ସଂସାର ରଥ
ସଂସାର ରଥ
ସଂସାର ରଥର ଗୋଟିଏ ଅଖ
ଅଖରେ ଲାଗିଛି ଦୁଇଟି ଚକ
ଚକଡା ଦୁଇଟି ସମାନ ହେଲେଟି
ଖୁସିରେ ଗଡିବ ସଂସାର ରଥ ।।
ସ୍ବାମୀ ସ୍ତ୍ରୀ ମିଳନେ ସୃଷ୍ଟି ସଂକେତ
ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵତ
ଅବୁଝା ମଣାରେ ସଂସାର ପଥରେ
ଆସେ ବାଧା ବିଘ୍ନ ଦିଶେ କୁ ପଥ ।।
ପିତା ମାତା ଭାଇ ଭଗ୍ନୀ ସମେତ
ବୁଝନ୍ତିନି କେହି ଭିତର ସତ
ଯା ପକୃତି ଯାର ହୁଏ ନାହିଁ ଦୂର
ଯେତେ ଶୁଣୁଥିଲେ ସେ ଭାଗବତ।।
ଟଳ ମଳ ହେଲେ ସଂସାର ରଥ
ଭୁଲି ଯାଏ ସିଏ ନିଜ ରକତ
ହୁଏ ଲୋକହସା ସ୍ଫୁରେ ନାହିଁ ଭାଷା
ସୁପଥେ ନେବାକୁ ସଂସାର ରଥ ।।
ଦୁଇଗୋଟି ଚକ ହୋଇଲେ ଶକ୍ତ
ସବୁ ବାଧା ବିଘ୍ନ ହୁଅଇ ହତ
ଗୋଟିଏ ଶବଳ ଗୋଟିଏ ଦୁର୍ବଳ
ପଥେ ଭାରସ୍ୟାମ ହରାଏ ସେତ ।।
ଦେଖଣା ହାରିଏ କରେ ଇଙ୍ଗିତ
ମୁଣ୍ଡେ ହାତ ଦେଇ ବସଇ ସେତ
ନା ସେ ରକ୍ତର ନା ସଂସାରର
ମଝି ଦରିଆରେ ବୁଡି ମରେତ।।