ତୁମେ ସତ ନା ମୋ କଳ୍ପନା
ତୁମେ ସତ ନା ମୋ କଳ୍ପନା
ତୁମେ କେଉଁ ଲେଖନୀର କଳନା
ମୁଁ ଜାଣି ପାରେନା ,
ତୁମେ କେଉଁ ସଙ୍ଗୀତର ରାଗିଣୀ
ମୁଁ ଗାଈ ପାରେନା ।
ଆଜିବି ମୋ ମନ ଉତ୍ତର ପାଏନା,
ତୁମେ ସତ ନା ମୋ କଳ୍ପନା । ।।୧।।
ତୁମେ ଯଦି ନୀଳ ସାଗର ହୁଅ
ମୁଁ ଟିକି ଝରଣା ,
ସେଇ ସାଗରେ ମିଶିବା ପାଇଁ
ମତେ ହେଇଛି ମନା ।
ଆଜିବି ମୋ ମନ ଉତ୍ତର ପାଏନା ,
ତୁମେ ସତ ନା ମୋ କଳ୍ପନା । ।।୨।।
ତୁମେ ଚକ୍ଷୁ ହେଲେ ଉଲ୍ଲୁକର
ମୁଁ ସୂର୍ଯ୍ୟ କିରଣ ,
ବିଧିର ବିଧାନେ ନାହିଁ ବୋଧେ
ଆମର ମିଳନ ।
ଆଜିବି ମୋ ମନ ଉତ୍ତର ପାଏନା ,
ତୁମେ ସତ ନା ମୋ କଳ୍ପନା । ।।୩।।
