STORYMIRROR

Jyoti Ranjan Subudhi

Others

3.6  

Jyoti Ranjan Subudhi

Others

ସମୟର ଅନ୍ତରାଳେ

ସମୟର ଅନ୍ତରାଳେ

3 mins
223


ଅସ୍ତଗାମୀ ସୂର୍ଯ୍ୟଙ୍କୁ ଦେଖି ଆହୁରି ଅସ୍ତବ୍ୟସ୍ତ ହୋଇ ଉଠିଲି ।କାରଣ ସମୟ ହୋଇଯାଇଥାଏ ଘରକୁ ଫେରିବାର ।ସାନ୍ଧ୍ୟଭ୍ରମଣରରେ ଚାଲୁ ଚାଲୁ ଆଜି ନଦୀ କୂଳେ କୂଳେ ବହୁତ ଦୂର ଚାଲି ଆସିଛି ।ଏପଟେ ସନ୍ଧ୍ୟା ହେବାକୁ ବସିଲାଣି ।ଆଖିକୁ ଦିଶୁନି ଆଉ ଭଲରେ ,ସନ୍ଧ୍ୟାରେ ପୁଣି ଗାଡି ର ଆଲୋକ ରେ ଆଉ କିଛି ଦିଶିବନି ।ଏମିତି ଦୋଛକିରେ ଭାବୁ ଭାବୁ କାଠଯୋଡି କୂଳର ଚଉକିରେ ଟିକେ ବସିପଡ଼ିଲି ।ମନେ ମନେ ଭାବିଲି ,ଚାକିରୀରୁ ଅବସର ପରେ ସତେ ମୋ ଶରୀରର ଅଙ୍ଗ ମାନେ ବି ଅବସର ଖୋଜିଲେଣି ।ବୋଧେ ହୁଏ ମୋ ସମୟ ସାରିଆସିଲାଣି ।ଏବେ ଖାଲି ଯାହା ଅନ୍ତିମ ଯାତ୍ରା କୁ ଅପେକ୍ଷା ।କିନ୍ତୁ ସେ ଅତୀତ ଯୌବନ ଆଜି ମନେ ପଡୁଛି ସତେ କେତେ ରୋମାଞ୍ଚଭରା ଥିଲା ।କୌଣସି କଥାକୁ ଖାତିର ନଥିଲା କି ଡର ନଥିଲା ।ଏକା ଏକା ଯେମିତି ସମାଜ କୁ ବଦଳେଇବାକୁ ଜିଦ ଧରିଦେଇଥିଲି ।ସେଥିପାଇଁତ ଘରେ ବାପାଙ୍କ କଡା ତାଗିଦ ସତ୍ୱେ ଲୁଚି ଲୁଚି କଲେଜ ଏଲେକ୍ସନ ରେ ନାମାଙ୍କନ ଭରିଦେଇଥିଲି ।ଆଉ ଥରେ ଜିତିଥିଲି ମଧ୍ୟ ।କଲେଜ ର ସମସ୍ୟା ସବୁକୁ ସମାଧାନ ପାଇଁ କ୍ରାନ୍ତିକାରୀ ସାଜିଯାଇଥିଲି ।ଏପରି ସ୍ଵଭାଵ କାରଣରୁ କଲେଜ ରେ ଭଲ ପରିଚୟ ସୃଷ୍ଟି ହେଇଯାଇଥିଲା ।


ଦିନେ ଏମିତି କଲେଜ ବାହାର ବାବୁ ଭାଇ ଦହିବରା ଦୋକାନ ରେ ଖଟି କରୁଥାଏ ସାଙ୍ଗ ମାନଙ୍କ ସହ ,ହଟାତ ଏକ ଝିଅ ମୋ ସାମ୍ନା ରେ ଅଵତାରିତ ହେଲା ।ପ୍ଲିଜ ହେଲ୍ପ ମି ଭାଇ କହି କାନ୍ଦିବାକୁ ଆରମ୍ଭ କଲା ।ମୁଁ ଉପରକୁ ଯେତେ ଟାଣ ଥିଲେ ମଧ୍ୟ ଝିଅ ମାନଙ୍କ ପ୍ରତି ଭାରି ଲାଜକୁରା ଥିଲି ।ତେଣୁ ଏମିତି ପରିସ୍ଥିତିରେ କଣ କରିବି କେମିତି ଝିଅଟିକୁ ବୁଝେଇବି ଜାଣିପାରୁନଥାଏ ।ତଥାପି ସାହସ କରି ଝିଅଟିକୁ ଜେଣ ତେଣ ପ୍ରକାରେ ଶାନ୍ତ କରିଲି ।ଆଉ ତାର ଅସୁବିଧା କଣ ପଚାରିଲି ।ଝିଅଟି ଅତି ସଂକୋଚ ଅନୁଭବ କରି ଧୀରେ ଧୀରେ କହିଲା ଯେ ଆମ ଫିଜିକ୍ସ ଡିପାର୍ଟମେଂଟ ର ଅଶୋକ ସାର ଅଶ୍ଳୀଳ ଇଙ୍ଗିତ କରୁଛନ୍ତି ଓ କାହାକୁ ଏକଥା କହିଲେ ପ୍ରାକ୍ଟିକାଲ ମାର୍କ କାଟିଦେବା ସହ ବଦନାମ କରିଦେବାକୁ ଧମକ ଦେଉଛନ୍ତି ।ଏସବୁ ଶୁଣିବା ପରେ ମୋ ରକ୍ତ ଗରମ ହୋଇ ଉଠିଲା ।ଇଚ୍ଛା ହେଉଥାଏ ସାଙ୍ଗେ ସାଙ୍ଗେ ଯାଇ ଅଶୋକ ସାର ଙ୍କୁ ମାରିପକେଇବି ।କିନ୍ତୁ ଅ

ଯଥାରେ ଝିଅଟି ବଦନାମ ହେବା ଆଶଙ୍କାରେ ନିଜକୁ କଣ୍ଟ୍ରୋଲ କଲି ଓ ବ୍ୟସ୍ତ ହୁଅନି ମୁଁ ଦେଖୁଚି କହି ଝିଅଟିକୁ ବୁଝେଇକି ଛାଡିଦେଲି ।ତାପର ଦିନ ମୁଁ ଓ ମୋ ସାଙ୍ଗ ଅନୀଲ ଓ ସେ ଝିଅକୁ ନେଇ ଅଶୋକ ସାର ଙ୍କ ଘରକୁ ଯାଇ ବହୁ କଥା କହିଲି ଓ ଏପରି ଆଉ ଥରେ ହେଲେ କଲେଜ ରେ ପିଟିବାକୁ କହିଲି ,ସେ ଝିଅକୁ ସେଠାରେ ସାର ଭୁଲ ମଧ୍ୟ ମାଗିଲେ ଓ ଆଉ ଏମିତି କେବେ ହେବନି କହିଲେ ତାପରେ ଆମେ ସେଠାରୁ ଚାଲି ଆସିଲୁ ।ସେଦିନ ପରଠୁ ସେ ଝିଅକୁ ବି ମୁଁ ଆଉ କଲେଜ ରେ ଦେଖିନି ।ବୋଧେ ହୁଏ ପରୀକ୍ଷା ଶେଷ ପରେ କଲେଜ ଛାଡିଦେଇଛି ।

ଧୀରେ ଧୀରେ ଏ କଥାକୁ ମୁଁ ସମ୍ପୂର୍ଣ୍ଣ ଭୁଲିଯାଇଥାଏ ।କିନ୍ତୁ ଅଶୋକ ସାର ଭୁଲିପରିନଥିଲେ ନିଜ ଅପମାନ କୁ ।ସେଥିପାଇଁ କପି କରୁଥିବା ମିଥ୍ୟା ଅଭିଯୋଗରେ ମତେ କଲେଜ ର ପରୀକ୍ଷାରୁ ଏକ ବର୍ଷ ବଂଚିତ କଲେ ।ଏ ଏକ ବର୍ଷ ମୋପାଇଁ ଥିଲା ବହୁତ କଠିନ ସମୟ ।ଘରଠୁ ବାହାର ସମସ୍ତେ ସେଇ ଗୋଟେ କଥା କହୁଥିଲେ କଣ ଦରକାର ଥିଲା ଅନ୍ୟ କଥାରେ ମୁଣ୍ଡ ପୁରେଇବାକୁ ।ଏବେ ନିଜେ କି ପରିସ୍ଥିତିର ସାମ୍ନା କରୁଛୁ।ଯେଉଁ ମାନଙ୍କୁ ସାହାଯ୍ୟ କରୁଥିଲୁ ସେମାନେ କଣ ଏବେ ତତେ ସାହାଯ୍ୟ କରୁଛନ୍ତି ।କିନ୍ତୁ ମୋ ମନରେ ବୋଧେ ଅଵଶୋଷ ନଥିଲା ବରଂ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ଆତ୍ମସନ୍ତୋଷଥିଲା ।ସେ ଯାହା ବି ହେଉ ଏକ ବର୍ଷ ବିତିଗଲା ଓ ମୋ PG ସରିଗଲା ମଧ୍ୟ ।


ଏହାପରେ ଭାରତୀୟ ରେଳବାଇରେ ଚାକିରୀ ଖଣ୍ଡେ ମିଳିଗଲା ।ବାପା ବୋଧେ ଏହି ସୁଯୋଗର ଅପେକ୍ଷାରେ ଥିଲେ ସଂଗେ ସଂଗେ ସୁମିତ୍ରା ସହ ବିବାହ ଠିକ କରିଦେଲେ ଓ ବିବାହ ହୋଇଗଲା ମଧ୍ୟ ।ଏହାପରେ ଚାକିରୀ ପିଲା ଛୁଆ ସଂସାର ରେ ଏମିତି ଡୁବିଗଲି କିପରି ଚାକିରୀ ରୁ ଅବସର ନେବାର ପାଞ୍ଚ ବର୍ଷ ହୋଇଗଲାଣି ଜାଣିପାରିଲିନି ।ହେଲେ ମୋ ଜୀବନର ଖୋଲା ଫର୍ଦ୍ଦ ରୁ ଏତିକି ଶିଖିଲି ସବୁ ଜିନିଷ ର ଏକ ପ୍ରକୃଷ୍ଟ ସମୟ ଥାଏ ଓ ସେଇ ସମୟରେ ସେ ଜିନିଷ କରିବାରେ ଆନନ୍ଦ ଥାଏ ।।ପରେ କିନ୍ତୁ ଖାଲି ନକରିବାର ଅନୁତାପ ଛଡା କିଛି ନଥାଏ ସମୟର ଅନ୍ତରାଳେ ।ଠିକ ଏତିକି ବେଳେ ରିକ୍ସା ଵାଲା ଡାକ ଦେଲା ଆଜ୍ଞା କେଉଁଠିକୁ ଯିବେ ଆସନ୍ତୁ ଛାଡ଼ିଦେବି ।ଆଉ ମୁଁ ଚାଲିଲି .......।


Rate this content
Log in