ଯା ମନ ଉଡେ ଯେତେ ଦୂରେ
ଯା ମନ ଉଡେ ଯେତେ ଦୂରେ
ମନ ମୋର ଉଡ଼ା ପକ୍ଷୀ ଉଡି ଉଡି ଯାଏ
କେବେ ସେ ହସାଏ କେବେ କନ୍ଦାଇ ଦିଏ
ଏ ଅବୁଝା ମନ ବୋଲ ମୋର ମାନେ
ନାହିଁ
ମନ ହିଁ ବନ୍ଧନ ଓ ମୁକ୍ତିର କାରଣ ଜାଣ ଭାଇ
ମନ ତୁମ ସ୍ୱର୍ଗ ହେବ ପୁଣି କେବେ ନର୍କ ହୋଇବ
ମନକୁ ଯିଏ ମନେଇବ ସିଏ ଏକା ଇନ୍ଦ୍ରିୟର ରାଜା ହେବ
ମନ ଆମ କେବେ ନେଇ ସରଗ ରାଇଜ ଯିବ
ମନ ଆମ କେବେ ନେଇ ପଙ୍କରେ ବୁଡ଼ାଇବ
ମନ ଆମ ଶାନ୍ତି ସୁଖ ପାଇଁ କେତେ ଦୂର ରାଇଜ ଯିବ
ମନ ଆମ ଅଶାନ୍ତ ସମୁଦ୍ର ହୋଇ ଜୁଆର ଆଣିବ
ମନ ଆମ ବିଷୟର ଗନ୍ତାଘର କାମ କ୍ରୋଧର ଘର
ମନକୁ ଯିଏ ଜିତି ପାରିବ ସାଧନାରେ ହେବ ପାର
ମନ ମନ୍ଦିରକୁ ଭାଇ ସୁନ୍ଦର କରିବା ପାଇଁ
ଚଞ୍ଚଳ ମନକୁ ସୁଧାରିବା ପ୍ରଭୁ ନାମ ନେଇ
ମନ ଆମ ବିଚଳିତ ସର୍ବଦା କରିବ ଦୁନିଆରେ
ମନ ଏକ ମରୁଭୁମି ଆଶା ତୃଷ୍ଣା କେବେ ନ ମରେ
ମନକୁ ଆମ ସ୍ଥିର କରିବା ନୀରବେ ଧ୍ୟାନ କରିବା
ମନକୁ ଏକଗ୍ର କରି ପାରିଲେ ପ୍ରଭୁଙ୍କ ପୟରେ ମିଶିବା
ମନକୁ କେବେ ମାରି ଦେବା ନାହିଁ ଦୁନିଆରେ
ମନର ନାହିଁ ଆଦି ଅନ୍ତ ଯାଉ ସେ ଯିବ ଯେତେ ଦୂରେ
ମନକୁ ସେହି ବ୍ୟକ୍ତି ଧରି ପାରିବ ବାନ୍ଧି ପାରିବ
ଯିଏ ସାଧନାରେ ସିଦ୍ଧ ହୋଇ ପାରିବ
ମନରେ ଆସିବ ସ୍ବପ୍ନ ଦିବା ନିଶି ସଦା ବେଳେ
ମନରେ ଆସୁ ଯେତେ ସ୍ବପ୍ନ ଆଶା ହାରି ବାନି କେତେ ବେଳେ
ମନରେ ସ୍ୱପ୍ନ ଆସିଲେ ଆଗକୁ ଆମେ ଯିବା
ମନରେ ଯେତେ ଦୂର ଯିବା ସ୍ବପ୍ନ ଦୁନିଆରେ ଭିଜିବା
ମନକୁ ଆମ ଆସ ଭାଇ ଲକ୍ଷ୍ୟ କରିବା
ମନ ଏକ ଆମ ଶୂନ୍ୟ ଯାନ ଆସ କଳ୍ପନା କରି ବୁଲିବା
ମନକୁ କେବେ ଛୋଟ କରି ଦିଅ ନାହିଁ
ଆସୁ ଯେତେ ଝଡ଼ ବତାସ କେବେ ହାରି ଯିବା ନାହିଁ
ମନକୁ ଉଚ୍ଚ କରି ଆମେ ବଞ୍ଚିବା ଆସ ଆଗକୁ ଯିବା
ମନ ଉଦ୍ୟାନରେ ଆସ ବୁଲିବା ଆଶା ଭ୍ରମରକୁ ଦେଖିବା
ମନ ଯେତେ ଦୂରେ ଯିବ ଯିବାକୁ ଆସ ଦେବା
ଆମ ଇଚ୍ଛା ଶକ୍ତି ମନକୁ ଦୂରେ ନେଇ ଯିବ ଜାଣିବା
ଆମ ମନର ଆକାଶରେ ଆସ ବିହଙ୍ଗ ହୋଇ ବୁଲିବା
ଆମ ସ୍ବପ୍ନରେ ଆମ ଭାବନାରେ ରହିବା ଲକ୍ଷ୍ୟ ପଥ ପାଇବା ।