STORYMIRROR

Sunanda Mohanty

Tragedy Fantasy Thriller

4  

Sunanda Mohanty

Tragedy Fantasy Thriller

ଅନେଶତ ରାଜାର ରାଣୀ 

ଅନେଶତ ରାଜାର ରାଣୀ 

3 mins
0


ଫୁଲ ଘରକୁ ଆସିଥିଲା ସ୍ୱାମୀଙ୍କ ସହାୟତାରେ ଏକ ଜନଜାତି ପରିବେଷ୍ଟିତ ଗାଁରୁ. କେମିତି ଆକୁ କୋଉଠୁ ପାଇଲ ଉତ୍ତରରେ ଚୁପି ଚୁପି ନିଜ ଶୟନ କକ୍ଷକୁ ଡ଼ାକିନେଇ ସ୍ୱାମୀ କହିଥିଲେ ତାରି ଆଗରେ ଏମିତି ପ୍ରଶ୍ନ ପଚାରିଲେ କଣ ଭାବିବ ସେ!ଅଟକି ଯାଇଥିଲେ ସୁଜାତା. ସତେତ କାମବାଲୀ ହେଲେ ମଧ୍ୟ ସମସ୍ତଙ୍କର ସମ୍ମାନ ଅଛି. ତାଙ୍କର ଆବଶ୍ୟକ କାମବାଲୀ, ଫୁଲ ଆସିଯାଇଛି ମାନେ ତାଙ୍କୁ ଏଥର ଖୁବ ଲାଘବ ମିଳିବ ଓ ଅବସର ସମୟ ସବୁର ଉପଯୋଗ କରି କବିତା ଲେଖିବାକୁ ସମୟ ଓ ସୁବିଧା ମିଳିଯିବ. ଫୁଲ କିନ୍ତୁ ଖୁବ ଅଳସେଇ ଥିଲା. ତା ନାମରେ କିଛି କହିଲେ ବିଜୟ କହୁଥିଲେ ଗାଁ ଛାଡି, ଛୁଆ ଝିଅଟାକୁ ଛାଡି ଆସିଛି, ଏତେ ତରତର ନହୋଇ ଅପେକ୍ଷା କର. ଫୁଲ କାମ ତରତର କରୁନଥିଲା କିନ୍ତୁ ଫୁଲ ଗଛ ଲଗେଇ ଘରକୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରି ଦେଇଥିଲା. ବିଶେଷ କରି ବିଜୟଙ୍କ ବେଡ଼ ରୁମର ବେଡ଼ସିଟ ବଦଳାଇବା ଓ ଫୁଲଦାନୀରୁ ବାସି ଫୁଲ କାଢି ନୂଆ ଫୁଲ ଭରୁଥିଲା ନିଶ୍ଚୟ. ବିଜୟ ବି ତା ପକ୍ଷ ନେଉଥିଲେ ଢେର. ସନ୍ଦେହ ଯଦିଓ କହିହେବନି ହେଲେ ଫୁଲର ଜୀବନୀ ବହିରେ ହିରୋ କିଏ ଓ ଭିଲିଆନ କିଏ ଜାଣିବାକୁ ସୁଜାତାଙ୍କର ଖୁବ ଇଛା ସେଦିନ ପୁରଣ ହୋଇଗଲା, ଯୋଉଦିନ ଫୁଲ କାହା ସହ ଛପି ଛପି କଥା ହେଉଥିଲା ଓ ଧରା ପଡିଲାରୁ କହିଥିଲା ମୋ ଦେଢ଼ଶୁର. ଦେଢଶୁର ସଙ୍ଗେ ଏମିତି କଣ କେହି କଥା ହୁଏ ବୋଲି ନିଜେ ନିଜକୁ ପଚାରିବା ଦୂରେ ଥାଉ ଅଫିସ ଫେରନ୍ତା ସ୍ୱାମୀ ବିଜୟଙ୍କୁ ପଚାରବାରୁ ସେ ବିରକ୍ତ ହୋଇଥିଲେ ଓ କହିଥିଲେ ତା ଝିଅ ସେମାନଙ୍କ ତତ୍ୱାବଧାନରେ ରହିଛି ଯେତେବେଳେ ତାଙ୍କମାନଙ୍କ ସଙ୍ଗେ କଥା ହେବା ସ୍ୱାଭାବିକ. ସୁଜାତାଙ୍କୁ କଥାଟା ଠିକ ଠାକ ଲାଗୁନଥିଲା ଯେତେବେଳେ ଫୁଲ କେବେ କେତେ ନମ୍ବରଵାଲା ଦେବର ସହ ଚୁପି ଚୁପି କଥା ହେଉଥିଲା. ବିଜୟଙ୍କୁ ଅଭିଯୋଗ କଲେ ସେ ସେଇ ପୂର୍ବ ଉତ୍ତର ଦେଵେ ଆଉ ଅଭିମାନ କଲେ କହିବେ ତୁମର କୋଉଥିରେ ମନ. ତା କାମରେ ନା ତା ବ୍ୟକ୍ତିଗତ ଜୀବନରେ!
    ସେଦିନ ସନ୍ଧ୍ୟାରେ ପ୍ରକାଶବାବୁ ଆସି ଫୁଲ ବିଷୟରେ ଯାହା କହିଲେ ଆଖି ଖୋସି ହୋଇଗଲା ସୁଜାତାଙ୍କର. ଫୁଲର କୁଆଡେ ପାଞ୍ଚ ପାଞ୍ଚଟା ସ୍ୱାମୀ. ତା ନିଜ ଗେରସ୍ତ ମଲା ପରେ ପ୍ରଥା ଅନୁସାରେ ସେ ଅନ୍ୟ ଭାଇମାନଙ୍କର ହୋଇଯାଇଛି. ଝିଅକୁ ପାଳି କରି ସମ୍ଭାଳିଛନ୍ତି ସେମାନେ. ଏବେ ଝିଅ ଅସୁସ୍ଥ ଥିବାରୁ ଫୁଲ,ଛୋଟ ଝିଅର ମାଆ ଯିବାକୁ ବାଧ୍ୟ. ବିଜୟ କହୁଥିଲେ ସତ କଥା ଫୁଲ ଯିବା ଦରକାର. ଫୁଲ ଯାଇଛି ଯେ ଯାଇଛି ଆଉ ଫେରିନି. ବିଜୟ କେବେ କେମିତି ତା କଥା ଉଠେଇଲେ ସୁଜାତା ବିରକ୍ତ ହୁଅନ୍ତି.କଳି ଯୁଗର ଦ୍ରୌପଦୀ ବୋଲି କହି ଫୁଲ ପଛରେ ତାର ଚରିତ୍ର ସଂହାର କରନ୍ତି ତ ବିଜୟ ବାବୁ ଆଉ କେବେବି ଫୁଲ କେବେ ଫେରିବ ବୋଲି ପ୍ରକାଶବାବୁଙ୍କୁ ପଚାରିନଥିଲେ. ପଚାରିବାର ଆବଶ୍ୟକତା ମଧ୍ୟ ନଥିଲା କାରଣ ଏଇ କେତେ ବର୍ଷ ଭିତରେ ପୁଅ ତାଙ୍କର ବଡ଼ ହୋଇ ଚାକିରୀ ପାଇସାରିଥିଲା. ସୁଜାତାଙ୍କର କର୍ମମୟ ଜୀବନର ପରିସମାପ୍ତି ମଧ୍ୟ ପାଖେଇ ଆସୁଥିଲା ତ ବିଜୟଙ୍କ ଅବସର ପରେ ସେ ଘରେ ରହି ଛୋଟ ମୋଟ କାମରେ ସୁଜାତାଙ୍କୁ ସାହାଯ୍ୟ ଓ ସହଯୋଗ ଦେଇ ଆସୁଥିଲେ ତ ଫୁଲ ପରି ଗୋଟେ ନାରୀର ଆବଶ୍ୟକତା ନଥିଲା ଏଘରେ. ସ୍ତ୍ରୀ ଜାତି ତ ସ୍ତ୍ରୀ ହିଂସ୍ରକ. ସୁଜାତା ବେଳେ ବେଳେ ଫୁଲ କେମିତି ତାର ଚାରିଟା ସ୍ୱାମୀଙ୍କୁ ସନ୍ତୁଷ୍ଟ କରି ସଂସାର କରୁଥିବ କହିଲେ ବିଜୟ ରାଗିଯାଆନ୍ତି କହନ୍ତି ସେମାନେ ପୁରୁଷର ସମକକ୍ଷ ହୋଇ କାନ୍ଧକୁ କାନ୍ଧ ଦେଇ ଘରକୁ ସଜାଡ଼ନ୍ତି. ବଣ, ପାହାଡ଼, ନଦୀ ଓ ଗଛ ପରି ପ୍ରକୃତି ବନ୍ଧୁ ମାନଙ୍କୁ ଆଶ୍ରୟ କରି ସ୍ୱାମୀର ସୁଖ ଓ ଦୁଃଖର ଭାର ବୁହନ୍ତି. ତା କଥା ଆଉ କାହିଁକି ବରଂ ନିଜ କଥା ଭାବ. ନୈଶର୍ଗିକ ନହେଲେ ନାହିଁ ଐଶ୍ଵର୍ଗିକ ତ ହୁଅ ଅନ୍ତତଃ. ଚୁପ ହୋଇଯାଆନ୍ତି ସୁଜାତା.
