Debasish Dikshit

Horror

3  

Debasish Dikshit

Horror

ଅତୃପ୍ତ ପ୍ରେମ

ଅତୃପ୍ତ ପ୍ରେମ

5 mins
128


ସନ୍ଦିପ ବାବୁ ଶଙ୍କରପୁର ଡାକଘରେ ପୋଷ୍ଟମାଷ୍ଟର ଥିଲେ। ସେ ପାଖ ମଧୁପୁର ଡାକବଙ୍ଗଳାରେ ରହୁଥିଲେ । ନିତିଦିନ କାମ ସାରି ସନ୍ଦିପ ବାବୁ ଟିକେ ବିଳମ୍ବରେ ଡାକବଙ୍ଗଳାକୁ ଫେରନ୍ତା । ଏମିତି ସବୁଦିନ ଚାଲିଥାଏ। ଦିନ ଥିଲା ମାର୍ଚ୍ଚମାସ ୨୭ ତାରିଖ ମାସ ଶେଷ ବୋଲି ଟିକେ କମ ସରୁ ସରୁ ବିଳମ୍ବ ହୋଇଯାଇଥାଏ ପ୍ରାୟତଃ ରାତି ୧.୩୦ । ଗୋଟ ହାତରେ ଚର୍ଚ୍ଚ ଓ ଆଉ ଗୋଟେ ହାତରେ ସାଇକେଲ ଧରି ଚାଲିଥାନ୍ତି। ଶଙ୍କରପୁରରୁ ମଧୁପୁର ଡାକବଙ୍ଗଳା ଯିବା ବାଟରେ ଗୋଟେ ବଡ ଜଙ୍ଗଲ ଟିଏ ପଡେ। ସେଦିନ ପୂର୍ଣ୍ଣିମା ଯାଇସାରି

ଥାଏ। ଝପସା ଝପସା ଗଛପତ୍ର ର ଛାୟୀ ପଡିଥାଏ।

ହଠାତ ସନ୍ଦିପ ବାବୁ ଆସୁଥିବା ବେଳେ ସେଇ ଜଙ୍ଗଲ ମଝିରେ ତାଙ୍କ ସାଇକେଲ୍‌ ର ଚେନ୍‌ ଛିଡି ଯାଏ । ସାଇକେଲ୍‌ ରୁ ଓହ୍ଲେଇ ଚେନ୍‌କୁ ଦେଖିବାକୁ ଲାଗିଲା ବେଳେ ହଠାତ ଝିଅଟିର କାନ୍ଦ ସ୍ଵର ଶୁଭାଗଲା। ହଠାତ ଜଙ୍ଗଲ ଭିତରୁ କାନ୍ଦ ସ୍ଵର ଶୁଣି ଠିଆ ହୋଇ ଜଙ୍ଗଲ ଭିତରକୁ ଚାହିଁବାକୁ ଲାଗିଲେ। ଜଙ୍ଗଲ ର ମଝିରେ ଥାଏ ଗୋଟେ ବିରାଟ ବଡ ବରଗଛ ଟିଏ । ହଠାତ ସେ ଗଛର ଡାଳପତ୍ର ହଲିବାକୁ ଲାଗିଲା। ଫୁଣି କିଛି ସମୟପରେ ବନ୍ଦ ହୋଇଗଲା। ସନ୍ଦିପ ବାବୁ କିଛି ଉପାୟ ନ ପାଇ ସାଇକେଲ ଗଡାଇବାକୁ ଲାଗିଲେ। ହଠାତ ଫୁଣି ଜୋର ଜୋର ରେ କାନ୍ଦର ସ୍ଵର ସେଇ ବରଗଛ ମୂଳରୁ ଶୁଭାଗଲା।

ସନ୍ଦିପ ବାବୁ ଡରି ଡରି ପଚାରିବାକୁ ଲାଗିଲେ,"କିଏ ତୁମେ?"

ହଠାତ ସନ୍ଦିପ ବାବୁଙ୍କ ଆଖି ଆଗକୁ ଆସିଯାଏ ଗୋଟେ ଝିଅ ଟିଏ ମୁକୁଳା କେଶକୁ ଧଳା ଶାଢୀ ରେ ଗୋଟେ ବିକଟାଳ ରୂପରେ । କିଛି ସମୟ ପରେ ହଠାତ ସନ୍ଦିପ ବାବୁଙ୍କ ଆଖି ଆଗରୁ ଅର୍ନ୍ତଧ୍ୟାନ ହୋଇଯାଏ । ହଠାତ ବର ଗଛର ସାଖା ବିନା ପବନ ରେ ଶୋଉ ଥାଏ ଉଠୁ ଥାଏ । ଏହା ଦେଖି ଡରି ଡରି ସାହାସର ସନ୍ଚାର କରି ଫୁଣି ପଚାରିବାକୁ ଲାଗିଲେ,"କିଏ ତୁମେ ?" ହଠାତ ସେଇ ବର ଗଛର ପାଖରୁ ମଧୁର ସ୍ଵରରେ ଶୁଭାଗଲା,"ମୁଁ କାମିନୀ ।" ତା'ର ସେ ଶବ୍ଦ ଶୁଣି ଭୟର ସହ ପଚାରିବାକୁ ଲାଗିଲେ," କିଏ ତୁମେ ? କେଉଁଠି ତମ ଘର ? ଏଇ ଅକିନ୍ଚନ ଜାଗାରେ କଣ କରୁଛ ?" ଏହା ଶୁଣି ହଠାତ୍ ସନ୍ଦିପ ବାବୁଙ୍କ ଆଖି ଆଗରେ ବରଗଛ ତଳେ ସେଇ ବିକଟାଳ ରୂପରେ କାନ୍ଦୁଥିବା ନାରୀ ଟିଏ ଦେଖାଦେଲା ଓ କହିବାକୁ ଲାଗିଲା," ମୁଁ କାମିନୀ । ମୋ ଘର ଆନନ୍ଦପୁର । ମୁଁ ଏଇ ଗଛରେ ଆତ୍ମହତ୍ୟା କରିଥିଲି।" ଏହା ଶୁଣି ସନ୍ଦିପ ବାବୁଙ୍କ ଡର ସୀମା ପାର ହୋଇଗଲା । ମନକୁ ମନ ଭାବିବାକୁ ଲାଗିଲେ ,"ମୁଁ ଗୋଟେ ଆତ୍ମା ସହ କଥା ହେଉଛି !"

ତଥାପି ସାହାସ କରି ପଚାରି ବାକୁ ଲାଗିଲେ," କି କାରଣ ପାଇଁ ତମେ ଆତ୍ମହତ୍ୟା କଲ ? କି ପରିସ୍ଥିତି ଥିଲା ତମକୁ ଅତ୍ମହତ୍ୟା କରିବାକୁ ବାଧ୍ୟ କଲା ?" ଆତ୍ମା କହିବାକୁ ଲାଗିଲା," ହେଲେ ସେତେବେଳେ ମୋର ଆଉ କିଛି ଉପାୟ ଦେଖା ଯାଉ ନଥିଲା।" ସନ୍ଦିପ ବାବୁ," ହେଲେ ଏମିତି କି ପରିସ୍ଥିତି ହେଲା ଯେ ତମକୁ ମୃତ୍ୟୁ ମୁଖ କୁ ଠେଲି ଦେଲା ?"

