ଅମାବାସ୍ୟାର ଜହ୍ନ...(୧ମ ଭାଗ)
ଅମାବାସ୍ୟାର ଜହ୍ନ...(୧ମ ଭାଗ)
ଘଟଣା ଆରମ୍ଭ ହୁଏ ଏକ ଦ୍ଵାଦଶ ଶ୍ରେଣୀ ର ଛାତ୍ର ଠାରୁ...ଚାରି ସାଙ୍ଗ ସୌମ୍ୟ, ଅଭିକ୍, ସୁହାନି, ଅର୍ପିତା ବିଜ୍ଞାନ ର ଛାତ୍ର। ଦିନର ଚବିଶି ରୁ ପ୍ରାୟ ଦଶ ଘଣ୍ଟା କେବଳ କଲେଜ ଆଉ କୋଚିଙ୍ଗ ରେ ଯାଏ। ନୂତନ ଯୁଗ ଏବଂ ବିଜ୍ଞାନ ର ଅଭ୍ୟୁଦୟ ସମାନୁପାତି ଏକଦମ୍। ଜଟିଳ ପାଠ...ହେଲେ ଚଳିବ।
ସେଦିନ ଥାଏ ୧୦ ଫେବୃଆରି ୨୦୨୪। ଶୀତୁଆ ସଞ୍ଜ । କଲେଜ, କୋଚିଙ୍ଗ ସାରି ଚାରିଜଣ ଫେରୁଛନ୍ତି । ସୌମ୍ୟ ହସେଇବାକୁ ଆଉ ତିନି ଜଣ ହସିବାରେ ମାହିର। ସାଇକେଲ ଚଳେଇବା ଉପରେ ଧ୍ୟାନ ନଥାଏ। ଘର ଠୁ ଦୀର୍ଘ ସାତ କିମି ଦୂରକୁ କୋଚିଙ୍ଗ କଲେଜ ପାଇଁ ଯାଆନ୍ତି ତ ଯିବା ଆସିବା ଟିକେ ବିଲମ୍ୱ ହୁଏ । ଆସିବା ବେଳେ ପଡ଼େ ଖରସ୍ରୋତା ନଦୀର ଏକ ବଡ଼ କେନାଲ । ରାସ୍ତା କୁ ଲଗିକି ଏକଦମ୍ ବାମ ପାର୍ଶ୍ଵ କୁ। ଅଭିକ ଟିକେ ବେଶୀ ଉତ୍ସାହୀ ଥାଏ କାରଣ ତା ପର ଦିନ ରାତିରେ ଗୋଟେ ଫୁଲ ନାଇଟ୍ ଟ୍ରିପ ୱିଥ ଫେମିଲି ସେ ପୁରୀ ଯିବ ସେ କଥା ସେ ତା ସାଙ୍ଗ ମାନଙ୍କୁ ବାଟରେ କହିଲା, ତାଙ୍କୁ ମଧ୍ୟ ସାଙ୍ଗରେ ଯିବାକୁ କହିଲା ହେଲେ ସମସ୍ତେ ମାନା କଲେ। ଅର୍ପିତା ହଠାତ୍ କହିଲା କି "ଅଭିକ ତୁ ଏଠି ଏ ସବୁ କହନି, ଏଟା ଗୋଟେ ମରାଖାଇ ଟା , ପାଖ ମେଡିକାଲ ରେ ଯେତେ ମୃତ ରୋଗୀ ଙ୍କୁ ଭାସାଇଦିଆନ୍ତି ଏଠି ଆସିକି ସେ ସବୁ ଲାଗନ୍ତି ଆଉ ପାଖ ଗାଁ ର ପୈତୃକ ଶ୍ମଶାନ ବି ଏଟା କୁହନ୍ତି ଆତ୍ମା ମାନେ ସବୁ ଶୁଣନ୍ତି, ସାଙ୍ଗରେ ଚାଲି ଆସନ୍ତି ,ବିଘ୍ନ କରନ୍ତି ମୋତେ ଡର ଲାଗୁଛି ତୁ କହନି ଏ ସବୁ।" ସୌମ୍ୟ ତ ମଜା କରିବାରେ ପାରଙ୍ଗମ ସେ କହିଲା :- "ଗାଁ ସ୍ତ୍ରୀ ଲୋକ ଆସିଲା ଦେଖ, ତୁ ଯା ଛାଞ୍ଚୁଣି, କୁଲା ଆଣିକି ଦେଖେଇବୁ ଭୂତ ପଳେଇବ ଅଟ୍ ଲିଷ୍ଟ ତୁ ଗୋଟେ ସାଇନ୍ସ ଷ୍ଟୁଡେଣ୍ଟ୍ ହେଇକି ଏମିତି କହନି ଓକେ।" ସମସ୍ତେ ହସିଲେ ଅଭିକ୍ କହିଲା ପୁରା କରେକ୍ଟ ।
