Bidisha Das

Tragedy

3  

Bidisha Das

Tragedy

ପୂର୍ଣ୍ଣ ପ୍ରଜାପତି

ପୂର୍ଣ୍ଣ ପ୍ରଜାପତି

3 mins
218


ବାପ ଝିଅ ସ୍କୁଟରରେ ବସି ଚାଲିଛନ୍ତି ନିଜ କର୍ମସ୍ଥଳି ଅଭିମୁଖେ। ଝିଅର ଗବେଷଣା କେନ୍ଦ୍ର ଆଗ ପଡେ ତାକୁ ସେଠାରେ ଛାଡି, ନରହରି ବାବୁ ଯିବେ ତାଙ୍କ ପ୍ରଶାସନିକ କାର୍ଯ୍ୟଳୟକୁ। ପ୍ରଶାସନିକ କାର୍ଯ୍ୟାଳୟର ଯନ୍ତ୍ରୀ ବିଭାଗରେ କର୍ତ୍ତବ୍ୟ ନିଷ୍ଠ କର୍ମଚାରୀ ଭାବେ ତାଙ୍କ କର୍ଯ୍ୟକାଳକୁ ପ୍ରାୟ ୨୦ ବର୍ଷ ପୂର୍ତ୍ତି ହେଲାଣି। ତାଙ୍କ ୨୦ କାଳ ଚାକିରି ଜୀବନରେ କେବେ କାହାଠାରୁ ଘୋଷ ନେଇନାହାନ୍ତି କି କାହାକୁ ଦେଇବିନାହାନ୍ତି। ଖୁବ୍ ସଚ୍ଚୋଟ ଲୋକ ।

୨୦ବର୍ଷ ଧରି ସେଇ ଗଣ୍ଡାକ ଦରମାରେ ନିଜ ପାଇଁ କେବଳ ଖଣ୍ଡେ ଭବ୍ୟ ବାସଗୃହ ନିର୍ମାଣ କରିପାରିଛନ୍ତି। ଆଉ ବାକିତକ ଅର୍ଜନ ପୁଅ ଝିଅଙ୍କ ପାଠ ପଢ଼ା ପଢ଼ିରେ ଲାଗିଯାଇଛି ଆଉ କିଛି କରିବା ପାଇଁ ସେ ସୁଯୋଗ ପାଇନାହାନ୍ତି କି ପାଇବାକୁ ଇଚ୍ଛା ମଧ୍ୟ ପ୍ରକଟ କରିନାହାନ୍ତି। "ପୁଅ ଯଦି ଯୋଗ ହେଲା ଧନ କାହିଁ ପାଇଁ ସଞ୍ଚା ଆଉ ପୁଅ ଯଦି ଆଯୋଗ ହେଲା ଧନ କାହିଁ ପାଇଁ ସଞ୍ଚ"ଉକ୍ତ ସିଦ୍ଧାନ୍ତକୁ ପାଥେୟ କରି ସାରା ଜୀବନ ଅର୍ଜିତ ଅର୍ଥ ପିଲାଙ୍କ ପଢ଼ା ପଢ଼ିରେ ଖର୍ଚ୍ଚ କରିଛନ୍ତି। ପିଲାମାନେ ବି ତାଙ୍କ ପରିଶ୍ରମର ମୂଲ୍ୟ ବୁଝି ଅର୍ଥର ମୂଲ୍ୟ ଦେଇଛନ୍ତି। ବଡ ପୁଅ IAS କ୍ଵାଲିଫାଏଡ ବର୍ତ୍ତମାନ ଶିକ୍ଷା ବିଭାଗରେ ସହ ସଚିବ , ତା ପ୍ରମୋସନ ହେଇ ମୁଖ୍ୟ ସଚିବ ହବାର ଅଛି। ଆଉ ଝିଅ ବାଇଓଟେକ୍ନୋ ଡିପାର୍ଟମେଣ୍ଟର ଚିଫ୍ ବଜ୍ଞାନିକ . ବାପ ଝିଅ ଦୁହେଁ ସ୍କୁଟରରେ ଚାଲିଥାନ୍ତି। ଏତିକି ବେଳେ ଗୋଟେ ସୁନ୍ଦର ପ୍ରଜାପତିଟି ଉଡି ଆସି ସ୍କୁଟର ମିରରରେ ବସିଗଲା । ତାକୁ ଦେଖି ନରହରି ବାବୁ ଟିକେ ଭାବବିହ୍ୱଳ ହୋଇଗଲେ ।କଣ ଥିଲା ଏ ସୁନ୍ଦର ପ୍ରଜାପତି ର ପୂର୍ବ ରୂପ ??

ଗୋଟେ ମୋଟ ରୁମିଆ କଳା ଶଁବାଳୁଆ ସଭିଁଙ୍କ ଘୃଣା ର ପାତ୍ର। ଦେଖିଲେ କିଏ ନାକ ଟେକୁଥିଲା ତ ପୁଣି କିଏ ଛାଚୁଣିରେ ଓଳେଇ ଦଉଥିଲା। ସେବେ କିଏ ବି ଚିନ୍ତା କରୁନ ଥିଲେ କି "ଏ ଦିନେ ସୁନ୍ଦର ରୂପ ନେଇ ବିକଶିତ ହେବ, ଯାହାକୁ ଦେଖି ମନ ଯୌବନରେ ଅଜଣା ପୁଲକ ବିଶରିତ ହେବ"। ମାତ୍ର କ୍ଷୁଦ୍ର ବିକୃତ ଶଁବାଳୁଆ ତା ପ୍ରତି ହେଉଥିବା ସମସ୍ତ ଅତ୍ୟାଚାରକୁ ମଥାନତ କରି ସହ୍ୟ କରି ଚାଲି ଯାଏ ଆଉ ତାକୁ କଷ୍ଟ ଦେଉଥିବା ପାଶବିକ ଚିନ୍ତାଧାରୀ ମନୁଷ୍ୟକୁ ରୁଦ୍ଧ କଣ୍ଠରେ କହି ଯାଏ "ହେ ଛାର୍ ମଣିଷ ଆଜି ସିନା ମୁଁ ତୋତେ ଘୃଣ୍ୟ ବିକୃତ ଦିଶୁଛି ,କିନ୍ତୁ ଅପେକ୍ଷା କର ସେ ଦିନ ଆଉ ଦୂର ନୁହେଁ ଯେବେ ମୁଁ ଆଲୋଭା ରୂପ ଯୌବନ ପ୍ରାପ୍ତ କରି ପୂର୍ଣ୍ଣତାକୁ ସ୍ବୀକାର କରିବି ସେବେ ତୁ ମୋତେ ଦେଖି ପ୍ରଗଳ୍ଭ ସମ ପ୍ରଳାପ କରିବୁ" ।ମାତ୍ର ତା କଟାକ୍ଷ ଉକ୍ତି କୁ ବଧିର ମନୁଷ୍ୟ ଶୁଣିବ ବା କିପରି?

ଇତି ମଧ୍ୟ ରେ ସ୍କୁଟର ପହଞ୍ଚି ଯାଇଥାଏ ଗବେଷଣା କେନ୍ଦ୍ର ନିକଟରେ । ସେଠାରେ ଝିଅକୁ ଛାଡି ପୁଣି ନରହରି ବାବୁ ଆଗେଇ ଗଲେ ନିଜ କର୍ମସ୍ଥଳୀ ଅଭିମୁଖେ। ପୁଣି ଫେରି ଆସିଲେ ନିଜ ଭାବନା ଦୁନିଆଁକୁ ପ୍ରଜାପତି ଜୀବନ ର ଗତିପଥ ସଙ୍ଗେ ତୁଳନା କଲେ ନିଜ ବିଗତ ଅବିସ୍ମରଣୀୟ କଣ୍ଟକିତ ପଥକୁ ।ଜନ୍ମ ଠୁ ବିବାହ ପର୍ଯ୍ୟନ୍ତ ଜୀବନକୁ। ପଙ୍କରୁ ପଙ୍କଜ ପ୍ରସ୍ଫୁଟିତ ହେଲା ପରି ତାଙ୍କ ଜୀବନ। କେହିବି ଦିନେ ବିଶ୍ୱାସ କରୁନ ଥିଲେ କି ସେ ଭୁବନେଶ୍ୱର ପରି ସହରରେ ପୁଣି ପ୍ରଶାସନ ବିଭାଗରେ ଯନ୍ତ୍ରୀ ପଦବୀରେ ଅଧିଷ୍ଠିତ ହେବେ। 

