STORYMIRROR

Samir Singh

Inspirational

3  

Samir Singh

Inspirational

ଅଲିଭା ନିଆଁ

ଅଲିଭା ନିଆଁ

3 mins
38

ବହୁତ ଦିନ ପରେ ସେଦିନ ରେଳୱେ ଷ୍ଟେସନ ରେ ତା ସହ ଦେଖାହେଲା। ତା ସହ ଥିଲା ଦଶ ବାର ବର୍ଷର ବାଳକ ଟିଏ। ମୁଁ ତାକୁ ଚିହ୍ନି ପାରି ନଥିଲି। ବରଂ ସେ ମୋତେ ଚିହ୍ନି ପାରିଥିଲା। ହଠାତ୍ ବୁନୁ ବୋଲି ତା ଡାକ ଶୁଣି ଅନେଇଲା ବେଳକୁ ସାମ୍ନାରେ ଅଜଣା ସ୍ତ୍ରୀ ଲୋକଟା।ତୁ ବୁନୁ ନା।ସିଏ ପଚାରୁଥିଲା। ହଁ ମୁଁ ବୁନୁ ହେଲେ ଆପଣ କିଏ ଓ ମୋତେ କେମିତି ଜାଣିଲେ। 

ଆରେ ଆପଣ ଆପଣ କଣ କହୁଛୁ।ମୁଁ ପରା ସୀମା।ଆମେ ଭାସ୍କର ଉଚ୍ଚତର ବିଦ୍ୟାଳୟରେ ସାଙ୍ଗ ହେଇ ପଢ଼ୁଥିଲେ।ତୁ କଣ ଭୂଲି ଗଲୁଣି ?

ନା ଭୁଲି ନି ଯେ। କିନ୍ତୁ ତୁ ତ ପୁରା ବଦଳି ଯାଇଛୁ। ମୋଟା ହୋଇଗଲୁଣି। ତୋତେ ଜମା ଜାଣି ହେଉନି।

ସେ କହିଲା ତୁ କଣ ପତଳା ଅଛୁକି। ଉଚ୍ଚା ଏଵଂ ସୁନ୍ଦର ହେଇଯାଇଛୁ।

ଆରେ ବାବୁ uncle କୁ ନମସ୍ତେ କର୍। ତା ପୁଅ ଆସି ମୋତେ ପାଦ ଧରି ଜୁହାର କଲା।

ମୁଁ ତା ଭଲ ମନ୍ଦ ଓ ପରିବାର ବିଷୟରେ ପଚାରିଲି।

ଜାଣି ବାକୁ ପାଇଲି ଯେ ସ୍ବାମୀ ଜଣେ ଆର୍ମି ଅଫିସର।ସେ କାଶ୍ମୀରରେ ପୋଷ୍ଟେଡ୍।ଏମାନେ ଦିଲ୍ଲୀ ହୋଇ କାଶ୍ମୀର ଯିବେ।

ମୁଁ ଦିଲୀ ରେ ଗୃହ ବିଭାଗ ରେ କାର୍ଯ୍ୟ କରେ । ମୋର ବି ସେହି ରାଜଧାନୀ ଏକ୍ସପ୍ରେସ ରେ ଦିଲ୍ଲୀ ଯାଏ ଟିକଟ ଥାଏ।

ଦିନ ଦଶଟା ସମୟ ରେ ରାଜଧାନୀ ଏକ୍ସପ୍ରେସ ଏକ ନମ୍ବର ପ୍ଲେଟ୍ ଫର୍ମ ରେ ଲାଗିଲା।

ଆମର ଗୋଟିଏ ବୋଗ୍ଗି ରେ ପାଖ ପାଖ ସିଟ୍ ରେ ବର୍ଥ ଥିଲା।ବହୁତ୍ ହସ ଖୁସି ରେ ଆମେ ଗପରେ ବ୍ୟସ୍ତ ଥାଉ। ସମ୍ବଲପୁର ପହଂଚି ବାକୁ କିଛି ସମୟ ବାକି ଥାଏ। ତା ମିଷ୍ଟର୍ ଫୋନ କଲେ ଯେ ସିଏ ଗୋଟେ ସର୍ଚ୍ଚ ଅପରେସନ ରେ ବାହାରିଛନ୍ତି। ବ୍ୟସ୍ତ ନ ହେବାକୁ କହିଲେ ସୀମା କୁ।ସୀମା ଟିକେ ବେସ୍ତ ହୋଇପଡ଼ିଲା ପରି ଲାଗିଲା।

କିନ୍ତୁ ମୋତେ କହିଲା ଏଇଟା ତାଙ୍କର ସବୁ ଦିନିଆ କାମ।ଆମେ ପହଞ୍ଚିଲା ପୂର୍ବରୁ ଫେରିଆସିବାକୁ କହିଥିଲେ।

ରାତି ପ୍ରାୟ ସାଢେ ଦଶଟା ସମୟ ବେଳକୁ ସୀମା କୁ ଫୋନ ଆସିଲା ଯେ ତାଙ୍କ ସ୍ବାମୀକୁ ସର୍ଚ୍ଚ ଅପରେସନ ସମୟରେ ଗୁଳି ଲାଗିଛି ଓ ତାଙ୍କର ଅବସ୍ଥା ଗୁରୁତର।।

ସବୁ ଦିନେ ଖୁସି ରହୁ ଥିବା ସୀମା ସେଦିନ ଭାଙ୍ଗି ପଡି ଥିଲା।ଘରକୁ ଖବର ଦେଲା।ହେଲେ କିଏ ବା କଣ କରି ପାରିବ। ମୁଁ ତାକୁ ସାହସ ଦେବାକୁ ଚେଷ୍ଟା କରୁଥିଲି।କିନ୍ତୁ ମୁଁ ମଧ୍ୟ ନିଜେ ଏକ ଅଜଣା ଭୟରେ ବ୍ୟସ୍ତ ହୋଇ ପଡୁଥଲି।ସୀମା ଆସିଥିବା ନମ୍ବରକୁ ବାରମ୍ବାର ଫୋନ କଲେ ମଧ୍ୟ କିଛି ଠିକ୍ ଉତ୍ତର ମିଳୁ ନଥିଲା।

 ସକାଳ ସାଢେ଼ ଆଠଟାରୁ ଦିଲ୍ଲୀ ପହଞ୍ଚିବା ପରେ ମୁଁ ଶ୍ରୀନଗର ପହଞ୍ଚିବା ଲାଗି ଫ୍ଲାଇଟ୍ ରେ କଲି। ଘର ମଣିକୁ ସବୁ କହି ଦେଇଥିଲି।

ସୀମା ର ଖିଆ ପିଆ ନ ଥାଏ।ମା ର ଏ ଦଶା ଦେଖି ପୁଅ ବି ଡରରେ ଯେମିତି ପୁରା ଚୁପ୍ ହୋଇଯାଇଥାଏ। ଶ୍ରୀନରର ପହଞ୍ଚି ଆମେ ଆର୍ମି ହସପିଟାଲରେ ପହଞ୍ଚିଲୁ।ମୋ ମନକୁ ଖାଲି ପାପ ଛୁଇଁଉଥାଇ।

ହସ୍ପିଟାଲ୍ ରେ ପହଞ୍ଚି ଆମେ ସେଇ ବେଡ୍ କୁ ଗଲୁ ଯେଉଁଠି ରାହୁଲ ଥିଲେ। ଅବସ୍ଥା ବହୁତ୍ ଖରାପ୍ ଥିଲା।ସତେ ଯେପରି ପୁଅ ଓ ସ୍ତ୍ରୀ କୁ ଦେଖିବା ଲାଗି ସେ ବଞ୍ଚି ରହିଥିଲେ। ସୀମାର କୋଳରେ ଅଖି ବୁଝିବା ପୂର୍ବରୁ ଏତିକି ଥିଲା ତାଙ୍କର ଶେଷ କେତୋଟି ଶବ୍ଦ ଜୟ ହୀନ୍ଦ୍।

ଏକ ସ୍ବତନ୍ତ୍ର ବିମାନରେ ତାଙ୍କ ଅମର ଶରୀରକୁ ଭୁବନେଶ୍ଵର ଅଣାଗଲା।ସେଠାରୁ ତାଙ୍କ ପୈତୃକ ଗାଁ କୁ ନିଆଗଲା।ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଅନ୍ତିମ ସଂସ୍କାର କରାଗଲା।

ମୁଁ ସୀମା କୁ ଏ ପରିସ୍ଥିତିରେ ଛାଡ଼ି ଆସି ପାରିନଥିଲି।କିିଛି ଦିନ ରହି ବୃଦ୍ଧ ମା ବାପାଙ୍କୁ ଟିକେ ଶାନ୍ତ୍ବନା ଦେଇ ଫେରିଥିଲେ।

ଆ ଭିତରେ ଦଶ ବର୍ଷ ବିତି ଗଲାଣି।ସୀମା ସହ ମଝିରେ ମଝିରେ କଥା ହୁଏ। ପ୍ରାୟ ପନ୍ଦର ଦିନ ତଳେ ସୀମା ର ଫୋନ ଆସିଥିଲା।

ତା ପୁଅ ସହ ଦିଲ୍ଲୀ ଆସୁଛି।

ସୀମା ପୁଅ ସହ ପହଞ୍ଚିଲା।ବାବୁ ଏବେ ରାହୁଲ ଭଳି ଦେଖା ଯାଉଛି।ସୀମା କହିଲା ତା ବାପାଙ୍କ ଶେଷ ଇଚ୍ଛା ଅନୁଯାୟୀ ବାବୁ ଭିି ଆର୍ମି ରେ JOIN କରିଛି।

ମୁଁ ଭାବୁଥିଲି କୋଉ ଉପାଦାନରେ ଏମାନେ ଗଢା।କେତେ ସତେ ଏମାନଙ୍କ ଦେଶପ୍ରୀତି। ଏକ ମାତ୍ର ପୁଅ । ପୁଣି ସେହି ସେବାର ପ୍ରଣ।ଦେଶ ପାଇଁ କିଛି କରିବାର ଇଚ୍ଛା। ଧନ୍ୟ ତୁମେ।ଏ ଦେଶ ତୁମ ମାନଙ୍କ ପାଇଁ ଗର୍ବିତ ଓ ସୁରକ୍ଷିତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational