STORYMIRROR

Deepanjali Mahakud

Inspirational

3  

Deepanjali Mahakud

Inspirational

ଭୟ -ଗୋଟିଏ ରାତିର କଥା

ଭୟ -ଗୋଟିଏ ରାତିର କଥା

2 mins
198

ସେଦିନ ଥାଏ ଅମାବାସ୍ଯାର ରାତି, ଚାରିଆଡେ ନିଶବ୍ଦ, ଶୂନଶାନ୍ ବାହାରୁ ଶୁଭୁଥାଏ ଅଜବ ପ୍ରକାରର ଶବ୍ଦ ଯାହାକି ଛାତି ଭିତରକୁ ଦୋହଲାଇ ଦେଉଥାଏ, ତା ସାଙ୍ଗକୁ ପୁଣି ମୂଷଳ ଧାରାରେ ବର୍ଷା ଓ ଘଡଘଡି ର କାନଫଟା ଚିତ୍କାର। ରୀତା ବସିଥାଏ ସୋଫା ଉପରେ ଅମାବାସ୍ୟ ରାତିରେ ପୁଣି ବର୍ଷାର ଏମିତି ରୂପ ତାକୁ ପୂରା ଭୟଭୀତ କରିଦେଇଛି, ସେ ସିନା ମନ ଭିତରେ ସାହାସ ବାନ୍ଧି ବସିରହିଥାଏ ହେଲେ ଅମାବାସ୍ଯାର ରାତି ଯେତେ ବଢୁଥାଏ, ତା, ମନ ଭିତରେ ଯ

ସେତିକି ଅଶାନ୍ତ ହୋଉଥାଏ, ଘର ଲୋକ ଦୁଇଦିନ ପାଇଁ ତୀର୍ଥ କରିବାକୁ ଯାଇଛନ୍ତି ହେଲେ ଯୋଗକୁ ଘର ଲୋକ ଫେରୁଛନ୍ତି କିନ୍ତୁ ସକାଳୁ ଆସି ପହଞ୍ଚିବେ, ଏହି କାଳରାତ୍ରୀ କୁ କିପରି ସେ ସାମନା କରିବ ଭାବୁଥାଏ ରୀତା, ଆଜି ଅମାବାସ୍ଯାର ରାତି ତା ସାଙ୍ଗରେ ପୁଣି ବିଜୁଳି, ଘଡଘଡି, କୋକିଶିଆଳ ର ଭୟଙ୍କର ଶବ୍ଦ ତା ମନ ଭିତରେ ଅନେକ ଆଶଙ୍କା ସୃଷ୍ଟି କରୁଛି, ସେ ମନେ ମନେ ଭଗବାନଙ୍କୁ ସ୍ମରଣ କରୁଛି କିନ୍ତୁ ବାହାରର ଅପ୍ରୀତିକର ଚିତ୍କାର ତା ମନକୁ ଦୁର୍ବଳ କରିଦେଉଛି। ଏମିତି ଭାବୁ ଭାବୁ ରାତି ପ୍ରାୟ ଦୁଇଟା ବାଜିଗଲା, ଘର ଆଗରେ ଗୋଟିଏ ସ୍କୁଲଘର, ସେ କିଛି ଲୋକଙ୍କ ଠାରୁ ଶୁଣିଛି ଯେ ସ୍କୁଲ ଘରମାନଙ୍କରେ ଭୂତ, ପ୍ରେତ ରୁହନ୍ତି ବୋଲି ପୁଣି ଭାବୁଥାଏ ଅମାବାସ୍ୟା ଅଧରାତିରେ ସେମାନେ ଉତ୍ପାତ ହୁଅନ୍ତି, ତା, ପରେ ସେ ପୁଣି ସୋଫା ଉପରେ ଜାକିଜୁକୀ ହୋଇ ବସି ପଡିଲା ହଠାତ୍ ନିଜର ଆସିଲା ମହମବତୀ ଉପରେ ଯାହାକି ଧୀରେ ଧୀରେ ସରିଆସିଲାଣି ଏହି ସମୟରେ ବାହାରୁ କିଛି ଗୋଟେ ଶବ୍ଦ ଶୁଭିଲା ତାକୁ,ତାକୁ କେହି ଡାକୁଛି ବୋଲି ତାକୁ ଅନୁଭବ ହେଲା ସେ କବାଟ ଖୋଲିବ କି ନାହିଁ ଭାବିବାକୁ ଲାଗିଲା ଓ ମନରେ ସାହାସ ବାନ୍ଧି କବାଟ ପାଖକୁ ଯାଇ ଭଗବାନଙ୍କ ମନ୍ତ୍ର ଗାଇ ଧୀରେ ଧୀରେ କବାଟ ଖୋଲିଦେଲା, ଆଖି ଖୋଲି ସେ ଯାହା ଦେଖିଲା ତା ଆଖିରେ ଲୁହ ଜକେଇ ଆସିଲା,ଚମ ଧୁଡୁ ଧୁଡୁ ବୁଢୀଟିଏ ତା ଘର ସାମନାରେ ବସି ବର୍ଷା ରେ ଭିଜି ଥରୁଛି, ରୀତା କିଛି ନଭାବି ସେ ବୁଢୀଟିକୁ ଘରକୁ ଆଣି ତାର ସେବାକରିବାକୁ ଲାଗିଲା ସେତେବେଳକୁ ତା, ମନରେ ଥିବା ଭୟ କୁଆଡ଼େ ଉଭାନ୍ ହୋଇଯାଇଥିଲା, ସେତେବେଳକୁ ପ୍ରାୟ ଚାରିଟା ବାଜିଗଲାଣି ବର୍ଷା ର ପ୍ରକୋପ ଧୀରେ ଧୀରେ କମି ଆକାଶରେ ସୁନେଲୀ ସୂର୍ଯ୍ୟଙ୍କର ଝାପ୍ସା କିରଣ ଭୂମି ଉପରେ ଟିକିଏ ଟିକିଏ ପଡିଲାଣି, ଚଢେଇ ମାନଙ୍କର କିଚିରିମିଚିରି ଶଦ୍ଦ ରୀତାର କାନରେ ବାଜିଲାଣି। ରୀତାର ମନରେ ଗୋଟିଏ ପ୍ରଶ୍ନ ଆସୁଛି ଏତେ ରାତିରେ ରୀତା ପାଖକୁ ଆସିଥିବା ସେହି ବୁଢୀ ଲୋକଟି ଭଗବାନ୍ ଙ୍କର ରୂପ ନୁହଁ ତ ?ଯେ କି ତାର ଅସହାୟତା କୁ ସହିନପାରି ତା ପାଖକୁ ଧାଇଁ ଆସିଥିଲେ ଅମାବାସ୍ଯାର ସେ କାଳରାତ୍ରୀରେ, ସେ ବି ବୁଝିସାରିଥିଲା ଭଗବାନ୍ ହିଁ ଆସିଥିଲେ ତା ମନର ଭୟକୁ ଦୂର କରିବାକୁ ସତରେ ବିଶ୍ୱାସ ଥିଲେ ଭଗବାନ ଆମକୁ କୌଣସି ରୂପରେ ବି ସାହାଯ୍ୟ କରନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational