STORYMIRROR

Pramod kumar Biswal

Tragedy

3  

Pramod kumar Biswal

Tragedy

ଅପେକ୍ଷା ତୁମକୁ

ଅପେକ୍ଷା ତୁମକୁ

3 mins
215


ବାହାରେ ବହୁଥାଏ ବସନ୍ତରୁ ମଳୟ l ଝରକା ମଧ୍ୟ ଦେଇ ଘରକୁ ପଶିଆସୁଥାଏ ମେଞ୍ଚା ମେଞ୍ଚା ଶେଫାଳୀର ବାସ୍ନା l ପୂର୍ଣ୍ଣିମାର ଜହ୍ନଟା ବାହାରେ ବୁଣିଦେଇଥାଏ, ଜୋଛନା ରାତ୍ରିର ବିଦିତ ଆଶ୍ଳେଷ ମଧ୍ୟରେ ସୁପ୍ତ ଥାଏ ସାରା ଜଗତ କିନ୍ତୁ ମୋ ଆଖିରେ ନିଦ ନଥିଲା l ତୁମ ଆଗମନର ଅସୁମାରୀ ସ୍ବପ୍ନ ଓ ତୁମ ବିରହର ଆଞ୍ଜୁଳାଏ ଲୁହ ଅନ୍ୟ କିଛି ନଥିଲା ମୋ ଆଖିରେ l ତୁମର ଛବିକୁ ମନ ମଧ୍ୟରେ ଆଙ୍କୁ ଆଙ୍କୁ ମୁଁ ଜାଣିନି କେତେ ବେଳେ ମୋ ଆଖିର ପତା ପଡିଯାଇଥିଲା l ଝରକା କବାଟ ସେପରି ଖୋଲା ଥିଲା ତୁମ ଆଗମନକୁ ସ୍ୱାଗତ କରିବା ପାଇଁ, ସେଥିପାଇଁ ପାଇଁ ବୋଧ ହୁଏ ମୁଁ ତୁମର ଅଗମାନଙ୍କୁ ଜାଣିପାରିନଥିଲି ଖୁବ ସୁବିଧାରେ ତୁମେ ଆସିଥିଲ ମୋ ନିକଟକୁ, ଆଉ ତୁମର କାଉଁରୀ ସ୍ପର୍ଶରେ ମୁଁ ଜାଗ୍ରତ ହୋଇ ଉଠିଥିଲି l ଜାଗ୍ରତ ହୋଇ ଉଠିଥିଲା ମୋର ସମସ୍ତ ସ୍ନାୟୁକୋଷ ଭୁଲି ଯାଇଥିଲି ଧୂପ ଦୀପରେ ତୁମକୁ ଅର୍ଚ୍ଚନା କରିବାକୁ ବିସ୍ମୃତି ସମସ୍ତ ତୈପଚାରିତାକୁ, ମୋ ଧାନ, ମନ, ଯୌବନ ସର୍ବସ୍ବ ତୁମ ପାଦ ତଳେ ଢ଼ାଲିଦେଇ ମୁଁ ହଜିଯାଇଥିଲି ତୁମର ନିବିଡ ଆଲିଙ୍ଗନ ମଧ୍ୟରେ ଆଉ ତାରି ମଧ୍ୟରେ ମୁଁ ଶୋଇଯାଇଥିଲି ଚିର ଶାନ୍ତିରେ l ମୋର ସମସ୍ତ ପିପିସାର ମୃତୁ ଘଟିଥିଲା l