STORYMIRROR

Alok Behera

Inspirational

3  

Alok Behera

Inspirational

ଅଫିସର୍ ପୁଅ

ଅଫିସର୍ ପୁଅ

2 mins
189

ଗୋଟିଏ ଗାଁଟିଏ ଥିଲା । ଗାଁଟିର ନାଁ ଚନ୍ଦନପୁର। ଚନ୍ଦନପୁରରେ ଗୋଟିଏ ପରିବାର ବାସ କରୁଥିଲେ। ବାପା ରମେଶ, ମାଆ ଶକୁନ୍ତଳା ଓ ପୁଅ ରାଜୁକୁ ନେଇ ପରିବାର ଗଢା। ଭାରି ଗରିବ କିନ୍ତୁ ବାପା ମାଆ ଦୁଇଜଣଯାକ ପୁଅ ରାଜୁର କୌଣସି କ୍ଷେତ୍ରରେ ଅଭାବ ପରିଲକ୍ଷିତ ହେବାକୁ ଦେଇନାହାଁନ୍ତି। ବାପା ରମେଶ ମାଟି କାମ, ବିଲବାଡ଼ି କାମ ଓ କୋଠା ତିଆରି କାମ ଇତ୍ୟାଦି କରନ୍ତି ଏବଂ ମାଆ ଶକୁନ୍ତଳା ମଧ୍ୟ ଅନ୍ୟମାନଙ୍କ ଘରେ ଘରକାମ, ବାସନ ମାଜିବା ଆଦି କରନ୍ତି । ଦୁଇଜଣଙ୍କ ପାରିଶ୍ରମିକରେ ପୁଅ ସହିତ ଖୁବ୍ ଆନନ୍ଦରେ ଜୀବନ ଅତିବାହିତ କରୁଥାନ୍ତି। ପୁଅ ରାଜୁ ଅଙ୍ଗନୱାଡ଼ି ସାରି ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ସମୟରେ ହଠାତ୍ ତା'ର ମାଆ ଶକୁନ୍ତଳା ସନ୍ନିପାତରେ ପୀଡ଼ିତ ହୋଇ ଇହଧାମ ପରିତ୍ୟାଗ କଲେ । ତତ୍ ପରେ ସତେ ଯେପରି ପର୍ବତରୁ ବଡ଼ ପଥର ଖଣ୍ଡ ଖସିପଡିଲା ପରି ଦୁଃଖର ପାହାଡ଼ଟା ପରିବାର ଉପରେ ପଡ଼ିଗଲା । ବାପା ରମେଶଙ୍କ ବାର୍ଦ୍ଧକ୍ୟ ଅବସ୍ଥା ତ୍ୱରାନ୍ୱିତ ହେବା ଯୋଗୁଁ ସେ କାମକୁ ଯିବା କମିଗଲାଣି। ପରିବାର ଚଳାଇବା କଷ୍ଟସାଧ୍ୟ ହୋଇପଡ଼ିଲା। ଯେହେତୁ ମାଆ ଅନ୍ୟମାନଙ୍କ ଘରକାମ କରି ଦି ପଇସା ଆଣୁଥିଲା ଦୁଇ ଜଣଙ୍କ ପାରିଶ୍ରମିକ ମିଶି ପରିବାର ଚଳିଯାଉଥିଲା କିନ୍ତୁ ଏବେ ତାହା ହୋଇପାରୁନାହିଁ। ତଥାପି କଷ୍ଟେମଷ୍ଟେ ରମେଶ କାମକରି ରାଜୁକୁ ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ବିଦ୍ୟାଳୟ ଏବଂ ବର୍ତ୍ତମାନ ଉଚ୍ଚ ବିଦ୍ୟାଳୟରୁ ମହାବିଦ୍ୟାଳୟରେ ନାମ ଲେଖାଇଛନ୍ତି। ରମେଶ ଙ୍କ ଇଚ୍ଛା ପୁଅ ଜଣେ ଅଫିସର ହେବ ଏବଂ ଏହି ଇଚ୍ଛା ପରବର୍ତ୍ତୀ ସମୟରେ ପୂରଣ ହେଲା । ବାପା ପୁଅ ଦୁଇଜଣଯାକ ଭାରି ଖୁସି । ପୁଅ ତାଙ୍କର ବର୍ତ୍ତମାନ କନିଷ୍ଠ ଯନ୍ତ୍ରୀ । ରାଜୁ ଭୁବନେଶ୍ୱରରେ ଚାକିରି ପାଇଥିବା ହେତୁ ବାପା ପୁଅ ଦୁଇଜଣଯାକ ଭୁବନେଶ୍ୱର ଚାଲିଯାଇ ରହିଲେ । କିଛି