STORYMIRROR

Giridhari Dhal

Inspirational

3  

Giridhari Dhal

Inspirational

ଅପେକ୍ଷାର ଅନ୍ତ

ଅପେକ୍ଷାର ଅନ୍ତ

2 mins
15.1K


ଜୀବନ ବି ଏମିତି ହବ ମୁଁ ଭାବି ନଥିଲି, ସ୍ୱାମୀ ଗଲା ପରେ ମୋର ଗୋଟେ ଭରସା ଥିଲା କି ମୋ ପୁଅ ପାଠ ପଢିବ ,ମୋ ଦାୟିତ୍ୱ ବୁଝିବ ମୋ ଶୁଖିଲା ମୁହଁରେ ଟିକେ ହସ ଭରିବ,ସେତେବେଳେ ମୋ ପୁଅ କୁ ମାତ୍ର ଛଅବର୍ଷ ହେଇଥାଏ ,ମୋ ସ୍ୱାମୀ ଆମ ମା’ ପୁଅକୁ ପର କରି ସ୍ଵର୍ଗବାସୀ ହୋଇଗଲେ ,ଏକୁଟିଆ ମଣିଷଟେ ମୁଁ କଣ କରିବି ,ବାର ଘରେ ଅଇଁଠା ବାସନ ମାଜି ପୁଅକୁ ଗାଁ ସ୍କୁଲରେ ପାଠ ପଢ଼ଉ ଥାଏ,ପୁଅ ଦଶମ ପାସ କଲା କହିଲା ମୁଁ ସହରରେ ରହି ପାଠ ପଢିବି ,ପୁଅର ମନକୁ ନ ଭାଙ୍ଗିପାରି ହଁ କରିଦେଲି ,ପୁଅ ସହରରେ ରହି ପାଠ ପଢିଲା ,ସାହି ପଡିଶାରେ କାମ କରି ମୁଣ୍ଡ ଝାଳ ତୁଣ୍ଡରେ ପିଇ ପେଟରେ ଭୋକକୁ ପେଟରେ ଲୁଚାଇ ଯାହା ପଇସା ଗଣ୍ଡେ ମିଳେ ତାକୁ ପୁଅ ପାଖକୁ ପଠେଇ ଦିଏ, ଛଅ ମାସ ପରେ ପୁଅ ଆସିଲା ଘରକୁ ,ବହୁତ ଭଲ କଥା କହିଲା ତିନି ଦିନ ମୋ ପାଖରେ ରହିଲା ମୋର ସବୁ ଦୁଃଖ କଷ୍ଟ କୁଆଡେ ହଜିଗଲା ମୋ ପୁଅକୁ ଦେଖି ,ସହରରେ କାଳେ ଭଲ ଖାଇବା ହୋଉ ନଥିବ ସେଥିପାଇଁ ମୋ ପୁଅ ମନ ପସନ୍ଦରେ ଖାଇବା ରୋଷେଇ କରି ଦେଲି ପୁଅ ବି ବହୁତ ଖୁସି ଥାଏ ,ସେ ବି ତା ବାପାର ଅନୁପସ୍ଥିତଃ କେବେ ଭାବେନା ,ସବୁବେଳେ ମୋତେ କହେ ବୋଉ ମୁଁ ଚାକିରୀ କଲେ ତତେ ସହରକୁ ନେଇଯିବି ଆଉ ବାହା ହେଇ ସାରିଲା ପରେ ଗୋଟେ ସୁନ୍ଦର ଘର ବନେଇବି ଯୋଉଠି ତୁ ବହୁତ ଖୁସିରେ ରହିବୁ ,ମୁଁ ମୋ ପୁଅର ସପ୍ନ କଥା ଶୁଣି ମୋ ଆଖିର ଲୁହକୁ ଅଟକାଇ ପାରିଲି ନାହଁ ମୋ ପୁଅ ବି କାନ୍ଦି କାନ୍ଦି କହିଲା ବୋଉ ତୋ ଆଖିରେ ମୁଁ କେବେ ଲୁହ ଦେଖି ପାରିବି ନାହଁ, କିଛି ସମୟ ପରେ ମା’ ପୁଅ ଖାଇକି ଶୋଇଲୁ, ସକାଳ 9ରେ ପୁଅ ପୁଣି ବାହାରିଲା ସହରକୁ ,ମୋତେ ଲାଗୁଥାଏ ଯେମିତି ମୋ କଳିଜା ମୋ ଠାରୁ ଦୂରେଇ ଯାଉଛି ,ଆଖିର ଲୁହକୁ ଓଠରେ ପିଇ ହସି ହସି ପୁଅକୁ ଗାଁ ଦାଣ୍ଡରେ ଛାଡିକି ଆସିଲି ଏପଟେ ପଡିଶା ଘରକୁ କାମ କରିବାକୁ ଯାଇନି ବୋଲି ସେମାନେ ବି ଆସି ମୋ ଉପରେ କେତେ କଥା କହିଗଲେ ପୁଣି ମୁଁ ପଡିଶା ଘରେ କାମକରିବାକୁ ଚାଲିଲି ,ରାତିରେ ଫେରି ପୁଅ କଥା ଭାବି ବହୁତ କାନ୍ଦିଲି ,ତା ପରେ ଭାବିଲି କାଳେ ମୁଁ କାନ୍ଦିଲେ ମୋ ପୁଅର ଅମଙ୍ଗଳ ହେବ ସେ କଥା ଭାବି ମୁଁ ଶୋଇପଡ଼ିଲି, ଏମିତି କିଛି ବର୍ଷ ବିତିଗଲା ,ପୁଅର ୨୫ ବର୍ଷ ହେଇଗଲା ଭାବିଲି ଆଉ କେତେ ଦିନ ନଇଁ ନଇଁ କମର ଭାଙ୍ଗି କାମ କରିବି ଏଥର ପୁଅକୁ ବାହାଘର କରିଦେବି ...।

ଅବଶିଷ୍ଟାଶଂ ଭାଗ - ୨ ରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational