Durgaprasad panda

Tragedy

3  

Durgaprasad panda

Tragedy

ଏକା ଏକା ହିଁ ଜୀବନ

ଏକା ଏକା ହିଁ ଜୀବନ

4 mins
188


ଓଃ ଆଜି ପୁଣି ଲେଟ୍ ହେଇଗଲା ଅଫିସ୍ ରୁ ବାହାରୁ ବାହାରୁ । ଫାଷ୍ଟ ବସ ତ ମିସ୍ ହେଇଗଲା।କୁନି ଛୁଆଟା ୱେଟ୍ କରିଥିବ । ସବୁ ବେଳେ ଖାଲି କାମ କାମ ।ଓଃ ଏ ବଡ଼ ବାବୁଟା ଭି ଟିକେ ବୁଝୁନାହାନ୍ତି । ସବୁବେଳେ ଠିକ୍ ୪ ଟା ବେଳେ ଗଙ୍ଗୁ ହାତ ରେ ଫାଇଲ୍ ଗୁଡାକ ପଠୋଉଛନ୍ତି । ହଁ କାହାକୁ ବା କହିବ । ତା ନିଜର ବୋଲି କିଏ ଅଛି ।ଏମିତି ଭାବୁ ଭାବୁ ବସଟି ଆସି ଅଫିସ୍ ପାଖରେ ଲାଗିଲା ବୁବୁ ଭାଇ ଡାକ ଛାଡ଼ିଲେ , କଣ ମେଡମ୍ ଆଜି ଯିବେନି କି ? ହଠାତ୍ ମିତା ପ୍ରକୃତିସ୍ଥ ହେଲା।ହଁ ହଁ ମୁଁ ଜିବି।ବସରେ ଚଢ଼ିଲା। ଗୋଟେ କର୍ଣର ସିଟରେ ଯାଇ ବସିଲା ।ପୁଣି ହଜିଗଲା ଅତୀତର ସ୍ବପ୍ନରେ ।

      ଦିନଥିଲା ଏଇ ଅଫିସ୍ ସରିଲା ବେଳକୁ ଆକାଶ ଆସି ଅପେକ୍ଷା କରିଥିବେ।ମିତା ଆଉ ସେ ଦୁହେଁ ଯାଇ ଗୁପଚୁପ ଟିକେ ଖାଆନ୍ତି। ଆକାଶକୁ ଏସବୁ ଭଲ ଲାଗେନା ଫିର୍ ଭି ମିତାର ମନ ରଖିବା ପାଇଁ ସେ କିଛି ଖାଆନ୍ତି। ତା ପରେ ଦୁହେଁ ପାର୍କକୁ ଯାଇ ଟିକେ ବସନ୍ତି।ମନ ଖୋଲି ଉଭୟେ କଥା ହୁଅନ୍ତି।ମିତାର ସବୁବେଳେ ସେଇ ଗୋଟିଏ କଥା , ତୁମେ ମତେ କେବେ ତୁମ ଘରକୁ ନବ । ହଠାତ୍ ଦିନେ ମିତାର ମୁଣ୍ଡ ବୁଲେଇ ହେଲା ବାନ୍ତି ହେଲା ଅଫିସ୍ ରେ । ସେଠାରୁ ସେ ବଡ଼ ବାବୁଙ୍କୁ ଦେହ ଭଲ ଲାଗୁନି କହି ଛୁଟି ନେଇ ଆସିଲା । ସନ୍ଧ୍ୟାରେ ଆକାଶକୁ ଡାକି ସବୁ ଜଣାଇଲା।ଟେଷ୍ଟ ଭି କଲା। ରେଜଲ୍ଟ +ଭ । ତା ର ମୁଣ୍ଡ କିଛି କାମ ଦେଲାନି। ଆକାଶର ଏକା ଜିଦ୍ ତମେ ନଷ୍ଟ କରିଦିଅ।ମିତା ବହୁତ୍ ବୁଝାଇବା ପରେ ଭି ମାନିଲାନି। ତା ପର ଠୁ ଆକାଶର ଫୋନ୍ ନାହିଁ କି ଦେଖା ଭି ନାହିଁ।ଦେଖିଲେ ଗାଡ଼ି ବୁଲେଇ ଦିଏ । ମିତାର ଏକ ଜିଦ୍ ସେ ଏ ସନ୍ତାନକୁ ଜନ୍ମ ଦବ।ଶେଷରେ ସେହା ହିଁ ହେଲା ।