ଦୀର୍ଘ ଦୁଇ କିମି ଲମ୍ବା ସେ କେନାଲ ପାଖ ରାସ୍ତା। ହସ ମଜା ଚାଲି ଥାଏ। ହଠାତ୍ ଅଭିକ୍ ର ସାଇକଲ ଚେନ୍ ଖସିଗଲା। ସେ ହଠାତ୍ ସାଇକଲ ରୁ ଓହ୍ଲେଇ ପଡ଼ିଲା। ଅନ୍ଧାର ହେଇ ଆସିବା ହେତୁ ସମସ୍ତେ ଜୋର ସାଇକଲ ଚାଲେଇଥିଲେ ତ କେହି ଧ୍ୟାନ ବି ଦେଲେନି, କି ଅଭିକ ଓହ୍ଲେଇ ପଡ଼ିଲା। ହେଲେ ସୁହାନି ର ନଜର ପଡ଼ିଲା କି ଆଭିକ୍ ନାହିଁ ତ ସେ ସମସ୍ତଙ୍କୁ ଅଟକେଇଲା ଆଉ ପଛକୁ ବୁଲି ଦେଖିଲା ବେଳକୁ ଅଭିକ ଚେନ ସଜାଡୁଛି। ସୁହାନୀ କହିଲା :- "ଆରେ କ'ଣ ହେଲା କିରେ?" ପ୍ରତ୍ୟୁତ୍ତର ରେ ଅଭିକ:- "ଆରେ କିଛିନା...ଏଇ ଚେନ ଯେ...ତମେ କେନାଲ ମୁଣ୍ଡରେ ଅପେକ୍ଷା କର ମୁଁ ହେଇ ଗଲି"। ସେମାନେ ଚାଲି ଗଲେ। ଅଭିକ କୁ ସବୁ ନାଚୁରାଲ ଲାଗୁଥାଏ ହେଲେ କିଏ ଜାଣିଥିଲା ଏ ସବୁ ପ୍ରି ପ୍ଲାଣ୍ଡ। କଟଶିଆ ଆଖିରେ କେନାଲ ସେ ପାଖରୁ ଚାହିଁ ରହିଛି ତା'ର ଜୀବନ ର ସବୁଠୁ ବଡ଼ ପରିବର୍ତ୍ତନ କର୍ତ୍ତା । ଅର୍ପିତା କଥାର ସତ୍ୟାସତ ପ୍ରମାଣିତ ହେବା ଭଳି ଲାଗୁଥାଏ। ଅଭିକ ଉପରେ ସେ ଅଜଣା ଛାୟା ର ନଜର ପଡ଼ି ସାରିଥାଏ ବାସ ଅଭିକ ଉପରେ ନଜର ର ଅସର୍ ହେବ ବାକି ଥାଏ। ରକ୍ତବର୍ଣ୍ଣ ତା'ର ଆଖି ଅନ୍ଧକାର ମଧ୍ୟରେ ଭୟଙ୍କର ରୂପରେ ପ୍ରତିଭାତ ହେଉଥାଏ ଆଉସବୁ ଅନ୍ଧକାର ମଧ୍ୟେ ଲୁକ୍କାୟିତ ପ୍ରାୟ। ଅଭିକ ତା'ର ସାଇକଲ ଠିକ୍ କଲା। ସେ ସାଇକଲ ଚଲାଇବାକୁ ପ୍ରସ୍ତୁତ ହେଉଥାଏ ତ କେହି ଜଣେ ଯେମିତି ଦୂରରୁ ତା ନାଁ ଧରିକି ଡାକୁଛି ଯାହାକି ପବନ ରେ ଭାସି ଆସୁଛି, ଅସ୍ପଷ୍ଟ ଭାବରେ ଏବଂ ସେ ସ୍ୱର ବହୁତ୍ ଭୟଙ୍କର। ଅଭୀକ୍ ମନରେ ଭୟର ଜନ୍ମ। କେହି ଜଣେ ସୁନ ସାନ ରାସ୍ତାରେ ତାକୁ ଡାକୁଛି ! ଅଭୀକ୍ ସେ ସବୁକୁ ଇଗ୍ନୋର କରିକି ଆଗକୁ ପ୍ରଥମ ପେଡାଲ ମାରିଛି ତ ହଠାତ୍ ଯେମିତି କେନାଲ ଭିତରକୁ କେହି ଜଣେ ଡେଇଁଲା କିମ୍ବା କିଛି ପଡ଼ିଲା ଭଳି ଶୁଭିଲା। ଅଭିକ ଅଚାନକ ରହିଗଲା ଆଉ ପାଣି କୁ ଚାହିଁଲା ହେଲେ ଅନ୍ଧାର ପାଇଁ କିଛି ଦିଶିଲାନି ହେଲେ ବଡ଼ ବଡ଼ ତରଙ୍ଗ ଅସ୍ପଷ୍ଟ ଭାବରେ ଦେଖିଲା ହେଲେ ତରଙ୍ଗ ର କାରଣ କ'ଣ ସେ ପାଇଲାନି। ସେ ସେତେବେଳକୁ ବହୁତ୍ ଡରି ଯାଇଥିଲା ହେଲେ ମନ କୁ ଶାନ୍ତ୍ବନା ଦେଇ ଚିନ୍ତା କଲା କେହି ଶିଆଳ ହେଇଥିବ। ହେଲେ ତା ମନରେ ଡର ବସା ବାନ୍ଧି ସାରିଥିଲା। ସେ ସାଇକଲ ଚଲାଇବାକୁ ଆରମ୍ଭ କଲା ଠିକ୍ ସେହିକ୍ଷଣି ପାଣି ଭିତର କେହି ଯେମିତି ଚବ୍ ଚବ୍ ଶବ୍ଦ କରି ଦୌଡୁଛି ଆଉ ତା'ର ପିଛା କରୁଛି। ତା'ର ଭୟ ତା ଧର୍ଯ୍ୟ ର ସୀମ ଶେଷ କରିଦେଲା। ସେ ସୌମ୍ୟ, ଅର୍ପିତା, ସୁହାନି ନାଁ ଧରିକି ଡାକୁଥାଏ ଆଉ ଜୋର ସାଇକଲ ଚଲାଉଥାଏ। ହେଲେ କିଏ ଏମିତି ଶବ୍ଦ କରୁଛି ପଛକୁ ବୁଲି କରି ଦେଖିବାକୁ ତାର ଆଉ ସାହସ ପାଉନି।ସେ ଯେତେ ଜୋର ରେ ସାଇକଲ ଚଳାଉ ଥାଏ ସେତେ ଜୋର ରେ ଶବ୍ଦ କରି କେହି ପିଛା କରୁଥାଏ। ପ୍ରାୟ ଦୁଇମିନିଟ ଏମିତି ଶବ୍ଦ ସହ ସଙ୍ଘର୍ଷ କରି ସେ ଜୋର ରେ ସାଇକଲ ଚଲାଉଥାଏ । ସେ ଆସିକି କେନାଲ ମୁଣ୍ଡ ପାଖରେ ପହଞ୍ଚିବାକୁ ହେଇଥାଏ ତା ହଠାତ୍ କେହି ଜଣେ ପଛରୁ ତା ବ୍ୟାଗ୍ ଝିଙ୍କି ଦେଲା ଭଳି ଲାଗିଲା ସେ ପଛକୁ ବୁଲି କ'ଣ ଏମିତି ଦେଖିଲା ଯେ ସେ ଭୟଙ୍କର ଭାବରେ ପାଟି କଲା। ଆଗରେ ତା ସାଙ୍ଗ ମାନେ ଅପେକ୍ଷା କରିଥାନ୍ତି ତା ପାଟି ଶୁଣି ଦୌଡିକି ଆସିଲେ , କିଛି ପାଖ ଲୋକ ବି ଆସିଲେ ଦେଖିଲେ ଅଭିକ ଏଡେ ବଡ ଶୀତ ରେ ଥରୁଛି ହେଲେ ଝାଳ ଗୋଟାପଣେ ଆଉ ସାଇକଲ ରୁ ବି ପଡ଼ି ଯାଇଛି। ସୌମ୍ୟ ପଚାରିଲା :- "କ'ଣ ହେଲା ପଡିଲୁ କେମିତି,ଥରୁଛୁ କ'ଣ ଓଃ ଶୀତ ହେଉଛି, ସ୍ୱେଟର ତ ପିନ୍ଧୁଛୁ... ଆଛା କମ୍ବଳ ନେବୁ କି?" ଅର୍ପିତା :- "ଏମିତି ବେଳେ ବି ମଜା...ଆଁ , ସେ ନିଶ୍ଚୟ କିଛି ଦେଖିଛି।" ସୁହାନି:- "ହେ ତୁ ରହ ଉଣେଇଶ ଶତାବ୍ଦୀ ଓଃ ସରୀ ସରୀ ଆଠରଶ ଶତାବ୍ଦୀ ର ଲୋକ...ତାକୁ କହିବାକୁ ଦେ"। ଅଭୀକ ଆଗରେ ପ୍ରଶ୍ନ ହେଲେ ସେ ଚୁପ୍ ସେ କ'ଣ ଏମିତି ଦେଖିଲା କେଜାଣି। କିଛି ସମୟ ପରେ ଅଭିକ:- "ଆରେ ନାଇଁ ଅନ୍ଧାର ତ ରାସ୍ତାରେ ରେ ଗୋଟେ ଖାଞ୍ଚ ରେ ସାଇକଲ ପଡ଼ିଗଲା ବାଲାନ୍ସ କରି ପାରିଲିନି...ପଡ଼ିଗଲି।" ଜଣେ ଲୋକ :- "ଆରେ କିଛି ହେଇନି ତ ତୋର ପୁଅ।" ଅଭିକ ନା କହେ । ଆଉ ଉଠିକି ଟିକେ ବିଶ୍ରାମ କରି ଘରକୁ ଫେରେ ସମସ୍ତିଙ୍କ ସହ ଘରକୁ ଫେରେ...

