STORYMIRROR

Shubhalaxmi Tripathy

Children

4  

Shubhalaxmi Tripathy

Children

ବଣର ରାଜା

ବଣର ରାଜା

1 min
4


ବଣର ରାଜା ମୁଁ ବଣର ରାଜା l

ବନଯାକ ପଶୁ ମୋର ପରଜା ll

ପକ୍ଷୀଏଁ ସମସ୍ତେ ମୋହର ଭାଟ l

ବୃକ୍ଷଙ୍କ ଫୁଲରେ ଚାଲଇ ବାଟ ll

କୋମଳ ତୃଣ ଓ ପତ୍ରର ଶେଜ l

ବସିଥାଏ ସଦା ପଥର ମେଜ ll

କହିବାକୁ ମତେ ମାଡୁଛି ଲାଜ l

ମଣିଷ ଗୁଡାକ ଏଡ଼େ ନିର୍ଲଜ ll

ବାଣବୁଦା କଟି ସଫା କରନ୍ତି l

ଆମ୍ଭକୁ ମାରିଣ ଚର୍ମ ବିକନ୍ତି ll

ଆମ୍ଭେ ସିନା ତୁମ୍ଭ ମଙ୍ଗଳକାରୀ l

ଆବର୍ଜନା ସବୁ ଦେଉସୁଧାରି ll

ଆମ୍ଭବିନା ପରିବେଶ ଖରାପ l

ଲାଗିବ ସଂସାରେ ନିଦାଘ ତାପ ll

ଜଙ୍ଗଲ ଅଭାବେ ଜଳ ଅଭାବ l

ଅଳ୍ପକାଳଗଲେ ଚିନ୍ତା ବଢିବ ll

ନେଡିଗୁଡ଼ କହୁଣିକୁ ଗଡ଼ିଲେ l

ପାଇବନି ଜିଭ ଯେତେ ବୁଲାଇଲେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Shubhalaxmi Tripathy

Similar oriya story from Children