Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Bidisha Das

Tragedy Thriller

3.0  

Bidisha Das

Tragedy Thriller

ଅନୁତାପ

ଅନୁତାପ

5 mins
183


ଆରେ!ଏ କଣ ପୁନେଇଁ ଚାନ୍ଦ କୁ ପୁଣି କଳା ବଉଦ ଢାଙ୍କି ଦେଲାଣି। ଚାନ୍ଦିନୀ ରାତି ରେ ଚାରିଦିଗ ଅନ୍ଧକାର ଘୋଟି ଗଲାଣି ଠିକ୍ ମୋ କୋଡ଼ିଏ ବର୍ଷ ତଳ ଜୀବନ ପରି ।ଚଉତରା ରେ ବେତ ଚୌକି ପକାଇ ଆକାଶ କୁ ଚାହିଁ ଝୁଲୁଥିଲା ନନ୍ଦିନୀ।ଆଉ ସ୍ମରଣ କରୁଥିଲା ତା ବିଗତ ଜୀବନ ର ଅଲିଭା ସୃ ତୀ।ବାପା ମାଆଙ୍କ ଗୋଟେ ଝିଅ ।ଭାରି ଗେହ୍ଲା। ଭାରି ଅଲିଅଳି ।ସେପାଇଁ ବୋଧେ ତା ର ନାମ ଦେଲେ ନନ୍ଦିନୀ।ଛୋଟ ବେଳୁ ଏକାକୀ ରହିବା ର ଅଭ୍ୟାସ। ଅତି ଅଲିଅଳି ବୋଲି କିଟେ ଅଭିମନିନୀ ଆଉ ଟିକେ ରାଗି। ନାକ ଆଗରେ ରାଗ ଆଉ ଆଖି ଧାର ରେ ସର୍ବଦା ଲୁହ ଟୋପା ସଜାଇ ରଖିଥାଏ। ତେଣୁ ସେହି ଗୁଣ ଗୁଡ଼ା

ରହିଗଲା ତାର। ଏ ସବୁ ବାପା ଙ୍କ ସୁଆଙ୍ଗବୋଲି କହି ସବୁବେଳେ ଦୋଷାରୋପ କରି ଚାଲନ୍ତି କୈକେୟୀ ଦେବୀ ନନ୍ଦିନୀର ମା।


ଧୀରେ ଧୀରେ ଶୈଶବ ର ଶିଶୁ ଖେଳଛାଡି ନବ ଯୌବନ ପ୍ରାପ୍ତ କଲା ନନ୍ଦିନୀ। ଆହା!!!କି ମନୋରମ ରୂପ ଲାବଣ୍ୟ। ସତେ କି ତିଳୋତ୍ତମା କେଉଁ ମୁନିବର ଙ୍କଠୁ ଶାପ ପାଇ ମର୍ତ୍ତ୍ୟ ଲୋକ ରେ ଅବତାର

ନେଇଛନ୍ତି। ଏପରି ରୂପ ସୌନ୍ଦର୍ଯ୍ୟ ଓ ଗୁଣବତି କନ୍ୟା ବୋଧେ କୋଟିଏ ରେ ଗୋଟିଏ।ଚଞ୍ଚଳ ନୟନ ଚପଳ ବଚନ ସୁମଧୁର କଣ୍ଠ ସ୍ୱର । ମାତ୍ର ଚନ୍ଦ୍ର ରେ କଳଙ୍କପରି ସବୁ ସୁଗୁଣ ସତ୍ତ୍ବେ ଗୋଟେ ଦୂର୍ଗୁଣ

ଖୁବ୍ ରାଗ ଅଭିମାନ ।ଏହି ରାଗ ହିଁ ପାଲଟିଥିଲା ତା ଜୀବନ ଯୁଦ୍ଧ ର ପ୍ରମୁଖଶତ୍ରୁ। ତେଣୁ ଆଜି ସବୁ ଥାଇବି ସେ ପାଲଟିଛି ଦରିଦ୍ର। ବଞ୍ଚିତ ହୋଇଛି ମାତୃପିତୃ ସ୍ନେହ ରୁ ଆଉ ବଞ୍ଚିତ ହୋଇଛି ପ୍ରଗାଢ ପ୍ରଣୟ ରୁ। ନିଜ କୁ ମନେ ମନେନିରନ୍ତର ଦୋଷୀ ସାବ୍ୟସ୍ତ କରି ଚାଲିଥାଏ

ସେ। ବେତ ଚୌକି ର କେଁ କେଁ ଶବ୍ଦ ତାକୁଭାବନା ରାଜ୍ୟରୁ ଟାଣି ଆଣିଲା। ଏ କ'ଣବର୍ଷା ବି ଆରମ୍ଭ ହୋଇଗଲାଣି। ବୋଧେ