   ମିତାର ପୁଅଟିଏ ହେଲା ।କୁମାରୀ ଅବସ୍ଥାରେ ସନ୍ତାନ ଟିଏ ହେବାରୁ ବାପା ଭାଈ ଭି ଆସିଲେନି ପଚାରିବାକୁ ।ସେ ଦିନ ଠୁ ମିତା ଏକା ଏକା ଜୀବନ ନିର୍ବାହ କରୁଛି । ତା ଛୁଆର ନା ଭି ଦେଇଛି ଆକାଶ। ଛୁଆଟା ସବୁବେଳେ ବାପାଙ୍କ ବିଷୟରେ ପଛରେ ହେଲେ ମିତା କିଛି ନା କିଛି କହି ବାହାନା କରିଦିଏ । ସେପଟେ ଆକାଶ ଭି ନିଜ ଲୋକ ଓ ସମାଜକୁ ଡରି ମିତାକୁ ବାହା ହେଲାନି।ହେଲେ ନିଜକୁ କ୍ଷମା କରିପାରିନଥିଲା। ସେଥିପାଇଁ ସେ ଭି ବାହା ନହୋଇ ସେମିତି ରହିଲା।ଘର ଲୋକଙ୍କ ଅପେକ୍ଷାରେ ।ବାପା ଭାଇ କେବେ ଅନୁମତି ଦେବେ । ଆକାଶର ବାପା ଗାଁ ସରପଞ୍ଚ ଓ ପୁରୁଣା ଜମିଦାର।ଏବେ ଭି ଆଖ ପାଖ ୫୦ ଖଣ୍ଡ ମୌଜାରେ ଡାକ ପଡ଼େ । ଆଭିଜାତ୍ୟର ପରମ୍ପରାକୁ ଜାବୁଡ଼ି ଧରି ତେଜ୍ୟ ପୁତ୍ର କଲେ। ।

      ଦୁଇ ପ୍ରାଣୀ ଦୁଇ ପଟେ ଛଟପଟ ହୁଅନ୍ତି। ଗୋଟିଏ ସହରରେ ରୁହନ୍ତି।ହେଲେ କେହି କାହା ସହ ମିଶିବାକୁ ନାରାଜ। ଜଣଙ୍କର ସମାଜକୁ ଭୟ ଆଉ ଜଣେ ଇଚ୍ଛା ଥାଇ ମଧ୍ୟ ମିଶିପାରେନି।

ଦିନେ ହଠାତ୍ ମିତାକୁ ସ୍କୁଲ ଟିଚର୍ ଫୋନ୍ କରି କି କହିଲେ ପିଲାଟା ଖେଳୁ ଖେଳୁ ପଡ଼ିଗଲା ଆଉ ବେହୋସ୍। ଏବେ ସେ ହସ୍ପିଟାଲ୍ ରେ ।ଟିକେ ଭଲ ଅଛି।ମିତା ଛୁଟି ନେଇ ଚାଲିଲା ହସ୍ପିଟାଲ୍କୁ ।

ସେପଟେ ଆକାଶ ଭି ମିତାର ସାଙ୍ଗ ଠୁ ଖବର ପାଇ ଆଉ ସମ୍ଭାଳି ପାରିଲେନି ନିଜକୁ।ଯାହା ହେଲେ ଭି ନିଜ ରକ୍ତ।ଦୂରରୁ ଥାଇ ଦେଖିଲେ ପିଲାଟା ହସୁଛି ବେଡ୍ ରେ ବସିଛ,ଆଉ ଖାଉଛି।ହଠାତ୍ ମିତାର ଆଖି ପଡ଼ିଲା।ମିତା ରାଗରେ ସେଠୁ ଚାଲିଗଲା। ଆକାଶ ଆସିଲେ ନିଜ ରକ୍ତକୁ ଆଖି ଆଗରେ ଦେଖି ଆଉ କୋହ ଧରି ରହିପାରିଲାନି। ଧଡ୍ କିନି ଯାଇ କୁନି ଆକାଶକୁ ଛାତିରେ ଧରି କାନ୍ଦିବାକୁ ଲାଗିଲା। ଡାକ୍ତର ଆସିଲେ ଏବଂ କହିଲେ ଟିକେ ବାହାରକୁ ଆସନ୍ତୁ। ବାହାରକୁ ଆସିବା ପରେ କହିଲେ ଆପଣଙ୍କ ପୁଅର ବ୍ରେନ ଟିଉମର୍ ହେଇଛି । ଶୀଘ୍ର ଅପରେସନ କରିବା ପାଇଁ ପଡିବ ।

ଆକାଶ ପେପର୍ ରେ ସାଇନ୍ କରି ଟଙ୍କା ଡିପୋଜିଟ କଲା । ମିତା ଦୂର ରହି ସବୁ ଦେଖୁଥାଏ କିନ୍ତୁ କିଛି ବୁଝିପାରୁନଥାଏ।ଆକାଶ ବାହାରକୁ ଆସିଲା ପରେ ମିତା ଭିତରକୁ ଯାଇ ଦେଖେ ତ ପୁଅ ନାହିଁ । ପୁଅକୁ ନର୍ସ ଅପରେସନ ହଲକୁ ନୋଉଛନ୍ତି।

ଦୀର୍ଘ ୫ ବର୍ଷ ପରେ ପୁଣି ମିତା ଆକାଶ ପାଖକୁ ଗଲା ଆଉ କାନ୍ଦି କାନ୍ଦି ସବୁ କିଛି ପଚାରିଲା। ଆକାଶ ଠୁ ଶୁଣି ମିତା କଣ କରିବ କିଛି ଭାବିପାରିଲାନି। ପୁଣି ଡାକ୍ତର ଆସି କହିଲେ ବ୍ଲଡ o-ve ଦରକାର।ସଙ୍ଗେ ସଙ୍ଗେ ଆକାଶର ବ୍ଲଡ ମିଶୁଥିବାରୁ ସେ ଦେଲା ।

ଡାକ୍ତର ଆସି କହିଲେ ଅପରେସନ ସକ୍ସେସ୍। ଦୁଇ ଦିନ ହେଲା ନା ମିତା ନା ଆକାଶ କିଏ ଭି କିଛି ଖାଇନଥିଲେ ଠିକ୍ ସେ।ପୁଅ ନର୍ମାଲ ୱାଡକୁ ଆସିବା ପରେ । ଆକାଶ ଘରକୁ ଫେରିଲା ।

ଫେରିବା ବାଟରେ ବାଇକ୍ ଏକ୍ସିଡେଣ୍ଟ। ଆକାଶକୁ ମେଡିକାଲ ଅଣାଗଲା।ଖବର ପାଇ ବାପା ଭାଈ ସବୁ ଆସିଲେ ।କିନ୍ତୁ ଦୁଇଦିନ ପରେ ଆକାଶ ସମସ୍ତଙ୍କୁ ଛାଡ଼ି ଚାଲିଗଲା।

ସମସ୍ତେ ମିତାକୁ ଦୋଷ ଦେଲେ। ଆକାଶର ବାପା ଯାହା ଇଚ୍ଛା ତାହା କହିଗଲେ ମିତାକୁ ।ସବୁ ଶୁଣି ସେ ନିସ୍ତବ୍ଦ। କିନ୍ତୁ ସେ ବା କଣ କରିବ ।ଆଜି ଗୋଟେ ଆକାଶକୁ ପାଇ ଅନ୍ୟ ଗୋଟେ ଆକାଶକୁ ହରାଇଲା। ତା ନିଜ ଜୀବନର ଖୁସି , ସିନ୍ଦୂରକୁ ହରାଇଲା।

ବସ୍ ଟି ଆସି ସ୍କୁଲ ପାଖରେ ଲାଗିଲା , କଣ୍ଡକ୍ଟର ବୁବୁ ଭାଈ ଡାକ ଛାଡ଼ିଲେ ମେଡମ କଣ ଓଲ୍ହିବେନି କି? 

ମିତା ତା ଅତୀତରୁ ଫେରିଲା। ବସ୍ ରୁ ଓହ୍ଲାଇଲା।ପୁଅକୁ ସ୍କୁଲ୍ ପାଖରୁ ଧରି ମିତା ଚାଲିଥିଲା ଘର ମୁଖେ । ଆକାଶ ଗଲା ବେଳେ ତା କୁନି ପୁଅ ଆକାଶ ନା ରେ ସହରରେ ଗୋଟେ କୋଠା ଓ କିଛି ବେଙ୍କ ବାଲେନ୍ସ ଭି ଛାଡ଼ି ଯାଇଥିଲା। ଆଉ ମେଡ଼ିକାଲ ବେଡ୍ ରେ ଗୋଟେ ଚିଠି। 

     ଚିଠି ରେ ଲେଖାଥିଲା - ମତେ ଭୁଲ ବୁଝିବନି ମିତା।ଆଜି ମୁଁ ମୋ ଭୁଲ୍ ବୁଝିପାରିଛି।ହେଲେ ମିତା ମୋ ପାଖରେ ଆଉ ସମୟ ନାହିଁ। ତମକୁ ଏ ଦୁନିଆରେ ବଞ୍ଚିବାକୁ ହବ ମୋ ପାଇଁ ତମେ ମୋ ପୁଅ ଠାରେ ସର୍ବଦା ମୋତେ ପାଇବ। ରହିଲି କ୍ଷମା କରିଦେବା।

ନିଜକୁ ନିଜେ ବୁଝାଇ ନେଲା ବୋଧେ ଜିବନଟା ଏକା ଏକା । ତା ର ସେଇ ପୁରୁଣା ଗୀତଟି ଖୋକା ଭାଈଙ୍କର ମନେ ପଡ଼ୁଥିଲା ବେଙ୍ଗ କହେ ବେଙ୍ଗୁଲି ଲୋ ମହି କ୍ଷଣ କ୍ଷଣ କେ ଆନ।

ସିତା ଲୋ ......ସିତା ଲୋ ଆଜି ତତେ ବଞ୍ଚିବାକୁ ହବ ଏକା ଏକା..... କେହି ଏଠି ନୁହେଁ କାହାର .... ଦୁନିଆ ବୁକୁରେ ଚାଲି ବାକୁ ହେଲେ ତତେ ବଂଚିବାକୁ ହବ ଏକା ଏକା.....।


           


Rate this content
Log in

Similar oriya story from Tragedy