Mrutyunjay Das

Inspirational

3  

Mrutyunjay Das

Inspirational

ଆତଙ୍କୀବାଦ ଓ ବିଶ୍ୱ ଆତଙ୍କ

ଆତଙ୍କୀବାଦ ଓ ବିଶ୍ୱ ଆତଙ୍କ

2 mins
141



ଆତଙ୍କବାଦ ଏକ ପ୍ରଥା ଯାହା ଯୁଗ ଯୁଗ ଧରି ଚାଲିଛି l ସତ୍ୟରେ ଦାନଵ ଗଣ ନିଜର ସ୍ୱାର୍ଥ କୁ ନେଇ ତ୍ରିପୁରରେ ଆତଙ୍କ କଲେ l ଆଉ ଦାନା ହରେଇ ପାତାଳ ପଶିଲେ l ତ୍ରେତୟା ରେ ଆତଙ୍କ ରାବଣ କଲା l ବଂଶ ବୁଡେଇ ଦେଲା l ଦ୍ୱାପର ରେ କଂସ ଅପରାଧୀ ହୋଇ ସତ୍ୟ ଧର୍ମ ଆଗରେ ହାରିଲା l ଏବେ କଳି ଯୁଗ ଚାଲୁଚି l ଏଠି ମହିର ଯେତେ କେଳେଙ୍କାରୀ ଓ ପୁଣ୍ୟ ସବୁ ମଣିଷ ହାତରେ ଅଛି l ଜାତି ଧର୍ମ ରାଜସ୍ବ ଓ ଆଧିପତ୍ୟ ନିମନ୍ତେ ସମସ୍ତେ ସ୍ୱାର୍ଥପର l ଘରେ ଘରେ ଆତଙ୍କ ମାତିଛି l କେବେ ପୁଅ ବାପକୁ ମାରୁଛି ଆଉ କେବେ ଭାଇ ଭାଇ ରେ ଝଗଡା l ୟେ ତ ଘର କଥା l ଆସନ୍ତୁ ଦାଣ୍ଡକୁ ବାହାରିବା l ଶାସନ କଳରେ ମଧ୍ୟ ସମାନ ପରିସ୍ଥିତି l ରାଜନୀତି ରେ ନେତା, ବ୍ୟବସାୟ ରେ ଧନୀ, ବଜାରରେ ମୁଦ୍ରା ୟେ ସମସ୍ତେ ଆତଙ୍କ ଖେଳାଇ ଚାଲିଛନ୍ତି l କାରଣ ମଣିଷ ସ୍ୱାର୍ଥପର ହୋଇଛି l ବିଶ୍ୱ ବଜାର ରେ ଦେଶ ଦେଶ କେବଳ ମୁଦ୍ରା କୁ ନେଇ କଳା ଟଙ୍କା ରୂପେ ନିଜସ୍ୱ ସମ୍ପତ୍ତି କରି ରଖିବା ନିମନ୍ତେ ସମସ୍ତେ ତତ୍ପର l କଥାରେ ଅଛି ପରା ଘର ପଛେ ପୋଡୁ, ମୂଷା କେଞ୍ଚେ ପାଉ l ଆଉ ଦୁ୍ୟୋ ବିବାଦେ ତୃତୀୟସ୍ୟ ଲାଭ l ମଣିଷ ଖାଲି ମଦ, ମାଂସ ଆଉ ନାରୀ ସ୍ୱାର୍ଥକୁ ନେଇ ସମଗ୍ର ବିଶ୍ୱକୁ କଳଙ୍କିତ କରିଚାଲିଛି l

ପ୍ରତ୍ୟେକ ମୁହୂର୍ତ୍ତରେ ଦ୍ୱନ୍ଦ୍ୱ ଉପୁଛାଇ କଳୁଷିତ ମାନବ ଆଜି ସାରା ଦୁନିଆରେ ଆତଙ୍କ ଖେଳାଇ ଚାଲିଛି l କହିଲା କଥା ବୋହିଲା ପାଣି କେବେ ଫେରିଆସେନି, ଏହା ଜାଣିବା ପରେ ମଧ୍ୟ ରାଜନୀତି ରେ ଗୋଷ୍ଠୀ କନ୍ଦଳ, ବିଶ୍ୱ ବଜାର ରେ ମୁଦ୍ରା ସହ ଶକ୍ତି ର ପ୍ରଦର୍ଶନ, ଧର୍ମ ତଥା ସମ୍ପର୍କ କୁ ଦ୍ୱାହି ଦେଇ ପର ଉପରେ ଆକ୍ରମଣ ଏହି ସବୁ ଆତଙ୍କ କୁ ନେଇ ସାଧାରଣ ଜନତା ଭୟଭୀତ l ଖଟିଖିଆ ଗରିବକୁ ଲୁଣ୍ଠନ କରି ଧନୀକ ଗୋଷ୍ଠୀ ତଥା ରାଜନୀତିଆ ନିଜ କୋଠାରେ ଶାନ୍ତିରେ ରହି ଗରିବଙ୍କୁ ଶୋଷଣ କରିଚାଲିଛନ୍ତି l

ଆସନ୍ତୁ ନିସ୍ଵାର୍ଥପର ହୋଇ ଆମେ ଏକଜୁଟ ହେବା l ଏହି ଆତଙ୍କ ଯାହା ଏକ ଗୃହଯୁଦ୍ଧ ହୋଇଛି ତାକୁ ଆମେ ଶାନ୍ତିରେ ସମାଧାନ କରି ଶାଶ୍ୱତ ପ୍ରେମିକ ସାଜିବା l ସମସ୍ତେ ଆପଣାର ହେବାପାଇଁ ପ୍ରସ୍ତୁତ ହୋଇ ସାମଞ୍ଜସ୍ୟ ରକ୍ଷାକଲେ ବିଶ୍ୱ ଶାନ୍ତିରେ ନିଶ୍ୱାସ ମାରିବ l ହଁ ପରଜୀବି ହୁଅ ପେଟ ପାଇଁ ସିନା ନିର୍ଜୀବ ନହୁଅ ସଂସାର ପାଇଁ l ସଂସ୍କାର ସଂସ୍କୃତି ବଞ୍ଚି ରହିଲେ ଧରଣୀ ନିଶ୍ଚୟ ହସିବ ଆଉ ପବନ ରେ ସୁଗନ୍ଧ ସହ ମାଟି ମାଆ ଅମୃତ ପ୍ରଦାନ କରିବ l ସବୁ ବଗିଚା କୁସୁମିତ ହୋଇ ବିଶ୍ୱ ଦରବାର ରେ ପକ୍ଷୀଙ୍କ କଳରବ ଶୁଣି ଶାନ୍ତି ମୈତ୍ରୀ ଓ ପ୍ରୀତିରେ ଭରପୁର ସମୃଦ୍ଧି ସହଚର ହୋଇ ବାଣ୍ଟିବ l

ଏଣୁ ଶପଥ ନେବା ଆସନ୍ତୁ....

ମୁକାର ବଚନ କହିବି ନାହିଁ,

ସର୍ବେ ସୁଖୀ ହେଲେ ସଂସାର ହସିବ

ଅମୃତ ସିନିହ ବାଣ୍ଟିବା ଭାଇ...

ଆତଙ୍କ ଛାଡି ପ୍ରେମକୁ ବାଣ୍ଟିବା

ନିଜ ଜିହ୍ୱା ଶତ୍ରୁ ଜାଣିଲାପରେ

ପରକୁ ନିର୍ଦେଶ ଥୋପିବା ନାହିଁ ll

ସନାତନ ହୋଇ ସମାନ ଆସନ

ସମାଜ କଲ୍ୟାଣ ହେଲେ

ଖୁସିର ଲହରୀ ମଧୁର ବାଣୀ

ହୃଦୟ କୁ ଆମ ନେବଟି କିଣି ll

ସର୍ବେ ଭବନ୍ତୁ ସୁଖିନଃ

ସର୍ବେ ସନ୍ତୁ ନିରାମୟ,

ସର୍ବେ ଭଦ୍ରାଣି ପସ୍ୟାନ୍ତୁ...

ମା କସ୍ୟଡ ଦୁଃଖଭାଗ ଭଵେତ..

ଓଁ ଶାନ୍ତି ଶାନ୍ତି ଶାନ୍ତିହ...



Rate this content
Log in

Similar oriya story from Inspirational