STORYMIRROR

Mangalsingh Marandi

Inspirational

3  

Mangalsingh Marandi

Inspirational

ଆରମ୍ଭ

ଆରମ୍ଭ

1 min
5

ଜୀବନର ରାସ୍ତାକୁ ବିପରୀତ ଦିଗରେ ଚଳାଇବା ଏହା ମୋ ଭାବନା ମାତ୍ର, କିନ୍ତୁ ଏହାକୁ କାର୍ଯ୍ୟରେ ପରିଣତ କରିବା ବା ନିଜ ସହିତ ଘଟାଇବା ଅତ୍ୟନ୍ତ କଠିନ ଅଟେ। କେହି ଆପଣଙ୍କୁ ଦିନକ ପାଇଁ ଖାଦ୍ୟ ସହାୟତା କରିପାରିବେ ସାରା ଜୀବନ ନୁହେଁ,ହେଇ ପାରେ ଏହା ବହୁତ କମ୍ ସମ୍ଭବ। ସୋସିଆଲ ମିଡ଼ିଆରୁ ମୁଁ ଗୋଟିଏ ଭିଡିଓ ଦେଖିଲି ଯାହାକି ମହିଳା ଜଣଙ୍କ ମେଟ୍ରୋରେ ଠିଆ ହୋଇଥିବା ସମୟର କଥା କହୁଛନ୍ତି -କଣ ଲାଭ ୩୦୦ ହଜାର ଲୋକ ଫଲୋର ଥାଇ ଯାହାକି ଏ ମେଟ୍ରୋରେ ମୁଁ ସମସ୍ତଙ୍କ ପାଇଁ ଅଜଣା। ଏହା ଭାବନା ଯୋଗ୍ୟ ଗୋଟିଏ ରାସ୍ତାରେ ଚାଲୁଥିବା ସମୟରେ କିମ୍ବା କୌଣସି ଯାତ୍ରା କରୁଥିବା ସମୟରେ କେହି 'ହେଲୋ' ବୋଲି କହୁ ନାହାନ୍ତି ତା ହେଲେ ସଜାଗ ହୁଅନ୍ତୁ ଏକୁଟିଆ ଚାଲିବା ପାଇଁ ନିଜ ଗତି ଏକ ବିପରୀତ ଦିଗରେ ନେଇ ଯାଆନ୍ତୁ।

    ସମୟ ମଧ୍ୟ ପୀରାମିଡକୁ ଭୟ କରେ ଏହା ଆମେ କଲେଜ ଇତିହାସରେ ବହିରେ ପଡିଛୁ ।ତା ହେଲେ ଆମେ କ'ଣ ପାଇଁ ଆମେ ଆମ ଜୀବନକୁ ନ ଚିହ୍ନିବା । ବ୍ୟକ୍ତିଗତ ଜୀବନରେ ଯାହା ଆପଣ କରୁଛନ୍ତି, ଯାହାକି ଆପଣ କହୁଛନ୍ତି ମୁଁ ତ ଅଙ୍ଗେ ଲିଭେଇଛି। ସଠିକ୍ ସେହି ଜିନିଷ ଉପରେ ଆପଣ ଅଧିକ ବିଶ୍ଵାସ କରବେ । ଯଦି ଆପଣଙ୍କ ସହିତ ଅଘଟଣ ହୋଇଥାଏ ସେ ସ୍ଥାନରେ ଆଗ ପରି ବିଶ୍ଵାସ କରିବେନି। ଏହି ତ ଜୀବନ ଆମେ ପ୍ରଥମେ ନିଜକୁ ଚିହ୍ନିବା ଲୋକମାନେ ଆପଣଙ୍କୁ ଚିହ୍ନିବା ଦୂରର ବିଷୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational