STORYMIRROR

Chandrasekhar Das

Abstract Crime Thriller

3  

Chandrasekhar Das

Abstract Crime Thriller

ଅଧୁରା କାହାଣୀ

ଅଧୁରା କାହାଣୀ

2 mins
392

ଆଦିତ୍ୟ ଓ ସୁଧା ଦୁହେଁ ଦୁହିଁଙ୍କୁ ପରସ୍ପର ଭଲ ପାଆନ୍ତି। ପ୍ରେମକୁ ତାଙ୍କର ସାତ ବର୍ଷ ହେଇଯିବ।ନବମ ଶ୍ରେଣୀରୁ ସେମାନେ ଭଲ ପାଉଛନ୍ତି |ଏବେ ଆମର ଯୁକ୍ତ ତିନି ଶେଷ ବର୍ଷ , ମୁଁ କିଏ? ମୁଁ ଆଦିତ୍ୟର ସାଙ୍ଗ ସରୋଜ ଆଦିତ୍ୟ ମତେ ତା 'ଭଲ ପାଇବାର କୌଣସି କଥା ଲୁଚାଏନି,ଏମିତି ବି ତାଙ୍କ ଭିତରେ କିଛି ବି ହେଲେ ସେ ମତେ କୁହେ ଆଉ ମୁଁ ମଧ୍ୟ ସବୁଥିରେ ଓ ସବୁବେଳେ ସେମାନଙ୍କୁ ସାହାଯ୍ୟ କରେ |ମୁଁ ତ ବହୁତ ଟାଇମ ସୁଧାକୁ ମୋ ବାଇକରେ ବସାଇ ଆଦିତ୍ୟ କହିଥିବା ଜାଗାରେ ନେଇ ପହଞ୍ଚାଇଛି |

 ହେଲେ ଏଇ କିଛି ଦିନ ତଳର କଥା... ମୁଁ ଜାଣିନି ସୁଧା କେତେବେଳେ ମତେ ଭଲ ପାଇଯାଇଛି |ସେ ଦିନ ତାକୁ ବାଇକରେ ବସାଇ ନେଲା ବେଳେ ହଠାତ୍ ସେ ମତେ ଭଲ ପାଉଛି ବୋଲି କହିଲା | ଏ କଥା ଶୁଣି ମୋ ଆଖି ଆଗରେ ଅନ୍ଧକାର ଖେଳିଗଲା | ମୁଁ ତାକୁ ବହୁତ ବୁଝେଇବାକୁ ଚେଷ୍ଟା କଲି ହେଲେ ସେ ବୁଝିବାକୁ ନାରାଜ, କହିଲା ଯଦି ମୁଁ ତୁମକୁ ବାହା ନ ହୁଏ ତାହେଲେ ମୁଁ ମରିଯିବି | କିନ୍ତୁ ମୁଁ ଗୋଟିଏ କଥା ଭାବୁଥାଏ ଆଦିତ୍ୟର କଣ ହେବ, ସେ ତ ସୁଧାକୁ ଜୀବନଠୁ ଭଲପାଏ | ଯେତେବେଳେ ଯାହା ସୁଧା ମାଗିଚି ତାକୁ ସେ ଦେଇଚି | ସେ ଦିନ ଆଉ ମୋର ସାହସ ହେଲାନାହିଁ ଆଦିତ୍ୟକୁ ଏସବୁ କହିବାକୁ |ମୋ ମୁଣ୍ଡରେ ଗୋଟିଏ କଥା ବିଚଳିତ କଲା ଏ ସୁଧା ଆଦିତ୍ୟ ସହିତ ମିଶୁ ମିଶୁ ମତେ କେମିତି ଭଲ ପାଇଲା | ଧୀରେ ଧୀରେ ସୁଧା ଆଦିତ୍ୟ ସହିତ ମିଶିବା କମ୍ କରିଦେଲା ଓ ମୋ ସହିତ ମିଶିବାକୁ ଲାଗିଲା | ଆମ ଭଲ ପାଇବା ବଢିଗଲା |

ହେଲେ ସତ ତ କେବେ ଲୁଚି ରହେନା |ଆଦିତ୍ୟ ଆମ ଭଲ ପାଇବା କଥା ଜାଣି ପାରି ନ ଜାଣିଲା ପରି ଆମକୁ ଗୋଟେ ଜାଗାକୁ ଡ଼ାକିନେଲା ଆଉ ସେଠାରେ ଆମର ବହୁତ ଝଗଡା ହେଲା |ଶେଷରେ ଆଦିତ୍ୟ ରାଗରେ ସୁଧାକୁ ମାରିଦେଲା |ମୋ ଆଖି ଆଗରେ ସୁଧାର ରକ୍ତ ଜୁଡୁବୁଡୁ ଦେହକୁ ଦେଖି ମୁଁ ବି କ୍ରୋଧର ଶିକାର ହୋଇ ଆଦିତ୍ୟକୁ ମାରିଦେଲି | ବୋଧହୁଏ ତାଙ୍କ ପ୍ରେମ ସତ ଥିଲା ଯାହା ଆମେ କେହି ଜାଣିପାରିଲୁନି |ଏଠି ଦୁହେଁ ତ ଏକାଠି ହୋଇପାରିଲେନି କିନ୍ତୁ ଆଜି ଦୁହେଁ ସ୍ୱର୍ଗରେ ଏକାଠି ଥିବେ, ହେଲେ ମୁଁ ଜେଲରେ |


Rate this content
Log in

Similar oriya story from Abstract