sarita sahoo

Abstract Children

4.5  

sarita sahoo

Abstract Children

ବାପା

ବାପା

3 mins
1.7K



  ବାପା କେବଳ ଗୋଟେ ଶଦ୍ଦ ନୁହେଁ । ବିଶାଳ ହୃଦୟର ପ୍ରତିଶବ୍ଦ । ରକ୍ତ ମାଂସ ର ଦେବତା । କାଗଜଟେ ଆଣିଲି , କଲମ ବି ଧରିଲି । ତୁମ ପାଇଁ କିଛି ଲେଖିବାକୁ ଚାହିଁଲି । ବାପା:- ତୁମ ପାଇଁ କଣ କିଛି ଲେଖି ହେବ ? ଡରବି ଲାଗୁଛି କାଳେ ଶବ୍ଦକୋଷ ଫାଙ୍କା ପଡ଼ିଯିବ । କାଳେ କିଛି ଭୁଲ ରହିଯିବ । ଲେଖିବା ଆଗରୁ ଆସ ମୋ ଛୋଟ ବେଳ କଥା ଟିକେ ମାନେ ପକାଇଦେବି । ମୁଁ ରେଖା ଆଉ ମୋ ଗରିବ ବାପା ନରେଶ ବାବୁ । ସେହି ପୁରୁଣା ଦିନକୁ ଡ଼ାୟରୀ ରେ ଲେଖି ରଖିଥିବା ଗଳ୍ପ ଆସ ପଢ଼ିବା...


  ନରେଶ ବାବୁଙ୍କର ଏକ ମାତ୍ର ଝିଅ ରେଖା । ନରେଶ ବାବୁ ତାଙ୍କ ଝିଅ କୁ ବହୁତ ଭଲ ପାଆନ୍ତି । ରେଖା ଭଲ ପାଠ ପଢ଼େ ଓ କ୍ଲାସ୍ ରେ ଫାଷ୍ଟ ହୁଏ । ନରେଶ ବାବୁ ଗରିବ ଲୋକ ହେଇଥିବାରୁ ତାଙ୍କ ଝିଅ କୁ ସେ ଅନ୍ୟ ବାପାଙ୍କ ଭଳି କିଛି ଉପହାର ଦେଇ ପାରନ୍ତିନି । ସେଥିପାଇଁ ରେଖର ମନ ଭାରି ଦୁଃଖ ।


  ଦିନକର କଥା ରେଖା ସ୍କୁଲ ରୁ ଫେରି ତା ମାଆ ପାଖରେ କାନ୍ଦିକି କହିଲା । ବାପା ମୋତେ ଯମା ବି ଭଲ ପାଉନାହନ୍ତି କି କୁଆଡେ ବୁଲେଇବା ପାଇଁ ନେଉନାହନ୍ତି । ମୋ ସାଙ୍ଗମାନେ କମ୍ ମାର୍କ ରଖିଲେବି ତାଙ୍କ ବାପା ମାନେ ସେମାନଙ୍କୁ ବଡ଼ ବଡ଼ ହୋଟେଲ କୁ ନେ଼ଇ ଭଲ ଖାଇବାକୁ ଦେଉଛନ୍ତି । ମୁଁ ଫାଷ୍ଟ ହେଇକିବି ମୋର କିଛି ନାହିଁ । ନରେଶ ବାବୁ ଦୁଆର ପାଖରେ ଠିଆ ହୋଇ ସବୁ କଥା ଶୁଣୁଛନ୍ତି । ନରେଶ ବାବୁ ଝିଅ ର ଏସବୁ କଥା ଶୁଣି ଆଖିରୁ ଲୁହ ଅସିଗଲା । ନରେଶ ବାବୁ ଘରକୁ ଆସିଲେ ଓ ଝିଅକୁ ବୁଝାଇଲେ । କହିଲେ ମା ରେ ମୋ ପାଖରେ ଏତେବି ପଇସା ନାହିଁ ଯେ ତତେ ନେଇ ବଡ ହୋଟେଲ ରେ ଖୁଆଇବାକୁ ଦେବି । ଏଥର ଯଦି ପରୀକ୍ଷା ରେ ଫାଷ୍ଟ ହେବୁ ସତ କହୁଛି ବଜାର ନେଇକି ଭଲ ଜିନିଷ ଖୁଆଇବି । ରେଖା ସେଇଠୁ ଖୁସି ହୋଇଗଲା । ଆଉ ସବୁଦିନ ଭଳି ମନ ଦେଇ ପାଠ ପଢିଲା ଓ ପରୀକ୍ଷା ଦେଲା । ନରେଶ ବାବୁ ଯେଉଁଠି ଯେତିକି କାମକରି ପଇସା ଆଣନ୍ତି ସେ ପଇସାରୁ ଅଧେ ରେଖା ପାଇଁ ରଖନ୍ତି । 

  କିଛି ଦିନ ପରେ ରେଖା ର ରେଜଲ୍ଟ ବାହାରିଲା । ଏଥର ବି ରେଖା ସ୍କୁଲ ରେ ଫାଷ୍ଟ ହେଇଛି । ସେଦିନ ସନ୍ଧ୍ୟାରେ ବଜାର ଗଲେ କିଛି ବାଟ ଯାଉ ଯାଉ ରେଖା ନଜରରେ ପଡ଼ିଲା ପାଖ ଦୋକାନରେ ହଉଥିବା ଦୋସା ଉପରେ । ରେଖା ନରେଶ ବାବୁଙ୍କୁ କହିଲା ବାପା ବାପା ମୁଁ ଦୋସା ଖାଇବି । ଦୁଇଜଣ ସେ ଦୋକାନକୁ ଗଲେ । ନରେଶ ବାବୁ ସେ ଦୋକାନୀ ମାଲିକକୁ ପଚାରିଲେ ସେ ଦୋସା ଗୋଟେ କେତେ ଟଙ୍କା ? ମାଲିକ କହିଲେ ପଚାଶ ଟଙ୍କା । ସେଠୁ ନରେଶ ବାବୁ ଗୋଟେ ଦୋସା ଆଣିଲେ । ଏ କଥା ଦେଖି ରେଖା ପଚାରିଲା ବାପା ତମେ ଖାଇବନି ଗୋଟେ କଣ ପାଇଁ ଆଣିଲ । ତମ ପାଇଁ ଗୋଟେ ଆଣିଲନି । ନରେଶ ବାବୁ କହିଲେ ନା ରେ ମା ମୁଁ ଘରେ ଖାଇଥିଲି ଭୋକ ନାହିଁ ତୁ ଖା । ରେଖା ମନ ଖୁସିରେ ଦୋସା ଖାଇଲା । ନରେଶ ବାବୁ ପକେଟ ରେ ପଚାଶ ଟଙ୍କା ଥାଏ । ଏସବୁ ଦେଖୁଥାନ୍ତି ତାଙ୍କ ପଛରେ ବସି ଥିବା ଜଣେ ବାବୁ । ଏ ସବୁ ଦେଖି କର୍ମଚରୀଙ୍କୁ ଡାକିଲେ । ସେଠି ଆଉ ଗୋଟାଏ ଦୋଷା ପ୍ଲେଟ ଦେବା ପାଇଁ କହିଲେ । ସେ ଦେଇଛନ୍ତି ବୋଲି କହିବାକୁ ମନା କଲେ । କର୍ମଚାରୀ ଜଣକ ଏ କଥା ଶୁଣି ସାରି ନରେଶ ବାବୁଙ୍କୁ ନେଇ ଗୋଟେ ଦୋସା ପ୍ଲେଟ ଦେଲେ । ନରେଶ ବାବୁ ପଚାରିବାରୁ ସେ କର୍ମଚାରୀ ଜଣକ କହିଲା ଆଜି ଆମ ଦୋକାନରେ ଅଫର୍ ଅଛି ଗୋଟେ ଦୋସା ସହିତ ଆଉ ଗୋଟେ ମାଗଣା । ନରେଶ ବାବୁ ଓ ରେଖା ଦୋସା ଖାଇଲେ । ଦୋସା ଖାଇସାରି ନରେଶ ବାବୁ ଦୋକାନୀ ମାଲିକକୁ ପଇସା ଦେଲା ବେଳକୁ ଦୋକାନୀ ପଇସା ରଖିଲାନି । ଦୋକାନୀ ମାଲିକ କହିଲା ତମ ଠାରୁ ପଇସା ରଖାଯିବ ନାହିଁ ଆଜି ତମ ପାଇଁ ମାଗଣା । ହଁ ଶୁଣ ଆଉ ଗୋଟେ ପ୍ୟାକିଙ୍ଗ ହୋଇ ଅଛି ନେଇଯିବ । ନରେଶ ଆଉ ରେଖା ଆଣି ଘରେ ପହଞ୍ଚିଲେ । ରେଖା ମାଆ ସେ ଦୋସା କୁ ଖାଇଲେ ଖୁସି ହୋଇଗଲେ । ସେ ବାବୁ ଜଣଙ୍କ ୩ ଟି ଦୋସା ର ପଇସା ଦୋକାନୀ କୁ ଦେଇଦେଲେ । ନରେଶ ବାବୁ ଆଉ ରେଖା ଙ୍କ ପଛରେ ଆସି ସେ ଭାରି ଖୁସି ହୋଇଗଲେ । 

   

   ଏବେ ରେଖା ବଡ଼ ହେଲା ପରେ ବୁଝିପାରିଲା କାହିଁକି ସେ ଲୋକ ଆସିଥିଲେ ଆମ ପଛରେ । ସବୁବେଳେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ଉଚିତ ଆମର ଛୋଟ ସାହାଯ୍ୟ ତାଙ୍କ ପାଇଁ ବହୁତ ଖୁସି ।


Rate this content
Log in

Similar oriya story from Abstract