STORYMIRROR

Smrutiprajna Kanungo

Inspirational

3  

Smrutiprajna Kanungo

Inspirational

ଭିନ୍ନ ଏକ ଯାଜ୍ଞସେନୀ

ଭିନ୍ନ ଏକ ଯାଜ୍ଞସେନୀ

7 mins
117


       ନାଲି ସିନ୍ଦୁରରେ ଦାଉ ଦାଉ ହେଇ ଦିନେ ଜଳୁଥିବା ମଥା ଟା ଆଜି ଯେମିତି ମୃତ ନଦୀ ପ୍ରାୟ ! ସେ ନଦୀରେ ନାହିଁ ଫଁ ଫଁ ପାଣି ସୁଅର ଗର୍ଜନ କି ନାହିଁ ତା କୂଳରେ ସୁଲୁସୁଲୁଆ ପବନ । ଫାଙ୍କା ଫାଙ୍କା ଦେଖା ଯାଉଥିବା ମଥାରେ ଥରେ ହାତ ବୁଲେଇ ଆଣିଲେ ସ୍ନେହମୟୀ , ବାପା ତାଙ୍କର ସବୁ ବେଳେକୁହନ୍ତି ମା' ଲୋ ତୋ'ର ସଂସାର, ତୋ' ହାତର ଶଙ୍ଖା ବଜ୍ର ହେଉ ଆଉ ତୋ ଭବିଷ୍ୟତ ତୋ' ମଥାର ନାଲି ସିନ୍ଦୂର ପରି ଉଜ୍ଜ୍ୱଳ ହେଉ ।

ଦର୍ପଣ ଆଗରେ ଠିଆ ହେବାକୁ ଆଉ ଧୈର୍ଯ୍ୟ ପାଇଲା ନାହିଁ , ଚୁପ୍ କିନା କବାଟ କିଳି କାନ୍ଦିବାକୁ ଲାଗିଲେ । ଅନ୍ୟ ମାନଙ୍କ ଆଗରେ ନିଦା ପଥର ପାଲଟି ଯାନ୍ତି, ହେଲେ ନିରୋଳାରେ ଅନ୍ତରର କୋହ ଅଜାଡି ଦିଅନ୍ତି ଅଶ୍ରୁ ଆକାରରେ, କଳା ମେଘ ଯେମିତି ଜୋରେ ଅଜାଡି ହେଇ ଗଲା ପରେ ଧରା ଶାନ୍ତ ପଡ଼ିଯାଏ । ସେମିତି ଭଡାଏ ଏକାନ୍ତରେ କାନ୍ଦି ପକେଇଲେ ଶାନ୍ତ ପଡ଼ିଯାନ୍ତି ସ୍ନେହମୟୀ । ବର୍ଷକର ଛୁଆ ଟା ସେ ବି ମା' କାନ୍ଦ ଦେଖି କାନ୍ଦି ପକାଏ, ଛୁଆକୁ କୋଳରେ ଜାବୁଡ଼ି ଆହୁରି କଇଁ କଇଁ ହୋଇ କାନ୍ଦନ୍ତି । କେହି ସେ କଷ୍ଟ ଦେଖି ନାହାନ୍ତି, ସଭିଏକୁହାକୁହି ହୁଅନ୍ତି ଭାରି ସାହସୀ ମହିଳା ,କେଡେ ଦମ୍ଭ ତା'ର, ସ୍ବାମୀର ଅକାଳ ବିୟୋଗରେ ଏତେ ଧୈର୍ଯ୍ୟ କେଉଁଠି ଥିଲା କେଜାଣି, କେହି କେହିକୁହନ୍ତି ବୋଧେ ସମ୍ପର୍କ ଭଲ ନଥିଲା ଦୁହିଁଙ୍କ ଭିତରେ ନହେଲେ ଏତେ ଟାଣ କଣ କିଏ ହେଇ ପାରିବ,କି ପଥର ଛାତି ଇତ୍ୟାଦି ଇତ୍ୟାଦି । 


      ସବୁ କଥାବାର୍ତ୍ତା ଭିତରେ ପନ୍ଦରଟା ଦିନକୁଆଡେ ଚାଲି ଗଲା ଜଣା ପଡିଲାନି,କୁଣିଆ ମୈତ୍ର ସବୁ ଚଉଦ ଦିନ ପରେ ଚାଲି ଗଲେ । ଘର ପ୍ରାୟ ଖାଁ ଖାଁ । ଘରେ ଖାଲି ବୁଢ଼ୀ ଶାଶୁ , ଅବିବାହିତ ଦିଅର,ବଡ ଯାଆ ଆଉ ଦେଢ଼ଶୁର‌ ବର୍ଷେ ହେବରୋଗଶଯ୍ୟାରେ । ହଠାତ୍ ସ୍ନେହମୟୀ ସିଢି ପାହାଚରୁ ପଡ଼ି ଗଲେ ଗୋଡ଼ ମୋଡ଼ି ହେଇ ଗଲା , ଚାଲି ବୁଲି ପାରିଲେନି । ବଡ ଯାଆ ଛୁଆ କଥା ବୁଝୁଥାନ୍ତି, ପାଖ ଘରର ନଣନ୍ଦ ଟେ ଆସି ସ୍ନେହମୟୀଙ୍କ କଥା ବୁଝୁଥାଏ । ଥରେ ସେ କହୁ କହୁ କହିଦେଲା ଯେ ଭାଉଜ ଛୁଆ ଟା ଯେ ବାପ ସ୍ନେହ ପାଇଲାନି, ସାନ ଭାଇ ପାଖରେ ଭଲରହି ଯାଉଛି ଯେ କେହି ଭାବିବ ବାପ ପୁଅ ଭଳି ସମ୍ପର୍କ ଦିହିଁଙ୍କର । ଏକଥା ଶୁଣି ସ୍ନେହମୟୀଙ୍କ ନଜର ତୀକ୍ଷ୍ଣ ହେଇ ଗଲା ,ରାଗରେ କଟମଟ କରି ସେ ଝିଅକୁ ଅନେଇଲେ ଝିଅ ଟା ନିଜ ଭୁଲ ବୁଝି ସେ ଜାଗା ଛାଡ଼ି ପଳେଇଲା । ଅନେକ ଦୁଃଖ ସେ ସହିଛନ୍ତି, ଅନେକ ବାର ତାଙ୍କ ଚରିତ୍ରକୁ ନେଇ ପ୍ରଶ୍ନ ଉଠିଛି ସବୁ ସହିଛନ୍ତି, ହୃଦୟ ତାଙ୍କର ଅନେକ ବାର ଭାଙ୍ଗିଛି । କଲେଜ ବେଳେ ସେ ପାର୍ଥଙ୍କୁ ଭଲ ପାଉଥିଲେ ଦୁହେଁ ବହୁତ ସମୟ ପର୍ଯ୍ୟନ୍ତ ଭଲ ବନ୍ଧୁ ହେଇରହିବା ପରେ ଜାଣି ପାରିଲେ ଏହା ବନ୍ଧୁତ୍ୱ ଠୁଁ ଉର୍ଦ୍ଧରେ ଏକ ଅସୀମ ସମ୍ପର୍କ ଯାହା ଅତି ପବିତ୍ର । ଦୁଇ ଜଣଙ୍କ ଭିତରେ ଜଣେ ମଧ୍ୟସ୍ଥି ଥିଲାରୂପା ଯେ କି ଦୁହିଁଙ୍କୁ ନିକଟତମ କରିଥିଲା ଅଜାଣତରେ ।