Prasant Kumar Nath

Tragedy Others Abstract

3  

Prasant Kumar Nath

Tragedy Others Abstract

ଦୀପ ଲିଭିଗଲା ଦୀପାବଳୀରେ

ଦୀପ ଲିଭିଗଲା ଦୀପାବଳୀରେ

2 mins
13.7K


ସେଦିନ ଥିଲା ଦୀପାବଳୀ । ସମସ୍ତେ ଖୁସିରେ ବାଣ ଫୁଟେଇବାରେ ଲାଗିଥାନ୍ତି ।

କିନ୍ତୁ ଘରର ଏକ କଣରେ ବସି ଆଖିରୁ ଲୁହ ଝରାଉଥାଏ ଅସୀମା । ଆଉ ଭାବି

ହେଉଥାଏ ପ୍ରତୀକଙ୍କ କଥା ।

ପ୍ରତୀକ ଥିଲେ ଅସୀମାଙ୍କ ଜୀବନସାଥୀ । ସେଦିନ ବି ଏମିତି ଆସିଥାଏ ଦୀପାବଳୀ

। ସମସ୍ତେ ଖୁସିରେ ଦାଣ୍ଡ ଅଗଣାରେ ବାଣ ଫୁଟାଉଥିଲେ । ଆଉ ସମସ୍ତଙ୍କ ପାଇଁ

ବାଣ କିଣି ଆଣିଥିଲେ ପ୍ରତୀକ । ଅସୀମା ପାଇଁ ମଧ୍ୟ ଆଣିଥିଲେ

ଧପଧପି,ଝରଝରି,ସାପ ଏମିତି ଅନେକ ଯାହା ଶବ୍ଦ କରେ ନାହିଁ । ଖାଲି ଆନନ୍ଦ

ଦେଇଥାଏ । ଆଉ ଆସୀମାଙ୍କୁ କହିଥିଲେ ପ୍ରୀତମକୁ (ପ୍ରତୀକଙ୍କ ଚାରି ବର୍ଷର

ପୁଅ) ଧପଧପି ଦେବାପାଇଁ ଆଉ ସବୁବେଳେ ତା ପାଖେ ପାଖେ ରହିବା ପାଇଁ । ଏହା

କହି ସିଏ ଚାଲି ଯାଇଥିଲେ ସାଙ୍ଗ ମାନଙ୍କ ପାଖକୁ ବାଣ ଫୁଟାଇବାକୁ ।

ଅନ୍ୟମାନଙ୍କ ସହ ପ୍ରତୀକ ମଧ୍ୟ ବାଣ ଫୁଟାଉଥାନ୍ତି । କିନ୍ତୁ ଅସୀମାଙ୍କୁ ବହୁତ

ଡର ଲାଗୁଥାଏ । ଭାବୁଥାନ୍ତି ପ୍ରତୀକଙ୍କୁ ଡାକି କହିବ, ବାଣ ଠାରୁ ଦୂରେଇ

ରହିବ,ଦରଫୁଟା ବାଣ ପାଖକୁ ଯିବନି, ବାଣକୁ ହାତରେ ଧରି ଫୁଟେଇବନି,ବାଣର

ସୁତୁଲୀ ଲମ୍ବା କରି ନିଆଁ ଲଗାଇବ ଇତ୍ୟାଦି । ପୁଣି ଭାବେ ନାହିଁମ ପ୍ରତୀକ ପରା

ସମସ୍ତଙ୍କୁ ଅନେକ ପରାମର୍ଶ ଦିଅନ୍ତି ସିଏ କଣ ଏତିକି ଜାଣି ପାରିବେନି ଯେ ମୁଁ

କହିବି ! ତଥାପି ମନଟା ବୋଲ ମାନେନି । ଆଖି ଖାଲି ଖୋଜି ବୁଲୁଥାଏ ତାଙ୍କୁ ।

କିନ୍ତୁ ସିଏ କେମିତି ତାଙ୍କୁ ଡାକି ଏହି କଥା ସବୁ କହିବେ । ପାଖରେ ଶାଶୁ ନଣଦ

ସମସ୍ତେ ଅଛନ୍ତି ସେମାନେ କଣ ଭାବିବେ ।

ସେତେବେଳେକୁ ଦଶଟା ବାଜିଲାଣି ଶଶୁର ବଡବଡୁଆଙ୍କ ପିଣ୍ଡ ବାଢି ,ପିମ୍ପେଇ

ଡାକିବା ପାଇଁ ରେଡି କରୁଥାନ୍ତି । ହଠାତ ଚହଳ ପଡିଗଲା ବାଣ ଫୁଟି ପ୍ରତୀକଙ୍କ

ଦେହରେ ନିଆଁ ଲାଗି ଯାଇଛି । ଚାହୁଁ ଚାହୁଁ ଲୋକ ମାନେ ରୁଣ୍ଡ ହୋଇଗଲେ । ଆଉ

ଆମ୍ବୁଲାନ୍ସ ଡାକି ତାଙ୍କୁ ଡାକ୍ତରଖାନା ନେଇଗଲେ । ସେହି ଦିନରୁ ଆଜିଯାଏ ଆଉ

ଫେରି ନାହାନ୍ତି । ଡାକ୍ତର ଖାନାରେ ଦୁଇ ଦିନ ରହିଲା ପରେ ଡାକ୍ତର ତାଙ୍କୁ ମୃତ

ଘୋଷଣା କଲେ ।

ଲିଭିଗଲା ଅସୀମାଙ୍କ ଖୁସିର ଦୀପ, ଭାଙ୍ଗିଗଲା ତାଙ୍କ ହାତର ଶଙ୍ଖା

,ପୋଛିଗଲା ତାଙ୍କ ମଥାର ସିନ୍ଦୁର । ଆଉ ସିଏ ସାଜିଗଲେ ବିଧବା । ପୁଅ ତାଙ୍କର

ସାଜିଗଲା ବାପଛେଉଣ୍ଡ । ସବୁଦିନ ପାଇଁ ଅମାବାସ୍ୟା ର ଅନ୍ଧାର ପାଲଟିଗଲା

ଅସୀମାଙ୍କ ଜୀବନ ।

ସେହିଦିନ ଠାରୁ ସବୁ ପିଲାମାନେ ବାହାରେ ବାଣ ଫୁଟାଇ ଖୁସି ହେଉଥିବା ବେଳେ

ଅସୀମା ତାଙ୍କ ପୁଅ ପ୍ରୀତମକୁ ଧରି ଏମିତି ଘର କଣରେ ବସି ରୁହନ୍ତି । ଆଉ

ଆଖିରୁ ଲୁହ ଢାଳୁଥାନ୍ତି ।

~~~~~**~~~~~

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ,ପ୍ରୀତିପୁର,ଯାଜପୁର I

ମୋ-08892301143


Rate this content
Log in

Similar oriya story from Tragedy