STORYMIRROR

Sulochana Behera

Tragedy

3  

Sulochana Behera

Tragedy

ବିଗତ କଥା

ବିଗତ କଥା

2 mins
242


ରାତି ଦଶଟା ବାଜିଲାଣି । 

ପ୍ରତାପ ବାଟକୁ ଅନାଇଁ ଦାଣ୍ଡ ପିଣ୍ଡାରେ ବସିଥାଏ ଗୋଲାପ । ରାତି ବଢିବା ସହିତ ମାଆ ମନର ବ୍ୟାକୁଳତା ବଢି ବଢି ଯାଉଥାଏ । 

  ମନେ ପଡି ଯାଉଥାଏ ବିଗତ ଦିନରେ ବିତିଥିବା ବିଷର୍ଣ୍ଣ ରାତି ଓ ଛିନ୍ନ ସମ୍ପର୍କ କାହାଣୀ । ଜୀବନର ଅପରାହ୍ନରେ ଆତ୍ମସମୀକ୍ଷା କରି ଲାଭ କ'ଣ ନା କିଏ କିଛି ଦେବ ନା କିଏ କିଛି ନେବ ସବୁ କିଛି କାଳର କରାଳ ଗର୍ଭରେ ଲୀନ ହୋଇ ଯାଇଛି । ବାତ୍ସଲ୍ୟ ମମତାର ଡୋର ଏତେ ଶକ୍ତ ଯେ ସବୁ ଦୁଃଖ, ଯନ୍ତ୍ରଣାକୁ ଛାତିରେ ଚାପି ଧରି ଅବଶିଷ୍ଟ ଜୀବନକୁ ବଞ୍ଚିବା ପାଇଁ ଖୋରାକ ଯୋଗାଏ ।

   ବାଲ୍ୟାବସ୍ଥାରେ ମାତୃ ବିୟୋଗ, ଯୌବନେ ସ୍ବାମୀ ବିୟୋଗର ନିଷ୍ଠୁର ଦୁଃଖ କେତେ ଯେ ମର୍ମାହତ ଦାରୁଣ ହୋଇପାରେ ସେ କଥା ଗୋଲାପ ଠାରୁ ଅଧିକ କେହି ବୁଝିନଥିବେ । ଅଙ୍ଗେ ଅଙ୍ଗେ ନିରାଶ, ବିଷାଦ, ଦୁଃଖ ଓ ଯନ୍ତ୍ରଣାକୁ ଦେହରେ ଲେପି ହୋଇ ଗୋଲାପ ପୁଅ ମୁଖକୁ ଚାହିଁ ଶୂନ୍ୟତାରୁ ପୂର୍ଣ୍ଣତା ପ୍ରାପ୍ତି କରୁଥାଏ । 

   ମନେ ପଡିଯାଉଛି ସେହି ଦାରୁଣ ମାତୃ ବିୟୋଗ ଅତୀତ । ହୋଇଥାଏ ମାତ୍ର ପାଞ୍ଚ ମାସର ଶିଶୁ । ଜନ୍ମଦାତା ପିତାଙ୍କୁ ଚିହ୍ନିବା ପୂର୍ବରୁ ଛାଡି ଆରପାରିକି ଚାଲିଗଲେ ।ଯେତେବେଳେ ମାତ୍ର ଦଶମାସର ମାଆ ନିଜ ସୁଖକୁ ଆଦରି ଅନ୍ୟବାସ ହୋଇଗଲା । ମାତୃ ପିତୃ ହୀନ ଦଶ ମାସର ଶିଶୁ ଯିଏ ପ୍ରତ୍ୟେକ ମୁହୂର୍ତ୍ତରେ ମାଆର କ୍ଷୀର ଖୋଜି ଡହଳ ବିକଳ ହୋଇ କାନ୍ଦୁଥାଏ । ଏତିକି ବେଳେ ପିଉସୀ ମାଆର ଅନାଦର, ଅଯତ୍ନ ଓ ଅବହେଳାରେ ବଢ଼ି ଯେତେବେଳେ ଦଶ ବର୍ଷର ହୁଏ ସେତେବେଳେ ଗାଈ,ଗୋରୁ,ଛେଳି, ମେଣ୍ଢା ଚରାଇ ଯାହା ରୋଜଗାର କରେ ପିଉସୀ ହାତକୁ ଦେଇଦିଏ । ପିଉସୀ ମାଆର ବି କେହି ସନ୍ତାନ ନଥିଲେ, ବାଲ୍ୟ ବିଧବା ଥିଲେ । ଶଶିକଳା ପରି ବଢ଼ି ବଢ଼ି ଗୋଲାପ ଯୌବନରେ ପଦାର୍ପଣ କରେ । ପାଠ ନ ପଢିଲେ ବି ଗୋଲାପ ସତ୍ୟ, ନ୍ୟାୟ,ଧର୍ମ ଓ ଭୁଲ୍ ଠିକ୍ ହିସାବ ଭଲ ଭାବରେ କରେ । ବେଶ୍ ମାର୍ଜିତ ବ୍ୟବହାର । କେହି ଆଙ୍ଗୁଠି ଦେଖାଇବା ପୂର୍ବରୁ ସତର୍କ ଥାଏ । ବୟସର ଚଗଲା ମନକୁ ବିବେକର ବନ୍ଧନରେ ବାନ୍ଧି ରଖି ଥାଏ ।

ବିବାହ ବୟସ ହେବାରୁ 

ଜଣେ ଲମ୍ପଟର ମିଥ୍ୟା ପ୍ରରୋଚନାରେ ଦୁଇଟି ସନ୍ତାନର ବାପକୁ ପିଉସୀ ଛନ୍ଦି ଦେଲା । ମାତ୍ର ଛଅ ମାସର ବିବାହ ବନ୍ଧନରେ ଆବଦ୍ଧ ହୋଇ ଗୋଲାପକୁ ଛାଡି ଚାଲିଗଲା ତାର ନିଜ ଗୃହକୁ ଯେତେବେଳେ କି ଗୋଲାପ ଦୁଇ ମାସର ଅନ୍ତଃସତ୍ତ୍ୱା ଥିଲା ।ପ୍ରତିବାଦ କରିବାପାଇଁ କିଏ ବା ଅଛି । ସେହି କୋଡ଼ିଏ ବର୍ଷ ବୟସ ବେଳୁ ଗୋଲାପ ମିଛ ଶଙ୍ଖା ସିନ୍ଦୂର ପିନ୍ଧି ଅନାଇଁ ବସିଛି କେବଳ ପୁଅର ପରିଚୟ ପାଇଁ ।

ଏତିକି ବେଳେ ପ୍ରତାପର ଗାଡି ଶଦ୍ଦ ଶୁଣି ଖୁସି ହୋଇ ଆଖିରୁ ଲୁହ ପୋଛି ଗୋଲାପ ଘରକୁ ଗଲା ।



Rate this content
Log in

Similar oriya story from Tragedy