ରୂପା କେବେ ମୁହଁ ଖୋଲି କହୁନଥିଲା କି ପାର୍ଥଙ୍କ ସହ ତା'ର ସମ୍ପର୍କ କ'ଣ , ହେଲେରୂପା ଅନେକ ସମୟ ପାର୍ଥଙ୍କ ଗାଡ଼ିରେ ଆସେ ସ୍ନେହମୟୀଙ୍କୁ ତାଙ୍କ ଘରେ ଦେଖା କରିବାକୁ । ସାଙ୍ଗ ସାଥି ହେଉ ହେଉ ପାର୍ଥ ଏବଂ ସ୍ନେହମୟୀ ପରସ୍ପରର ନିକଟତର ହେଇଥିଲେ । ପାର୍ଥ ସହ ବିଭିନ୍ନ ସମୟ ପାର୍କ, ସିନେମା ହଲ ବୁଲି ଯାଉଥିଲେ । ଥରେ ଏହି କଥାରୂପା କାନରେ ପଡ଼ିଗଲା, ଦୁହିଁଙ୍କୁ ମୁହାଁ ମୁହିଁ ଜେରା କଲା ଏବଂ ସ୍ନେହମୟୀଙ୍କୁ ପାର୍ଥ ଠୁଁ ଦୂରେଇ ଯିବାକୁ କହିଲା । ପାର୍ଥ ବିରୋଧ କରିବାରୁରୂପା ସେଦିନରାତିରେ ହାତ କାଟି ଦେଇଥିଲା । ସ୍ନେହମୟୀ ଏସବୁ ଦେଖି ଭୟରେ ପାର୍ଥଙ୍କୁ ଘର ପାଖକୁ ଡାକି ତାଙ୍କୁ ଦୂରେଇ ଯିବାକୁ କହିଲେ ହେଲେ ପାର୍ଥ ପାଲଟା କହିଲେ "ମୁଁ ତୁମକୁ ଭଲ ପାଉଛି ଆଉ ଭଲ ପାଉଥିବି ମରିବା ପର୍ଯ୍ୟନ୍ତ ", ଯିବ ଯଦି ତମେ ଯିବ, ମୋର ଯିବାର ପ୍ରଶ୍ନ ଉଠୁନି । ଏଭଳି ଜିଦ୍ ଖୋର୍ ପିଲା ଆଗରେ ଯୁକ୍ତି କରିବା ବଡ ମୂର୍ଖ ବେପାର ତା' ଠୁଁ ଭଲ ଅନ୍ୟ ଉପାୟ ବାଛିବା ।ରୂପା ତେଣେ ଫୋନ୍ କରି ସ୍ନେହମୟୀଙ୍କ ବାପାଙ୍କୁ ସବୁ କଥା ଜଣେଇ ଦେଲା । ବାପାଙ୍କ ଠୁଁ ସବୁ ଶୁଣି ସେ ଆଶ୍ଚର୍ଯ୍ୟ ହେଇ ଗଲେ । କେଡେ ମିଛ ତଥା ମନଗଢା କଥା ସବୁ କହିଛି ସେ ଛି ! ସାଙ୍ଗ କହିବାକୁ ଲାଜ ଲାଗୁଛି । ଧୀରେ ଧୀରେ ସ୍ନେହମୟୀ କଲେଜ ଯିବା ବନ୍ଦ କରିଦେଲେ । ଘର ଲୋକଙ୍କ ସମ୍ମତିରେ ଦେବଦତ୍ତଙ୍କୁ ବିବାହ କଲେ, ପରେ ସେ ଜାଣିବାକୁ ପାଇଲେ ଯେ ବିବାହ ଟିରୂପା ଦ୍ଵାରାରଚା ଯାଇଛି କାରଣ ଦେବଦତ୍ତରୂପାର ଦୂର ସମ୍ପର୍କୀୟ ମାଉସୀ ପୁଅ ଭାଇ । ସବୁ ଜାଣି ଚୁପ୍ରହିଲେ ସେ କ'ଣ ଆଉ କରିବେ, ଭାଗ୍ୟକୁ ନିନ୍ଦି ପଡ଼ିରହିଲେ । ଦେବଦତ୍ତଙ୍କ ଠୁଁ ଶୁଣିବାକୁ ପାଇଲେରୂପା ଆଉ ପାର୍ଥ ବାହା ହେଇ ଯାଇଛନ୍ତି ବୋଲି । 

      

      ବୋଉ ତାଙ୍କୁ ପ୍ରତିଭାରାୟଙ୍କ ଯାଜ୍ଞସେନି ପଢିବାକୁ ଦେଇଥିଲା ପିଲା ବେଳେ , ଏବେ ଯେତେବେଳେ ନିଜକୁ ସେ ଦେଖେ ଭାବେ ସେ ହିଁ ଯାଜ୍ଞସେନୀ । ସେ ଯାଜ୍ଞସେନୀ ସଉତୁଣୀ ସୁଭଦ୍ରାଙ୍କୁ ଯେମିତି ପରକ୍ଷଣରେ ଭଉଣୀ କରି ଦେଇଥିଲେ ସେଇ ଭଳି ତା'ର ଅବସ୍ଥା ।ରୂପାକୁ ବି ସେଇ ଆସନରେ ବସେଇ ଦେଲେ ସେ , କାରଣ କାୟ ମନୋବାକ୍ୟରେ ସେ ପାର୍ଥଙ୍କୁ ପତିରୂପେ ବରଣ କରିଥିଲେ । ପାର୍ଥ ମଧ୍ୟ ସ୍ନେହମୟୀଙ୍କ ବିରହ ବେଦନାରେ ଜଳି ତାଙ୍କୁ ଜଳେଇବା ପାଇଁରୂପାକୁ ବାହା ହେଇଛନ୍ତି । ପରେ ସବୁ କିଛି ଠିକ୍ ଚାଲିଥିଲା ଦେବଦତ୍ତଙ୍କ ସହ ପରିବାର ସୁଖୀ ପରିବାର ପାଲଟି ଯାଇଥିଲା । ବର୍ଷେ ପରେ ଦୁହେଁ ପୁଅ ନିକୁଞ୍ଜକୁ ସ୍ବାଗତ କରିଥିଲେ । ଘର ଖୁସିରେ ପୁରି ଉଠୁଥିଲା, ଦିନେ ଖବର ଆସିଲା ସ୍ନେହମୟୀଙ୍କ ଦେଢ଼ଶୁରଙ୍କ ଆକ୍ସିଦେଣ୍ଟ ହେଇ ଯାଇଛି ଓ ସେ କୋମାକୁ ଚାଲି ଗଲେ । ସବୁ ଦାୟିତ୍ଵ ଏବେ ଦେବଦତ୍ତଙ୍କ ମୁଣ୍ଡରେ ,ସବୁ ସମ୍ଭାଳି ନେଇଥିଲେ ସେ ଘରର ମେରୁଦଣ୍ଡ ସାଜି । ସମୟର ନିକିତି ସବୁବେଳେ ତ ସୁଖ ପଟେ ଭାରିରହିବନି ଦୁଃଖକୁ ବି ସୁଯୋଗ ଦେବ ଭାରି ହେବାକୁ, ଅକାଳରେ ହୃଦ୍ ଘାତ ରେ ଚାଲିଗଲେ ଦେବଦତ୍ତ । ଛାଡ଼ି ଗଲେ ସ୍ନେହମୟୀ ,ପୁଅ ଆଉ ପରିବାରକୁ ପଛରେ ଦୁଃଖ ଯନ୍ତ୍ରଣାରେ ସଢ଼ିବା ପାଇଁ । ଆହା କି ବିପତ୍ତି ପଡ଼ିଲା, ସାହି ପଡ଼ିଶା ଆସି ସାନ୍ତ୍ଵନା ଦେଲେ କେହି କେହି କହିଲେ ଛୁଆକୁ ଧରି ବାପ ଘରକୁ ଚାଲି ଯିବାକୁ, କେହି କେହି କହିଲେ ଝିଅର ଜାତକରେ ବୋଧେ କିଛି ଦୋଷ ଥିଲା ସେଥିପାଇଁ ତା ସହିତ ଦୁଃଖ ଗୁଡ଼ା ଏ ଘରକୁ ମାଡ଼ି ଆସିଲା । ମା, ଛୁଆକୁ ଦେଖିଲେ ଯେ କେହି ଭାଙ୍ଗି ପଡ଼ିବ । ବଡ଼ ଯାର ମା ଆସିଥିଲେ , ପୁଅକୁ ତାଙ୍କ ଝିଅକୁ ଦେଇ ଦେବାକୁ କହିଲେ । ସ୍ନେହମୟୀ ଭାବିଥିଲେ ପିଲାଟା ଅଝଟ ହେଉଛି ତେଣୁ ଭାଉଜଙ୍କ ପାଖକୁ ନେଇ ଯିବାକୁ ବୋଧେ ମାଉସୀ କହୁଛନ୍ତି ହେଲେ ସେ ସାଙ୍ଗେ ସାଙ୍ଗେ କଥା ବଢେଇ କାଗଜ ପତ୍ର ଧରି ପିଲାକୁ ତାଙ୍କ ଝିଅକୁ ସମର୍ପି ଦେବାକୁ କହିଲେ । କାରଣ ଝିଅ ତାଙ୍କର ପିଲା ଜନ୍ମ କରିବାକୁ ଅଯୋଗ୍ଯା । ଏକଥା ଶୁଣି ସ୍ନେହମୟୀଙ୍କ ପାଦ ତଳୁ ମାଟି ଖସିଗଲା, ଝାପସା ଝାପସା ଦେଖା ଗଲା ତାଙ୍କୁ ସବୁ, କ'ଣ ସ୍ବାମୀ ଛେଉଣ୍ଡ ହେଲି ବୋଲି ମୁଁ ମୋର ସର୍ବସ୍ବ ହରେଇବି ନା କ'ଣ ? ମନରେ ଅସମାହିତ ପ୍ରଶ୍ନ ! ସେ ଛୋଟେଇ ଛୋଟେ଼ଇ ଉଠି ଗଲେ ବାଲକୋନୀକୁ । ମାଉସୀ ତେଣେ କଥାକାଟି ତଳକୁ ପଳେଇଲେ ।

       

       ସେଦିନରାତିରେ ସ୍ନେହମୟୀ ଶୋଇ ନାହାଁନ୍ତି ନିଦ ହେଲାନି ତାଙ୍କୁ । କାଳେ ତାଙ୍କ ପିଲାକୁ କିଏ ନେଇଯିବ ସେଇ ଭୟରେ ସାରାରାତି ଚେଇଁରହିଥାନ୍ତି । ଦିଅର ସରୋଜ ଲାଇଟ୍ ଦେଖି କବାଟରେ କ୍ଷୀଣ ଆବାଜ୍ ଦେଲା । ସ୍ନେହମୟୀଙ୍କ ନିଦ ଭାଙ୍ଗି ଗଲା ସରୋଜଙ୍କୁ ଦେଖି ସେ ଚମକି ପଡ଼ିଲା , ସେ କଣ ପାଇଁ ଏତେରାତି ଯାଏଁ ଶୋଇ ନାହାଁନ୍ତି ପ୍ରଶ୍ନ କଲା, ସରୋଜ କିଛି ନ କହି ପିଲା ଟିକୁ ଦେଖି ଚାଲିଗଲେ । ପରଦିନ ତଳ ହଲ୍ରେ ଗହଳି ଶୁଭିଲା , ସ୍ନେହମୟୀ ଟିକେ ଅଧିକ ସମୟ ଶୋଇ ଯାଇଛନ୍ତି ତରବର ହେଇ ଉଠିଗଲେ ପୁଅ କାମ ସାରି ତଳକୁ ଯାଇ ଦେଖିଲେ ବହୁତ୍ ଲୋକ ଆସିଛନ୍ତି କ'ଣ ପାଇଁ ? ଭାଇଙ୍କର କିଛି ହେଇ ଗଲା କି ? ହେଲେ ସଭିଏଁ ସ୍ନେହମୟୀଙ୍କୁ ଦେଖି ଚୁପ୍ ହେଇ ଗଲେ । ଜଣେ ବୟସ୍କ ମହିଳା ଆସି ସ୍ନେହମୟୀଙ୍କୁ ସୋଫାରେ ବସେଇଲେ । କହିଲେ ସଂସାର ତ ତୋର ଉଚ୍ଛୁଳି ଗଲା,ଏବେ ନୂଆ କରି ଜୀବନ ଆରମ୍ଭ କର, ସରୋଜକୁ ବାହା ହେଇ ଯା । ଆମର ଏଠି ନଜିର ଅଛି ବଡ଼ ଭାଇ ମରିଗଲେ ସାନ ଭାଇ ଭାଉଜକୁ ବାହା ହୁଏ । ମୋ ମା ଟା ପରାରାଜି ହେଇ ଯା, ସ୍ନେହମୟୀରାଗ ତମତମରେ ଉଠିଯାଇ ସିଧାରୁମ୍କୁ ପଳେଇଲେ । ସମସ୍ତେ ସରୋଜକୁ କହିଲେ ତାକୁ ସମୟ ଦେଖି ବୁଝାଇବାକୁ । ସରୋଜ ବୁଝି ପାରିଲା ସ୍ନେହମୟୀଙ୍କ ହୃଦୟର ବେଦନା । ସେ କିଛି ଦିନ ପାଇଁ ବାଲେଶ୍ଵର ଚାଲିଗଲା ତା ସାଙ୍ଗ ଘରକୁ ଘରେ ମିଛରେ କହିଦେଲା କାମରେ ଯାଉଛି ବୋଲି ।

       

       ସ୍ନେହମୟୀ ମନେ ମନେ ନିଜକୁ ଖୁବ୍ ଘୃଣା କରୁଥାନ୍ତି, କାହିଁ ସେ ଝିଅ ହେଇ ଜନ୍ମ ନେଲେ ? ବାପା ତାଙ୍କର ସବୁବେଳେକୁହନ୍ତି ତୁ ମୋ ସବୁଠାରୁ ଗେହ୍ଲା, ହେଲେ ବୋଉ କହେ ଛୋଟ ବେଳେ ସେ ପୁଅ ଆଶା କରୁଥିଲେ । ସେ ଜନ୍ମ ହେବା ପରେ ତାଙ୍କୁ ଠିକ୍ ସେ ଗେହ୍ଲା ବି କରି ନଥିଲେ । ଦୁନିଆରେ ସମସ୍ତେ ମିଛୁଆ, ହେଇ ଦେଖ ଦେବଦତ୍ତଙ୍କୁ ସାତ ଜନ୍ମର ସାଥୀ ହେବେ ବୋଲି କଥା ଦେଇଥିଲେ ହେଲେ ମଝି ନଈରେ ଛାଡି ଦେଇ ଚାଲି ଗଲେ । ପାର୍ଥ ବି ତ ସେଇଆ କଲେ ,ଆଉରୂପା ବି, ଏବେ କ'ଣ ମୋତେ ନିଜକୁ ସରୋଜକୁ ସମର୍ପି ଦେବାକୁ ହେବ? ନା ନା ସେ ମୋ ଦିଅର, ମୋତେ ଭାଉଜ ମା କହି ଡାକନ୍ତି ସେ କେମିତି ଆଗେଇ ଆସିବେ ! ସେ ଏ ପାପ କାମ କରିବା ତ ଦୂର କଥା,ଭାବି ବି ପାରିବେନି, ସମାଜ ଆଗରେ ସେ ମହାନ ପାଲଟି ଯିବେ ଆଉ ମୁଁ କଳଙ୍କିନି,ଚରିତ୍ର ହୀନା । ଆଖି ଆଗରେ ମହାଭାରତର ଛବି ନାଚି ଉଠୁଥାଏ, କେମିତି ଦ୍ରୌପଦୀଙ୍କୁ ପାଞ୍ଚ ପତି ବରଣ ପାଇଁକୁନ୍ତୀ ବାଧ୍ୟ କରିଥିଲେ, ଆଉ ଶେଷରେ ସ୍ଵର୍ଗାରୋହଣ ବେଳେ ସର୍ବ ପ୍ରଥମେ ତାଙ୍କୁ ତ୍ୟାଗୀ ଦେଲେ । ଦ୍ରୌପଦୀ ସିନା ଛାତିକୁ ପଥର କରିଦେଲେ ହେଲେ ସ୍ନେହମୟୀ କେମିତି ବରିବ ନିଜ ଦିଅରକୁ ? ଛାତି ଥରି ଉଠୁଥାଏ ସ୍ନେହମୟୀଙ୍କର । ନା ମୁଁ ସେ ସବୁ ସହି ପାରିବିନି , ମୁଁ ଚାଲିଯିବି ଅନତିଦୂରକୁ ଯେଉଁଠି ନାରୀକୁ ସମ୍ମାନ ମିଳୁଥିବ, ଯେଉଁଠି ଯାତନା ନଥିବ ,କୁସଂସ୍କାର ନଥିବ ।

ହଁ ହଁ ମୁଁ ଚାଲି ଯିବି ଆଉ ପୁଅ ସହ ନୂଆ ସଂସାର ଗଢ଼ିବି । ଦୁନିଆକୁ ନୂଆ କରି ଦେଖିବି ।


    

