ବିଦାୟ ! ଅଲବିଦା.. ଅଲବିଦା...
ବିଦାୟ ! ଅଲବିଦା.. ଅଲବିଦା...


ଗୋଟେ ଛୋଟ ଗାଉଁଲିରୁ ଆସିଥିବା କୁନି ଝିଅଟି ନାଆ ତାର ନିକି ।ପରୀକ୍ଷାରେ ଭାଲ ମାର୍କ ପାଇ ସହରରେ ପଢିବା ପାଇଁ ଗୋଟେ ସୁଯୋଗ ମିଳିଛି ତାକୁ ସରକାର ତରଫରୁ ,ଚତୁର୍ଥ ଶ୍ରେଣୀରେ ପଢିବ ନିକି ଆମେରିକାର ନିକୋ ସହରରେ । ଅନେକ ଆଗ୍ରହ ଆଉ ଉଦିପନା ଆଶାର ବାଡ଼ିରେ ଗଂଠୁଲି ପକେଇ ରଖିଛି କିଛି ଅପାରଙ୍ଗମ ସ୍ୱପ୍ନ ଆଉ ଆକାଂକ୍ଷା । ଜ୍ଞାନର ପରିସୀମା ବି କମ ନୁହେଁ ମାତୃଭାଷା ଆଉ ଅଙ୍କରେମାହିର ସିଏ । 2ବର୍ଷ ପଢିଲା ପରେ ଅନେକ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପୁରସ୍କାର ଆଉ ମାନପତ୍ର ମଧ୍ୟ ପାଇଛି ସିଏ ଆଜି କ୍ଳାସରେ ପ୍ରଥମ ସ୍ଥାନର ଯୋଗ୍ୟା ବିବେଚିତା।
ଆଜି ତାଙ୍କ ବିଦ୍ୟାଳୟରେ ବିଦାୟ କାଳୀନ ଉତ୍ସବ । ବିଦାୟ ନେଉଛନ୍ତି ଜଣେ ବିଜ୍ଞାନ ବିଭାଗର ଦକ୍ଷଶିଳ ବୟସ୍କପ୍ରାପ୍ତ ଶିକ୍ଷକ । ପ୍ରଥମ ଥର ପାଇଁ ଏ function ଥିଲା ନିକି ପାଇଁ । ଆଗରୁ ସେ କେବେ ଶୁଣି ନ ଥିଲା କି ଜାଣିନଥିଲା ଏମିତି ବିଦାୟ କାଳୀନ ସଭା ହୁଏ ବୋଲି । ପ୍ରଥମ ଥର ପାଇଁ ସେ ଚିନ୍ତାରେ ପଡ଼ି ଯାଇଥିଲା ଇଏ କି ନୂଆ function, ସାଙ୍ଗ ସାଥି କୁ ପଚାରିଥିଲା ,ଆଉ ଉତ୍ତରରେ ମିଳି ଥିଲା- ସାର୍ ଆଜିଠୁ କ୍ଳାସ କରିବେ ନାହିଁ ବିଦ୍ୟାଳୟରୁ ସାର୍ ପଳେଇବେ ସେଥିପାଇଁ ଆଜି ବିଦ୍ୟାଳୟ ଏମିତି ଗୋଟେ function ଆୟୋଜିତ କରି ତାଙ୍କୁ ସମ୍ମାନ ସହ ବିଦାୟ ଦେବେ । ନିକି ସେଦିନ ଟିକେ ବେସି ଖୁସି ହୋଇ ଯାଇଥିଲା ସେ ବିଜ୍ଞାନର ଶିକ୍ଷକ ତାକୁ ଅଗପରି ମରିବେନି , ଆଉ ଅଧିକ ପ୍ରଶ୍ନ ତାକୁ cls ରେ ପଚାରି ବେନି ଆଦି ଏମିତି କିଛି।
କ୍ଳାସ କୁ ସାର୍ ଆସିବେନି ଭଲ ହେଇଛି ପଳେଇ ଯାଆନ୍ତୁ ସେ ସାର୍ !ଏମିତି କହି ସେଦିନ ସେ ପଳେଇଥିଲା ତା ରୁମକୁ ।
ତା ପରଦିନ farewell ସଭା ରେ ନିକି ଆଉ ତା ସାଂଗମାନେ ସଭାରେ ଥାଆନ୍ତି । ଗୁରୁ ଦିବସ ,ଶିଶୁ ଦିବସ ପରି ସଭାସ୍ଥାନ ସୁନ୍ଦର ଭାବରେ ସାଜ ସଜା ହୋଇ ଥାଏ ।ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆସିଥାଆନ୍ତି ଆଉ କିଛି ଅଭିଭାବକ ପୁର୍ବତନ ଛାତ୍ର ଛାତ୍ରୀ ମାନଙ୍କ ସହ କିଛି ମାନ୍
ୟ ଗଣ୍ୟ ବ୍ୟକ୍ତି କୁ ମଧ୍ୟ ନିମନ୍ତ୍ରୀତ କରା ଯାଇ ଥାଏ । ଯଥା ସମୟରେ function ଆରମ୍ଭ ହୁଏ
ମୁଖ୍ୟ ବକ୍ତା ଅତିଥି ପରିଚୟ ଦେଉଥାନ୍ତି ,ଜଣକ ପରେ ଜଣେ ଅତିଥି ଆସି ତାଙ୍କ ଅଭିଭାଷଣ ରଖନ୍ତି । କିନ୍ତୁ ସେଦିନ ନିକି ଲକ୍ଷ୍ୟ କରୁଥାଏ କାହାରି ମୁହଁରେ ହସ ନାହିଁ , କ୍ଳାସ ରେ ହୁମ ଦାମ କରୁଥିବା ସେ ପଛ ବେଞ୍ଚର ବାଳୁଙ୍ଗା ପିଲା ଆଜି ନିରବ ନିସ୍ତବ୍ଧ । କ୍ଳାସର ସେ ଶିକ୍ଷକ ଶିକ୍ଷୟତ୍ରୀ ଆଜି ତଳମୁହାଁ , କ୍ଳାସ ର last yearପିଲାଙ୍କ ଆଖିକୁ ଦେଖେ ତ ଲାଗୁ ଥାଏ ଯେମିତି ଲୁହ ଗୁଡାକ ଥଲ ଥଲ ହେଇ ଆଖି ଡୋଳା ଚାରିପଟେ ଲହରୀ ଖେଳୁଛି ।
ୟା ଭିତରେ ଅଭିଭାଷଣର ପାଳି ପଡି ଯାଇ ଥାଏ ସେ ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକଙ୍କର ।ନିକି ଲକ୍ଷ୍ୟ ଲରୁଥାଏ ସେଦିନ ଶିକ୍ଷକଙ୍କୁ । ଶିକ୍ଷକ ପାଲଟି ଯାଇଥିଲେ ଜଣେ ଜୀବନ୍ତ ମୁଦାର । ତାଙ୍କର ସେ ସିଂହ ପରି ଗର୍ଜନ ଆଜି ଶିଶୁର ସ୍ୱରରେ ।ତାଙ୍କ ର ସେ ତୀକ୍ଷଣ ସର ମରା ଆଖି ଯେମିତି ବର୍ଷାରେ ଓଦା ହଇଯାଇଛି ,ଆଉ ତାଙ୍କ ସେ ଗାଳି କରୁଥିବା ଓଠ ଦୁଇ ଟା ଯେମିତି ଶୀତ ଦିନର ବରଡା ପତ୍ର ପରି ପାଲଟି ଯାଇଥାଏ । ଶିକ୍ଷକ ସେଦିନ 35ବର୍ଷ ର ଶିକ୍ଷକତା ବିଷୟରେ ଅନେକ କିଛି ଶିଖିଛନ୍ତି ଆଉ ଶିଖାଇଛନ୍ତି ସେକଥା କହୁ ଥାଆନ୍ତି ।
ୟା ଭିତରେ ନିକି ହଜି ଯାଇଥିଲା ତା ଭାବନାର ସ୍ୱପ୍ନରେ ନିଜକୁ ନିଜେ କ୍ଷମା କରି ପାରୁନଥିଲା ସେ କଲି ଯୋଉ ସାର୍ ସ୍କୁଲରୁ ବିଦାୟ ନେଲେ ସିଏ ବେସି ଖୁସି ହାଇଥାଆନ୍ତ ସେଇ ସାର୍ଙ୍କ ପାଇଁ ଆଜି ତା ଆଖି ରେ ଲୁହ ,ମନରେ ହରାଇ ବସିବାର ଡର ,ଆଖିରେ ଉଙ୍କି ମାରୁଛି ସେ ବିଜ୍ଞାନ କ୍ଳାସର ପାଠପଢ଼ା ଆଉ ତାକୁ ସବୁ କ୍ଲାସ ରେ ପ୍ରଥମ ପ୍ରଶ୍ନ ପଚାରିବା ର ସେ ସ୍ମୃତି ଆଉ ସେ ଖାଇଥିବା ସେ ବେତ ପାହାର ସତେ ଯେମିତି କିଏ ଛଡାଇ ନେଇ ଯାଉ ଥିଲା ତା ଠୁ ।।
ୟା ଭିତରେ ଶିକ୍ଷକଙ୍କ ଭାଷଣରେ ପୂର୍ଣ୍ଣ ଛେଦ ପଡି ଯାଇ ଥାଏ । ସଭାରେ ଅଲବିଦା... ଅଲବିଦା.. ସେ ଧ୍ୱନି କମ୍ପା ମନ କରୁଥାଏ ।ନିକି ମଧ୍ୟ ସେଦି ପ୍ରଥମ ଥର ପାଇଁ ସେ ବିଜ୍ଞାନ ସାର୍ ଙ୍କୁ ଅଲବିଦା ବୋଲି କହିଥିଲା ।।