ଏବେ ଏବେ ପକାଇଲା, କାଇଁ ଚଉତରା ତ ଏତେ ଓଦା ହୋଇ ନାହିଁ। ବେତ ଚୌକିକୁ ଭିତର କୁ ନେଇ ରୁମ୍ ରେ ପକାଇଲା।


ଟିକେ ଘର ଆଡୁ ବୁଲି ଆସି ପୁଣି ବସିଗଲା ଚୌକି ରେ ଆଉ ଝୁଲିବାକୁ

ଆରମ୍ଭ କଲା ଆଉ ସାଙ୍ଗରେ ବେଡ୍ lightକୁ ନିରନ୍ତର ଅଫ୍ ଅନ୍ କରି ଚାଲୁଥିଲା। କିଛି ସମୟ ପରେ କଣ ହେଲା କେଜାଣି

ହଠାତ୍ ପାଟି କରି ଉଠିଲା "ଚାଲିଯାଅ ଚାଲିଯାଅ ସମସ୍ତେ । ଛାଡ଼ିଦିଅ ମୋତେ ଏକୁଟିଆ ।ବଞ୍ଚିବାକୁ ଦିଅ ମୋତେ। ମୋ ଜୀବନ ରେ କାହାର ବି ସ୍ଥାନ ନାହିଁ। "ନିଜ ଚିତ୍କାର ରେ ଛାଇ ନିଦ ଭାଙ୍ଗିଗଲା। 

ଟିକେ ଆଶ୍ବସ୍ତ ହୋଇ ପୁଣି ଭାବି ବାକୁ ଲାଗିଲା ବିଗତ ଜୀବନ ର ରୋମଞ୍ଚକଦୁର୍ଘଟଣା ।ଠିକ୍ ଏହି ଶବ୍ଦ ଏହି ଭାଷା ଏହି

ଶୈଳୀ ରେ ଚିତ୍କାର କରୁଥିଲା ସେ ସେଦିନଦୂରେଇ ଦେଉଥିଲା ତା ପ୍ରଣୟ ର ପସରାକୁ। ଠିକ୍ ଏହିପରି ହଜାଇ ଦେଉଥିଲା ତା

ମାତା ପିତା ଙ୍କ ବାତ୍ସଲ୍ୟ ମମତା କୁ। ସେଦିନ କଣ ଚୁପ୍ ରହି ହୋଇନଥାନ୍ତା ??


ଟିକେ ମୁଣ୍ଡ ଥଣ୍ଡା କରି ପ୍ରକୃତ କଥା ବୁଝିଥିଲେ ହୋଇ ନ ଥାନ୍ତା?? ମା ମୋତେ ଏତେ କରି ବୁଝାଉ ଥିଲେ ବାପା ବି ମୋ ଆଖିର ଅନ୍ଧ ପୁଟୁଳି ଖୋଲି ବାକୁ ଅଗାଧ ପ୍ରୟାସ କରିଥିଲେ। ସଞ୍ଜୟ ବି ନିଜକୁ ନିର୍ଦ୍ଦୋଷ ପ୍ରମାଣ ପ୍ରସ୍ତୁତ କରିବାକୁ ସମସ୍ତ ସୀମା ଲଂଘ ି ବାକୁ ପ୍ରସ୍ତୁତ ଥିଲେ। ହେଲେ ମୁଁ ଏ କଣ କଲି ?? ନିଜ ର ସ୍ୱାଭିମାନ କୁ ମିଛ ଅଭିମାନ ର ରୂପ ଦେଇ ନିଜ ସୁନା ସଂସାର କୁ ନିଜ ହାତରେ ଚୁନା କରି ଦେଲି। ସେଦିନ ମୋର ଆଜିବି ମନେ ଅଛି ବଡ଼ି ଭୋରୁ ଉଠି ଗାଧୁଆ ପାଧୁଆ ସାରି ଠାକୁର ଘରେସକାଳ ଆଳତି ସାରି ଚା ପିଇବାକୁ ବସୁଥାଏ। ହଠାତ୍ ଘର ର କଲିଙ୍ଗ ବେଲବାଜିଲା ।ଏତେ ସକାଳୁ ଅବା କିଏ ହୋଇଥିବ ଭାବି କବାଟ ଖୋଲିଲା ଠୁ ଗୋଟେ ଲଫାପା ଆଉ ନାଲି ଗୋଲାପର ସୁନ୍ଦର ତୋଡା ଟିଏ ଥୁଆ ହୋଇ ଥିଲା। 


