Prangya priyadarshani Sia

Abstract Classics Inspirational

4.7  

Prangya priyadarshani Sia

Abstract Classics Inspirational

ଦୁଃଖ ର ଅବସାନ

ଦୁଃଖ ର ଅବସାନ

2 mins
218


କିଛି ମାସ ତଳର କଥା। ସୁର୍ଭି ଗୋଟେ ଏଣ୍ଟ୍ରାନ୍ସ ପରୀକ୍ଷାରେ ସଫଳ ହେବା ପାଇଁ ବହୁତ ଚେଷ୍ଟା କରିଥିଲା । ବହୁତ ପରିଶ୍ରମ କରି ଥିଲା । କିନ୍ତୁ ସେହି ପରୀକ୍ଷାରେ ସେ ସଫଳ ହୋଇ ପାରିଲା ନାହିଁ । ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ି ଥିଲା । ଏହା ପରେ ସେ ସବୁବେଳେ ଦୁଃଖରେ ରହିବାକୁ ଲାଗିଲା । ସୁର୍ଭିର ବାପା ନିଜ ଝିଅର ଏପରି ଅବସ୍ଥା ଦେଖି ଦୁଃଖ ଅନୁଭବ କରିଲେ ।


ଏହିପରି ଭାବେ କିଛି ଦିନ ବିତିଗଲା ।


ଦିନେ ସୁର୍ଭିର ବାପା ତାକୁ ଡାକି କହିଲେ , ତୁ ମୋ ସହିତ ଟିକେ ରୋଷେଇ ଘରକୁ ଚାଲ୍ ; ମୁଁ ତୋତେ କିଛି ଦେଖାଇବି । 

ରୋଷେଇ ଘରେ ସେ ପ୍ରଥମରୁ ଗ୍ୟାସ ଷ୍ଟୋଭ ଉପରେ ତିନୋଟି ପାତ୍ର ରଖିଥିଲେ । ସେ ସେହି ତିନୋଟି ପାତ୍ରରେ ପାଣି ଭର୍ତ୍ତିକରିଲେ । ପ୍ରଥମ ପାତ୍ରରେ କିଛି ଆଳୁ, ଦ୍ଵିତୀୟ ପାତ୍ରରେ କିଛି ଅଣ୍ଡା ଏବଂ ତୃତୀୟ ପାତ୍ରରେ କିଛି କଫି ରଖିଲେ ; ଷ୍ଟୋଭ ଲଗାଇ ସେଗୁଡିକୁ ସିଝିବା ପାଇଁ ଛାଡ଼ିଦେଲେ ।

        ପ୍ରାୟ କୋଡିଏ ମିନିଟ ପରେ ସୁର୍ଭିର ବାପା ସେ ଷ୍ଟୋଭ୍ ଗୁଡ଼ିକୁ ବନ୍ଦ କରିଲେ । ପ୍ରଥମ ପାତ୍ର ରୁ ଆଳୁ କାଢି ଗୋଟିଏ ପ୍ଲେଟ୍ ରେ , ଦ୍ଵିତୀୟ ପାତ୍ରରୁ ଅଣ୍ଡା କାଢି ଆଉ ଏକ ପ୍ଲେଟ୍ ରେ ରଖିଲେ ଏବଂ କଫିକୁ ଛାଣି ଏକ କପ୍ ରେ ରଖିଲେ । 

     ସୁର୍ଭିର ବାପା ସୁର୍ଭିକୁ ପଚାରିଲେ, "ତୁମକୁ କ'ଣ ଦେଖା ଯାଉଛି ?" 

ସୁର୍ଭି ଟିକିଏ ରାଗି ଯାଇ କହିଲା , "ଏଥିରେ ଦେଖିବାର କଣ ଅଛି ? ପାତ୍ର ଗୁଡିକରେ ଆଳୁ,ଅଣ୍ଡା ଏବଂ କଫି ରଖା ଯାଇଛି।" 


ସୁର୍ଭି ର ବାପା ସୁର୍ଭିକୁ କହିଲେ , " ଏଗୁଡ଼ିକୁ ସ୍ପର୍ଶ କରି ଦେଖ ।"


ଯେତେବେଳେ ସୁର୍ଭି ସେ ଆଳୁକୁ ଛୁଇଁ ଟିକେ ଦବାଇଲା ସେ ଦେଖିଲା ; ଆଳୁ ଗୁଡ଼ିକ ପୂର୍ବ ଠାରୁ ନରମ ହୋଇ ଯାଇଥିଲା । ଅଣ୍ଡା ଗୁଡିକର ଭିତର ଅଂଶ ପୂର୍ବ ଅପେକ୍ଷା କଠିନ ଥିଲା ଏବଂ କଫି ପାଣିରେ ଯାଇ ପାଣିର ରଙ୍ଗ ଏବଂ ବାସ୍ନା କୁ ପରିବର୍ତ୍ତନ କରି ଦେଇ ଥିଲା ।


ସୁର୍ଭିର ବାପା ସୁରଭିକୁ ବୁଝାଇଲେ ଯେ, ଆଳୁ , ଅଣ୍ଡା ଏବଂ କଫି ଗୋଟିଏ ସ୍ଥିତିରେ ପ୍ରବେଶ କରିଲେ ମାତ୍ର ପ୍ରତିକ୍ରିୟା ଭିନ୍ନ ଭିନ୍ନ ଥିଲା । ପୂର୍ବରୁ କଠିନ ଥିବା ଆଳୁ ନିଜକୁ ଦୁର୍ବଳ କରି କୋମଳ ହୋଇ ଯାଇଥିଲା , ଅଣ୍ଡାର ଭିତର ଅଂଶ ପୂର୍ବ ଠାରୁ ଶକ୍ତିଶାଳୀ ଅର୍ଥାତ୍ ଶକ୍ତ (କଠିନ) ହୋଇ ଯାଇଥିଲା ; କଫି ନିଜର ଅଭ୍ୟନ୍ତର ଓ ବାହ୍ୟ ପରିବେଶକୁ ହିଁ ପରିବର୍ତ୍ତନ କରି ଦେଇ ଥିଲା।


ଆମ ଜୀବନ ମଧ୍ୟ ସେହିପରି । ଜୀବନରେ ବାଧା ବିଘ୍ନ ଆସିବ ; କିନ୍ତୁ ତୁମ ଉପରେ ନିର୍ଭର କରେ ତୁମେ କିପରି ପ୍ରତିକ୍ରିୟା ଦେଖାଇବ...... ଆଳୁ / ଅଣ୍ଡା / କଫି ।


ସେହିଦିନ ଠାରୁ ସୁର୍ଭିର ଜୀବନର ଦିଗ ପରିବର୍ତ୍ତନ ହୋଇ ଥିଲା । ସୁର୍ଭିର ସମସ୍ତ ଦୁଃଖର ଅବସାନ ଘଟି ଥିଲା ।

 


Rate this content
Log in

Similar oriya story from Abstract