    ସେଦିନ ଥାଏ ରବିବାର. ଫୁଲ ଏକ ଯୁବତୀ ଝିଅ ସହ ଉଭା ହେଲା ଘରେ. ସୁଜାତା ସ୍ତବ୍ଧ ଆଉ ବିଜୟ ସ୍ତମ୍ବିଭୂତ.ଫୁଲ କିନ୍ତୁ ସୁଜାତାଙ୍କ ଗୋଡ଼ ତଳେ ପଡି ଅନୁନୟ ବିନୟ କରୁଥିଲା କହିକି ମୋ ଝିଅକୁ ରକ୍ଷାକର ମାଆ ସାଆନ୍ତାଣୀ. ତାକୁ ବଞ୍ଚେଇବାକୁ ଯାଇ ମୁଁ ଆଦିବାସୀ ଲଳନା ରାଜିହେଲି ସେ ଘୃଣ୍ୟ ସାମାଜିକ ପ୍ରାଥରେ. ଦେଢ଼ଶୁର ଓ ଦିଅରମାନଙ୍କୁ ବରଣ କଲି ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିରଖିବା ପାଇଁ ଭୁଲିଗଲି ମୋ ବଡ଼ଯାଆ ମୃତା, ଭୁଲିଗଲି ଦେବର ସବୁ ମୋଠୁ କିଏ ସାନ କି ବଡ଼ କେବଳ ମୋ ଝିଅକୁ ବଞ୍ଚେଇ ରଖି ଯୌଥ ପରିବାର ଗଢିବାକୁ ହେଲେ ମୋ ଝିଅକୁ ଆଜି ପାଞ୍ଚ ପୁତ୍ରଙ୍କୁ ଏକାଥରେ ବିଭା କରେଇ ବଳି ଦେଇପାରିବିନି ତା ନାରୀତ୍ୱ ତଥା ତା ମନ ଓ ହୃଦୟର ଡାକ. ଝିଅ ସଂଖ୍ୟା କମ କରି ଆମରି ମାଟିର ଝିଅ ମାନେ ମାକୁ ଚିହ୍ନିବା ଆଗରୁ ତାଙ୍କୁ ବିକ୍ରୀ କରାଯାଏ ଦଲାଲ ହାତରେ ଆଉ ସେତେବେଳେ ମୁଁ ଯଦି ଅନେଶତ ରାଜାର ରାଣୀ ହେବା ପାଇଁ ମନା କରିଥାନ୍ତି, ମୋ ଝିଅ ଅବସ୍ଥା ସେୟା ହୋଇଥାନ୍ତା ମାଆ. ଆଜି ସବୁ ଜାଣିଶୁଣି ମୋ ଝିଅକୁ ପୁଣି ମୋରି ଭଳି ଦୁଃଖ କଷ୍ଟରେ ଘାଣ୍ଟି ହେବାକୁ ଦେବିନି ମାଆ. ମତେ ରକ୍ଷାକର. ମଲ୍ଲିଫୁଲିଆ ଝିଅଟିକୁ ଚାହିଁଲେ ଘଡିଏ ସୁଜାତା କହିଲେ ଝିଅ ଏଇଠି ରହିଥାଉ ଆମ ଘରେ. ତୁ ଫେରିଯା. ଆମ ପୁଅ ଯଦି ରାଜି ହୁଏ ଆମ ବୋହୁ ହେବ ତୋ ଝିଅ. ଫୁଲ ଖୁବ ଶୀଘ୍ର ଖବର ପାଇଥିଲା ପୁଣି ବିଜୟବାବୁଙ୍କ ଘରକୁ ଫେରିବାକୁ କାରଣ ଜନଜାତି ମହିଳାଙ୍କ ପାଇଁ ଥିବା ପ୍ରଥା ଉପରେ ପୁଅ ଥେସିସଟିଏ ଲେଖୁଥିବାରୁ ମଲ୍ଲୀକୁ ବିବାହ କରିବାରେ ଆପତ୍ତି ନଥିଲା ତାର. ଫୁଲ ବର ଓ କନ୍ୟାକୁ ଆଶୀର୍ବାଦ ଦେଲାବେଳେ ତା ସ୍ୱାମୀସବୁ ଉପସ୍ଥିତ ରହି ସହମତି ପ୍ରକାଶ କରିଥିଲେ ବିବାହ ପାଇଁ.


Rate this content
Log in

Similar oriya story from Tragedy