STORYMIRROR

Rajasmita Mohanty

Inspirational

2  

Rajasmita Mohanty

Inspirational

ଅନୁଭୂତି..... ମୂକ ମା'ର ଆର୍ଶୀବାଦ

ଅନୁଭୂତି..... ମୂକ ମା'ର ଆର୍ଶୀବାଦ

2 mins
14K


ସ୍ବଭାବତ ମୁଁ ଟିକେ ଜିଦିଆ ସ୍ବଭାବର ଝିଅଟିଏ ହୋଇଥିବାରୁ ପ୍ରତେକ କଥାକୁ ଆମୂଳଚୂଳ ଭାବରେ ଧରିଥାଏ ସେଥିପାଇଁ ମୁଁ ଅନେକଙ୍କ ପାଖରେ ଅପ୍ରିୟ ବି ହୋଇଛି।ତିନି ବର୍ଷ ତଳେ ବୈଶାଖ ମାସ ପ୍ରବଳ ଖରା ।ଦିନ ପ୍ରାୟ ଗୋଟେ ସମୟ ହେବ,ମୋ ମାଉସୀ ଝିଅ ଏବଂ ପିଉସୀଙ୍କ ପୁଅ ଆମ ଘରକୁ ଆସିଥିଲେ ବୁଲିବାକୁ,ମୁଁ ଘରେ ଶୋଇଥାଏ ,ସେମାନେ ଆମ ଆମ୍ବ ବଗିଚାରେ ବୁଲୁଥାନ୍ତି ହଠାତ୍ ଗୋଟିଏ ୧୨ କିମ୍ବା୧୩ ଦିନର ହଳଦୀ ବସନ୍ତ ଛୁଆଟି ୨୦ଫୁଟ୍ ଗଛରୁ ଖସିପଡିଲା,ସେମାନେ ତାକୁ ତଳୁ ଉଠାଇ ପାଣି ପିଇବାକୁ ଦେଲେ କିନ୍ତୁ ସେ କିଛି ପିଉନଥାଏ ,ତା ମା କିଚିରି ମିଚିରି ଶଦ୍ଦରେ ଆମ୍ବ ବଗିଚାକୁ କମ୍ପାଇ ଦେଉଥାଏ। ମୁଁ ସେତେବେଳକୁ ନିଦରୁ ଉଠିଥାଏ ମୋତେ ମୋ ମାଉସୀଙ୍କ ଝିଅ ଆସି ସେ ଶିଶୁ ଛୁଆଟିକୁ ମୋ ହାତରେ ଟେକିଦେଲା ଏବଂ ସବୁକଥା କହିଲା ମନ ମୋର ଅଥୟ ହେଲା ତା ମା କଥା ଚିନ୍ତାକରି ,କିନ୍ତୁ ବାପାଙ୍କର କୌଣସି ଏକ କଥାକୁ ଜିଦିଧରି ମୁଁ ସେ ଆମ୍ବ ବଗିଚାକୁ ଦୀର୍ଘ ଦେଢ ବର୍ଷ ହେଲା ଯାଉ ନଥିଲି। କେମିତି ଯିବି ..... ଆମ ଆମ୍ବ ବଗିଚାକୁ ଲାଗି ଆମ ପଡିଶା ଘର ଆମ୍ବ ବାଡି ଅଛି ପୁଣି ମଝିରେ ବାଡ,ତେଣୁ ଚିନ୍ତା କରି ତାଙ୍କ ଆମ୍ବ ବାଡି ବାଟେ ଗୋଟେ ଲମ୍ବା ସେଡି ପକାଇଲି ଆମ୍ବ ଗଛକୁ। ହଳଦୀ ବସନ୍ତ ମା' ଆଉ ଥୟ ଧରି ରହିପାରୁନଥାଏ ।କେମିତି ଛୁଆଟି ତା ବସାକୁ ଯାଇ ସୁରକ୍ଖିତ ଭାବେ ତା ବସାରେ ରହିବ। ମୁଁ ତ ୧୭ ବର୍ଷ ହେଲା ବି ଗଛ ଚଢି ନଥାଏ ଦେହ ହାତ ବି ଥରୁଥାଏ ମୋ ପିଉସୀ ପୁଅ ଭାଇ ବି ମନା କରୁଥାଏ ଗଛ ନଚଢିବା ପାଇଁ କିନ୍ତୁ ସେଇ ମା"ର ଆର୍ତ୍ତ ଚିତ୍କାର ମୋତେ ସାହସ ଦେଉଥାଏ। ଗୋଟାଏ ପଲିଥିନ୍ ରେ ଅତି ଯତ୍ନ ସହକାରେ ସେ ଛୁଆଟିକୁ ପୁରାଇ ଗଛ ଚଢିଲି ....ଝାଳରେ ହାତ ବି ଖସିଡି ଯାଉଥାଏ ଆଉ ଗୋଡ ହାତ ସବୁ ଥରୁଥାଏ । ଶେଷରେ ତା ବସାରେ ଛୁଆଟିକୁ ନେଇ ବସା ପାଖରେ ଛାଡି ଆସିଲା ସେ ବେଳର ଦୃଶ୍ୟ ଅବର୍ଣ୍ଣନିୟ.......।କି ଉତ୍ଫୁଲିତ ତା ମା ଖୁସିରେ। ଆଖିର ମୋର ଲୁହ ଜକେଇ ଆସୁଥାଏ । ମା ଉଡି ଆସି ତା ଥଣ୍ଟରେ କଣ ଖାଇବାକୁ ଦେଇଦେଉଥାଏ ଓଃ କି ଖୁସି......ଧିରେ ଧିରେ ତଳକୁ ଓହ୍ଲାଇ ଆସିଲି। ଆଉ ମୋ ଭାଈ ସେହି ସବୁ ସ୍ମୃତିକୁ ମୋବାଇଲ୍ ସାଇତି ରଖୁଥିଲା। ବାଡ ଡେଇଁ ଆସିଲା ବେଳକୁ ଗୋଟେ ବାଉଁସ ଖୁଞ ମୋ ଗୋଡର ଉପର ବାଟେ ଗଳିଗଲା ଯାହା ବାହାରିବାକୁ ୨୨ଦିନ ଲାଗିଥିଲା କିନ୍ତୁ ମନ ତଥାବି ଖୁସି ଥିଲା। ମୋର ଜିଦ୍ଦି ସେଦିନ ହାର ମାନିଥିଲା ସତ କିନ୍ତୁ ଗୋଟେ ମା"କୁ ଖୁସି ମିଳିଥିଲା । ସେଇ ମାର ଅକୁହା ଆର୍ଶୀବାଦରୁ ମୋ ଗୋଡରୁ କଣ୍ଟା ବାହାରି ଥିଲା। ଆଉ ଯାହା ପାଇଁ ମୁଁ "Save our world" ନାଁ ରେ ଫେସବୁକ୍ ଏକାଉଣ୍ଟ ଖୋଲିଥିଲି ଏବ୍ଂ ସେଇ ହଳଦୀ ବସନ୍ତ ଶିଶୁର ଫଟୋକୁ profile ରେ ରଖିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Rajasmita Mohanty

Similar oriya story from Inspirational