sarita sahu

Inspirational

4.5  

sarita sahu

Inspirational

ଦାଦନର ଦୁଃଖ

ଦାଦନର ଦୁଃଖ

3 mins
365


      

  

  ପୂଜା ଗୋଟେ ଛୋଟ ଝିଅ ତା ଆଖିରେ ଚମକ , ହୃଦୟରେ ଉଲ୍ଲାସ । ସେ ଖେଳୁଥିଲା ତା ସାଙ୍ଗ ମିଲି ସହିତ ତାକୁ କହୁଛି, ମିଲି ଜାଣିଛୁ ଏଥର ମୁଁ ମୋ ଗାଁ କୁ ଚାଲି ଯିବି । ମୋତେ ଆମ ଗାଁ ଦେଖିବାକୁ ବହୁତ ଇଚ୍ଛା, ସେଠି ମୋ ଜେଜେ, ଜେଜେମା, ଖୁଡ଼ି, ଦାଦା ସବୁ ଅଛନ୍ତି ହେଲେ ମୁଁ କେବେ ଦେଖିନି ଇଚ୍ଛା ହୋଉଛି ଦେଖିବାକୁ । ମାଆ କୋହୁଥିଲା ଆମ ଗାଁ ବହୁତ ସୁନ୍ଦର ସେଠି ବହୁତ ଆମ୍ବ ଗଛ ଅଛି ଆଉ ରଜ ପର୍ବ ରେ ସେଠି ବାଉଁଶ ଦୋଳି ଲାଗେ ମୁଁ ଏଥର ଗାଁ କୁ ଗଲେ ଭାରି ମଜା କରିବି ।


  ପୂଜା କହି ଚାଲିଛି ମିଲି ଏକ ଲୟରେ ଶୁଣୁଛି ହେଲେ ବାରଣ୍ଡାରେ ବସିଥିବା ମାଆ ରମା ଆଖିରେ ଆଖିଏ ଲୁହ ।

ପୁଣି ପୂଜା କହି ଚାଲିଥାଏ, ଆମର ଗୋଟେ ବଡ଼ ପୋଖରୀ ଅଛି ସେଥିରେ ବହୁତ ମାଛ ଅଛନ୍ତି ହେଲେ ମୁଁ ତ କେବେ ଦେଖିନି ଜେଜେ,ଜେଜେମା କୁହନ୍ତି ଶୁଣିଛି ଭାରି ଇଚ୍ଛା ଆମ ଗାଁ କେମିତି ଜେଜେ, ଜେଜେମା କେମିତି ସମସ୍ତଙ୍କୁ ଦେଖିବାକୁ ବହୁତ ଇଚ୍ଛା । ଆଉ ମୋ ଜେଜେ, ଜେଜେମା ବି ମୋତେ ଦେଖିବାକୁ ଭାରି ବ୍ୟାକୁଳ ହେଉଛନ୍ତି । ମୁଁ କାଳେ ଜନ୍ମ ପୂର୍ବରୁ ମୋ ବାପା ମାଆ ଏଠାକୁ ଦାଦନ ଖଟିବାକୁ ଚାଲିଆସିଥିଲେ । ହେଲେ ମୁଁ ବୁଝି ପାରୁନି ଏ ଲକଡାଉନ୍ କଣ ? ଯେତେବେଳ ମୁଁ ତୋ ପାଖକୁ ଆସୁଥିଲି କିଛି ଲୋକ କୋହୁଥିଲେ ଏଇ କୋରନା ଯୋଗୁଁ ବହୁତ କ୍ଷତି ହୋଉଛି

ଦେଶର ହେଲେ ମୁଁ ତ ତା ଯୋଗୁଁ ଗାଁ କୁ ଯିବି । ମୋ ଜେଜେ, ଜେଜେମା, ଆମ ଗାଁ, ଆମ ପୋଖରୀ ସବୁ ଦେଖି ପାରିବି ।

  

  ତାର ଶେଷ କଥା ଗୁଡ଼ିକ ଶୁଣିବାର ଧର୍ଯ୍ୟ ନଥିଲା ତା ମାଆ ରମାର । ପୂଜା କଣ ବୁଝିବ ଦାଦନ ର ଅର୍ଥ, ପୂଜା କେତେବା ବୁଝିଛି ଏଇ କରୋନା ଭୟଭୟତାକୁ । ଏଠି ଏବେ କାମ ବନ୍ଦ । ଘର ଭଡ଼ା ଦେବା ଦୂରର କଥା ଆଉ ୨/୩ ଦିନ ପରେ ଖାଇବାକୁ ମିଳି ବନି । ଦେଖାଯାଉ ଯିବା ରାସ୍ତା ସବୁ ଖୋଲା ଅଛିକି ନାହିଁ ।   

 

   ସେଦିନ ସକାଳୁ ପୂଜା କୁ ଜ୍ଵର ଖାଇବାକୁ କିଛି ନାହିଁ । ସେହି ଅସୁସ୍ଥତା ଭିତରେ କଞ୍ଚା ଚୁଡ଼ା ଖାଇ ପୂଜା ଖୁସି ଥିଲା ଯେ ସେମାନେ ବହୁ ଚଞ୍ଚଳ ଗାଁ କୁ ଯିବେ, ପୁଣି ବସ ରେ , ଟିକେଟ ହୋଇସାରିଛି । ଓଡ଼ିଶା ସରକାର ବହୁତ ସାହାଯ୍ୟ କରିବେ । ତା ବାପା ମାଆ ଆଉ ପଡିଶା ଓଡ଼ିଆ ମୋଉସା ମାଉସୀ ଓ ତାଙ୍କ ପିଲା ଛୁଆ ବି ଗାଁ କୁ ଯିବେ ।

ତା ଆଖି ଜ୍ଵର ରେ ବୁଜି ହୋଇଯାଉଥିଲା ହେଲେ ତା ଆଖିରେ ଖାଲି ତା ଗାଁ , ଜେଜେ,ଜେଜେମା ଙ୍କୁ ଦେଖିବାର ଖୁସି ରେ ସପନ ଦେଖୁଥିଲା । ହେଲେ ସେ ଜାଣି ପାରୁନଥିଲା ତା ଜରୁଆ ଦେହକୁ ଠିକ୍ କରିବାକୁ ତା ବାପା ମାଆ ଙ୍କ ପାଖରେ ଅର୍ଥ ନାହିଁ ସେମାନେ ଅସମର୍ଥ, ସେ ଖାଲି ସପନ ଦେଖି ଚାଲିଥିଲା ।

 

  ସେ ବସ ରେ ବସିଗଲା ତା ପାଟି ଶୁଖି ଶୁଖି ଯାଉଥିଲା । ହେଲେ ତାକୁ ତା ଜେଜେମାଙ୍କ ହାତରୁ ପାଣି ପିଇବା ର ଇଚ୍ଛା ହେଉଥିଲା ।

କେମିତି ସେ ଗାଁ ରେ ପହଞ୍ଚିବ ତା ଜେଜେ କୋଳରେ ଶୋଇ ଗପ ଶୁଣିବ ଶୋଇବାର ସ୍ବପ୍ନ ରେ ବିଭର ପୂଜା ଜ୍ଵରରେ । ସେ କିଛି ବୁଝି ପାରୁନଥିଲା ବାପା ମାଆ ଙ୍କ କଷ୍ଟ ସେ ଜ୍ଵର ରେ ବିଲିବିଲି ହୋଉଛି । ହେଲେ ଗୋଟେ ପ୍ରବଳ ଧକା ରେ ଯେତେ ବେଳେ ଚହଲି ପଡ଼ିଲା ମାଆ ବୋଲି ଯୋରେ ଚିତ୍କାର କରି ରମା କୁ କୁଣ୍ଢେଇ ପକାଇଲା ଯେତେ ଡାକିଲେ ବି ଶୁଣିଲାନି ପୂଜା । 


  ବସ ଦୁର୍ଘଣା ରେ ପୂଜା କୁ ଛାଡି ଅନ୍ୟ ଯାତ୍ରୀ ମାନେ ରକ୍ଷା ପାଇଯାଇଥିଲେ । କ୍ୱାରେଣ୍ଟିନ ଦଉଡ଼ି ଆସିଥିଲେ ତାର ଜେଜେ, ଜେଜେମା ହେଲେ ପୂଜାର ମୃତ ଦେହ ଦେଖି ପାରିଲେନି କି ପୁଅ ବୋହୂକୁ ଦେଖି ପାରିଲେନି ଶ୍ୱାସ ରୁଦ୍ଧ ହୋଇ କୋହ ଭାରା ହୃଦୟରେ ଫେରି ଯାଇଥିଲେ ଗାଁ କୁ । 


Rate this content
Log in

Similar oriya story from Inspirational