ଯେତେ ଯାହା ହେଲେ ବି ବାପାମା ଛେଉଣ୍ଡ ପିଲା ନା। ତେଣୁ ସେ ପିଲା ମାନଙ୍କୁ କେବେ ବି ଅଭାବରେ ରଖିନାହାନ୍ତି। ଅଭାବର ଯେଉଁ ଘନ କଳା ବଉଦରେ ସେ ଭିଜିଛନ୍ତି ,ତାହାର ଛିଟା ଯେପରି ତାଙ୍କ କୋମଳ ମତି ସନ୍ତାନ ଦୁହିଁଙ୍କ ଉପରେ ନ ପଡୁ ସେଥି ପ୍ରତି ସେ ଖୁବ୍ ଯତ୍ନବାନ। ଜୀବନର ସବୁ ଝଡ଼ ଝଞ୍ଜାକୁ ସାମ୍ନା କରି ଆଜି ସେ ହୋଇ ପାରିଛନ୍ତି ପୂର୍ଣ୍ଣ ପ୍ରଜାପତି। ଜୀବନ ଯାତ୍ରାରେ ଜଣେ ସୁ ସଙ୍ଗିନୀ ଆଉ କର୍ତ୍ତବ୍ୟ ନିଷ୍ଠ ସନ୍ତାନ ପାଇ ସୁଖେ ଜୀବନ ଗଡ଼ି ଯାଉଥାଏ। ହେଲେ ସୁନ୍ଦର ପ୍ରଜାପତିଟି ବୁଢିଆଣୀ ଜାଲରେ ଫସୀ ଯିବା ପରି। ସେ ବି ଆଜି ଛନ୍ଦି ହୋଇ ଛନ୍ତି ସଂସାର ଦୁଃଖରେ। ଝିଅର ଚାକିରି ପରେ ଗୋଟେ ସୁନ୍ଦର ପାତ୍ର ଦେଖି ଝିଅ ଦେଇଥିଲେ। ପାତ୍ରଟି ସୁପ୍ରତିଷ୍ଟିତ ପରିବାରର ଭଲ ରୋଜଗାର । ରାଜକୁମାର ପରି ରୂପ ସୌନ୍ଦର୍ଯ୍ୟ। ବିବାହର ୧୫ ଦିନ ନ ପୁରୁଣୁ ଝିଅଟି ବିଧବା ହୋଇଗଲା। ଅଜଣା ରୋଗରେ ଜ୍ବାଇଁ ଆରପାରିକୁ ଚାଲିଗଲେ। ଝିଅର ମଥାରୁ ସବୁଦିନ ପାଇଁ ସିନ୍ଦୂର ଲିଭିଗଲା ।ଛୋଟ ବେଳୁ ସଜେଇ ହେବାର ସଉକ ରଖୁଥିବା ତାଙ୍କ ଛୋଟ କଣ୍ଢେଇର ଅସଜ ରୂପ ତାଙ୍କୁ ବିଚଳିତ କରୁଥିଲା। ଗେହ୍ଲି ଝିଅର କାନ୍ଦ କାନ୍ଦ ମୁହଁକୁ ଚାହିଁ ପାରୁନଥିଲେ ସେ ଦୁଇ ପ୍ରାଣୀ। ତାକୁ ଦେଖିଲା କ୍ଷଣି କୋହରେ କଣ୍ଠ ବାଷ୍ପ ରୁଦ୍ଧ ହୋଇଯାଏ ତାଙ୍କର। ଏସବୁ ଭାବୁ ଭାବୁ ତାଙ୍କ ଚଶମାଟି ଧୂଆଁ ତିଆ ହୋଇଗଲା । ଟିକେ ଗାଡ଼ି ଅଟକାଇ ଆଖି ଲୁହକୁ ପୋଛି ଦେଇ ସାଇଡ ମିରର ରେ ଚେହେରା ସଜାଡି ନେଲେ। କାଳେ ଅଫିସରେ କିଏ ଜାଣି ଦବ ଆଉ ତାଙ୍କ ଦମ୍ଭ ପ୍ରତିଛବିରେ ଦାଗ ଲାଗିଯିବ। ଏହା ଭାବି ସେ କୁହୁଳା କୋହକୁ ହୃଦୟରେ ଦବାଇ ଗାଡ଼ିଟିର ବେଗ ବଢାଇ ଚାଲିଲେ ଜୀବନର ବାକି ତକ ରାସ୍ତା ଅତିକ୍ରମ କରିବାକୁ।



Rate this content
Log in

Similar oriya story from Tragedy