STORYMIRROR

Mahesweta Panigrahi

Tragedy

3  

Mahesweta Panigrahi

Tragedy

ଦାନବ

ଦାନବ

1 min
197


ମାଆ ମାଆ

ଦୌଡ଼ି ଆସିଲା ପପୁ, ମାଆ ତୁ କୋଉଠି ଲୋ, ବାପା କୁଆଡେ଼ ଗଲା ଲୋ।

କାଇଁ କଣ ହେଲା ବାପ!

ଆରେ ତୁ ପାଶୁରି ଦେଲୁ, ସେ ଦିନ କହିଥିଲୁ ନା ଯେ ମୋ ଜନ୍ମଦିନରେ ସେ ମାଲିକାଣୀ ଘର ପୁଅର ଜନ୍ମଦିନ ଭଳି ଥାକ ଥାକ ହେଇଥିବା ବଡ଼ କେକ୍ ଆଣିବୁ, ଆଉ ନୂଆ ଡ୍ରେସ ସହ କେତେ ଖେଳନା ବି, ଆଁ କହିଥିଲୁ ନା ଲୋ,,... କହ ମାଆ କହ, ଆହୁରି ସେ ହାପି ବାର୍ଥ ଡେ ଗୀତ ବି ଗାଇବୁ, ସାଙ୍ଗ ସବୁଙ୍କୁ ଡାକିବୁ...

କେତେବେଳେ ଆଣିବୁ ଉଁ କହ ଲୋ


ପଣତକୁ ଟାଣି ଟାଣି ଛଅ ବର୍ଷର ପୁଅ ପପୁ ହଟ୍ଟ କରୁଥିଲା ମାଳତୀକୁ, ସେ ପୁଅକୁ କେମିତି ବୁଝାଇବ ଜାଣି ପାରୁ ନଥିଲା, ହେ ଭଗବାନ୍ କଣ ସବୁ ଘଟିଗଲା, ସେ କେତେ ସ୍ୱପ୍ନ ଦେଖିଥିଲା କିନ୍ତୁ ସବୁ ଧୂଳିସାତ। ପପୁର ବାପା ଧାର କରଜ କରି ନୂଆ ଅଟୋ ଗୋଟେ ଆଣିଥିଲା, ଦିନରାତି ମେହେନତ କରି ସେ ପ୍ରଥମେ ଧାର ସୁଝିବ, ତା' ପରେ ପୁଅକୁ ଭଲ ସ୍କୁଲରେ ପାଠ ପଢାଇବ, କିନ୍ତୁ ଏ କୋରୋନା ଲାଗି ଯୋଉ ଲକ୍ ଡାଉନ୍ ଗାଡ଼ି ଦୁଇ ମାସ ପୁରା ବନ୍ଦ୍, ଏବେ ରାସ୍ତାକୁ କଢ଼ିଲେ ବି କାଁ ଭାଁ କିଏ ଦିଶୁଛି ଯେ ସେ ଆଦାୟ ଗାଡ଼ିକୁ ସାନିଟାଇଜ୍ କରି ତେଲ ପକାଇବାକୁ ନିଅଣ୍ଟ, ସକାଳୁ ସଂଜ ହେଲେ ଗୋଟେ ଗ୍ରାହକ ମିଳିବା କଷ୍ଟ। ସେଥିରେ ପୁଣି ବୋଝ ଉପରେ ନଳିତା ବିଡା ଭଳି ସୁରତ ଫେରନ୍ତା ଦେଢଶୁର ଯାଆ ଆଉ ତାଙ୍କର ଦୁଇଟା ପିଲା। ସେ ଆଉ କିଛି ଭାବି ପାରିଲା ନାହିଁ, ସବୁ ଅନ୍ଧାର ଦିଶିଲା, ଖାଲି ପାଟିରୁ ବାହାରିଲା::: ହାୟରେ ଦାନବ କୋରୋନା, କେତେ ସପନ କଲୁ ଚୁନା.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Mahesweta Panigrahi

Similar oriya story from Tragedy