Manaswinee Mishra

Inspirational

4.0  

Manaswinee Mishra

Inspirational

ଭୁଲ୍ କାହାର ?

ଭୁଲ୍ କାହାର ?

3 mins
28



 ପ୍ରତାପଗଡ଼ର ରାଜା ପ୍ରତାପ କେଶରୀ ଦେବ ଦିନେ ସମଗ୍ର ରାଜ୍ୟ ବାସୀଙ୍କ ପାଇଁ ଭୋଜନର ଆୟୋଜନ କରି ଥାଆନ୍ତି । ରାଜ୍ୟର ବଡ଼ ବଡ଼ ରୋଷିଆଳ ରୋଷେଇ କରୁ ଥାଆନ୍ତି । ନାନା ପ୍ରକାରର ବ୍ୟଞ୍ଜନ ସମଗ୍ର ରାଜ୍ୟ ବାସୀଙ୍କ ପାଇଁ ପ୍ରସ୍ତୁତ ହେଉଥାଏ । ରାଜ୍ୟରେ ଜନ ସମାଗମ ଓ ଖୁସିର ଲହରୀ ଖେଳି ଯାଇ ଥାଏ । ରୋଷେଇ କାମ ସରିଲା , ଲୋକମାନଙ୍କୁ ଡାକିବା ପାଇଁ ଲୋକ ପଠାଇ ଦେଲେ । ଆମ ହିନ୍ଦୁ ପରମ୍ପରା ଅନୁଯାୟୀ ସର୍ବ ପ୍ରଥମେ ବ୍ରାହ୍ମଣ ମାନଙ୍କୁ ଖାଦ୍ୟ ପରସା ଯାଇ ଥାଏ । 

  ଭୋଜନ ସ୍ଥାନ ପ୍ରସ୍ତୁତ ହୋଇ ଥାଏ । ପ୍ରଥମେ ରାଜ୍ୟର ବ୍ରାହ୍ମଣ ମାନେ ଖାଇବା ପାଇଁ ଆସିଲେ । ଖାଦ୍ୟ ପରସା ହେଲା , ସମସ୍ତେ ଆନନ୍ଦରେ ଖାଇବା ପାଇଁ ଲାଗିଲେ ହେଲେ ଖାଦ୍ୟ ଖାଇବାର କିଛି ସମୟ ପରେ ସେ ବ୍ରାହ୍ମଣ ମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କର ମୃତ୍ୟୁ ହେଲା ଓ ଅନ୍ୟ ସମସ୍ତଙ୍କର ପରିସ୍ଥିତି ଖରାପ୍ ହୋଇ ଗଲା । ଏହା ଦେଖି ରାଜ୍ୟରେ କୋଳାହଳ ଖେଳିଗଲା । ସମସ୍ତେ ଭୟବିତ ହୋଇଗଲେ ଆଉ କେହି ରାଜ୍ୟବାସୀ ଖାଇବା ପାଇଁ ଗଲେ ନାହିଁ ।ଘଟଣା କଣ ଘଟିଛି ବୋଲି ତଦାରଖ କରିଲା ପରେ ଜଣା ପଡିଲା କି ତରକାରି ହଣ୍ଡାରେ ବିଷାକ୍ତ ସାପଟେ ପଡ଼ିଛି ଯାହାକୁ ଛଞ୍ଚାଣ ଉପରେ ଖାଦ୍ୟ ନେଇ ଯାଉଥିବା ସମୟରେ ତା ପାଟିରୁ ଖସି ପଡ଼ିଛି ।

  ଏ ଘଟଣାକୁ ଯମ ପୁରରେ ବସି ଯମ ଓ ଚିତ୍ରଗୁପ୍ତ ଦେଖୁ ଥାଆନ୍ତି , ଏଥିରେ କାହାକୁ ଦୋଷୀ କରାଯିବ ଆଉ ଦଣ୍ଡ ଦିଆ ଯିବ ବୋଲି ଭାବୁ ଥାଆନ୍ତି । ତର୍ଜମା କରି ଯମ ଦେବତା ଓ ଚିତ୍ରଗୁପ୍ତ କଥା ହେଉ ଥାଆନ୍ତି ଏଥିରେ ରାଜାଙ୍କର କିଛି ଭୁଲ୍ ନାହିଁ ସେ ତ ଏ ଘଟଣା ବିଷୟରେ ପୁରା ଅଜ୍ଞାନ । ରୋଷିଆଳ ମାନେ ସେମାନେ ସେମାନଙ୍କର କାମ ସାରି ଦେଇ ପଳାଇଲେ ସେମାନେ ବି ଏ ବିଷୟରେ ଅଜ୍ଞାନ । ଯେଉଁ ମାନେ ଖାଦ୍ୟ ପରସୁ ଥିଲେ ସେମାନେ ବି ଅଜ୍ଞାନ , ଛଞ୍ଚାନ ଯିଏ କି ତାର ଖାଦ୍ୟ ନେଇ ଯାଉ ଥିଲା ସେ ବି ଏଥିରେ ଦୋଷୀ ନୁହେଁ କାରଣ ଭୁଲ୍ ବଶତ ତା ପାଟିରୁ ତାର ଖାଦ୍ୟ ପଡି ଯାଇଛି , ଆଉ ରହିଲା ସାପ ଯିଏ କି ଅନ୍ୟର ଖାଦ୍ୟ ହୋଇଥିଲା ଓ ସେ ମୃତ ଥିଲା ସେ ବି ଦୋଷୀ ନୁହେଁ । ହେଲେ ଏଥିରେ ଦୋଷୀ କିଏ । 

