The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Priyadarshini Nayak

Inspirational

5.0  

Priyadarshini Nayak

Inspirational

ବାରଙ୍ଗନାର ବାର୍ତ୍ତାଳାପ

ବାରଙ୍ଗନାର ବାର୍ତ୍ତାଳାପ

4 mins
455


ଅଫିସ୍ ର, କର୍ମମୟ ଜୀବନର ବ୍ୟସ୍ତତା ମଧ୍ୟରୁ ବାହାରି ଆସି ମୁଁ ଘରକୁ ଫେରିବା ପାଇଁ ବ୍ୟାକୁଳ ମଧ୍ୟରେ ଥାଏ.ମନରେ ମୋର ଅନେକ ବ୍ୟାକୁଳତା, ଅଫିସ୍ ର ସବୁ କ୍ଲେଶକୁ ମୋ ଶୋଇବା ଘର ସ୍ତାଣୁ ବିଛଣାରେ ବିଚ୍ଛୁରିତ କରି ନିଜେ ନିଜଞ୍ଜାଳ ହେବାର ପ୍ରତିକ୍ରିୟା ପରିପ୍ରକାଶ କରିବା ପାଇଁଁ. ହେଲେ କଣ ହେବ ଯେ ମୋ ପାଦ ଦୁଇଟା ଖୁବ୍ ଚଳଚଞ୍ଚଳ ଥିଲା ବେଳେ ଆକାଶର ବର୍ଷା ଭୂମିସ୍ପର୍ଶ କରି ପୃଥିବୀ ଏବଂ ତା ମଧ୍ୟରେ ଥିବା ଦୂରତାକୁ ଖୁବ୍ ସୁନ୍ଦର୍ ଭାବରେ ଉପଲବ୍ଧି କରୁ ଥିଲା.ଖୁବ୍ ରାଗ ଲାଗୁଥିଲା ସେଇ ବର୍ଷା ଉପରେ, ଆଉ ମନେମନେ ଗାଳି ଭି ଦେଉଥିଲି ଏଇ ଯେମିତି ଅମାନିଆ , ଜିଦଖୋରର ସଂଜ୍ଞା ନେ଼ଇ. ପାଞ୍ଚ ଦଶ ମିନିଟର ଅପେକ୍ଷା ମଧ୍ୟରେ ମୋ ଧର୍ଯ୍ୟର ମହମଟା ପୁରାପୁରି ତରଳିଗଲା.ଖାତିର କି ନିଘା ରହିଲା ନାହିଁ ସେହି ବର୍ଷା ଉପରେ ମୋର. ଅଫିସ୍ ବ୍ୟାଗ୍ କୁ ଖୁବ୍ ଜୋରରେ ଧରିଲି ଆଉ ଦୌଡ଼ିବାକୁ ଆରମ୍ଭ କଲି ବସ ଷ୍ଟପେଜ୍ ପାଖକୁ . ଆଉ ଦେଖୁଦେଖୁ ବସ୍ ର ଭିଡ଼ ମଧ୍ୟରେ ମୋ ପ୍ରସ୍ୱାଶ ନିଃଶ୍ୱାସ ସେମାନଙ୍କର ଗତିପଥ ପରିବର୍ତ୍ତନ କରି ଦେଉଥିଲେ. ବସ୍ ର ଭିଡ଼ ଭିତରେ ଆଖି ବୁଲାଇବୁଲାଉ ଦେଖିଲି ବସ୍ ରେ ଗୋଟିଏ ସିଟ୍ ଖାଲି ଅଛି, ମୁଁ ଧୀରେଧୀରେ ଯାଇ ପହଁଚିଗଲି ସେହି ଖାଲି ଥିବା ସିଟ୍ ପାଖରେ ଆଉ ଖାପକିନା ବସି ପଡ଼ିଲି.ଆପଣ ବିଶ୍ୱାସ କରିବେ ନାହିଁ କେତେ ଆନନ୍ଦ ଥିଲା ମୋର ସେଇଟି ବସିବାର,ଯେମିତି ତୃଷ୍ଣିତକୁ ତୃଷ୍ଣା ର ଅନୁସନ୍ଧାନ ମିଳିଗଲା ପରି. ଓହୋ କହି ଆଖି ବନ୍ଦ କରି ଆଉଜି ପଡ଼ିଲି ସେଇ ସିଟ୍ ଟିକୁ କିଛି ସମୟ ପରେ ଆଖି ଖୋଲି ଦେଖିଲା ପରେ ମୋ ପାଖରେ ବସିଥିବ ସୁନ୍ଦର୍ ତରୁଣୀଟେ ଉପରେ.