     ରାତି ଅଧରେ ସେ ବାହାରି ପଡ଼ିଲେ, ପାଖରେ ବିଶେଷ ଟଙ୍କା ନାହିଁ ତଥାପି ଟ୍ରେନ ଧରି ଚାଲିଲେ । ଟ୍ରେନରେ ଜଣେ ନବ ବିବାହିତା ଦମ୍ପତି ନିଜ ଘରକୁ ଯାଉଥାନ୍ତି, ଦୁହେଁ ବର କନିଆ ପୋଷାକରେ ବସି ଥାନ୍ତି । ସ୍ନେହମୟୀଙ୍କୁ ଦେଖି ବର ଜଣଙ୍କ ମୁହଁ ଲୁଚେଇ ଦେଲେ । ଟିକିଏ ନିରିଖେଇ ଦେଖନ୍ତେ ସେ ଜାଣି ଦେଲେ କି ଇଏ ସରୋଜ । ଭାଉଜଙ୍କୁ ଦେଖି ଗୋଡ଼ ଧରି ପକେଇଲେ ସରୋଜ । ମୋତେ କ୍ଷମା କରିଦେବ ଭାଉଜ ମୁଁ ଆଉ ସଂଗୀତା ପରସ୍ପରକୁ ଭଲ ପାଉ, ତା ବାପାରାଜି ନଥିଲେ, ମୁଁ ତାଙ୍କୁ ନେଇ ଆସିଲି । ଦୀର୍ଘଶ୍ଵାସ ଟେ ପକେଇଲେ ସ୍ନେହମୟୀ, ଯାହାଙ୍କ ପାଇଁ ସେ ଘର ଛାଡି ଯାଉଥିଲେ ସେ ଯେ ସରୋଜ । ଏ କଥା ସରୋଜ ଜାଣି ଗଲା,ସସମ୍ମାନେ କହିଲା ମୁଁ ଏଇ ପ୍ରଥାକୁ ଘୃଣା କରେ, କେବେ ହେଁ ସ୍ବୀକାର କରି ନଥାନ୍ତି ମୁଁ ।ଭାଉଜ ମାଙ୍କୁ ସ୍ତ୍ରୀର ଆସନ ମୁଁ କେମିତି ଦେଇଥାନ୍ତି,ସେଥିପାଇଁ ମୁଁ ଘରୁ ବାହାନା କରି ଆସିଲି ।



     ସ୍ନେହମୟୀ ଚୁପ୍ ଚାପ୍ ଶୁଣୁଥାନ୍ତି ସରୋଜର କଥା ସବୁ, କାଠ ପାଲଟି ଗଲେ ସେ,ଦୁଇ ବୁନ୍ଦା ଲୁହ ଝରି ପଡ଼ିଲା, ପୁଅ ତାଙ୍କର ଖପ୍ କରି ଡେଇଁ ପଡ଼ିଲା ଦାଦା ହାତକୁ । କହିଲେ ମୁଁ ଆହ୍ଲାବାଦ ଯାଉଛି ସେଠାରେ ମୋ ଭଉଣୀ ଅଛି ତା ପାଖେ କିଛି ଦିନରହିବି,ସରୋଜ କହିଲା କ'ଣ ପାଇଁ ତମେ ଆମ ସହ ଘରକୁ ଯିବ ଯାହା ତମ ଘର , ସେଇଠିରହିବ । ତମେ କାହା କଥା ଶୁଣିବା ଦରକାର ନାହିଁ । ସ୍ନେହମୟୀ ଶେଷରେରାଜି ହେଇଗଲେ, ଘରେ ସରୋଜକୁ ଦେଖି ସବୁ ତାଜ୍ଜୁବ୍ କଣ ତୁ କଲୁ କହି ବୋଉ ତାଙ୍କର ତଳେ ମୁଣ୍ଡରେ ହାତ ଦେଇ ବସିଗଲେ । ନୂଆକରି ପୁଣି ତାଙ୍କ ପରିବାର ହସ ଖୁସିରେ ପୁରି ଉଠିଲା । ସରକାରୀ ଦପ୍ତରରେ ଭଲ ଚାକିରୀ ଟେ ପାଇଗଲେ ସ୍ନେହମୟୀ । ଦେଢ଼ଶୁର ସମ୍ପୂର୍ଣ୍ଣ ସୁସ୍ଥ ହେଇ ଗଲେ । ସ୍ନେହମୟୀ ନିଜକୁ ଆଉ ଘୃଣା କରୁ ନଥିଲେ,ଖୁବ୍ ଖୁସି ହେଉଥିଲେ ମନେ ମନେ । ପୁଅ ନିକୁଞ୍ଜ ଭିତରେ ଦେବଦତ୍ତଙ୍କୁ ଦେଖି ଦିନ କାଟି ଦେଉଥିଲେ । ସେ ନିଜ ଭିତରେ ଥିବା ନିଆଁକୁ ସବୁ ବେଳେ ଆୟତ୍ତରେରଖିଥିଲେ,ଯାହା ତାଙ୍କ ପରିବାରକୁ ଗଢି ତୋଳିବାରେ ସହାୟ ହେଇ ଥିଲା । ମହାଭାରତର ଯାଜ୍ଞସେନୀ ହେଇଥିଲେ, ଏଯାବତ୍ ତାଙ୍କ ପରିବାର ଛାରଖାର ହେଇ ସାରନ୍ତାଣି ।




Rate this content
Log in

Similar oriya story from Inspirational