Chittaranjan Nanda

Action

3  

Chittaranjan Nanda

Action

ବିପ୍ଳବୀ ମାନଙ୍କର ସମାଜ ପାଇଁ ଦାନ

ବିପ୍ଳବୀ ମାନଙ୍କର ସମାଜ ପାଇଁ ଦାନ

2 mins
193



ବ୍ରିଟିଶ ଶାସନରେ ନଥିଲା ଶିକ୍ଷା, ସଂସ୍କୃତି, ନା ଥିଲା ଗଣବିକାଶ, ବା କଲ୍ୟାଣର କିଛି ଯୋଜନା, ଥିଲା ଖାଲି ଶୋଷଣ ଓ ଦେଶର ଧନକୁ ନିଜ ଦେଶକୁ ବୋହି ନେବାର ପ୍ରବୃତ୍ତି । ସେଇ ଅନ୍ଧାର ଭିତରେ ଏ ମାଟିରେ ଆସିଥିଲା ଦୁଇ ଦୁଇଟି ଲୋମଟାଙ୍କୁରା ଦୁର୍ଭିକ୍ଷ ! ଦୁର୍ଭିକ୍ଷ ରାକ୍ଷସର ଆଁ ଭିତରେ ପଡ଼ି ଛଟପଟ ହନ୍ତସନ୍ତ ହେଉଥିଲେ ଲକ୍ଷ ଲକ୍ଷ ଜନ ସାଧାରଣ |

ନଅଙ୍କ ଦୁର୍ଭିକ୍ଷର ପରବର୍ତ୍ତୀ ସମୟରେ ଦୈବୀବଳରୁ ଯାହା କ୍ଷତି ହୋଇଥିଲା ତତୋଧିକ କ୍ଷତି ଥିଲା ମନୁଷ୍ୟକୃତ ! ତତ୍କାଳୀନ ଧୂର୍ତ୍ତ ହୀନମନା କୁଚକ୍ରୀ ଗୋଷ୍ଠୀ ଦ୍ଵାରା ଯେ ଖାଦ୍ୟର କୃତ୍ରିମ ଅଭାବ ସୃଷ୍ଟି କରାଇ ଲକ୍ଷାଧିକ ଭାରତୀୟଙ୍କୁ ମୃତ୍ୟୁ ଦ୍ଵାରକୁ ଠେଲି ଦେଇଥିଲେ |

ଦାରିଦ୍ର୍ୟ, କଷଣ, ଅତ୍ୟାଚାର ଭିତରେ ଶହ ଶହ ବର୍ଷ ଧରି ଗୋଟିଏ ଜାତି ନିର୍ବେଦ, ନିଃସହାୟ, ରିକ୍ତ, ବିକ୍ଷତ ହୋଇ ଅନ୍ଧାରୀ ଗମ୍ଭୀରା ଭିତରେ ଗୁରୁଣ୍ଡୁଥିଲା । 

ଏ ମାଟିରେ ଉଭାହେଲେ ଏ ଜାତିର କିଛି ଇଷ୍ଟ ପୁରୁଷ ଓ ଜନନେତା !

କିଛି ସ୍ଫୁଲିଙ୍ଗ-ଅଜେୟ ସୈନିକ; ମାଟିର ଦେଶପ୍ରେମ, ଜାତିପ୍ରେମର ଅନିର୍ବାଣ ଦୀପଶିଖା ଜଳାଇଥିଲେ କିଛି କର୍ମଯୋଗୀ କର୍ମଵୀର ତାଙ୍କ ଉଦ୍ଗତ ମସୀ ଆକ୍ରମଣ କରିଥିଲା ଶତ୍ରୁଙ୍କୁ ! ଭୀରୁ, ସ୍ଥାଣୁ, ଅଭିଳାଷ ବିହୀନ ଜୀବନ ଜୀଉଁଥିବା ଭାରତୀୟଙ୍କ ମନରେ ନୂତନ ଅଭିଳାଷ ଜଗାଇଲେ ସ୍ୱାଧୀନତାର ବହ୍ନି ! ଏ ଜାତିର ଗର୍ବଗୌରବ ଗାରିମାର, ସ୍ବାଭିମାନର ସେଇ କିଛି ସୂର୍ଯ୍ୟସମ ଯୁଗପୁରୁଷଙ୍କ ପ୍ରଭାବରେ କଡ ଲେଉଟେଇଲା ସରୀସୃପୀ-ନିଦ୍ରାରେ ଶାୟିତ ଏକ ଜାତି । ରାଜ୍ୟର ବହୁ ପ୍ରାନ୍ତ, ବହୁ ମୁଲକରୁ କ୍ରମେ ଶୁଭିଲା ରଣହୁଙ୍କାର । ସ୍ତିମିତ ପ୍ରାୟ ଧିମେଇ ରହିଥିବା ବହୁ ଆଗ୍ନେୟ ଉତ୍ସ ସେ ମହାସ୍ରୋତରେ ସାମିଲ ହେଲେ, ଯାହା ଥିଲା ସ୍ୱାଧୀନତାର ସଂଗ୍ରାମ | ଏଇ ମୁଲକରେ ସେମାନେ ସ୍ୱାଭିମାନର ବହ୍ନି ଜଳାଇଛନ୍ତି, ଦିଗଦିହୁଡି, ଅରମାବଣ କାଟି ରାସ୍ତା ଗଢ଼ିଛନ୍ତି, ସ୍ବେଦ, ଲହୁ ଢାଳି ସେ ରାସ୍ତାକୁ ଟାଣ କରିଛନ୍ତି; ଲକ୍ଷ ଲକ୍ଷ ପଥଚାରୀଙ୍କ ପାଇଁ ତ୍ୟାଗ ଓ ଦରଦର ବୃକ୍ଷଛାୟା ରଚିଛନ୍ତି ।

 କିନ୍ତୁ ସମାଜର ସମ୍ଭ୍ରାନ୍ତ ବଡ଼ପଣ୍ଡାମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ବ୍ରିଟିଶ ମାନଙ୍କର ଗୋଡାଣିଆ | ଏହା କିଛି ନୂଆ ନୁହେଁ |


Rate this content
Log in

Similar oriya story from Action