ଆମ ନିଜ କଥା
ଆମ ନିଜ କଥା
ପିଲା ଦିନେ ଖରା ଛୁଟି ମାନେ ମାମୁଁ ଘର , ପରୀକ୍ଷା ସରିବା ମାତ୍ରେ ଆଉ ବୋଉ କୁ ଫୁରସତ ଦେଉନଥିଲୁ ଆମେ ଭାଇ ଭଉଣୀ ଯେ ଜଲଦି ମାମୁଁଙ୍କ ନିକଟକୁ ଚିଠି ଲେଖିଦେ ସେ ଆମକୁ ଆସି ନେଇଯାନ୍ତୁ।ବୋଉ ମଧ୍ୟ ଆମ ଖୁସି ଦେଖି ଚିଠି ଟିଏ ଲେଖିଦିଏ ଯେ ପ୍ରିୟ ର ବାବୁ (ମୋ ମାମୁଁଙ୍କ ଶ୍ରଦ୍ଧା ନାଁ) ପିଲା ମାନଙ୍କ ପରୀକ୍ଷା ଶେଷ ହୋଇଯାଇଛି ।ତୁ ସମୟ ଦେଖି ଆସି ନେଇଯାଆ ସେମାନଙ୍କୁ ଟିକେ ବୁଲି ଆସିବେ । ମାମୁଁ ବୋଧେ ଚିଠି ପହଞ୍ଚିବାର ଦୁଇ ଦିନ ମଧ୍ୟ ରେ ଆସିଯାନ୍ତି ।ଆମେ ଚାଲି ଯାଉ ଖୋର୍ଦ୍ଧା - ପୁରୀ ପାସେଞ୍ଜର ଟ୍ରେନ୍ ରେ ବସି ଚନ୍ଦନପୁର ର ଏକ ଛୋଟ ଗାଁ କୁ।ଯେଉଁଠି ମୋ ପିଲା ଦିନର ଅନେକ ସ୍ମୃତି ଆଜି ବି ସତେଜ୍ ହୋଇ ରହିଛି ।ଏବେ ମଧ୍ୟ ମାନେ ପଡେ ଅଜା ଙ୍କ ସହିତ ସେ ଥଟା ମଜା ଆଉ ସଂଧ୍ୟା ସମୟ ର ଗପ ଶୁଣା । ସେ ଗପ ମାଧ୍ୟମରେ ଅଜା ବୋଧେ ଆମ ଭବିଷ୍ୟତ କୁ ନେଇ ଅନେକ ବାର୍ତ୍ତା ଦେଉଥିଲେ ଯାହା ସେ ସମୟରେ ଆମ ଗପ ଉପଭୋଗ ଛଡ଼ା କିଛି ବୁଝିନଥିଲୁ । କିନ୍ତୁ ଏବେ ସେସବୁ ମନେ ବି ପଡୁଛି ଆଉ ଜଳ ଜଳ ହୋଇ ସବୁ ବୁଝି ବି ହେଉଛି।
ମନେ ପଡୁଛି ଦିନେ ଅଜା ଖଣ୍ଡିଆ ଭୂତ ର ଗପ ଶୁଣାଇଥିଲେ,,ଯେ କେମିତି ଖେତ ରେ ଫସଲକୁ ପଶୁ ମାନଙ୍କ ଦାଉରୁ ରକ୍ଷା କରିବା ପାଇଁ ଲୋକ ଖଣ୍ଡିଆ ଭୂତ ଟେ ଠିଆ କରେଇ ଦିଅନ୍ତି ! ଆଉ ତାକୁ ଅସଲ ମଣିଷ ଭାବି ପଶୁ ମାନେ ଦୂରରୁ ଦେଖି ଚାଲି ଯାଆନ୍ତି।ଅଜା ଏହା ମଧ୍ୟ କହିଥିଲେ ସମୟ ମିଳିଛି ଏ ଭାର୍ଗବୀ ନଈ,ପୋଲାଙ୍ଗ ତୋଟା ଆଉ ଏ ସବୁଜ ଖେତ କୁ ଟିକେ ଭଲରେ ଦେଖିଦେଇଥାରେ ପରଙ୍ଗ ପିଲା ମାନେ । ଆଗକୁ ତମ ଉତ୍ତର ପିଢ଼ି ପାଇଁ ଏସବୁ ଥିବ କି ନାଇଁ କିଏ ଜାଣେ ,ଆମେ ତ ଆଉ ଦେଖିବାକୁ ନଥିବୁ ।