baijayantimala rout

Abstract

3.0  

baijayantimala rout

Abstract

୨୬ ମାର୍ଚ୍ଚ

୨୬ ମାର୍ଚ୍ଚ

1 min
2.9K



ଆଜି ଲକ୍ ଡାଉନ୍ ର ଦ୍ବିତୀୟ ଦିନ। 

ସକାଳର ଚା' ପିଉ ପିଉ କରୋନା ଖବର କ'ଣ ଜାଣିବା ପାଇଁ ଟିଭି ଟିକେ ଲଗେଇ ଦେଲି, ଶୁଣିବାକୁ ପାଇଲି ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ଯା ୨ ରେ ଅଛି। ହଉ, ଭଗବାନ କରନ୍ତୁ ଏ ଭୂତାଣୁ ଯେତେ ଶୀଘ୍ର ଏ ବିଶ୍ବରୁ ଚାଲିଯାଉ। ଏମିତି ଲାଗୁଛି ଯେମିତି ଏ ସାରା ବିଶ୍ବକୁ ଗ୍ରାସ କରିକି ହିଁ ଛାଡିବ। ନିଉଜ ଚ୍ଯାନେଲରେ ଘନ ଘନ ପ୍ରସାରିତ କରୋନା ରୋଗ ବିଷୟରେ ଶୁଣି ଶୁଣି ମନରେ ଅନେକ ପ୍ରକାର ଆଶଙ୍କା ଦେଖା ଦେଲାଣି। ହେ ପ୍ରଭୁ! ରକ୍ଷା କର, ରକ୍ଷା କର ଏ ସଂସାରକୁ। ଏ ଅଜଣା ରୋଗର ଆତଙ୍କରେ ଆତଙ୍କିତ ଏ ଧରଣୀ। ସତରେ କ'ଣ ମାନବ ସମାଜର ଅବସାନ ଘଟିବ ଏ ଧରଣୀରୁ, ମାଳିକା ବଚନ କ'ଣ ସତରେ ସତ ହେବାକୁ ଯାଉଛି। 


  ଏପରି ଅନେକ ପ୍ରଶ୍ନ ମନ ମଧ୍ଯରେ। ଅନେକ ପ୍ରଶ୍ନ ଗୁଚ୍ଛ ଭିତରେ ମନଟା ଆନ୍ଦୋଳିତ ହେଉଥାଏ। ଦିନ ଗଡି ସଞ୍ଜ ଆସିଲା ପୁଣି ଟିଭିରେ ନିଉଜ୍ ଲାଗିଲା। ଆରେ ଏ କ'ଣ! ପୁଣି ଜଣେ ଆକ୍ରାନ୍ତ ଓଡିଶାରେ, ଏ ଖବର ଶୁଣି ମନର ଛନକା ଆହୁରି ବଢିଗଲା। ରାତିରେ ନିଦ ହେଲାନାହିଁ କେମିତି ଗୋଟେ ଡର ଡର ଲାଗୁଥାଏ ....... ।

କ୍ରମଶଃ..... 


Rate this content
Log in

Similar oriya story from Abstract