   ଏପରି ଅନେକ ଦିନ ବିତିଗଲା ସମସ୍ତ ଘଟଣା ସମସ୍ତଙ୍କ ମନରୁ ଲିଭି ଗଲା । ପୁଣି ଥରେ ରାଜା ରାଜ୍ୟବ୍ୟାପୀ ଭୋଜନର ବ୍ୟବସ୍ଥା କଲେ । କିନ୍ତୁ ଏଥର ପୂର୍ବ ଥର ପରି ଅଯତ୍ନ ନୁହେଁ ବରଂ ଯତ୍ନଶୀଳ ହୋଇ ଦେଖି ରଖି ଖାଦ୍ୟ ପ୍ରସ୍ତୁତ ହେଲା । ପୂର୍ବ ଥର ପରି ପ୍ରଥମେ ବ୍ରାହ୍ମଣ ମାନେ ଆସିଲେ । ପ୍ରଥମ ବ୍ରାହ୍ମଣ ଫାଟକ ଭିତରକୁ ପ୍ରବେଶ କରିବା ପୂର୍ବରୁ ସେଠି ଛିଡ଼ା ହୋଇ ଥିବା ସ୍ତ୍ରୀ ଲୋକଟି କହିଲା ବ୍ରାହ୍ମଣ ଗୋସେଇଁ ଆପଣ ଜାଣିଛନ୍ତି ପୂର୍ବଥର ଏପରି ରାଜା ଖାଦ୍ୟର ବ୍ୟବସ୍ଥା କରି ଥିଲେ ଆଉ ସେଥିରେ ସାପ ପକାଇ ରୋଷେଇ କରିଥିଲେ ସେ ଖାଦ୍ୟକୁ ଖାଇବା ପରେ ପାଞ୍ଚଜଣ ବ୍ରାହ୍ମଣ ଗୋସେଇଁଙ୍କର ମୃତ୍ୟୁ ହୋଇ ଥିଲା ଓ ଅନ୍ୟମାନେ ଅସୁସ୍ଥ ହୋଇ ଥିଲେ । ଏ କଥା ଶୁଣି ବ୍ରାହ୍ମଣ ମାନେ ଫେରି ଗଲେ । 

 ହେଲେ ଏ ଘଟଣାକୁ ଦେଖୁ ଥାଆନ୍ତି ଯମ ରାଜା ଓ ଚିତ୍ରଗୁପ୍ତ ହଠାତ୍ ଯମରାଜା କହି ଉଠିଲେ ହେ ଚିତ୍ରଗୁପ୍ତ ଏ ହେଉଛି ପ୍ରକୃତ ଦୋଷୀ । ଚିତ୍ରଗୁପ୍ତ ପଚାରିଲେ ମଣିମା କେମିତି ଏ ଦୋଷୀ । ଯମରାଜା ବୁଝାଇ କହିଲେ ଏ ସ୍ତ୍ରୀ ଲୋକ କୌଣସି ସତ୍ୟାସତ୍ୟ ଜାଣିନି ସେ ଘଟଣା ବିଷୟରେ କିଛି ଜାଣିନି ହେଲେ ସେ ବିନା ଦୋଷରେ ରାଜାଙ୍କୁ ଦୋଷୀ ବନାଇ ଦେଲା , ତେଣୁ ଏ ସ୍ତ୍ରୀ ଲୋକକୁ ସମ୍ପୂର୍ଣ୍ଣ ଦୋଷ ଦିଆ ଯାଉ । 

 ବାସ୍ତବରେ କାହାର ଦୋଷକୁ ଠିକ୍ ଭାବେ ନ ବୁଝି ନ ଶୁଝି କାହାରିକୁ ଦୋଷ ଦେବା ତାହା ପରମ ପାପ ହୋଇ ଥାଏ । ତେଣୁ କାହାକୁ ଦୋଷ ଦେବା ପୂର୍ବରୁ ସମ୍ପୂର୍ଣ୍ଣ ଘଟଣାକୁ ଜାଣି ବୁଝି ଦୋଷ ଦେବା ଉଚିତ୍ ।


       


Rate this content
Log in

More oriya story from Manaswinee Mishra

Similar oriya story from Inspirational