ମୁଣ୍ଡକୁ ତଳକୁ ପୋତି ବସି ଥାନ୍ତି ସେ,ମୁଁ ପଚାରିଲି କେଉଁ ଆଡ୍ଡେ ଯିବା,ତୁମ ନାଆଁ କ ଣ? ଉତ୍ତରରେ କହିଲେ ସେ ଏଇ ପାଖକୁ ଯିବି, ଏଇ ସମାଜରେ ମୋ ନାଁ ହେଉଛି "ବାରଙ୍ଗନା ".ମୁଁ ହଠାତ୍ ଚମିକି ପଡ଼ିଲି, କିଛି ସମୟ ଭାବିଲି ଆଉ କହିଲି, ଏ ସମାଜର ଶିଉଳି ରେ ବାରଙ୍ଗନା ରୂପକ ଶୈବାଳଟିଏ ହୋଇ ବଞ୍ଚିବାରେ କ ଣ ଖୁସି ଅନୁଭବ କରୁଛ? ମୁଁ ନିରବରେ ତାକୁ ଚାହିଁ ରହି ଥାଏ ଆଉ ପଢ଼ିବା ପାଇଁ ଚେଷ୍ଟା କରୁଥାଏ ସେହି ବାରଙ୍ଗନା ର ଓଠ ତଳର ବାର୍ତ୍ତାଳାପ କୁ. ଇତଃସ୍ତତଃ ହୋଇ ତା ହାତକୁ ମୋ ହାତରେ ଛନ୍ଦି ଦେଇ କହିଲି, ଏ ସମାଜରେ ତୁମର ପରିଚୟ ଯାହା ହେଉ ନା କାହିଁକି ମୋ ପାଇଁ ତୁମେ ସର୍ବପ୍ରଥମେ ତୁମେ ଗୋଟିଏ "ନାରୀ ". ଆଉ ମୋର ନାରୀଧର୍ମ କହୁଛି, ଗୋଟିଏ ନାରୀ ହିଁ ଆଉ ଗୋଟିଏ ନାରୀ କୁ ସତ୍ ମାର୍ଗର ପଥପଦର୍ଶକ୍ ହୋଇ ପାରିବ ଏହା ନିଃ ସନ୍ଦେହ.ପୁଣି କହିବାକୁ ଲାଗିଲି , ଗୋଟିଏ ନାରୀ ହିଁ ବଞ୍ଚିବା ପାଇଁ ସମାଜରେ ତାର ପରିଚୟ ସୃଷ୍ଟି କରି ଥାଏ ଯେପରିକି,ସେ କାହାର ଜାୟା, କାହାର ଭଗିନୀ, କାହାର ସ୍ତ୍ରୀ, ଆଉ କାହାର ମାଆ ଏମିତି ଆହୁରି ସମ୍ପର୍କ.ହେଲେ ତୁମେ କାହିଁକି ଏମିତି ଗୋଟେ ପରିଚୟ ନେଇ ବଞ୍ଚିବା ପାଇଁ ନିଷ୍ପତ୍ତି ନେଲ? କେବେ ଭି ଗୋଟେ ନାରୀ ହିସାବ ରେ ପବିତ୍ର "ଶଙ୍ଖାସିନ୍ଦୂର" ର ମୂଲ୍ୟବୋଧର କଳନା କରିଛ, ଯାହା ତୁମ ପାଇଁ ବର୍ତ୍ତମାନ ଦିବାସ୍ଵପ୍ନ. ବାରଙ୍ଗନା ର ଆଖି ତଳରୁ ଦୁଇଟୋପା ଶୀତଳ ଲୁହ ବୋହିପଡିଲା ମୋ ଜାନୁ ଉପରେ , କାନ୍ଦି କାନ୍ଦି କହିବାକୁ ଲାଗିଲା ମୋ ଜୀବନରେ "ଶଙ୍ଖାସିନ୍ଦୁର" ର ପବିତ୍ରତା ଅର୍ଥହୀନ, କାହିଁକି ନା ମୁଁ ଗୋଟିଏ ବାରଙ୍ଗନା.ମୁଁ ପୁଣି ପଚାରିଲି ତମର ଏ ପରିଚୟ ପାଇଁ ଦାୟୀ କିଏ ତୁମେ ନିଜେ ନା ଏ ସମାଜ ବାରଙ୍ଗନା ଟି କହିବାକୁ ଲାଗିଲା ଦାୟୀ ଆଉ କେହି ନୁହେଁ ଦାୟୀ ହେଉଛି ମୋ ଦାରିଦ୍ରତା. ଯେଉଁଦିନ ମୁ ଏ ଭୋକିଲା ପେଟର ଭୋକ ସହି ନ ପାରି ଏ ସମାଜକୁ ଆହାର ମାଗୁଥିଲି ,ଏ ରୁକ୍ଷ ସମାଜ ମୋତେ ବାରଙ୍ଗନାର ପରିଚୟ ଦେଇଥିଲା.ଯାହାକୁ ନେଇ ଆଜି ବଞ୍ଚିଛ ,ଆଉ ବଞ୍ଚିଥିବି ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ.

ଏଇ ସମାଜର କେତେକ ଚରିତ୍ରହିନ ପୁରୁଷ ନିଜର ମନର ଲିପ୍ସା କୁ ପୂର୍ଣ୍ଣ କରିବାକୁ ଯାଇ ମୋ ଭଳି ନାରୀମାନଙ୍କୁ ସମାଜରେ ବାରଙ୍ଗନାର ପରିଚୟ ଦେଇଥାନ୍ତି . ସକାଳର ଆଭାସରେ ସେମାନେ ତ ଚରିତବାନ୍ ହୋଇଯାନ୍ତି,କିନ୍ତୁ ମୋ ଭଳି ନାରୀମାନେ ହୋଇଉଠନ୍ତି ସମାଜର କଳଙ୍କ. ତେବେ ମୁଁ ତ କହିବି ଯେବେ ସେଇ ପୁରୁଷ ଗୁଡାକ ଗୋଟିଏ ଗୋଟିଏ ଭ୍ରମ ହୁଅନ୍ତି ତେବେ ମୋ ଭଳି ବାରଙ୍ଗନାମାନେ ସେମାନଙ୍କର ଭ୍ରାମ୍ୟ ଯଦି ସେହିଦିନ ସେଇ ଚରିତ୍ରବାନ୍ ପୁରୁଷ ଚରିତ୍ରହିନ ନହୋଇ ମୋତେ ଗୋଟିଏ ରାତିର ସାଥୀ ନକରି ଜୀବନସାଥି କରିଥାନ୍ତା,ଆଉ କିଛି ଟଙ୍କା ବଦଳରେ ଦେଇଥାନ୍ତା ଶଙ୍ଖା ଆଉ ସିନ୍ଦୂର ତାହେଲେ ମୋ ପରି ବାରଙ୍ଗନାମାନେ ସୃଷ୍ଟି ହୋଇନଥାନ୍ତେ, ସୃଷ୍ଟି ହୋଇଥାନ୍ତେ ଗୋଟିଏ ଗୋଟିଏ ପତିବ୍ରତା ନାରୀ.ଯାହାର ପରିଚୟ ହୋଇଥାନ୍ତା କାହା କୁଳର ନବବଧୂ ରୂପରେ. ଏ ସମାଜରେ ମୋର ପ୍ରଶ୍ନ ଯଦି ସେହି ଚରିତ୍ରହୀନ ପୁରୁଷ ଶଙ୍ଖାସିନ୍ଦୁରର ଆଢୁଆଳରେ କାହାର ସ୍ବାମୀ, କାହାର ବାପ ହୋଇପାରେ ତେବେ ଏ ବାରଙ୍ଗନାମାନେ ସେହି ଶଙ୍ଖାସିନ୍ଦୁରର ଆଢୁଆଳରେ କାହାର ସ୍ତ୍ରୀ,କାହାର ମାଆ ହୋଇପାରିବେନାହିଁ କାହିଁକି? କାହିଁକନା ସେମାନେ ପୁରୁଷ ଆଉ ବାରଙ୍ଗନା ଜଣେ ନାରୀ . ତା ନାରିତ୍ଵ କଣ ତା ପାଇଁଁ ଅଭିଶାପ.ମୋ ସହିତ "ବାରଙ୍ଗନା ର ବାର୍ତ୍ତାଳାପ" , ତାର ତର୍କ ବିତର୍କ ମାତେ ଜୀବନର ଭିନ୍ନ ଏକ ରଙ୍ଗ ଦେଖେଇଦେଲା . ଆଉ ମୁଁ ଅନୁଭବ କଲି ବାରଙ୍ଗନାର ଚରିତ୍ର ପଛରେ କିଛି ପରିମାଣରେ ଏ ପୁରୁଷପ୍ରଧାନ ସମାଜ ଓ ତାର ପରିସ୍ଥିତି ହିଁ ଦାୟୀ.