ଭାଙ୍ଗିଯାଇଥିଲା ନିରାଶର ଅଟାଳିକା, କିନ୍ତୁ ମୁଁ ଜାଣିନଥିଲି ତୁମେ ଅଟେ ନିଷ୍ଠୁର l ମୁଁ ଯେତେ ବେଳେ ଆଖି ଖୋଲିଲି ନିଦ୍ରା ଜଗତରୁ ଆସି ବାସ୍ତବ ଜଗତରେ ତୁମକୁ ଖୋଜିଲି, ତୁମେ କିନ୍ତୁ ନଥିଲା l ମୁଁ ତୁମକୁ ଚିରହୃତୀ ମାଗିନଥିଲି l ତାହାଲେ କାହିଁକି ରାତ୍ରିର ଅନ୍ଧକାରରେ ମଧ୍ୟେ ଆସି ସୂର୍ଯ୍ୟୋଦୟ ପୂର୍ବରୁ ତୁମେ ଚାଲିଗଲ ? ତୁମେ ଯେ ମୋର ଏକାନ୍ତ କାମ୍ୟ, ତୁମ ଭାବିଲ କି ଦିନରେ ମୋ ସହିତ ତୁମକୁ ଦେଖିଲେ ସାଇ, ପଡ଼ିଶାର ଲୋକମାନେ ଟାହିଟପରା କରିବେ ଅଶ୍ଳୀଳ ମନ୍ତବ୍ୟ ଦେବେ l ମୋ ମଥାରେ କଳଙ୍କ ତା ଜମା ଭରିଦେବେ, ଆଉ ତାଙ୍କର ଟିପଣି ମୋତେ ବ୍ୟଥା ଦେବା l ସେଥିପାଇଁ ବୋଧ ହୁଏ ସମସ୍ତେ ଜାଣିବା ଆଗରୁ ତୁମେ ଚାଲିଗଲ l ହେଲେ ତୁମେ ବୋଧ ହୁଏ ଜାଣିନା ମୋର ଭଲ ପାଇବା ପର୍ବତ ପରି ଅଚଳ ଦୁନିଆର କୌଣସି ଘାତ ପ୍ରତିଘାତ କୌଣସି କ୍ଷତି କରିପାରିବ ନାହିଁ l ତାହା ସାଗର ଠାରୁ ଆହୁରି ଗଭୀର, ଇତର ଲୋକମାନଙ୍କର ଅଶାନ୍ତିର ଅପପ୍ରଚାର ତାର ଗର୍ଭରେ ଲୀନ ହୋଇଯିବ l ଏ ଦୁନିଆ,ଏ ସମାଜ, ଏ ପରମ୍ପରା, ଘର, ପରିବାର, ବାପା,ମା, ମୁଁ କାହାକୁ ବି ଚାହେଁ ନାହିଁ l ତୁମ ପାଇଁ ସେମାନଙ୍କ ବନ୍ଧନ ମୋ ଆଗରେ ବୁଢିଆଣୀ ସୂତା ଭଳି, ଯାହାର ରଞ୍ଜୁକୁ ମୁଁ ଖୁବ ସହଜରେ ଛିନ୍ନ କରି ଦେଇ ପରେ l ତୁମେ ମୋର ଏକାନ୍ତ ନିଜସ୍ୱ ତୁମ ପ୍ରେମରେ ମୁଁ ସମ୍ପୂର୍ଣ୍ଣ ଉଲ୍ଲୀନ l ତୁମେ ହିଁ ତ ସତ୍ୟ, ତୁମେ ହିଁ ତ ଶାଶ୍ୱତ l 

