STORYMIRROR

Dibyanshu Dibyadarshan kanha

Children

3  

Dibyanshu Dibyadarshan kanha

Children

ତୁମେ

ତୁମେ

1 min
1.2K

ହେ ଇଶ୍ବର

    

ତୁମେ ହିଁ ମାଲିକ ତୁମେ କେବେ ଭୃତ୍ୟ

ତୁମେ ହିଁ ସଚରାଚର,

ତୁମେ ହିଁ ବିକାଶ ତୁମେ ବିକଶିତ

ତୁମେ ଜ୍ଞାନ ଗନ୍ତାଘର ।


ତୁମେ ରଥରଥୀ ତୁମେ ହିଁ ସାରଥୀ 

ତୁମେ ନିତ୍ୟ ଅପ୍ରକାଶ୍ଯ,

ତୁମେ ଗତିମୁକ୍ତି ତୁମେ ଭକ୍ତଶକ୍ତି

ତୁମେ ଅଦୃଶ୍ୟରେ ଦୃଶ୍ୟ।

  

ତୁମେ ପୁଣି କବି ତୁମେ ହିଁ କବିତା

ତୁମେ ହିଁ ତ ସୃଷ୍ଟିକାରୀ,

ତୁମେ ହିଁ ସଜୀବ ତୁମେ ହିଁ ନିର୍ଜୀବ

ତୁମେ ହିଁ ବିନାଶକାରୀ ।


 ତୁମେ ହିଁ ଆଲୋକ ତୁମେ ହିଁ ଅନ୍ଧାର

 ତୁମେ ଅଟ ଦିବ୍ଯ ଜ୍ୟୋତି,

 ତୁମେ ହିଁ ଦୀପାଳୀ ତୁମେ ହିଁ ସଳିତା

 ତୁମେ ସାଗରର ମୋତି ।



Rate this content
Log in

More oriya poem from Dibyanshu Dibyadarshan kanha

Similar oriya poem from Children