ଆତ୍ମା," ମୋ ଗାଁ ଓ ପାଖ ଗାଁ ମଧୁପୁର ମଧ୍ୟରେ ବହୁ ଝଗଡା ହୁଏ । କେବେ ବି ଆନନ୍ଦପୁର ଓ ମଧୁପୁର ର ପଡେନି । ଟିକେ ଟିକେ କଥା ରେ ହଣାମରା ଲାଗି ରହିଥାଏ। ଦୁଇ ଗାଁ ମଧ୍ୟରେ ଶତୃତା ଏତେ ଭୟଙ୍କର ଥିଲା ଯେ ପୋଲିସ ଭି ଡରୁ ଥିଲା। ଜାତି ଜାତି ଭିତରେ ବିବାଦ ତୀବ୍ର ବଢି ଚାଲିଥିଲା। ମୋ ଘରେ ବାପା, ବୋଉ, ଆଉ ମୋର ସାନ ଭାଇ ଟିଏ । ମୁଁ ସେତେ ବେଳେ ସହରରେ ଗୋଟେ କଲେଜ୍‌ ରେ ପଡୁଥାଏ । ସେଇଠି ମୋର ଭେଟ ହୋଇଥିଲା ସନ୍ତାଷ ସାଙ୍ଗରେ। ସେ ମୋର କ୍ଲାସମେଟ୍ ଥିଲା। ସେ ମୋର ଗୋଟେ ବହୁତ ଭଲ ସାଙ୍ଗ ଥିଲା। ପାଠପଢା ଓ ତା ଗୁଣରେ ପ୍ରଭାବିତ ହୋଇ ତା'କୁ ଭଲ ପାଇ ବସିଲି। ସେ ବି ମଧ୍ୟ ମତେ ଭଲ ପାଉଥିଲା। ହସ ଖୁସିରେ କଲେଜ ଦିନ କଟିଗଲା। ପରେ ପରେ ସନ୍ତୋଷ ଗୋଟେ କମ୍ପାନୀରେ ଚାକିରି କରିବାକୁ ଲାଗିଲା। ତାପରେ ଆମେ ଚାହିଁଲୁ ଏଇ କଥାକୁ ଘରେ କହିବା ପାଇଁ।ହେଲେ . . . . .!"

ସନ୍ଦିପ୍ ବାବୁ ," ହେଲେ ପୁଣି କ'ଣ ? କ'ଣ ହେଲା ଆଗକୁ ?"

ଆତ୍ମା," ହେଲେ ସନ୍ତୋଷ ଆମ ଶତୃତା ଥିବା ମଧୁପୁର ଗାଁର । ପ୍ରଥମେ ଭାବିଲୁ ଆମ କଥା କୁ ଘରେ ଅସ୍ୱୀକାର କରିବେ । ପୁଣି ଆମେ ନିଷ୍ପତି ନେଲୁ ଘର ଛାଡ଼ି ପଳେଇବାକୁ। ହେଲେ ବାପା ମା ଙ୍କ ଆଖିରେ ଲୁହ ଦେଇ ଆମେ ଖୁସିରେ ରହିବାକୁ ଚାହୁଁ ନଥିଲୁ । ଡର ମନରେ ରଖି ସାହାସର ସହ ଘରେ ସବୁ କଥା କହିଲୁ।ଖୁସି ସୀମାରେ ରହିଲାନି ଯେତେ ବେଳେ ଆମ ଘର ଲୋକ ତାଙ୍କ ଘର ଲୋକ ବାହାଘର ପାଇଁ ରାଜି ହୋଇ ଯାଇ ଥିଲେ । ହେଲେ ସେ ଖୁସି ଜଣା ନଥିଲା ଅଳ୍ପ ଦିନର ବୋଲି । ବିବାହକୁ ଥାଏ ମାତ୍ର ୭ ଦିନ। ସେଦିନ . . . . .!"

ସନ୍ଦିପ ବାବୁ ଆଚର୍ଯ୍ୟର ସହ," ସେଦିନ ଫୁଣି କ'ଣ?

କ'ଣ ହେଲା ସେଦିନ ?"

ଆତ୍ମା କାନ୍ଦି କାନ୍ଦି," ବିବାହକୁ ଥାଏ ମାତ୍ର ୭ ଦିନ। ସନ୍ତାଷର ମୋର ଗୋଟେ ମନ୍ଦିରରେ ଦେଖାକରିଲୁ । ସେଠାରେ ଆମ ଗାଁ ର କିଛି କଳହ ପକୃତିର ଲୋକ ଆମକୁ ଦେଖି ଦେଲେ। ପ୍ରାୟତଃ ସେମାନେ ଆମ ବାହାଘର କଥା ଜାଣି ନଥିଲେ ନଚେତ ହୋଇ ଥାଇ ପାରେ ସେ ଏହି ବିବାହକୁ ଚାହୁଁ ନଥିଲେ। ସେଦିନ ବିତି ଗଲା ତା'ପର ଦିନ ହଠାତ୍ ଖବର ପହଞ୍ଚିଲା କି ସନ୍ତାଷ ଆଉ ଏଇ ଦୁନିଆଁରେ ନାହିଁ। କିଛି ଲୋକ ତାଙ୍କ ଘରେ ପସି ବାଡେଇ ବାଡ଼େଇ ମାରି ଦେଇଛନ୍ତି । ହଠାତ ଏଇ ଖବର ଶୁଣି ପାଦ ତଳୁ ମାଟି ଖସି ଗଲା । ମନ ବିଚଳିତ ହୋଇଉଠିଲା। ଦୁଃଖର଼ ସୀମା ସତରେ ଯେପରି ମୋ ଆଖି ଆଗରେ ଲୋତକ ଧାରକୁ ଢାଳିଦେଲା। ମନରେ ଯାହାକୁ ରଖିଥିଲି ସାଇତି ସେ ଆଉ ଏ ଦୁନିଆ ରେ ନଥିଲା ଭାବିଲା ବେଳକୁ ଜୀବନ ଥିଲା ହେଲେ ପ୍ରାଣବାୟୁ ଯେପରି ଚାଲିଗଲା ପରି ଲାଗୁଥିଲା। ହଠାତ ମୋ ମନକୁ ଆଉ କିଛି ବୁଦ୍ଧି ଦିଶୁ ନଥାଏ । କରିବି ତ କରିବି କ'ଣ ? ଯାହା ପାଇଁ ବଞ୍ଚିବାକୁ ଚାହିଁଲି ସେ ଦୁନିଆଁ ଛାଡି ସାରିଛି। ପ୍ରେମର ଗଭୀରତାରୁ ମୁଁ ଆଉ ଫେରି ପାରୁ ନ ଥିଲି। ଜୀବନ ଅସହ୍ୟ ଯନ୍ତ୍ରଣାରେ ଭରିଦେଇଥାଏ। ଘରେ ସବୁକିଛି ଜିନିଷ ବାହାଘର ପାଇଁ ଥୁଆ ହୋଇ ସାରିଲା ବେଳକୁ ମୋ ସନ୍ତୋଷ ମୋ ପାଖରେ ନାହିଁ। ତାଙ୍କ ପରିବାର କଥା ଭାବିଲା ବେଳକୁ ହୃଦୟ ଆହୁରି ଜରଜ୍ଜରିତ ହୋଇଉଠେ, ବାପା ମା'ଙ୍କର ଗୋଟେ ବୋଲି ପୁଅ । ବାପା ମା' କୁ ଦୁଃଖ ସମୁଦ୍ରରେ ଭସେଇ ଦେଇ ଚାଲି ଯାଇ ସାରିଛି ସେ ତା' ନିଜ ବାଟରେ। ମନୁଷ୍ଯ ଏତେ ନୃଶଂସ ହୋଇ ବି ପାରେ ମୁଁ ସେଦିନ ଜାଣିଲି। ଲାଗୁଥାଏ ଯେପରି ସନ୍ତୋଷ ମୃତ୍ୟୁ ପଛରେ ମୋର ଦୋଷ ଅଛି, ସନ୍ତୋଷକୁ ଭଲ ପାଇନଥାନ୍ତି କି ବାହାହେବାକୁ ଜିଦ୍‌ କରିନଥାନ୍ତି କି ସନ୍ତୋଷ ଏଇ ଦୁନିଆ ଛାଡି ନଥାନ୍ତା। ମନରେ ଉଙ୍କି ମାରେ ସନ୍ତୋଷ ମୃତ୍ୟୁ ପଛରେ ପରୋକ୍ଷ ଭାବେ ମୋର ହାତ ନାହିଁ ତ? ମନରେ ତିବ୍ର ବିଚଳିତ ସୃଷ୍ଟି ହୁଏ । କ'ଣ କରିବି କ'ଣ ନାଇ? ଘରେ ସମସ୍ତ ପରିବାର ଭାଙ୍ଗି ପଡିଥାନ୍ତି, ହେଲେ ମୋର ଭଙ୍ଗା ହୃଦୟ ପ୍ରତିକ୍ଷଣ ସନ୍ତୋଷକୁ ଖୋଜୁ ଥାଏ । ହେଲେ ମୁଁ ଯେଉଁ ଅବସ୍ତା ଦେଇ ଗତି କରୁଥିଲି ସେଇଟା ମୁଁ କେବଳ ଜାଣେ । ଶେଷରେ କିଛି ବାଟ ଦିଶିଲାନି ମୋତେ ମୋ ସନ୍ତୋଷ ବିନା ।ଅସହ୍ୟ ବେଦନା କୁ ସହି ନ ପାରି ମୁଁ ଗାଁ ମୁଣ୍ଡର ଏଇ ଗଛ ଡାଳରେ ଆତ୍ମହତ୍ୟା କରିଥିଲି। ମୋର ମନର କୋହ କୁ ଶୁଣେଇବାକୁ କାହାକୁ ଅପେକ୍ଷା କରିଥିଲି। ଏପଟେ ଯାଉ ଥିବା ଲୋକ ଆତ୍ମା ଭାବି ଡରି ପଳାଉ ଥିଲେ।

