STORYMIRROR

baijayantimala rout

Others

3.5  

baijayantimala rout

Others

୨୫ ମାର୍ଚ୍ଚ

୨୫ ମାର୍ଚ୍ଚ

1 min
609


ଆଜି ୨୫ ମାର୍ଚ୍ଚ,


ସାରା ଦେଶ ଆଜି ଲକ୍ ଡାଉନ୍, ଘରେ ନିଜକୁ ବନ୍ଦୀ କରି ରଖିବାକୁ ପଡୁଛି। କ'ଣ ବା କରିବା ଏହା ଛଡା କିଛି ଉପାୟ ନାହିଁ ବୋଲି ସରକାର ଚେତାବନୀ ଦେଇ ସାରିଲେଣି, ନିଜକୁ ବଞ୍ଚେଇବା ପାଇଁ ଏପରି କରିବାକୁ ହିଁ ପଡିବ। ନହେଲେ ଏ ମଣିଷର ନିସ୍ତାର ନାହିଁ।

ହେ ପ୍ରଭୁ! ଏ କି ବିପଦ ଆସିଲା ପ୍ରଭୁ, ତୁମେ ହିଁ ସାହା ପ୍ରଭୁ ତୁମେ ହିଁ ସାହା । ସେ ଚାଇନାରୁ କି ରୋଗ ଗୋଟେ ଆସିଛି କେଜାଣି, ଇଲୋ ମାଆ ସବୁ ଲୋକଙ୍କୁ ଖାଲି ଉଠଉଛି ପକଉଛି। ଘରେ ଘରେ ହା ହା କାର ପଡି ଗଲାଣି।

ନିଜର ନିରାପତ୍ତା ପାଇଁ ମୁଁ ଆଜି ଘରେ ନିଜକୁ ଲକ୍ ଡାଉନ୍ କରି ରଖିଛି, ହେଲେ କ'ଣ ହେବ ମନ କୋଉ ମାନୁଛି। ମନ ଖାଲି ହେଉଥାଏ କେମିତି କା' ଘରେ ଟିକେ ବୁଲି ଆସନ୍ତି କି? ହେଲେ କ'ଣ ହେବ ଏ "କରୋନା " ପାଇଁ କିଛି କରି ହେଲାନି। ଘରେ ବସି ବସି କ'ଣ କରିବି ଭାବିଲା ବେଳକୁ, ମନରେ ଗୋଟେ କଥା ଆସିଲା, ଭାବିଲି "ଏ ଦେଶ ଏବେ ବିପଦରେ, ଏଥିରୁ କେବଳ ଜଣେ ହିଁ ରକ୍ଷା କରି ପାରିବ ସେ ହେଉଛନ୍ତି ମହାପ୍ରଭୁ ଜଗତର ନାଥ ଜଗନ୍ନାଥ। ଏହା ମନରେ ଭାବି , ସମସ୍ତଙ୍କ ପିଡୀତ ମାନଙ୍କ ଆଶୁ ଆରୋଗ୍ଯ କାମନା କରି ଦୀପଟିଏ ଜାଳି ଭଗବାନଙ୍କ ଶରଣାଗତ ହେଲି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