ମୋ ବିବେକ ରୂପକ ଶକ୍ତ ହାତୁଡାଟା ମୋ ଆତ୍ମା ରୂପକ ଲୁହାକୁ ଖୁବ୍ ଆଘାତ ଦେଇଥାଏ. ତେଣୁ ମୁଁ ବାଧ୍ୟ ହେଲି ମୋ କଲମର ଭାଷାରେ ସମାଜକୁ ଏ ବାରଙ୍ଗନାମାନଙ୍କର ପ୍ରକୃତ ପରିଚୟ ଦେଖେଇବାକୁ. ହେ ମୋର ପୁରୁଷପ୍ରଧାନ ସମାଜ ତୁମେ ସେହି ବାରଙ୍ଗନାମାନଙ୍କୁ ଶଙ୍ଖାସିନ୍ଦୁରର ଶିକୁଳିରେ ନିଜ ଗୃହ ମଧ୍ୟରେ ବନ୍ଦ କରିନିଅ ନିଜର ପତ୍ନୀ ରୂପରେ . ଆଉ ସୃଷ୍ଟି କରିବାକୁ ଦିଅନାହିଁ ସମାଜ ରୂପକ ଶିଉଳିରେ ବାରଙ୍ଗନା ଭଳି ଶୈବଳକୁ.ମୋର ପୂର୍ଣ୍ଣ ବିଶ୍ୱାସ ଯଦି ତୁମ୍ଭେମାନେ ଚାହିଁବ , ତେବେ ଏ ବାରଙ୍ଗନା ଭଳି ଗୋଟିଏ କଳଙ୍କିତ ଶବ୍ଦ ସବୁଦିନପାଇଁ ହରାଇବ ତାର ସ୍ଥିତି ଆଉ ସ୍ତିରତାକୁ ସମାଜର ଆବଦ୍ଧ ପାଚେରୀ ମଧ୍ୟରୁ.ଯାହା ଫଳରେ ଏ ନାରୀ ସମାଜ ହେବ ନିଷ୍କଳଙ୍କ.


Rate this content
Log in