ଯାହା ଯାହା ଅଜା କହିଥିଲେ ବୋଧେ ସେସବୁ ଆଜି ସତ ହୋଇଛି ।ଜଙ୍ଗଲ ଆଜି କଂକ୍ରିଟ ଜଙ୍ଗଲ ,ଚାଷ ଜମି ଆଜି ନିର୍ମାତା ମାନଙ୍କ ଘର ବାଡ଼ି ,ଆଉ ଖଣ୍ଡିଆ ଭୂତ ଜାଗାରେ ବୋଧେ ଚୌକିଦାର ଭାଇ ମାନେ ନେଇଯାଇଛନ୍ତି ଯେଉଁମାନେ ଚାଷ ଜମି ନୁହେଁ ଘର କୁ ଜଗୁଛନ୍ତି ସେ ପୁଣି ମଣିଷ ରୂପୀ ପଶୁ ମାନଙ୍କ ଠାରୁ । ଆଉ ସେ ଗାଁ ଆଜି ଖାଁ ଖାଁ । ଜମି ପଡ଼ିଆ ପଡିଛି ,ମଉସା ଆଉ ଜେଜେ ମାନେ ଭତ୍ତା ପାଇ ଭଗବତ ଘରେ ତାସ୍ ଖେଳୁଛନ୍ତି ,ଭାଇ ମାନେ ଦାଦନ ଯାଇଛନ୍ତି ଆଉ ନୂଆ ବୋଉ ଗୋଷ୍ଠୀ କରି ସୁଧ ଲଗେଇଛି । ଏ ପରିସ୍ଥିତି ରେ ଆମେ ସଭ୍ୟ ସହରୀ ସୁଉଚ୍ଚ ଅଟ୍ଟାଳିକା ରେ ଚା ର ମଜା ନେଇ ଖବର କାଗଜ ଆଡେଇ କହୁଛେ ଲୋକେ କୋଢୀଆ ହେଇଗଲେ ଚାଷ କରୁନାହାନ୍ତି ଅଲଗା ରାଜ୍ୟ ଉପରେ ନିର୍ଭର ହେଇ ଆଜି ଟମାଟ ୧୫୦ ଟଙ୍କା ପ୍ରତି କିଲୋ ରେ ପହଞ୍ଚି ସାରିଲାଣି ।କିନ୍ତୁ ଜାଣି ଅଜଣା ହେଉଛେ ଯେ ସେଇ ଚାଷୀ ର ଚାଷ ଜମି ଉପରେ ଆମେ ଅଟ୍ଟାଳିକା ରେ ଅଭିନୟ କରିଚାଲିଛେ ! ଆଉ କେତେ ସରୀ ହେଲେ ଆମେ ବୁଝିବା ଯେ ଆମେ ଅଟ୍ଟାଳିକା ର ନୁହେଁ ମାଟି ର ମଣିଷ ।ଆମେ ପ୍ରକୃତି କୁ ବିନଷ୍ଟକାରୀ ନୁହେଁ ,ଆମେ ତ ରକ୍ଷାକାରୀ,,ଅବସର ର କିଛି ସମୟ ସମାଲୋଚନା ଠାରୁ ଦୂରେଇ ସେଇ ମାଟି କୁ ଆପଣେଇବା ,,ପୁଣି ଆମ ଖେତ ହସି ଉଠିବ,,ଆମେ ଅଳସୁଆ ନୁହେଁ ବାସ୍ ଆମ ଆନ୍ତରିକତା ର ଜାଗରଣ ଆବଶ୍ୟକତା ରହିଛି ଏ ମାଟି ପାଇଁ,,ଆମ ଓଡ଼ିଶା ପାଇଁ ।
ଜୟ ଜଗନ୍ନାଥ ।