, ମୋ ହାତଧରି ଦୁନିଆ ସହ ଲଢିବାକୁ ବାହାରି ଯାଉଥିଲା ।।। . କେହି ଯଦି ମୋ ବିଷୟରେ ପଚାରେ କହିବ ପାଗଳ ପୁଅଟେ ଥିଲା, ମୋତେ ସେ ଜାଣିବା ପୂର୍ବରୁ ଦୁନିଆରେ ସେ ଏକା ଥିଲା । ଯେତେବେଳେ ମୁଁ ତାକୁ ପ୍ରଥମ ଥର ଦେଖିଲି, ତାର ମୁହଁରେ ଦୁଃଖର ଦରିଆ ଥିଲା, ମୁଁ ତା ପାଖରେ ଥିଲେ ସେ ଦୁନିଆକୁ ଭୂଲି ଯାଉଥିଲା ।।। . କେହି ଯଦି ମୋ ବିଷୟରେ ପଚାରେ କହିବ ପାଗଳ ପୁଅଟେ ଥିଲା, ତାର କେଇପଦ ଦୁଃଖ କଥାରେ ମୋତେ କନ୍ଦାଉଥିଲା । ତାର ଜୀବନ ଅସ୍ତବ୍ୟସ୍ତ ଥିଲା, କିନ୍ତୁ ସେ ମୋର ଖୁସି ପାଇଁ ସବୁକିଛି କରୁଥିଲା । ଶେଷଥର ପାଇଁ ମୁଁ ଯେବେ ତାର ହାତ ଛାଡିଲି, ସେ କିଛି ନକହି ଧୀରେଧୀରେ ହସି ଥିଲା । ମୋ କଥା ଭାବି ଭାବି ରାତିରେ ନିଦରୁ ଉଠି କାନ୍ଦୁଥିଲା, କେହି ଯଦି ମୋ ବିଷୟରେ ପଚାରେ କହିବ ପାଗଳ ପୁଅଟେ ଥିଲା ।।। . ସେ ପାଗଳ ପୁଅ ଏକା ଏକା ମୋ ସ୍ମୃତି ସହ ଲଢୁଥିଲା, ମୋ ବିନା ବଞ୍ଚିବାର ଅସଫଳ ପ୍ରୟାସ କରୁଥିଲା । ସେ ଆଜିବି ମୋତେ ଭଲ ପାଉଛି, କାଲି ବି ମୋତେ ଭଲ ପାଉଥିଲା, କେହି ଯଦି ମୋ ବିଷୟରେ ପଚାରେ କହିବ ପାଗଳ ପୁଅଟେ ଥିଲା ।।। (ପ୍ରେମ କେବେ ସରେ ନାହିଁ-LOVE NEVER END.)


Rate this content
Log in

Similar oriya story from Inspirational