ଅବୁଝା ପ୍ରେମ
ଅବୁଝା ପ୍ରେମ


ସାଗର ଓ ଝରଣା ଦୁହେଁ ପିଲାଟି ଦିନରୁ ବନ୍ଧୁ ।ଏକ ଶ୍ରେଣୀରେ ପଢୁଥିଲେ । ବୟସର ଚପଳତାରେ ଦୁହେଁ ଦୁହିଁଙ୍କୁ ମନ ଦେଇ ବସିଲେ କିନ୍ତୁ କେହି କାହାକୁ ଜଣାଇବାକୁ ନାରାଜ । କାଳେ ବନ୍ଧୁତ୍ୱରେ ବାଧା ସୃଷ୍ଟିହବ। ସ୍ନାତକ ସରିଲା ପରେ ଝରଣା ଘରେ ଆଉ ସାଗର ଚାକିରି ପାଇଁ ସହରକୁ ଚାଲିଗଲା। ଯିବା ପୂର୍ବରୁ ଦୁହେଁ ଦୁହେଁଙ୍କୁ ଦେଖା କଲେ ଓ ପରସ୍ପରର ମନ କଥା କୁହା କୁହି ହେଲେ। ନଈ କୂଳରେ ବସି ସାଗର ଝରଣାକୁ କଥାଦେଲା ସେ ସବୁଦିନ ପାଇଁ ତାକୁ ନିଜର କରିନେବ।କିନ୍ତୁ ତା ପାଇଁ ତାକୁ ଅପେକ୍ଷା କରିବାକୁ ହେବ।ଝରଣା ଭି କଥା ଦେଲା।
ସାଗର ସହରରେ ରହି କମ୍ପିଟେଟିଭ୍ ପ୍ରିପେର୍ ହେଲା ।ଧୀରେ ଧୀରେ ଝରଣାକୁ ଭୁଲିଗଲା।ଓଡ଼ିଶାରେ ପ୍ରଶାସନିକ ବିଭାଗରେ ପ୍ରଥମ ହେଲା । ଆଉ ତହସିଲଦାର ଭାବେ ବଡ଼ ସହର ରେ ନିଯୁକ୍ତିପାଇଲା । ଏପଟେ ଝରଣା ଅପେକ୍ଷା କରି କରି ଦିନ ପରେ ରାତି ପାହିଗଲା କିନ୍ତୁ ସାଗର ବାବୁଙ୍କ ଦେଖା ନା ଫୋନ କିଛି ଭି ନଥିଲା । ଆଗ ଚାକିରି ପାଇବା ଆଗରୁ ବେଳେବେଳେ ଫୋନ କରେ ଆଉ ଘଣ୍ଟା ଘଣ୍ଟା ଧରି କଥା ହୁଏ । ଝରଣା ତା ପାଇଁ କେତେ କଣ ନକରିଛି । ଘର ଘର ବୁଲି ଟିଉସନ୍ କରିଛି ସେଥିରୁ ଯାହା ମିଳେ ସେ ସାଗର ପାଖକୁ ପଠାଏ। ଏପରି କି ଗାଁ ରୁ ଗୋଟେ ବସ ସହରକୁ ଯାଉଥିଲା ଯେ ଝରଣା କଣ୍ଡାକ୍ଟରକୁ ନେହୁରା ହୋଇ ତା ହାତରେ ସପ୍ତାହକୁ ସପ୍ତାହ ପରିବା ଆଉ ଘରେ କିଛି ପିଠା ପଣା କିମ୍ବା ମାଛ ମାଂସ ତରକାରୀ ହେଲେ ଟିଫିନ୍ ରେ ପଠାଏ।ସବୁ ସାଗର ପାଇଛି ।ବେଳେ ବେଳେ ଚିଠି ଭି ଝରଣା ସେହି କଣ୍ଡକ୍ଟର ହାତରେ ପଠେଇଛି।ହଠାତ ଆଜି ସାଗର ଏପରି ପରିବର୍ତ୍ତନ ଦେଖି ଭାବିଲା ଥରେ ସହର ଯାଇ ନିଜେ ଦେଖା କରି ଆସିବ । ହେଲେ ସାଗର ଯୋଠି ଚାକିରି ପାଇଛି ତାହା ତା ଗାଁ ଠୁ ବହୁ ଦୂର।ଶୁଣିଛି ସେ ସମ୍ବଲପୁରରେ ରହୁଛି ଆଉ ସେଠି ସେ ତହସିଲଦାର ।
ଏପଟେ ଚାକିରି ପାଇବା ଦିନଠୁ ସାଗର ର ବାପା ମା ଭି ବହୁତ ଥର କହିଲେଣି ଗାଁ କୁ ଆସିବାକୁ କିନ୍ତୁ ନୂଆ ଚାକିରି ପୁଣି ତହସିଲଦାର ।ସହରର ମୁଖିଆ କହିଲେ ଚଳେ ।ତେଣୁ ଆସିପରେନି। ଏପଟେ ସାଗରର ମା ଙ୍କ ଦେହ ଖରାପ ହେବାଠୁ ଝରଣା ଆସି ସାଗର ଘରେ ତା ମାଙ୍କ ନୀତି ସେବା ଶୁଶ୍ରୁଷା କରୁଛି।ପୁଣି ବାପା ବହୁତ ଥର କହିଲେଣି ଝରଣା ତୋ ପାଇଁ ଅପେକ୍ଷା କରିଛି ତୁ ଯେମିତି ତାକୁ ଭୂଲିନଯାଉ। କାରଣ ସେ ଭଲ ଭାବରେ ଜାଣିଥିଲେ ସେ ହେଉଛି ଗୋଟେ ସଂସ୍କାର ସମ୍ପନ୍ନ ଝିଅ । ଏଵଂ ଗାଁ ର ମାଟିରେ ଝିଅଟି ବଢ଼ିଛି ।ତେଣୁ କିଛି ନହେଲେ ଭି ତାଙ୍କର ଶେଷ ବେଳକୁ ସେବା ଭି କରିବ ।କିନ୍ତୁ ସାଗର ଦେଖିବା କହି ଏଡାଇଦିଏ କଥା କୁ । ବାପାଙ୍କୁ ଦୁଃଖ ଲାଗେ କିନ୍ତୁ ବିଶ୍ୱାସ ଥାଏ ଦିନେ ନା ଦିନେ ସାଗର ଝରଣା କୁ ନିଜର କରିବ ।
ଦିନେ ଝରଣା ତାର ଭୁବନେଶ୍ୱରରେ ଇଣ୍ଟରଭ୍ୟୁ ଅଛି କହି ବାପାଙ୍କୁ ଘରୁ ବାହାରିଲା । ଆଉ ଯାଇ ସିଧସଳଖ ସମ୍ବଲପୁରରେ । ଷ୍ଟେସନରେ ଓହ୍ଲାଇବା ପରେ ଅଟୋ ବାଲାକୁ ତହସିଲଦାରଙ୍କ କ୍ଵାଟର୍ କହିବାରୁ ସେ ନେଇ ଛାଡିଦେଲା। ଅଟୋରୁ ଓହ୍ଲାଇଲା ଓ ସିଧା ଯାଇ କ୍ଵାଟର୍ଭିତରେ ସିକୁରୁଟି ପଚାରିବାରୁ କହିଲା ମୁଁ ତାଙ୍କ ଫ୍ରେଣ୍ଡ୍। ସିକୁରୁଟି ଭି ସାର୍ ଙ୍କୁ ଫୋନ୍ ରେ ପଚାରି ବୁଝିଲା ବାବୁ ହଁ କଲେ ।ଘରେ ପଶୁ ପଶୁ ରୋଷେୟାକୁ ବସନ୍ତୁ କହି ନିଜେ ସାଗରର ପସନ୍ଦ ରୋଷେଇ କରିଲା। ସାଗର ଦିପହରରେ ପହଞ୍ଚି ଯାହା ଦେଖିଲା ନିଜକୁ ବିଶ୍ଵାସ କରିପାରିଲାନି । ଘରର ସାଜସଜ୍ଜା ଉଜ୍ଜ୍ବଳ ଥିଲା ଆଉ ବହୁତ ଦିନ ପରେ ଗାଁ ର ହାତ ରନ୍ଧା ଖାଦ୍ୟ ଖାଇଲା। ସବୁ ସରିଲା ।