ମରିଗଲି ସତ ହେଲେ ମୋ ମନର କୋହକୁ ନ କହି ପାରି ମୋ ଆତ୍ମାକୁ ଶାନ୍ତି ମିଳୁ ନ ଥିଲା। ହେଲେ ଏଇ ବିଗତ ୧୦ ବର୍ଷ ଭିତରେ ପ୍ରଥମଥର ମୋର ଦୁଃଖ ବେଦନାକୁ କହିବାକୁ ଇଚ୍ଛା ହେଲା। ସେଇଥି ପାଇଁ ମୋ ଆତ୍ମା ଶାନ୍ତି ପାଇ ନାହିଁ। ସନ୍ତାଷ୍ ସିନା ଚାଲିଗଲା ହେଲେ ମୋ ଅତୃପ୍ତ ଆତ୍ମା ଆଜି ଯାଏ ଶାନ୍ତି ପାଇ ନଥିଲା। ମୁଁ ଆଉ ମୋ ସନ୍ତୋଷ୍ ମରିଗଲୁ ସତ ହେଲେ

"ଗାଁ ଗାଁ ମଧ୍ୟ ରେ ଥିବା କଳହକୁ ଆମ ମୃତ୍ୟୁ ଦ୍ଵାରା ଶାନ୍ତ କରାଗଲା। ଆମରି ଚିତ୍ତା ଭସ୍ମ ଉପରେ ପୁଣିଥରେ ଦୁଇ ଗାଁ ମଧ୍ୟରେ ସୁଖର ଲହରି ଖେଳି ଉଠିଲା। ଏହା ଦେଖି ହଁ ମୋ ମନକୁ କିଛିଟା ଶାନ୍ତି ମିଳୁଥିଲା କି ଆମ ଦୁଇ ଜଣକ ମୃତ୍ୟୁର ସାର୍ଥକତା ହୋଇଛି ଭାବି । ଯାହା ହେଉ ଦୀର୍ଘ ଦିନର କଳଙ୍କ ଆମରି ଚିତ୍ତା ଅଗ୍ନିରେ ଜାଳି ପୋଡି ନଷ୍ଟ କରାଗଲା।"

ସନ୍ଦିପ ବାବୁ ଦୁଃଖ ରେ କାନ୍ଦି କାନ୍ଦି ,"ତମର ଓ ସନ୍ତୋଷ୍ ର ଏଇ ଆତ୍ମ ତ୍ୟାଗକୁ ତମ ଗାଁ ଲୋକେ ସବୁଦିନ ପାଇଁ ମନେ ରଖିବେ । ଧନ୍ୟ ତୁମେ କାମିନୀ ଧନ୍ୟ ।"

ଆତ୍ମା ,"ମୋ ଆତ୍ମା ଆଜି ଶାନ୍ତ ହୋଇଛି। ସନ୍ତୋଷ ପାଖକୁ ଯିବା ପାଇଁ ଏଥର ମୋତେ ବିଦାୟ ଦିଅନ୍ତୁ । ସନ୍ତୋଷ ମୋ ପାଇଁ ଅପେକ୍ଷା କରିଥିବ ।

          


Rate this content
Log in

More oriya story from Debasish Dikshit

Similar oriya story from Horror