  ଗାଁ ଦାଣ୍ଡ, ଆମ୍ବତୋଟା, ନଈକୂଳ, ବଉଳର ବାସ୍ନା, ସାଙ୍ଗସାଥି, ରଜଦୋଳି, ଗ୍ରାମଦେବୀ ପ୍ରଜାପତି, ରାହାସ ମଣ୍ଡପ ଆଦି, ମୋତେ ତୁମ ବିନା ତୁଚ୍ଛ ଲାଗେ, ବେଳାଭୂମି ଏକାକୀ ମାନେ ହୁଏ l କୁହନ୍ତି ପ୍ରତ୍ୟେକ କ୍ରିୟାର ସମାନ ଓ ବିପରୀତ ପ୍ରତିକ୍ରିୟା ଥାଏ l ଯେପରି ଘାତର ପ୍ରତିଘାତ ଓ ଧ୍ୱନିର ପ୍ରତିଧ୍ୱନି, ତାହାଲେ ମୋର ଅନ୍ତରଙ୍ଗ ପ୍ରେମର ମାଧୁରୀକୁ ତୁମେ କାହିଁକି ଗ୍ରହଣ କରିପାରୁନା l କିନ୍ତୁ ସତ କହୁଛି ମୁଁ ଅଣନିଃଶ୍ୱାସୀ ହୋଇପଡୁଛି, ଏ ସଂସାର ମୋ ପାଇଁ ବିଷ ମାୟା ହୋଇପଡୁଛି ତୁମର ସାନିଧ୍ୟ ମୋର ଲକ୍ଷ୍ୟ l ମୁ ଚାହେଁ ତୁମର ସ୍ପର୍ଶ, କିନ୍ତୁ ଏହାର ତୁମକୁ ମୋର ବ୍ୟକ୍ତିଗତ ଅନୁରୋଧ, ସେଥର ପରି ତୁମେ ଲୁଚିଛପି ଆସିବନି, ଆସିବ ସ୍ପଷ୍ଟ ଦିବାଲୋକେ l ଏ ଦୁନିଆ ଆଗରେ ତୁମେ ମୋତେ ନିଜର କରିଦେବ l ତ ପରେ ଛ, ଖଣ୍ଡ କାଠର ସହିତ ଶାବରୀ ରେ ତୁମେ ମୋତେ ନେଇଯିବା ମୋ ସ୍ୱପ୍ନର ଅଳକା ପୁରୀକୁ, ମୁଁ ପିନ୍ଧିଥିବି ଚକ ଚକ ଧବଳ ପାଟ ମୋ ଚାରିପାଖରେ ସଜ୍ଜା ହୋଇଥିବା ମୋ ସାଙ୍ଗସାଥୀଙ୍କ ଦ୍ୱାରା ଆସିଥିବା ପୁଷ୍ପଗୁଛ l ମୋ ଶରୀରକୁ ତୁମ ଘରକୁ ନେଇଯାଉଥିବେ, ମୋର ଆତ୍ମୀୟ ମାନେ, ଆମ ମିଳନ ଉପହାର ପତ୍ରର ସ୍ଥାନ ନେବେ ଖଇ କଉଡ଼ି, କଣା ପଇସା ମୋର ହାତ ଗଣ୍ଠିଫୁଲର ଡୋରିରେ ହେବ ନାହିଁ, ହେବ ପାଳଦଉଡିରେ l ତ'ପରେ ଜାଳି ଉଠିବା ଆମର ହୋମାଗ୍ନି l ରାମ ନାମ ସତ୍ୟ ହେ, ମନ୍ତ୍ର ଉଚ୍ଚାରିତ ହେବ, ଶାଶୁଘରକୁ ବିଦାୟ ଦେଇ ବୋଉ, ବାପା କାନ୍ଦିବେ,କାନ୍ଦିବେ ଆତ୍ମୀୟମାନେ ମୁଁ କିନ୍ତୁ ହଜିଯାଇଥିବି ତୁମର ବାହୁର ନିବିଡ ଆଶ୍ଳେଷ ମଧ୍ୟରେ ତୁମର ନିଶାଳା ବକ୍ଷରେ l 

  ଦେଖ, ତୁମେ ମୋର ଚିରଇପ୍ସିତ ତୁମେ ଆସ, ଜଲ୍ଦି ଆସ l ବିରହର ବ୍ୟଥା ଆଉ ସହି ହେଉନି l ଏ ବସନ୍ତ ସରିଯିବା ପୂର୍ବରୁ ଓ ଏ ମଳୟ ଥମି ଯିବା ପୂର୍ବରୁ ଶ୍ୟାମାଲିମ ଲୁଣ୍ଠିତ ହେବ ପୂର୍ବରୁ, ଯୌବନ ପ୍ରଶମିତ ହେବା ଆରମ୍ଭ l ତୁମ ପାଇଁ ଏ ଦୁନିଆ ଫିକା ଫିକା କେବଳ



Rate this content
Log in

Similar oriya story from Tragedy