ଶେଷରେ ସନ୍ଧ୍ୟା ବେଳେ ବଗିଚାରେ ବସି କଥା ହେଉ ହେଉ ଝରଣା ତା ମନ ଭିତରେ ଥିବା ସବୁ କ୍ଷୋଭ ଗୋଟେ ଥରରେ ପ୍ରକାଶ କଲା । ବାବୁ ଶୁଣିଲେ ।କିନ୍ତୁ ଉତ୍ତର ଦେଲେ ତୁ ମୋର କେବେଳ ଜଣେ ଭଲ ସାଙ୍ଗ ହୋଇ ଜୀବନ ସାରା ରହିବୁ ହେଲେ ମୁଁ ତୋତେ କେବେ ବିବାହ କରିପାରିବିନି। କାରଣ କାଲି ସାଗର ଆଜି ତହସିଲଦାର ସାଗର ଦାସ । ତାକୁ ବାହା ହେଲେ ସମାଜରେ ତା ର ସମ୍ମାନରେ ଆଞ୍ଚ ଆସିବ । ସବୁ ଶୁଣି ଝରଣା ଆଉ ସହି ପାରିଲାନି ଶେଷରେ ସଙ୍ଗେ ସଙ୍ଗେ ରାତି ଟ୍ରେନ୍ ରେ ଘରକୁ ପଳେଇବ କହି ବାହାରିଲା । ସାଗର ମନା କରିବା ସତ୍ତ୍ବେ ଭି ବାହାରିଗଲା। ବଗିଚାରେ କାମ କରୁଥିବା ମାଳି କକା ସବୁ ଶୁଣୁଥିଲେ ।
ରାତି ରେ ବାବୁଙ୍କୁ ଭଲ କରି ଦିପଦ ସୁଣେଇଲେ ଭି। ବାବୁ ଆପଣ ମୋ ପୁଅ ବୟସର ହେବେ ହେଲେ ଛୋଟ ମୁହଁରେ ବଡ଼ କଥା ଯାହା ଆପଣ କଲେ ଭଲ କଲେନି। ଯାହାଲାଗି ଆପଣ ଆଜି ଏଠି ଆପଣ ତାକୁ ଶେଷରେ ପ୍ରତ୍ୟାଖ୍ୟାନ କଲେ । ଭଗବାନ କେବେ ସହିବେନି।
ରାତିରେ ସାଗରକୁ ଆଉ ନିଦ ହେଲାନି ସବୁ ପୁରୁଣା ଚିତ୍ର ତା ଆଖିଆଗେ ଭାଷୀ ଆସିଲା । ଗାଁ ରୁ ଆସୁଥିବା ବସରେ ପଇସା ଆସେ ତା ପାଇଁ ଖାଦ୍ୟ ଆସେ । ଆଜି ସାଗରକୁ ୩୦ ହେଲାଣି ତାପାଇଁ ଅପେକ୍ଷା କରି କରି ଝରଣାକୁ ଭି । ଗାଁ ରେ ସେ ସମୟରେ କଥା ଉଠିଥିଲା ସାଗର ଆଉ ଝରଣାକୁ ନେଇ କି ଗାଁ ରେ ସଭିଏଁ ଟୁପୁରୁ ଟାପର ହେଲେ । ଆଉ ସେ ସମୟରେ ଗୋଟେ ଦିଟା ପ୍ରସ୍ତାବ ଭି ଆସିଥିଲା କିନ୍ତୁ ଝରଣା ମନା କରିଦେଇଥିଲା ସାଗର ପାଇଁ । ରାତିରେ ସବୁ ପୁରୁଣା ସ୍ମୃତି ସବୁ ଆଖି ଆଗରେ ଭାସିଗଲା ।
