ତ୍ରିରଙ୍ଗା
ତ୍ରିରଙ୍ଗା


ଏଇ ତ୍ରିରଙ୍ଗା ପାଇଁ
ପ୍ଲାବିତ ହୋଇଛି ଅନେକ ରକ୍ତ
ଏଇ ସ୍ୱାଧୀନତା ପାଇଁ ଲୋଟି ପଡିଛନ୍ତି
ଅସୁମାରୀ ଦେଶ ଭକ୍ତ।
ଏଇ ତ୍ରିରଙ୍ଗା ପଳାତକର ନୁହେଁ
ପରାଜିତର ନୁହେଁ
ଲଢେଇ ଓ ବଡେଇର
ବିଜୟ ବୈଜୟନ୍ତୀ
ଐତିହ୍ୟର ମହ ମହ ସ୍ମୃତି
ସାମ୍ୟ ମୈତ୍ରୀ ଶାନ୍ତିର ସଂଗୀତ
ଏଇ କେବଳ ପତାକାଟିଏ ନୁହଁ
ଆମ ଶିରା ପ୍ରଶିରାର
ପ୍ରବହମାନ ରକ୍ତ।
ଗଣତନ୍ତ୍ର
ଏ ପତାକା
ନମିତ ନୁହେଁ
ଅର୍ଦ୍ଧନମିତ ନୁହେଁ
ଅଥଚ ନଇଁ ପଡୁଛି
ନହକି ଯାଉଛି
ଭାଙ୍ଗି ପଡୁଛି ଖୁଣ୍ଟ
ଦଳେ ଖଟିଖିଆ
ମେହନତି ମଣିଷଙ୍କ ହାତରୁ
ବାରମ୍ବାର ଏ ପତାକା
ଲୁଟି ନେଉଛନ୍ତି ଦଳେ ମୁଖାପିନ୍ଧା ଦେଶଭକ୍ତ ।