ପ୍ରଥମେ ପ୍ରଥମେ ମନ ରେ ଟିକେ ସଙ୍କୋଚହେଲା। କାରଣ ଘରେ ସଞ୍ଜୟ ବି ନଥିଲେଦେଶ ର ଜରୁରୀ କାଗଜ ପତ୍ର ନେଇ ବୋଧେ air force army ra head quarters କୁ ଯାଇଥିଲେ। ବହୁ ସାହସକରି ସେହି ତୋଡା ଆଉ ଲଫାପା ଉଠାଇଆଣି ଦେଖେତ ତୋଡା ଉପରେ ଲେଖା ହୋଇଛି । I am sorry Sanjya. I really love u. ଆଶ୍ଚର୍ଯ୍ୟ ଲାଗୁଥିଲା ।ଖୁବ୍ ସାହସ କରି ଲଫାପା ଖୋଲିଲି । ସେଥିରୁ ଗୋଟେ ଚିଠି ମିଳିଲା ସେଥିରେ ଯାହା ଲେଖାଥିଲା ତାହାକୁ ପଢି ମୋ ଆଖି ଛଳ ଛଳ ହୋଇ ଗଲା। ସେଥିରେଲେଖାଥିବା instruction କୁ follow

କରି ଘର cupboard ru kichhi photo graphs ପାଇଲି ।ସେ ଫୋଟଗ୍ରାଫି ଦେଖି ମୋ ପାଦ ତଳୁ ମାଟିଖସି ଗଲା। ମୁଣ୍ଡ ବୁଲାଇ ଚେତସୁନ୍ୟ ହୋଇଗଲି। ଚେତା ଫେରିପାଇଲା ବେଳକୁ ମୁଁ ବେଡ୍ ରୁମ୍ ରେ ଆଉ ମୋ ପାଖରେ ସଞ୍ଜୟ ଘୁମେଇ ପଡ଼ିଥିବା ଅବସ୍ଥାରେ। ଘଣ୍ଟା ଦେଖେତ ସମୟ ରାତି ୧୨। ମୁଁ ଉଠି ବା ର ଦେଖି ସଞ୍ଜୟ ଙ୍କ ନିଦ ଭାଙ୍ଗି ଗଲା। ମୋତେ ଉଠାଇ ପଚାରିଲେ

"ଏବେ ଟିକେ ସୁସ୍ଥ ଅନୁଭବ କରୁଛ"?? ।


ମୁଁ ଟିକେ ସ୍ତାଣୁ ହୋଇ ଭାବିଲି ସତରେ କଣ ଏ ସେହି ସଞ୍ଜୟ ଯେ ଦିନେ ମୋତେସାତ ଜନ୍ମ ପାଇଁ ସ୍ବୀକାର କରିଥିଲେ। ତେବେ ସେ ଫଟୋ କଣ୍ ସବୁ ମିଛ। ସେ ଚିଠି ଆଉ ତୋଡା ସେ ସବୁ କଣ?? ଅବଶ୍ୟ ମୁଁ ବିଶ୍ୱାସ କରିନ ଥାନ୍ତି ଯଦି ସେ ଫଟୋ ଗୁଡ଼ା ଘରୁ ମିଳି ନଥାନ୍ତା। ହୃଦୟରେ ପଥର ରଖି ପଚାରିଲି ତାଙ୍କୁ ବିନି କିଏ?? ସଞ୍ଜୟ ଟିକେ ହଡବଡେଇ ଗଲେ। ତାପରେ କହିଲେ ଦେଖ ମୁଁ ଏ ସବୁ ବିଷୟ ରେ ତୁମ କୁ କହି ଥାନ୍ତି କିନ୍ତୁ ସମୟ ପାଇନଥିଲି। ତାପରେ ଧୀରେ ଧୀରେ ମୋ ସନ୍ଦେହ ବିଶ୍ୱାସ ରେ ପରିଣତହେବାକୁ ଲାଗିଲା ।ମୁଁ ମୋ ବାପା ମା ଙ୍କୁଡକାଇ ଏ ସମ୍ବନ୍ଧ ରେ କହିଲି ।କିନ୍ତୁ ଜାଣିବାକୁ ପାଇଲି ଯେ ସେମାନେ ବି ଜାଣନ୍ତି କୁ ଵିନି ତାଙ୍କର ଜଣେ ବିଦେଶୀ ବନ୍ଧୁ। ଏହା ଶୁଣି ମୁଁ ଖୁବ୍ ଜୋର୍ ରା - ଗିଯାଇଥି ଲି। ବାପା ମା ସଞ୍ଜୟ ସମସ୍ତେ ମୋତେ ସ୍ପଷ୍ଟ କାରଣ ଜଣାଇବାକୁ ପ୍ରୟାସକରୁଥିଲେ କିନ୍ତୁ ମୁଁ ମୋ ଜିଦି ରେ ଅଟଳ ଥିଲି। ସେଦିନ ଠୁ ରାଗରେ ଘରୁ ବାହାରି ଆସି ଭଡ଼ା ଘରେ ରହୁଥିଲି।


ହଠାତ୍ ଦିନେନ News ଆସିଲା କି ସଞ୍ଜୟ ନାମକ ଜଣେ air force officer କୁ ଭାଇ କରିବିନୀ ନାମକ ଜଣେ ବିଦେଶୀ ଗୁପ୍ତଚୋରଦେଶ ର ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ହାସଲ କରିବା କୁ ଷଡ଼ଯନ୍ତ୍ର ରଚନା କରିଥିବା ର ସୂଚନା ପାଇ ପୋଲିସ ଓ ନିଜେ ସଞ୍ଜୟ

ତାଙ୍କୁ ଗିରଫ କରିଛନ୍ତି।ସେଦିନ ଯେପରିମୁଁ ଜଡ ପାଲଟି ଯାଇଥିଲି। ଅନୁତାପ ଅନଳ ମୋତେ ଭସ୍ମ କରିବାରେ ସଫଳ ହୋଇଥିଲା। ନିଜ ଭୁଲ୍ ବୁଝିପାରି ସଞ୍ଜୟଙ୍କ ପ୍ରତି କରିଥିବା ଅତ୍ୟାଚାର କୁ ମୁଁ ସୁଧାରି ବାକୁ ଚାହୁଁ ଥିଲି। ବପା ମା ଙ୍କୁ ବି contact କରିବାକୁ ପ୍ରୟାସ କଲି। ହେଲେ ସମସ୍ତ ଙ୍କ ଫୋନ ସ୍ଵିଚ୍ ଅଫ୍ ଆସୁଥିଲା। ମନ ରେ କାହିଁ କେଜାଣି ଗୋଟେ ଅଜଣା ଭୟ ବସା ବାନ୍ଧିବାକୁ ଆରମ୍ଭକଲା। ଆଉ ଧର୍ଯ୍ୟ ଧରି ନ ପାରିଘର କୁ ଚାଲିଲି ସେଇ ଘର ପିନ୍ଧା ଲୁଗା ।

ଆଉ ଅସଜଡା ଅରୁଆ ଚୁଟି। ଖାଲି ସିନ୍ଦୂର ଟିକେ ପିନ୍ଧି ଦେଇ ଘର ମୁହାଁ ହେଲିଯାଇ ଦେଖେତ ଘରେ ତାଲା ପଡିଛି। ଗୋଟେ ଦୁଳିକେ ଟ୍ ଚାବି ମୋ ପାଖରେ ଥିଲା। ଘର ଖୋଲି ଭିତର କୁ ଯାଇ ଦେଖେ ସେଦିନ ର ଚାହା କପ୍ ସେମିତି ପଡ଼ିଛି ତାଉପରେ କଳା କବକ ର ପ୍ରସ୍ତରଣ ମାଡ଼ି ଯାଇଛି। ୪ମାସ ତଳେ ମୁଁ ଯେଉଁ ଅବସ୍ଥା ରେ ଘରୁ ଯାଇଥିଲି ସେଇଅବସ୍ଥା ରେ ଘର ଅଛି। ଏମିତି ଲାଗୁଛି କି

ଯେପରି ସେଦିନ ଠୁ ସଞ୍ଜୟ ଆଉ ଘର କୁ ଫେରି ନାହାନ୍ତି। ଠିକ୍ ସେତିକି ବେଳେ ପଡୋଶୀ ଘରୁ ଜଣେ ଛୋଟ୍ ଝିଅ ଛଳ

ଛଳ ଆଖି ରେ ଦଉଡ଼ି ଆସି ମୋତେ କୋହ ଭରା କଣ୍ଠ ରେ ଟିକେ tv ଲଗାଇବାକୁ କହିଲା। ମୁଁ ଆଶ୍ଚର୍ଯ୍ୟ ହୋଇTV ଲଗାଇ ଦେଲା ବେଳକୁ ବ୍ରେକିଂ ନିଉଜ re ଆସୁଥିଲା କାଶ୍ମୀର ବୋର୍ଡର ରେ ଆତଙ୍କ ବାଦି ଆକ୍ରମଣ ରେ ୫ ଜଣ ଶହିଦ ହୋଇଯାଇଛନ୍ତି। ନାମ - ସଞ୍ଜୟ ପଟ୍ଟନାୟକ ,ଅରୁଣ ଝାଲ,ସରୋଜ ହାତୀ,ଆଉ ଦୁଇ ଦମ୍ପତି ନାମ -କୈକେୟୀ ରାଠୋର ଆଉ ସମ୍ବିତ ରାଠୋର। 


Rate this content
Log in

More oriya story from Bidisha Das

Similar oriya story from Tragedy