ସାଗର ବ୍ୟତିବ୍ୟସ୍ତ ହେଇଗଲା ଧାଇଁଲା ଗାଡ଼ି ନେଇ ଷ୍ଟେସନକୁ ନେଇ କି । ଦେଖିଲା ଷ୍ଟେସନରେ କେହି ନାହିଁ ସବୁ ଟ୍ରେନ ଭି ଚାଲିଗଲାଣି କିନ୍ତୁ ଏ କଣ ଝରଣା ଏକୁଟିଆ ଏଠି ବସିଛି।ପଛପଟୁ ଯାଇ ନିଜ ହାତରେ ତା ଆଖି ବନ୍ଦ କରିଦେଲା । ଝରଣା ହାତର ସ୍ପର୍ଶରୁ ଜାଣିପାରିଲା ସାଗର ଫେରି ଆସିଛି । ଦୁହେଁ ଦୁହିଙ୍କୁ କୁଣ୍ଢେଇ ବହୁତ ସମୟ ଯାଏଁ କାନ୍ଦିଲେ ପୁରୁଣା କଥା ସବୁ ଦୋହରାଇଲେ । ରାତି ଅଧରେ ପୁଣି କ୍ଵାଟରକୁ ଫେରିବା ପାଇଁ ନିଷ୍ପତି ନେଲେ। ଆସିବ ବେଳେ ବାଟରେ ଟ୍ରାଫିକ ପୋଲିସ ଧରିଲା କିଏ ବୋଲି ପଚାରିବାରୁ ସାଗର ଦାସ କହିଲେ ଇଏ ମୋ ସ୍ତ୍ରୀ ଝରଣା ଦାସ କହି ପରିଚୟ ଦେଲେ ।
ଝରଣା ସବୁ ଶୁଣିଲା ତା ହାତ ପାଆନ୍ତାରେ ଏତେ ଖୁସି ଦେଖି ସେ ନିଜକୁ ବିଶ୍ଵାସ କରି ପାରୁନଥିଲା । ବହୁଦିନ ପରେ ତା ଗାଁ ଠାକୁରାଣୀ ତା କଥା ଶୁଣିଛନ୍ତି। ଶେଷରେ ଝରଣା କେତେବେଳେ ଯେ ଭାଷୀ ଭାଷୀ ସାଗର ବକ୍ଷରେ ମିଶିଗଲା ସେ ନିଜେ ଭି ଜାଣିପାରିଲାନି।
ଏପଟେ ଦୁଇଦିନ ହେଲା ଘରକୁ ନଫେରିବାରୁ ବାପା ମା ବ୍ୟତିବ୍ୟସ୍ତ ହୋଇପଡିଲେ ଝିଅ ସହର ଯାଇଥିଲା ହେଲେ ଫେରିନି । କିନ୍ତୁ ଯେତେ ବେଳେ ଖବର ପାଇଲେ ଯେ ଝରଣା ସାମଲ ଆଜି ଝରଣା ଦାସ ପାଲଟି ଯାଇଛି। ଖୁସିରେ ସୀମା ରହିଲା ନାହିଁ।
ଗାଁ ରେ ରହି ମା ଝରଣା ପାଇଁ ଠାକୁରାଣୀଙ୍କ ପାଖରେ ଦୀପଟେ ଜାଳିଲେ।ସେପଟେ ସାଗରର ବାପା ମା ଭି ବହୁତ ଖୁସି ଯାହା ହେଉ ତାଙ୍କ ପୁଅ ସହରର ଚାକ ଚକ୍ୟକୁ ଭୁଲି ଗାଁ ମାଟିକୁ ପୁଣି ନିଜର କରିଥିବାରୁ।