STORYMIRROR

Premchand Pattnaik

Inspirational

3  

Premchand Pattnaik

Inspirational

ଆଜି ଆକାଶେ କି ରଙ୍ଗ ଲାଗିଲା...

ଆଜି ଆକାଶେ କି ରଙ୍ଗ ଲାଗିଲା...

2 mins
28.8K


ମାଟି ଆଁ କରିଛି ବୋଲି ସବୁ ଛାନିଆ ହେଲେଣି । ଏସନ ଚାଷ ଠପ୍ ହେବା ଥୟ। ଗାଁ ସାରା ଲୋକଙ୍କ ଭିତରେ ଚାଲିଛି ଏଇ ଚର୍ଚ୍ଚା। କଣ ଖାଇବା କଣ କରିବା? ଯେଉଁଠି ଦେଖ ଯୁଆଡେ ଦେଖ ଚାରି-ଛ' ଜମା ହେଇ ଏଇ କଥା ହିଁ କୁହାକୁହି ହେଉଛନ୍ତି।କେହିକେହି ତ କହଛନ୍ତି କଳି କାଳ ଶେଷ ବୋଲି ଜାଣ।କାହା ମୁହଁରେ ସରସ ନାହିଁ।ସମସ୍ତଙ୍କ ମୁହଁର କାନ୍ତି ମଉଳି ଯାଇଛି ଯେମିତି।କୋଉ ବର୍ଷ ଏମିତି ମାଟି ଫାଟି ନ ଥିଲା। କାନ ଉଠିବା ଦିନ ଠୁଁ କେବେ ଶୁଣା ହେଇ ନ ଥିଲା ମାଟି ଫାଟି ଆଁ କରିବା କି ଗାଁ ମୁନ୍ଡିଆ ଙ୍କ ଛାତ ସହ ନେତ ଉଡିଯିବା କଥା।ନଶ୍ଚୟ ଠାକୁରାଣୀ କୋପ କରିଛନ୍ତି ନ ହେଲେ କି ଏମିତି ଅଘଟଣ ସବୁ ଘଟନ୍ତା।ହେ ମାଁ ଏ ବିପତ୍ତି ରୁ ଉଦ୍ଧାରେ ମାଁ।ତୁ ହିଁ ତାରିବୁ ତ ହିଁ ମାରିବୁ...। ଗଲା ସନ ଯେତିକି ଅକଥା ସବୁ ଘଟିଛି କିଏ କାହିଁକି ଭଲା ସହିବ ?ଭଲାରେ ଭଲା ଆର ଗାଆଁ ମଝି ସାହିର ମାଧ ପୁଅ ରାମିଆ ବ୍ରହ୍ମଣ ଝିଅକୁ ଆଣି ଭାରିଜା କଲା ବୋଲି ତମେ ବି ସେମିତି ଭୂଲ୍ କରିବ ?ଶ... ତେମେ ତ ଭୋଗିବ ଭୋଗିବ ତା ସାଥିରେ ଆମକୁ ବି ଭୋଗିବାକୁ ହେବ।କଳି କାଳ ଘୋର କଳି କାଳ ମାଷ୍ଟ୍ରେ ଘୋର କଳିକାଳ ।ତେମେ ଦେଖିବ ମାଷ୍ଟ୍ର ଆପଣେ ଏଇଲେ ପୃଥ୍ୱୀ ଅଚିରେ ଧ୍ୱଂସ ପାଇବ। ଯଦୁବଂଶ ଧ୍ୱଂସ ହେଲା ପରିକା ବିଶ୍ୱବାସୀ ଧ୍ୱଂସ ହେଇଯିବେ।ତା'ପରେ ଯାଇ ସତ୍ୟ ଯୁଗ ଆରମ୍ଭ ହେବ, ଦେଖିବାକୁ ଆମେ କେହି ନ ଥିବା ସିନା ପୃଥ୍ୱୀଟା ଉସ୍ୱାସ ହେଇ ଧର୍ମ ପ୍ରତିଷ୍ଠା ହେବ ହିଁ ହେବ।ସତ୍ୟଯୁଗ ଆସିଯିବ ହେ ମାଷ୍ଟ୍ରେ ସତ୍ୟଯୁଗ ଆସିଯିବ। ଆଜିକାଲିକା ପିଲାପିଲି ଯାହା ହେଉଛନ୍ତି ନା, ନ କହିବା ଭଲ।କଣ କୁହନ୍ତି ନି କି ନ ଦେଖିବା ନୋକ ଦେଖ କଇଁଚ କାଢିଛି ବେକ।ସାଧୁସନ୍ଥ କୁ ସବୁ ଭୁଲିଲେଣି,ସାନବଡ କୁ ଖାତର ନାଇ,ପର ଭାରିଜାକୁ ମନ ଧଇଲାଣି,ପିଲା ପିଲା ପରିକା ନାଇ କି ବୁଢା ବୁଢା ପରି ନାଇ।ଆଉ ଭେଣ୍ଡାଙ୍କ କଥା ନ କହିବା ଭଲ ।ଫାଇଲିନ୍ ରୁ ସିନା ବଂଚି ଗଲୁ ମାଷ୍ଟ୍ରେ ଏଥିରୁ ଜମା ନୁହଁ ବୁଝୁଛନ୍ତି ତ ? ହଠାତ୍ ସେତିକି ବେଳେ କଳା ହଣ୍ଡିଆ ମେଘ ଘୋଟିଆସି ଅସରାଏ ବରଷି ଗଲା। ପିଲାଏ ଘରୁ ବାହାରି ବର୍ଷା ରେ ଭିଜିବାକୁ ଲାଗିଲେ।ଆମ ଭାଷକ ମହୋଦୟଙ୍କ ମୁହଁ ଦେଖିଲା ପରି ଥିଲା। ମାଷ୍ଟ୍ରେ ଜେଲ୍ ରୁ ମୁକୁଳିଲା ପରି ମୁଚୁକି ହସା ମାରି ପିଲାଙ୍କ ସହ ସାଥୀ ହୋଇ ବର୍ଷାରେ ଭିଜି ଗାଇ ଉଠିଲେ - "ଚକା ଚକା ଭଉଁରୀ ମାମୁଁ ଘର ଚଉଁରୀ........ । ☆☆☆☆☆☆☆


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational