STORYMIRROR

SANGITA SATAPATHY

Inspirational

3  

SANGITA SATAPATHY

Inspirational

ଦେବଯାନ

ଦେବଯାନ

1 min
235

ଉଦୁ ଉଦିଆ ଖରାବେଳ।ଦଲକାଏ ଉଷୁମ ମିଶା ଶୀତଳ ପବନର ସ୍ପର୍ଶ ଛଡା ଆଉ କିଛି ଅନୁଭବ କରିପାରୁନଥିଲା ଶେଫାଳି।ତାର ଜ୍ଞାତ ଥିଲା ଯେ,ବସ ଆସିବାର ନାହିଁ ଏ ସମୟରେ।ତଥାପି ସେ ବାହାରିଥାଏ କୌଣସି ଏକ କାମରେ ସହରକୁ।ଦୂରରୁ ଦୃଶ୍ୟମାନ ହେଉଥିଲା ଏକ ବସ।ଯାହାକି ପୂର୍ବ ଛକରେ ଅଧ ମିନିଟ ରହି ଆଗକୁ ମାଡି ଆସିବ ଶେଫାଳି ଅପେକ୍ଷା କରିଥିବା ଛକରେ।

ତା ପୂର୍ବ ଦିନ ତାର ନିର୍ବନ୍ଧ ସରିଥିଲା।ଖୁସିର ମିଠା ମୁହୂର୍ତ୍ତଗୁଡିକ ଗୁଞ୍ଜରୀ ଉଠୁଥିଲା ଗୋଟିକ ଗୋଟି।ହଠାତ କେହି ଜଣେ କହିଲା,ମା' ମୋତେ ଟିକେ ସାହାଯ୍ୟ କର।

ପଛକୁ ବୁଲି ଶେଫାଳି ଦେଖିଲା,ଦିବ୍ୟାଙ୍ଗ ବୃଦ୍ଧ ବ୍ୟକ୍ତିଟି ଭିଲଚେୟାର ରେ ବସିଛି।ବୃତ୍ତି ଭିକ୍ଷା ସକାଶେ ଏ ଉଦୁଉଦିଆ ଖରାରେ ବହାରିପଡିଛି।

ଉଠାଣି ରାସ୍ତା କୁ ପାରିକରିବା ପାଇଁ ସେ ଅନୁରୋଧ କରୁଥିଲା। ।ଶେଫାଳି ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଡାକ ପକାଇଲା,କିନ୍ତୁ ତା ଡାକ ସେ ବ୍ୟକ୍ତି ପାଖରେ ପହଞ୍ଚିପାରିଲା ନାହିଁ।ସେ ଅପେକ୍ଷା କରିଥିବା ବସ ଟି ବି ଆଗକୁ ଆଗକୁ ମାଡି ଆସୁଛି ।ଦିବ୍ୟାଙ୍ଗ ବ୍ୟକ୍ତିକୁ ସାହାଯ୍ୟ କରିବା ଅବସରରେ ବସ ଟି ଫିଟି ନ ଯାଉ ଏଥିପାଇଁ ଶେଫାଳି ବ୍ୟସ୍ତ ହୋଇ ଉଠୁଥିଲା ।

   ହଠାତ କେହିଜଣେ ଅନ୍ତରରୁ ଧକ୍କା ଦେଲା ।ଆପେ ଆପେ ଶେଫାଳିର ହାତ ଦିବ୍ୟାଙ୍ଗ ହୁଇଲ ଚେୟାର ର ହେଣ୍ଡାଲ କୁ ଧରିପକାଇଲା ।ଉଠାଣି ପାର କରିବା ପରେ ଦେଖିଲା ସେ ବସ ଟି ଆଉ ନାହିଁ ।ଶେଫାଳିର ମନକୁ କିଛି ଆସିବା ପୂର୍ବରୁ ଧୀରେ ଧୀରେ ଦେଖିପାରୁଥିଲା ଅସମୟରେ ଆସୁଥିବା ବସ ........ଦେବଯାନ ଧବଳେଶ୍ବର କୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from SANGITA SATAPATHY

Similar oriya story from Inspirational