STORYMIRROR

Mangalsingh Marandi

Others

3  

Mangalsingh Marandi

Others

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
132

      ବୁଝିବା ଲୋକ ଯଦି ହୁଅନ୍ତା ମୁଁ ବୁଝେଇ ଦିଅନ୍ତି । ଭୁଲିବା ଲୋକ ଯଦି ହୁଅନ୍ତା ମୁଁ ଭୂଲି ଯାଆନ୍ତି। ଫେରି ଆସେ ହଜିଲା ଦିନର କାହାଣୀ ଅପସରି ଆସେ ଗଳି କନ୍ଦିର ଛୋଟ ଛୋଟ ଭାବନା। କିଏ କାହାର କିଏ ନିଜର ଆଉ କିଏ ପର । ଆପଣା ଛାଏଁ ଦୃଶ୍ୟଭିଳାସ ଏକ ନିଛାଟିଆ ନିସ୍ତବ୍ଧ ରାତ୍ରୀରେ, ଆଉ ଏକ ସୁନ୍ଦର ପ୍ରଦେଶରେ ସତେ ଯେମିତି ମୁଁ ସେହି ଛୋଟ ପିଲା ।

    ଲାଗେ ନାହିଁ ମୁଁ ଗପ ଶୁଣିଛି ଲାଗେ ନାହିଁ ମୁଁ ଗୀତ ଗାଉଛି ମୋତେ ଏହା ଲାଗେ ବାସ୍ତବ। ଏ ପାଗଳ ପ୍ରଜାପତି ହଜି ଯାଇଛି ଏକ ଗୋଲାପ ବନରେ କିଏ ତାକୁ କଢାଇ ନେବ ତାର ବାଟ କେଉଁ ଦିଗକୁ। ଚୁଲ୍ ବୁଲ୍ ତାର କାମ, ଚଗଲାମି ତାର ମନ, ଭାବନାରେ ସେ ଏକ ରାଜକୀୟ ପୁରୁଷ। କିଏ ଜାଣିଛି କେବେଠାରୁ ଏମିତି ଏ ଗୋଲାପ ବନରେ ହଜି ଯାଇଛି।

  ଭୂଲି ଯାଏ ସେ ଭୋକ ଶୋଷ, ଭୁଲି ଯାଏ ସେ ନିଜ ଠିକଣା ଯେତେବେଳେ ଯାଏ ସେ ଗୁଣୁୁ ଗୁଣୁ ଗାଉ ଥିବା ଭଅଁର ହୋଇଥାଏ। ଭୂଲି ଯାଏ ବାସ୍ତବତା ଆଉ ଆଦରି ନିଏ ଅସଂଖ୍ୟ ପୁଷ୍ପ ମଧ୍ୟରେ ମୁଁ କେମିତି ହଜିଯିବି। କାନ୍ଦିବାକୁ ନାହିଁ ଏଠାରେ ପ୍ରଶ୍ନ କିନ୍ତୁ ହସ ଏଠାରେ ପରିପୂର୍ଣ୍ଣ । ଲାଗେ ସତେ ଯେମିତି ଏକ ଅବିସ୍ମଣୀୟ ସ୍ମୃତି। କେଉଁ ଠାରେ ମଧ୍ୟ ଶୁଣା ଯାଏ ନାହିଁ ରାଗ କି ରୁଷା ଅବା କଳି ।

  ଏ ସୁନ୍ଦର ପ୍ରଦେଶରେ ଅବସ୍ଥିତ ଏକ ଅଭୟାରଣ୍ୟ ଏଠାରେ ଶବ୍ଦ କରୁଛନ୍ତି ଅସଂଖ୍ୟ ପକ୍ଷୀ ଏବଂ ଛୋଟ ଛୋଟ ପତ୍ର ଆଉ ତାଳରେ ତାଳ ମିଶାଇ ନାଚି ଉଠୁଛନ୍ତି ସମସ୍ତ ବୃକ୍ଷ । ଏ ସବୁଜିମା କାନନ ନିକଟେ ଏମିତି ଗୁଞ୍ଜୁରୀ ଉଠେ ମିଠା ମିଠା ଗୀତ ତାହା ସହିତ ଆଦରଣୀୟ ଶବ୍ଦ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