ବର୍ଷ ପରେ ପୁଅକୁ ଗୋଟିଏ ହାତରେ ଅନ୍ୟ ଗୋଟିଏ ହାତକୁ ଛନ୍ଦି ଦେବାପାଇଁ ରମେଶ ରାଜୁର ବାହାଘର ପାଇଁ ଝିଅ ଖୋଜିଲେ । ଝିଅ ଖୋଜୁ ଖୋଜୁ ଯାଇ ପହଞ୍ଚିଲେ ଆଠମଲ୍ଲିକରେ । ଝିଅଟି ରୂପରେ ଯେପରି ସୁନ୍ଦର, ଗୁଣରେ ବି ଭାରି ମଧୁର । ସେହି ଝିଅ ସହ ରାଜୁର ବାହାଘର ସ୍ଥିର ହେଲା ଏବଂ କିଛି ଦିନ ପରେ ସେ ଦୁହିଁଙ୍କ ବାହାଘର କାର୍ଯ୍ୟ ସମ୍ପନ୍ନ ହେଲା ।ବାହାଘର ପରେ ପରେ ରମେଶ ଉପରେ ରାଜୁର ଘୃଣା ଭାବ ବଢ଼ିବାରେ ଲାଗିଲା । ଯେହେତୁ ରମେଶର ବାର୍ଦ୍ଧକ୍ୟ ଅବସ୍ଥା, ହାତ ଗୋଡ ଭଲଭାବରେ ଆଉ ଚଳିପାରୁନାହିଁ ତେଣୁ ମଳିମୁଣ୍ଡିଆ ହୋଇ ଘରର ଦୁଆର ମୁହଁରେ ପଡ଼ିରହିଥାଏ । ଦିନେ ଏହାକୁ ଦେଖି ରାଜୁ ରମେଶଙ୍କୁ କହିଲା, "ବାପା ଦେଖ ତୁମେ ମୋର କିଛି ଉପକାର କରିନାହଁ, ଇଚ୍ଛା ହେଲେ ଏଇ ଘରେ ରୁହ ନହେଲେ ଚାଲିଯାଅ। ଆଉ ଦେଖ କାଲି ଉପର ଅଫିସରମାନେ ଆସିଲେ ତୁମେ ଘରୁ ବାହାରିବ ନାହିଁ ।" ଏହା ଶୁଣି ରମେଶର ଅନ୍ତରାତ୍ମା କୋହରେ ଫାଟି ପଡ଼ିଲା । ଏହି ଅଜାଗା ଘା'କୁ ନିଜେ ଦେଖିପାରୁନଥିଲେ କି କାହାକୁ କହିପରୁନଥିଲେ । ବୁଢ଼ୀଟା ଥିଲେ ଯଦି ଏସବୁ ଦେଖିଥାନ୍ତା ତେବେ ସେ ମଧ୍ୟ ଦୁଃଖରେ ଭାଙ୍ଗିପଡିଥାନ୍ତା । ଯେଉଁ ପୁଅ ପାଇଁ ନିଜେ ଅକ୍ଲାନ୍ତ ପରିଶ୍ରମ କରି କୌଣସି କ୍ଷେତ୍ରରେ ଅଭାବ ପରିଲକ୍ଷିତ କରିନଥିଲେ ଏବଂ ଜଣେ ଅଧିକାରୀ କରି ଗଢିତୋଳିଲେ ସେହି ପୁଅ ଆଜି ବାପାକୁ ମଳିମୁଣ୍ଡିଆ କହି ଘରୁ ଚାଲିଯିବାକୁ କହୁଛି, ଏହାଠାରୁ ବଡ଼ ଦୁଃଖ ଓ ପରିତାପର ବିଷୟ କ'ଣ ବା ହୋଇପାରେ । ରମେଶ ଘର ଛାଡ଼ି ନିଜ ଗାଁକୁ ଚାଲିଗଲା ଓ ଯାହା ଚାଷଜମି କେତେ ଖଣ୍ଡକ ଥିଲା ତାକୁ ଚାଷ କରିବାକୁ ଅନ୍ୟକୁ ଦେଇ ମନର କୋହକୁ ଛାତି ଭିତରେ ଚାପି ରଖି ଆନନ୍ଦରେ ଜୀବନ ଅତିବାହିତ କଲା। ଯେଉଁ ପୁଅ ନିଜ ବାପା ମାଆଙ୍କୁ ବାର୍ଦ୍ଧକ୍ୟ ଅବସ୍ଥାରେ ଚିହ୍ନିପାରେନାହିଁ ସେ ହୁଏ ତ କାହାର ସ୍ୱାମୀ, ଜ୍ୱାଇଁ, ଭାଇ ହୋଇପାରେ କିନ୍ତୁ କେବେ ବି ପୁଅ ହୋଇ ପାରେ ନାହିଁ।


Rate this content
Log in

More oriya story from Alok Behera

Similar oriya story from Inspirational